1 ଇଦାଂପାଚେ ଜାକୁବ କକ୍ଚି ହୁଡ଼୍ତାନ୍, ଆରେ ହୁଡ଼ାଟ୍, ଏସାଉ ଏକାତାନ୍, ଆରେ, ତା ଲାହାଂ ଚାର୍ସ ଆଣ୍ଡ୍ରାଂ । ହେବେ ତା ହିମ୍ଣାକାଂ ବାଗ୍ କିଜ଼ି ଲେୟା ଆରି ରାହେଲ୍ ଆରି ରି ଆଡ଼ିୟାଣିକ୍ ଲାଗେ ହେଲାୟ୍ କିତାନ୍, 2 ଇଚିସ୍, ଆଗେ ରି ଆଡ଼ିୟାଣିକ୍ ଆରି ହେୱେକ୍ତି ହିମ୍ଣାକାଂ, ତା ପାଚେ ଲେୟା ଆରି ତା ହିମ୍ଣାକାଂ, ହାରିହାରା ରାହେଲ୍ ଆରି ଜସେପତିଂ ଇଡ଼୍ତାନ୍ । 3 ଆରେ, ନିଜେ ୱିଜ଼ାକାର୍ତି ଆଗେ ହାଲ୍ଜି ସାତ୍ହଟ୍ ଡାଣ୍ଡାହାଡ଼୍ ଜୁଆର୍ କିଉ କିଉ ତା ଟଣ୍ଡାହି ଲାଗେ ଏକାତାନ୍ । 4 ହେଏଚେକାଡ଼୍ଦ "ଏସାଉ ହେୱାନିଙ୍ଗ୍ ବେଟାଆଦେଂ ହନ୍ଞ୍ଚି ୱାଜ଼ି ତା ହାକ୍ ଆସ୍ତି ପମ୍ତାନ୍ ଆରି ଡନ୍ଞ୍ଚାନ୍, ଆରେ, ରିକାର୍ ଆଡ଼୍ବାତାର୍ । 5 ଇଦାଂପାଚେ ହେୱାନ୍ କକ୍ଚିହୁଡ଼୍ଜି କଗ୍ଲେକାଂ ଆରି ହିମ୍ଣାକାଂ ହୁଡ଼୍ଜି ୱେନ୍ବାତାନ୍ ।" ନି ଲାହାଂ ଇୱାର୍ ଇନେର୍ ? ହେବେ ହେୱାନ୍ ଇଚାନ୍, "ଇସ୍ୱର୍ ଦୟା କିଜ଼ି ନି ଆଡ଼ିଏନିଂ ଇ ୱିଜ଼ାର୍ ହିମ୍ଣାକାଂ ହିତ୍ତାନ୍ନା ।" 6 ପାଚେ ଆଡ଼ିୟାଣିକ୍ ଆରି ହେୱାର୍ତି ହିମ୍ଣାଙ୍ଗ୍ ଲାଗେ ୱାଜ଼ି ଜୱାର୍ କିତାର୍ । 7 ତା ପାଚେ ଲେୟା ଆରି ତା ହିମ୍ଣାଙ୍ଗ୍ ୱାଜ଼ି ଜୱାର୍ କିତାର୍; ହାରିହାରା ଜସେପ୍ ଆରି ରାହେଲ୍ ଲାଗେ ୱାଜ଼ି ଜୱାର୍ କିତାର୍ ।
8 ହେବେ ଏସାଉ ୱେନ୍ବାତାନ୍, "ଆନ୍ ଆଗେ ଇମ୍ଣି ସବୁ ପସୁଙ୍ଗ୍ ମାନ୍ଦା ଲାହାଂ ବେଟାଆତାଂ; ହେଦାଂ ଇନା କାଜିଂ ?" ଜାକ୍ବ ଇଚାନ୍, "ନା ମାପ୍ରୁତି କାଣ୍କୁତ ଉପ୍କାର୍ ପାୟାନି କାଜିଂ ।" 9 ତାପାଚେ ଏସାଉ ଇଚାନ୍, "ନାତାଂ ବେସି ମାନାତ୍; ଟଣ୍ଡେନ୍, ନିଦାଂ ଇନାକା ମାନାତ୍, ହେଦାଂ ନିଦାଂ ମାନେତ୍ ।" 10 ଜାକୁବ ଇଚାନ୍, "ଆକାୟ୍, ଗୱାରି କିଦ୍ନାଙ୍ଗା, ଆନ୍ ନି କାଣ୍କୁତ ଜଦି ଉପ୍କାର୍ ପାୟାତାଂ, ତେବେ ନା କେଇଦାଂ ହେ ବେଟାଜ଼ି ଇଟା; ଇନାକିଦେଂକି ଇସ୍ୱର୍ତି ମୁମ୍ ହୁଡ଼୍ତି ଲାକେ ଆନ୍ ନି ମୁମ୍ ହୁଡ଼୍ନାଙ୍ଗା; ଏନ୍ ପା ନା କାଜିଂ ୱାରି ଆତାନ୍ନା । 