ଡାବୁଙ୍ଗ୍
1 ତା ପାଚେ ଆନ୍ ହୁଡ଼୍ତାଂ, ମେଣ୍ଡାହିମ୍ଣାତିଂ ସାତ୍ଗଟା ଡାବୁଙ୍ଗ୍ ବିତ୍ରେ ପର୍ତୁମ୍ ସିଲ୍ ଡ୍ରିକ୍ନାକା ହୁଡ଼୍ତାଂ, ଆରେ ଚାରି ପାରାଣି ବିତ୍ରେତାଂ ରୱାନିଂ ବିଞ୍ଜି ଇଡ଼୍ନି କାଟ୍ ଲାକେ ଇଦାଂ ଇଞ୍ଜିମାନାକା ୱେଚାଂ, ୱାଡ । 2 ହେବେ ଆନେଙ୍ଗ୍ ହୁଡ଼୍ତାଂ, ଆରେ ହୁଡ଼ାଟ୍, ରଞ୍ଜାଙ୍ଗ୍ ଡ଼ିଞ୍ଜିନି ଗଡ଼ା, ଆରେ, ଗଡ଼ାଦୁମ୍ନାକାର୍ କେଇଦ ର ୱିଲ୍ ଆସ୍ତି ମାଚାନ୍; ହେୱାନିଂ ର ମୁକୁଟ୍ ହିତାର୍, ଆରେ ହେୱାନ୍ ଜିତା ଆଜ଼ି ଜିଣାଦେଂ ହସି ହାଚାନ୍ ।