1 ଆଗେ ଅବ୍ରାହାମ୍ତି, ନଂନି ସମୁତ ଇନେସ୍ କାତାର୍ ଆଜ଼ି ମାଚାତ୍, ହେ ଦେସ୍ତ ଆରେ ରଗ ହେ ଲାକେ କାତାର୍ ଆର୍ତିଲେ, ଇସ୍ହାକ୍ ଗରାରତ ପଲେସ୍ଟିୟର୍ତି ରାଜା ଅବିମେଲକ୍ ଲାଗାୟ୍ ହାଚାର୍ । 2 ହେଏଚେକାଡ଼୍ଦ ନିତ୍ରେମାପ୍ରୁ ତାଂ କେଞ୍ଜିକିଜ଼ି ଇଚାନ୍, "ଏପ୍ ମିସର୍ ଦେସ୍ତ ହାଲ୍ମାଟ୍; ଆପ୍ ମିଂ ଇମ୍ଣି ଦେସ୍ ଇଞ୍ଜ୍ନାପ୍, ହେବେ ବାହା କିୟାଟ୍ । 3 ଏପ୍ ଇ ଦେସ୍ତ ବାହା କିୟାଟ୍, ହେବେ ଆପ୍ ମିଂ ସାଇଜ କିଜ଼ି ଆର୍ସିବାଦ୍ କିଦ୍ନାପ୍, ଆରେ, ନିଂ ଆରି ମି ବଁସ୍ତିଂ ଇ ୱିଜ଼ୁ ଦେସ୍ ହିଦ୍ନାପ୍ ଆରି ନି ଆବା ଅବ୍ରାହାମ୍ ତାକେ ଜାର୍ କିତି ପାର୍ମାଣ୍ନି ନିୟମ୍ ପୁରା କିନାପ୍ । 4 ଆପ୍ ଆକାସ୍ନି ହୁକାଂ ଲାକେ ମି ବଁସ୍ ବାଡାୟ୍ କିଜ଼ି ହେୱାରିଙ୍ଗ୍ ଇ ସବୁ ଦେସ୍ ହିନାପ୍ ଆରି ମି ବଁସ୍ ହୁକେ ପୁର୍ତିନି ୱିଜ଼ୁ ଜାତି ଆର୍ସିବାଦ୍ ପାୟା ଆନାର୍ । 5 ଆନ୍ ମିଙ୍ଗେଙ୍ଗ୍ ଆସିର୍ବାଦ୍ କିଦ୍ନାଂ ଇନାକିଦେଂକି ଅବ୍ରାହାମ୍ ମା କାତା ମାନିକିଜ଼ି ମା ରାକ୍ୟାନି ବିସ୍ରେ ମା ବଲ୍ ଆରି ବିଦି ମାନି କିତାନ୍ନା ।"
6 ହେବେ ଇସ୍ହାକ୍ ଗରାରତାକେ ବାହା କିତାନ୍ । 7 ହେବେଣ୍ଡାଂ ହେ ବାହାନି ଲକୁ ତା ଡକ୍ରୁହି ବିସ୍ରେ ୱେନ୍ବିତିଲେ, ହେୱାନ୍ ଇଚାନ୍, ହେଦେଲ୍ ନା ତଣ୍ଦେଲ୍; ଇନେକିଦେଂକି ହେ ବାହାନି ଲକୁ ରିବିକା କାଜିଂ ନାଂ ଅସ୍ତାନାର୍, ଇଦାଂ ବାବି କିଜ଼ି ହେୱାନ୍ ତାଂ ନା ଡକ୍ରୁହି ଇଞ୍ଜି ଇଞ୍ଜେଙ୍ଗ୍ ପାଣ୍ଡ୍ରା ଆତାନ୍; ଇନେକିଦେଂକି ରିବିକା ବେସି ହଲ୍ନାକାଦେଲ୍ ମାଚାତ୍ ।
8 ଆରେ, ହେ ବାହାତ ବେସି ବାର୍ହୁ ବାହା କିତି ପାଚେ ର ୱେଡ଼ାଲିଂ ପଲେସ୍ଟିୟ ରାଜା ଅବିମେଲକ୍ ଜାଡ଼ାକା ନିପ ହୁଡ଼୍ଜି ଇସ୍ହାକ୍ତିଂ ତା ଡକ୍ରୁହି ରିବିକା ଲାହାଂ ମେହାନାକା ହୁଡ଼୍ତାନ୍ । 