1 ଇଦାଂପାଚେ ଇସ୍ହାକ୍ ବୁଡ଼୍ହି ଆତିଲେ, କାଣ୍କୁ ଆନ୍ଦାର୍ ଆତିଲେ ଆରେ ହୁଡ଼୍ଦେଂ ଆଡ୍ୱାତାନ୍; ହେଏଚେକାଡ଼୍ଦ ହେୱାନ୍ ଜାର୍ ପାଣ୍ୱା ମାଜ଼ି ଏସାଉତିଂ କୁକ୍ଚି ଇଚାନ୍, "ମାଜ଼ିହୟ୍," ହେବେ ହେୱାନ୍ ଉତର୍ ହିତାନ୍, "ହୁଡ଼ା, ଆନ୍ ଇବେ ମାନାଂ ।"
2 ହେବେ ହେୱାନ୍ ତାଂ ଇଚାନ୍, "ହୁଡ଼ା, ଆନ୍ ବୁଡ଼୍ହି ଆତାଙ୍ଗେ, ଇମ୍ଣି ନାଞ୍ଜିଙ୍ଗ୍ ନା ହାକି ଆନାତ୍, ହେଦାଂ ଆନ୍ ପୁନୁଙ୍ଗ୍ ।" 3 ନଂ ଗୱାରି କିଦ୍ନାଙ୍ଗା, "ଏନ୍ ଏଚେକାଡ଼୍ଦ ଆମ୍ ଆରି ୱିଲ୍ ଆତିଆର୍ ଅଜ଼ି ରାନ୍ତ ହାଲ୍ଜି ନା କାଜିଂ କଟ୍ରା ତାହିୱା । 4 ଆରେ, ଆନ୍ ଇନେସ୍କି କାଦି ୱାରିୟାନାଙ୍ଗ୍, ହେଲାକେ ହୱାଦ୍ କାଦି ଜାଲ୍ଦି କିଜ଼ି ତିନି କାଜିଂ ନା ଲାଗାୟ୍ ତାହିୱା; ହେବେ ନା ପାରାଣ୍ ହାକି ପୁର୍ବେତାଂ ନିଂ ଆର୍ସିବାଦ୍ କିଦ୍ନାତ୍ ।"
5 ଇସ୍ହାକ୍ ଜାର୍ ମାଜ଼ି ଏସାଉତିଂ ଇ କାତା ଇନି ୱେଡ଼ାଲିଂ ରିବିକା ୱେଚାତ୍ । ଇଦାଂକାଜିଂ ଏସାଉ କଟ୍ରା ଜେୟ୍ ତାତେଂ କାଜିଂ ରାନ୍ତ ହାଚି ପାଚେ, 6 ରିବିକା ଜାର୍ ମାଜ଼ି ଜାକୁବ୍ତିଂ ଇଚାତ୍, "ହୁଡ଼ା, ନି ଟଣ୍ଡେନ୍ ଏସାଉ ଲାହାଂ ନି ଆବାତି କାତାବାର୍ତା କିନାକା ଆନ୍ ୱେଚାଙ୍ଗ୍, 7 ହେଦେଲ୍ ହେୱାନିଙ୍ଗ୍ ଇଚାତ୍, ଏନ୍ କଟ୍ରା ଜେୟ୍ ତାସି ମା କାଜିଂ ହୱାଦ୍ କାଦି ଜାଲ୍ଦି କିଆ, ହେବେଣ୍ଡାଂ ଆପ୍ ତିନ୍ଞ୍ଜି ହାକି ପୁର୍ବେ ନିତ୍ରେମାପ୍ରୁତି ଲାଗେ ନିଂ ଆର୍ସିବାଦ୍ କିଦ୍ନାଂ ।" 8 ଇଦାଂକାଜିଂ ମାଜ଼ି, ନଂ ଆନ୍ ନିଂ ଇମ୍ଣି ବଲ୍ ହିଦ୍ନାଙ୍ଗା, ନା ହେ କାତା ୱେନା । 