11 ଲାଗିଂ ଗୱାରି କିଦ୍ନାଙ୍ଗା, ନି ଲାଗାୟ୍ ତାତି ଇ ଆର୍ସିବାଦ୍ ଅୱା; ଇନେକିଦେଂକି ଇସ୍ୱର୍ ନାଂ ଉପ୍କାର୍ କିତ୍ତାନ୍ନା, ଆରେ, ନାଦାଂ ସବୁ ମାନାତ୍ ।" ଇଲାକେ ବେସି ୱାରି ଲାହାଂ ପାର୍ତନା କିତିଲେ, ଏସାଉ ହେଦାଂ ଇଡ଼୍ତାନ୍ । 12 ଇଦାଂପାଚେ ଏସାଉ ଇଚାନ୍, "ୱାଡ, ଆସେଙ୍ଗ୍ ହାନାସ୍, ଆନ୍ ମି ଆଗେ ଆଗେ ହାନାଙ୍ଗା ।" 13 ହେବେ ଜାକୁବ ଇଚାନ୍, "ନା ମାପ୍ରୁ ପୁନାନ୍, ଇ ହିମ୍ଣାଙ୍ଗ୍ କୱାଣ୍, ଆରେ ପାଲ୍ହନି ମେଣ୍ଡି ଆରି ଅହ୍ରି ନା ଲାହାଂ ମାନିକ୍; ଦିନେକ୍ ଆଦିକ୍ ତାଙ୍ଗିକିତିସ୍ ସବୁ ମାନ୍ଦା ହାନିକ୍ । 14 ଲାଗିଂ ଗୱାରି କିଦ୍ନାଙ୍ଗା, ନା ମାପ୍ରୁ ତା ଆଡ଼ିୟାତି ଆଗେ ଆଗେ ହାଲେନ୍; ସେୟିର ରାଜିତ ନା ମାପ୍ରୁତି ଲାଗେ ଏକିନି ପାତେକ୍ ଆନ୍ ପସୁକାଂ ତାଂନି ସାକ୍ତି ଇସାବ୍ରେ ଆରି ହିମ୍ଣାଙ୍ଗ୍ତି ତାଂନି ସାକ୍ତି ଇସାବ୍ରେ କାଲେ କାଲେ ତାଙ୍ଗି କିଜ଼ି ଅନାଙ୍ଗ୍ ।" 15 ଏସାଉ ଇଚାନ୍, "ଲାଗିଂ ନା ହାଙ୍ଗ୍ଦାକାର୍ ଏଚେକ୍ ଲକ୍ତିଂ ନି ଲାଗେ ଇଡ଼୍ଜି ହାନାଙ୍ଗା ।" ଜାକୁବ ଇଚାନ୍, "ଇନା ଲଡ଼ା ? ନା କାଜିଂ କେବଲ୍ ମାପ୍ରୁତି ଉପ୍କାର୍ କାଣ୍କୁ ମାନେତ୍ ।" 16 ତାପାଚେ ଏସାଉ ହେ ନାଞ୍ଜିଙ୍ଗ୍ ସେୟିର ହାଜ଼ି ହିଜ଼ି ମାସ୍ଦି ହାଚାନ୍ । 17 ମତର୍ ଜାକୁବ ସୁକ୍କତ ହାଲ୍ଜି ଜାର୍ କାଜିଂ ଇଲ୍ ଆରି ପସୁକ୍ କାଜିଂ କୁଡ଼ିୟା ରଚ୍ଚାନ୍; ଇଦାଂକାଜିଂ ଇ ବାହା ସୁକ୍କତ ତର୍ଦ ଡାକ୍ପୁଟା ଆତାତ୍ନ୍ନା ।
18 ଇ ବାନି ଜାକୁବ ପଦନ୍ ଅରାମିୟତ ତାଂ ହସି ବିୱାହିଂ କିଣାନ୍ ଦେସ୍ତ ସିକିମ୍ନି ର ଗାଡ଼୍ଦ ଇକିସ୍ ଗାଡ଼୍ନି ବାର୍ତ ତୁମ୍ ରଚ୍ଚାନ୍ । 19 ଇଦାଂପାଚେ ସିକିମନି ଲାତ୍ରାହି ହମରତି ହିମ୍ଣାକାଂ ସହେ ଗଟା ରୁପା ଟାକାଂ ହିଜ଼ି ହେ ତୁମ୍ ରଚ୍ଚି ବୁଇଁ କଡ଼୍ତାନ୍ । 20 ଆରେ, ଜାକୁବ ହେବେ ପର୍ମେସ୍ୱର୍ତି ପାର୍ତାନା କାଜିଂ ର ଗାର୍ଣି ରଚ୍ଚାନ୍ ଜାକୁବ ହେ ବାହାନି ତର୍ ଇଡ଼୍ତାନ୍ ଏଲ-ଇଲହେ-ଇସ୍ରାଏଲ୍ନି ପର୍ମେସ୍ୱର୍ ।