9 ଲାଗିଂ ଅବିମେଲକ୍ ଇସ୍ହାକ୍ତିଂ କୁକି କିଜ଼ି ଇଚାନ୍, "ହେ କଗ୍ଲେ ନିଜେ ନି ଡକ୍ରି; ଲାଗିଂ ଏନ୍ ହେଦେଲିଂ ନା ତଣ୍ଦେଲ୍ ଇଞ୍ଜି ଇନାକିଦେଂ ଇନ୍ଚାୟ୍ ?" ହେଏଚେକାଡ଼୍ଦ ଇସ୍ହାକ୍ ଉତର୍ ହିତାନ୍, "ଆନ୍ ବାବି କିତାଂ, ଇନେସ୍ଆତିସ୍ ହେଦେଲ୍ କାଜିଂ ନା ହାକି ଆନାତ୍ ।" 10 ହେବେ ଅବିମେଲକ୍ ଇଚାନ୍, "ଏନ୍ ମା ଲାହାଂ ଇନାକିଦେଂ ଇ ବେବାର୍ କିତ୍ତାୟ୍ ? ଇମ୍ଣି ଲକୁ ନି ଡକ୍ରି ଲାହାଂ ବଲତ୍କାର୍ କିଜ଼ି ହୁଞ୍ଜେଙ୍ଗ୍ ଆଡ଼୍ତାନ୍ମା, ତାଆତିସ୍ ଏନ୍ ମାଂ ଦସି କିତ୍ତାୟ୍ମା ।" 11 ଇଦାଂପଚେ ଅବିମେଲକ୍ ୱିଜ଼ୁ ମାନାୟ୍ତିଂ ଇ ବଲ୍ ହିତାନ୍, "ଜେ ଇନେନ୍ ହେ ମାନାୟ୍ତିଂ କି ତା ଡକ୍ରୁହିଂ ଡୁନାନ୍, ତା ପାରାଣ୍ ଡାଣ୍ଡ୍ ଆନାତ୍ ।"
12 ଇଦାଂପାଚେ ଇସ୍ହାକ୍ ହେ ଦେସ୍ତ ତାସ୍କାମାୟ୍ କିଜ଼ି ହେ ବାର୍ହୁ ସଏ ଗୁଣ୍ ଲାବ୍ କିତାନ୍; ଆରେ, ନିତ୍ରେମାପ୍ରୁ ତାଂ ଆର୍ସିବାଦ୍ କିତାନ୍ । 13 ଇଦାଂକାଜିଂ ହେୱାନ୍ ବାଡା ଆତାନ୍, ଆରେ, ହେୱାନ୍ ଆରେ ଆରେ ବାଡାଜ଼ି ବେସି ଗାଜା ଆତାନ୍ 14 ଆରି ତାଦି ମେଣ୍ଡାଂଦନ୍ ଆରି କଡିଂ ଦନ୍, ଆରେ, ବେସି ଆଡ଼ିୟା ଆଡ଼ିୟାଣିକ୍ ଆତିକ୍: ଲାଗିଂ ପଲେସ୍ଟିୟ ମାନାୟାର୍ ତାଙ୍ଗେଙ୍ଗ୍ ଆକାର୍ ଆଦେଂ ଲାଗାତାର୍ । 15 ଲାଗିଂ ତା ଲାତ୍ରାହି ଅବ୍ରାହାମ୍ତି ୱେଡ଼ାଲିଂ ତା ଲାତ୍ରାହିତି ଆଡ଼୍ୟାର୍ ଇମ୍ଣି ଇମ୍ଣି କୁଇ କାର୍ଚି ମାଚାର୍, ପଲେସ୍ଟିୟ ଲକୁ ଚିକ୍ଲା ହୁକେ ହେ ସବୁ ମୁଚ୍ଚି ତୁହିତାର୍ ।
16 ଇଦାଂପାଚେ ଅବିମେଲକ୍ ଇସ୍ହାକ୍ତିଂ ଇଚାନ୍, "ଏନ୍ ମା ଲାଗାଂତାଂ ହାଲା, ଇନେକିଦେଂକି ଏନ୍ ମା ତାଂ ଆଦିକ୍ ବାଡ଼୍କାସ୍ ଆତାୟ୍ନା ।" 17 ହେବେଣ୍ଡାଂ ଇସ୍ହାକ୍ ହେ ବାହାତାଂ ହାଜ଼ିଆସ୍ତି ଗରାର ଅଟେଲ୍ତ ତୁମ୍ ରଚ୍ଚି ହେବେ ବାହା କିତାର୍ । 18 ଆରେ, ତା ଲାତ୍ରାହି ଅବ୍ରାହାମ୍ତି ନଂନି ସମୁତ କାର୍ତି ଇମ୍ଣି ଇମ୍ଣି ହାର୍ଦି କୁଇ ଅବ୍ରାହାମ୍ତି ହାତି ପାଚେ ପଲେସ୍ଟିୟାର୍ ମୁଚ୍ଚି ତୁହିଜ଼ି ମାଚାର୍ । ହେ ସବୁ ଇସ୍ହାକ୍ ଆରେରଗ କାର୍ଚି ଜାର୍ ଆକର୍ତି ହିତି ତର୍ ଆରେ ରଗ ଇଡ଼୍ତାର୍ ।