9 ଏନ୍ ନଂ ଗଟାଣ୍ତ ହାଲ୍ଜି ହେବେତାଂ ରିଣ୍ଡି ହାର୍ଦି ଅଡା ହିମ୍ଣା ତାହିୱା; ହେବେ ନି ଆବା ଇନେସ୍ ୱାରିୟା ଆନାନ୍, ହେଲାକେ ହାର୍ଦି କାଦି ଆନ୍ ୱାନ୍ଞ୍ଜି ହିଦ୍ନାଙ୍ଗ୍ । 10 ଏନ୍ ହେଦାଂ ଅଜ଼ି ଲାତ୍ରାଦି ତାକେ ହାଲା; ହେବେ ହେୱାନ୍ ହେଦାଂ ତିନ୍ଜି ହାକି ଆଗେ ନିଙ୍ଗେଙ୍ଗ୍ ଆର୍ସିବାଦ୍ କିଦ୍ନାନ୍ ।
11 ହେଏଚେକାଡ଼୍ଦ ଜାକୁବ ତା ତେହି ରିବିକାତିଂ ଇଚାନ୍, "ହୁଡ଼ା, ନା ଟଣ୍ଡେନ୍ ଏସାଉ ବର୍ୱେଲା, ମତର୍ ଆନ୍ ବର୍ୱେଲା ଆକାୟ୍ । 12 ଲାଗ୍ ଜଦି ଆବା ନାଂ ଡୁଦ୍ନାନ୍, ତେବେ ଆନ୍ ତା କାଣ୍କୁତ ମିଚ୍ୱା ଚଞ୍ଜ୍ୟାନାଙ୍ଗ୍; ତାଆତିସ୍ ଆନ୍ ଜାର୍ ଜପି ଆର୍ସିବାଦ୍ ତାୱାଦାଂ ସାଇପ୍ ତାହିୱାନାଙ୍ଗ୍ ।"
13 ମତର୍ ତା ତେହି ଇଚାତ୍, "ମାଜ଼ି, ହେ ସାଇପ୍ ନାଂ ଗିଟାଦେତ୍, କେବଲ୍ ଏନ୍ ନା କାତା ମାନିକିୟା ଆରି ହାଲ୍ଜି ଅଡାହିମ୍ଣା ତାହିୱା ।" 14 ହେବେ ଜାକ୍ବ ହାଲ୍ଜି ହେଦାଂ ଅଜ଼ି ତେହି ଲାଗାୟ୍ ତାତିଲେ, ତେହି ତା ଲାତ୍ରାହି ଜିଉନନି ଇସାବ୍ରେ ହୱାଦ୍ କାଦି ୱାନ୍ଞ୍ଚାତ୍ । 15 ହେବେ ରିବିକା ଇଞ୍ଜ ତା ତାକେ ପାଣ୍ୱା ମାଜ଼ି ଏସାଉତି ହାର୍ଦି ହେନ୍ଦ୍ରା ତାସି ହିରୁ ମାଜ଼ି ଜାକୁବତିଂ ଉସ୍ପିକିତାତ୍ । 16 ଆରେ, ଅଡାହିମ୍ଣାତି ତଲ୍ ଅଜ଼ି ତା କେଇଦ ଆରି ହାକ୍ତ ନିର୍ମଲ୍ ବାହାତ ହୁର୍ପାତାତ୍ । 17 ଆରେ ହେ ୱାନ୍ଞ୍ଚି ହୱାଦ୍ କାଦି ଆରି ରୁଟି ଜାକୁବ କେଇଦ ହିତାନ୍ । 18 ହେବେ ଜାକ୍ବ ତା ଲାତ୍ରାହିତି ଲାଗାୟ୍ ହାଲ୍ଜି ଇଚାନ୍, "ଆବା" ହେୱାନ୍ ଉତର୍ ହିତାନ୍, "ହୁଡ଼ା, ଆନ୍ ଇବେ ମାଜ଼ି, ଏନ୍ ଇମ୍ଣାକାୟ୍ ?"
19 ଜାକୁବ ତା ଲାତ୍ରାହିଂ ଇଚାନ୍, "ଆନ୍ ନି ପାଣ୍ୱା ମାଜ଼ି ଏସାଉ; ଏନ୍ ଇନାକା ବଲ୍ କିଜ଼ିମାଚାୟ୍, ଆନ୍ ହେଦାଂ କିତାଂନା; ନଂ ଗୱାରି କିଦ୍ନାଙ୍ଗା, ଏନ୍ ନିଙ୍ଗା, ଆରେ, କୁଚ୍ଚି ନା କଟ୍ରା ଜେୟ୍ ତିନା, ତାପାଚେ ଏନ୍ ନାଂ ଆର୍ସିବାଦ୍ କିଦା ।"
20 ହେବେ ଇସ୍ହାକ୍ ତା ମାଜ଼ିଙ୍ଗ୍ ଇଚାନ୍, "ମାଜ଼ି, ଏନ୍ ଏଚେକ୍ ବେଗି ହେଦାଂ ଇନେସ୍କିସି ଗାଟାତାୟ୍ ?" ହେୱାନ୍ ଇଚାନ୍, "ନି ନିତ୍ରେମାପ୍ରୁ ଇସ୍ୱର୍ ନାଂ ହେଦାଂ ଗିଟାୟ୍ କିତ୍ତାତ୍ ।"
21 ଇସ୍ହାକ୍ ଜାକୁବତିଂ ଆରେ ଇଚାନ୍, "ମାଜ଼ି, ନା ଲାଗାୟ୍ ୱା, ଏନ୍ ହାତ୍ପାରଚେ ନା ମାଜ଼ି ଏସାଉ କି ଆକାୟ୍, ନିଂ ଡୁଜ଼ି ପୁନାଙ୍ଗ୍ ।" 22 ହେବେ ଜାକ୍ବ ତା ଲାତ୍ରାହି ଇସ୍ହାକ୍ତି ଲାଗାୟ୍ ହାଚିଲେ, ହେୱାନ୍ ଡୁଜ଼ି ଇଚାନ୍, "ଇ କାଟ୍ ଜାକୁବତି କାଟ୍, ମତର୍ ଇ କେଇ ଏସାଉତି କେଇ ନେ ।" 23 ଇଲାକେ ହେୱାନ୍ ଚିନ୍ ଆଡ୍ୱାତାନ୍, ଇନେକିଦେଂକି ହେୱାନ୍ ତା ଟଣ୍ଡେନ୍ ଏସାଉତି କେଇ ଲାକେ ତା କେଇ ବର୍ୱେଲା କିଜ଼ିମାଚାନ୍; ଲାଗିଂ ହେୱାନ୍ ତାଂ ଆର୍ସିବାଦ୍ କିତାନ୍ । 24 ଇଦାଂପାଚେ ହେୱାନ୍ ଇଚାନ୍, "ଏନ୍ କି ହାତେ ନା ମାଜ଼ି ଏସାଉ ?" ହେୱାନ୍ ଇଚାନ୍, "ଆଁ, ଆନ୍ ହେୱାଙ୍ଗ୍ ।"
25 ହେଏଚେକାଡ଼୍ଦ ଇସ୍ହାକ୍ ଇଚାନ୍, "ହେଦାଂ ନା କଚଣ୍ତ ତାହିୱା; ଆନ୍ ନା ମାଜ଼ି ତାଇୱାତି କଟ୍ରା ଜେୟ୍ ତିନାଙ୍ଗ୍, ହେବେଣ୍ଡାଂ ଆନ୍ ଆର୍ସିବାଦ୍ କିଦ୍ନାଂ ।" ହେବେ ତା ଲାଗାୟ୍ ତାସି ହିତିଲେ, ଇସ୍ହାକ୍ ହେଦାଂ ଚିଚାନ୍; ଆରେ, ଅଙ୍ଗୁର୍ରାସ୍ ତାସି ହିତିଲେ, ହେଦାଂ ଉଟାନ୍ । 26 ଇଦାଂପାଚେ ତା ଲାତ୍ରାହି ଇସ୍ହାକ୍ ଇଚାନ୍, "ମାଜ଼ି, ନଂ ନା ଲାଗାୟ୍ ୱାଜ଼ି ଡନ୍ଞ୍ଜା ।" 