19 ଆରେ ଇସ୍ହାକ୍ତି ଆଡ଼୍ୟାର୍ ହେ ଗେରା ଅଟେଲ୍ତ କାର୍ତି ଏସ୍ହତ୍ନି କୁଇ ଗାଟାତାର୍ । 20 ହେବେନି ଗରାର ଦେସ୍ନି ପସୁ ପହାକିନାକାର୍ ଲାହାଂ ଇସ୍ହାକ୍ ଗଣ୍ଡ୍ଗଲ୍ କିଜ଼ି ଇଚାର୍, "ଇ ଏସ୍ ମାଦାଂ; ଲାଗିଂ କୁଇନି ତର୍ ଏସକ ଗଣ୍ଡ୍ଗଲ୍ ଇଡ଼୍ତାର୍, ଇନେକିଦେଂକି ହେୱାର୍ ତା ଲାହାଂ ଗଣ୍ଡ୍ଗଲ୍ କିତାର୍ ।" 21 ଇଦାଂପାଚେ ତା ଆଡ଼୍ୟାର୍ ଆରେ ର କୁଇ କାର୍ତିଲେ, ହେୱାର୍ ହେଦାଂ କାଜିଂ ପା ଗଣ୍ଡ୍ଗଲ୍ କିତାର୍; ହେବେ ଇସ୍ହାକ୍ ହେବେନି ତର୍ ସିଟ୍ନା (ସାତ୍ରୁ) ଇଡ଼୍ତାନ୍ । 22 ଆରେ, ହେୱାନ୍ ହେବେତାଂ ହାଲ୍ଜି ବିନେ ର କୁଇ କାର୍ତାନ୍ । ହେ କାଜିଂ ହେୱାର୍ ଗଣ୍ଡ୍ଗଲ୍ କିୱିତିଲେ ହେବେନି ତର୍ ରହବତ୍ ଅହାର୍ ବାହା ଇଡ଼୍ତାନ୍; ଇନେକିଦେଂକି ହେୱାନ୍ ଇଚାନ୍, ନଂ ନିତ୍ରେମାପ୍ରୁ ମାଂ ବାହା ହିତାନ୍, ଆସେଙ୍ଗ୍ ଇ ଦେସ୍ତ ବାଡା ଆନାସ୍ । 23 ଇଦାଂପାଚେ ହେୱାନ୍ ହେ ବାହାତାଂ ବେର୍ସେବାତ ହାଚାନ୍ । 24 ହେ ନାଣାଲିଂ ନିତ୍ରେମାପ୍ରୁ ହେୱାନିଙ୍ଗ୍ କ୍ଡେଞ୍ଜି କିଜ଼ି ଇଚାନ୍, "ଆପ୍ ନି ଆବା ଅବ୍ରାହାମ୍ତି ପର୍ମେସ୍ୱର୍ ଆନାପ୍; ପାଣ୍ଡ୍ରାମା, ଇନେକିଦେଂକି ଆପ୍ ମା ଆଡ଼ିଏନ୍ ଅବ୍ରାହାମ୍ କାଜିଂ ମି ସାକା ଆନାପ୍ ଆରି ନିଂ ଆର୍ସିବାଦ୍ କିଜ଼ି ମି ବଁସ୍ ବାଡାୟ୍ କିନାପ୍ ।" 25 ଇଦାଂପାଚେ ଇସ୍ହାକ୍ ହେ ବାହାତ ଗାର୍ଣି ରଚ୍ଚି ନିତ୍ରେମାପ୍ରୁତି ତର୍ଦ ପାର୍ତନା କିତାର୍ । ଇଦାଂପାଚେ ହେୱାନ୍ ହେ ବାହାତ ତୁମ୍ ରଚ୍ଚିଲେ, ତା ଆଡ଼୍ୟାର୍ ର କୁଇ କାର୍ତାର୍ ।
26 ଇଦାଂପାଚେ ଅବିମେଲକ୍ ଅହୁସତ୍ ତର୍ନି ତା ମିତେହିଂ ଆରି ପିକଲ ତର୍ନି ମୁଡ଼୍ମେଲ୍ୟାଙ୍ଗ୍ ରଚେ ଅଜ଼ି ଗରାରତାଂ ଇସ୍ହାକ୍ ଲାଗାୟ୍ ହାଚାର୍ । 27 ହେବେଣ୍ଡାଂ ଇସ୍ହାକ୍ ହେୱାରିଙ୍ଗ୍ ଇଚାନ୍, "ଏପେଙ୍ଗ୍ ତ ନାଙ୍ଗେଙ୍ଗ୍ ଗିଣ୍ କିଦ୍ନାଦେରା, ଆରେ, ଜାର୍ତି ବିତ୍ରେ ନାଂ ଦେହା କିଜ଼ି ହିଜ଼ି ମାଚାଦେର୍, ନଂ ନା ଲାଗାୟ୍ ଇନେକିଦେଂ ୱାତାଦେର୍ଣ୍ଣା ?"