27 ହେଏଚେକାଡ଼୍ଦ ହେୱାନ୍ ତା ଲାଗାୟ୍ ହାଲ୍ଜି ଡନ୍ଞ୍ଚିଲେ, ଇସ୍ହାକ୍ ତା ହେନ୍ଦ୍ରାନି ଗାନ୍ଦା ପୁନ୍ଞ୍ଜି ତାଂ ଆର୍ସିବାଦ୍ କିଜ଼ି ଇଚାନ୍, "ହୁଡ଼ା, ନିତ୍ରେମାପ୍ରୁତି ଆର୍ସିବାଦ୍ ପାୟାତି ରାନ୍ତିନି ହାର୍ଦିଗାନ୍ଦା ଲାକେ ନା ମାଜ଼ିତି ହାର୍ଦିଗାନ୍ଦା; 28 ଇସ୍ୱର୍ ଆକାସ୍ନି କାକାର୍ତାଂ ଆରି ପୁର୍ତିନି କତ୍ତାଂ ଉବ୍ଜାତି ପାଡ଼୍ ଆରି ବେସି ତାସ୍ ଆରି ଅଙ୍ଗୁର୍ରାସ୍ ନିଂ ହିଦେନ୍; 29 ଲକୁ ନିଦାଂ ହେବା କିଦେର୍ ଆରି ବାର୍ବିନ୍ ବଁସ୍ତାକାର୍ ନିଂ ଜୱାର୍ କିଦେର୍; ଏନ୍ ନି କୁଟୁମ୍ନି ମୁଣିକା ଆ, ଆରେ, ନି ତାଡ଼ିମାଜ଼ିର୍ ନିଂ ଜୱାର୍ କିଦେର୍; ଇନେନ୍ ନିଂ ସାଇପ୍ ହିଦ୍ନାନ୍, ହେୱାନ୍ ସାଇପ୍ ଆୟେନ୍, ଆରେ, ଇନେନ୍ ନିଙ୍ଗେଙ୍ଗ୍ ଆର୍ସିବାଦ୍ କିଦ୍ନାନ୍, ହେୱାନ୍ ଆର୍ସିବାଦ୍ ପାୟା ଆଏନ୍ ।"
30 ଇ ବାନି ଇସ୍ହାକ୍ ଜାକୁବଙ୍ଗ୍ ଆର୍ସିବାଦ୍ କିତି ପାଚେ ଜାକ୍ବ ତା ଲାତ୍ରାହି ଇସ୍ହାକ୍ ତାକେଣ୍ଡାଂ ହତି ଦାପ୍ରେ ତା ଟଣ୍ଡାହି ଏସାଉ ବେଟ୍ତାଂ ୱାତାନ୍ । 31 ଆରେ, ହେୱାନ୍ ପା ହୱାଦ୍ କାଦି ଜାଲ୍ଦି କିଜ଼ି ଲାତ୍ରାହି ଲାଗାୟ୍ ତାସି ଇଚାନ୍, "ଆବା, ଏନ୍ ନିଙ୍ଗ୍ଜି ମାଜ଼ିତି ତାଇୱାତି କଟ୍ରା ଜେଇ ତିନା, ତା ପାଚେ ନି ପାରାଣ୍ ନାଂ ଆର୍ସିବାଦ୍ କିଦା ।" 32 ହେବେ ତା ଲାତ୍ରାହି ଇସ୍ହାକ୍ ଇଚାନ୍, "ଏନ୍ ଇମ୍ଣାକାୟ୍ ?" ହେୱାନ୍ ଇଚାନ୍, "ଆନ୍ ନି ପାଣ୍ୱା ମାଜ଼ି ଏସାଉ ।"
33 ହେଏଚେକାଡ଼୍ଦ ଇସ୍ହାକ୍ ବେସି ପାଣ୍ଡ୍ରା ଆଜ଼ି ଇଚାନ୍, "ଲାଗି ଇନେନ୍ ନା ଲାଗେ କଟ୍ରା ଜେଇ ତାସିମାଚାନ୍, ହେୱାନ୍ ଇନେର୍ ? ଏନ୍ ୱାନି ଆଗେ ଆନ୍ ହେଦାଂ ତିନ୍ଜି ତାଙ୍ଗେଙ୍ଗ୍ ଆର୍ସିବାଦ୍ କିତାଂ, ଆରେ ହେୱାନ୍ ଆର୍ସିବାଦ୍ ପାୟାନାନ୍ ।" 34 ଏସାଉ ଲାତ୍ରାହିତି ଇ କାତା ୱେଚି ଦାପ୍ରେ ବେସି ବିପ୍ତି ମାନ୍ତ ବେସି କିକିରାଡିଂ କିତାନ୍, ଆରେ, ତା ଲାତ୍ରାହିଂ ଇଚାନ୍, "ଆବା, ନାଂ, ନାଂ ପା ଆର୍ସିବାଦ୍ କିଦା ।" 35 ହେବେ ଇସ୍ହାକ୍ ଇଚାନ୍, "ନି ଟଣ୍ଡେନ୍ ୱାଜ଼ି ମିଚ୍ଇଞ୍ଜି ନି ପାୟାନି ଆର୍ସିବାଦ୍ ମ୍ଡାତାନ୍ନା ।"
36 ହେବେ ଏସାଉ ଇଚାନ୍, "ତା ନିଜେନି ତର୍ କି ଜାକୁବ ଆକାୟ୍ ? ଇନେକିଦେଂକି ହେୱାନ୍ ରିହା ନାଂ ମିଚ୍ ଇନ୍ଚାନ୍ନା, ହେୱାନ୍ ଆରେରଗ ନା ପାଣ୍ୱାଦିକାର୍ ମ୍ଡାସିମାଚାନ୍, ଆରେ, ହୁଡ଼ା, ନଂ ନା ପାୟାନି ଆର୍ସିବାଦ୍ ପା ମ୍ଡାତାନ୍ନା ।" ହେୱାନ୍ ଆରେରଗ ଇଚାନ୍, "ଏନ୍ କି ନା କାଜିଂ ରଞ୍ଜାଙ୍ଗ୍ ଆସିର୍ବାଦ୍ ଇଟ୍ୱାତାୟ୍ନା ?"
37 ହେବେ ଇସ୍ହାକ୍ ଏସାଉତିଂ ଇଚାନ୍, "ହୁଡ଼ା, ଆନ୍ ହେୱାନିଙ୍ଗ୍ ନି ମୁଣିକା କିତାଂ, ଆରେ, ହେୱାନ୍ତି କୁଟୁମ୍ ୱିଜ଼ାକାରିଂ ତଲ୍ୟା କିତାଂ, ଆରେ ତାସ୍ ଆରି ଅଙ୍ଗୁର୍ରାସ୍ ହୁଦାଂ ତାଙ୍ଗେଙ୍ଗ୍ ବାଡ଼୍କାସ୍ କିତାଂ; ଇଦାଂକାଜିଂ ମାଜ଼ି, ନଂ ନି କାଜିଂ ଆରେ ଇନାକା କିଦେଂ ଆଡ୍ନାଙ୍ଗ୍ ?"
38 ହେବେ ଏସାଉ ଆରେରଗ ତା ଲାତ୍ରାହିଂ ଇଚାନ୍, "ଆବା, ନିଦାଂ କି କେବଲ୍ ରଞ୍ଜାଙ୍ଗ୍ ଆସିର୍ବାଦ୍ ମାଚାତ୍ ? ଏ ଆବା, ନାଂ, ନାଂ ପା ଆର୍ସିବାଦ୍ କିଦା ।" ଇଦାଂ ଇଞ୍ଜି ଏସାଉ ଗାଜାକାଟ୍ତାଂ ଆଡ଼୍ବେଦେଂ ଲାଗାତାନ୍ । 39 ହେବେ ତା ଲାତ୍ରାହି ଇସ୍ହାକ୍ ଉତର୍ ହିଜ଼ି ଇଚାନ୍, ହୁଡ଼ା, ନି କୁଚ୍ନାକା ପୁର୍ତିତ ଗାତ୍ରାହିଲ୍ୱାକା ଆରି "ଜପ୍ଣି ଆକାସ୍ନି କାକାର୍-ହିଲ୍ୱାକା ଆନାତ୍ । 40 ଏନ୍ କାଣ୍ଡାଆହ୍ନାକାୟ୍ ଆରି ନି ଟଣ୍ଡେନ୍ତି ଆଡ଼ିଏନ୍ ଆନାୟ୍, ମତର୍ ଏଚେକାଡ଼୍ଦ ଏନ୍ ଗାଚ୍ଚାକା ରିକ୍ନାୟ୍, ହେଏଚେକାଡ଼୍ଦ ନି ନିପିତାଂ ତାଙ୍ଗେଙ୍ଗ୍ ଜୁୱାଣ୍ଡ୍ ଲେଦିକିନାୟ୍ ।" 41 ଇ ବାନି ଜାକୁବ ତା ଲାତ୍ରାହି ତାଂ ଆର୍ସିବାଦ୍ ପାୟାତି କାଜିଂ ଏସାଉ ତା କାଜିଂ ଡାରାଜ଼ି ମାନେ ମାନେ ବାବିକିତାନ୍, "ନା ଆବାତି ଦୁକ୍କିନାକା ହମାନ୍ ଏକାତାତ୍, ତାପାଚେ ଆନ୍ ନା ଟଣ୍ଡେନ୍ ଜାକ୍ବତିଂ ଅହ୍ନାଙ୍ଗ୍ ।" 42 ମତର୍, ପାଣ୍ୱା ମାଜ଼ି ଇବାର୍ତି କାତା ରିବିକାତି କିତୁଲ୍ତ ହାଚାତ୍; ପାଚେ ମାନାୟ୍ ପକ୍ଚି ହାରୁ ମାଜ଼ି ଜାକୁବଙ୍ଗ୍ କୁକିକିଜ଼ି ଇଚାତ୍, "ହୁଡ଼ା, ନି ଟଣ୍ଡେନ୍ ଏସାଉ ନିଂ ଅସ୍ତେଦେଂ ମାନ୍ତ ଜିଦ୍ କିତାନ୍ନା । 43 ଇଦାଂକାଜିଂ, ମାଜ଼ି ନା କାତା ୱେନା; ଏନ୍ ହାରଣ୍ ଗାଡ଼୍ଦ ହନ୍ଚି ନା ଟଣ୍ଡେନ୍ ଲାବନ ଲାଗାୟ୍ ହାଲା । 44 ଆରେ, ଏଚେକ୍ପାତେକ୍ ନି ଟଣ୍ଡେନ୍ତି ଜବର୍ ରିସା କମାୱିତିସ୍, ହେପାତେକ୍ କେତ୍ଦିନ୍ ହେବେ ମାନା; 45 ଇଦାଂପାଚେ ନି କାଜିଂ ନି ଟଣ୍ଡେନ୍ତି ରିସା କମାତିସ୍ ଆରି ଏନ୍ ତା କାଜିଂ ଇନାକା କିତାୟ୍ନା, ହେଦାଂ ହେୱାନ୍ ବାଣାତିସ୍, ଆନ୍ ଲକ୍ ପକ୍ଚି ହେବେତାଂ ନିଂ ତାହିକିଦ୍ନାଙ୍ଗ୍; ର ନାଞ୍ଜିଙ୍ଗ୍ ରିୟାରିଙ୍ଗ୍ ଇନେକିଦେଂ ଆରାୟ୍ କିଦ୍ନାଙ୍ଗ୍ ?"
46 ଇଦାଂପାଚେ ରିବିକା ଇସ୍ହାକ୍ତିଂ ଇଚାତ୍ "ଇ ହେତିୟ ଗାଚ୍କୁ କାଜିଂ ଆନ୍ ନା ପାରାଣ୍ତ ରିସା ଆନାଙ୍ଗା; ଜଦି ଜାକୁବ ଇୱାର୍ ଲାକେ ଇମ୍ଣାକାପା ହେତିୟ ଗାଚ୍କୁ, ଇଚିସ୍, ଇ ଦେସ୍ନି ଗାଚ୍କୁ ବିତ୍ରେତାଂ ଇମ୍ଣି ଗାଡ଼୍ଚେଙ୍ଗ୍ ବିବା କିତିସ୍, ତେବେ ନା ପାରାଣ୍ତ ଇନା ସୁକ୍ ?"