28 ହେବେ ହେୱାନ୍ ଉତର୍ ହିତାନ୍, "ନିତ୍ରେମାପ୍ରୁ ନି ସାଇଜ ଆଦେନ୍, ଇଦାଂ ଆପେଙ୍ଗ୍ ହାର୍କିଜ଼ି ପୁନାପ୍; ଇଦାଂକାଜିଂ ଇଚାପ୍, ମା ବିତ୍ରେ ର ରାଣ୍ ମାନେତ୍ ଆରି ମା ଲାହାଂ ମିଦାଂ ଇଦାଂ ର ନିୟମ୍ ଆୟେତ୍; 29 ଆପେଙ୍ଗ୍ ଇନେସ୍ ନିଂ ଡୁଦୁପା ଆରି ମି ମଙ୍ଗଲ୍ ପିସ୍ତି ଆରେ ଇନାକା କିଉପା, ନଲେ ନିଂ ସାନ୍ତିତ ହେଲ ହିତ୍ତାପ୍ନା, ହେଲାକେ ଏନ୍ ମାଂ ଆକାର୍ ଆଦୁୟ୍; ଏନ୍ ତ ନିତ୍ରେମାପ୍ରୁତି ଆର୍ସିବାଦ୍ ଲଗୁ ।" 30 ହେଏଚେକାଡ଼୍ଦ ଇସ୍ହାକ୍ ହେୱାର୍ କାଜିଂ କାଦି ଜାଲ୍ଦି କିତିଲେ, ହେୱାର୍ ତିନାଉଣା କିତାର୍ । 31 ଇଦାଂପାଚେ ହେୱାର୍ ବେଗି ନାଡ଼ିହିଂ ନିଙ୍ଗ୍ଜି ହାରି ପାର୍ମାଣ୍ କିତାର୍ । ଆରେ, ଇସ୍ହାକ୍ ହେୱାରିଙ୍ଗ୍ ହେଲ ହିତିଲେ, ହେୱାର୍ ବିୱାହିଂ ତା ତାକେଣ୍ଡାଂ ହାଚାର୍ ।
32 ହେ ଦିନ୍ ଇସ୍ହାକ୍ତି ଆଡ଼୍ୟାର୍ ୱାଜ଼ି ଜାର୍ତି କାର୍ତି କୁଇ ବିସ୍ରେ କାବୁର୍ ହିଜ଼ି ହେୱାନିଙ୍ଗ୍ ଇଚାର୍, "ଆପେଙ୍ଗ୍ ଏସ୍ ପାୟାତାପ୍ନା ।" 33 ଇଦାଂକାଜିଂ ହେୱାନ୍ ହେ କୁଇନି ତର୍ ସେବା ଇଡ଼୍ତାନ୍, ଆରେ, ନେଞ୍ଜେଙ୍ଗ୍ ପାତେକ୍ ହେ ବାହାନି ଗାଡ଼୍ ବେର୍ସେବା ତର୍ଦ ଡାକ୍ପୁଟା ଆତାତ୍ ।
34 ଇଦାଂପାଚେ ଏସାଉ ଚାଲିସ୍ ବାର୍ହୁ ବୟଁସ୍ତ ହିତିୟ ବେରିର ଜିହୁଦିତ୍ ତର୍ନି ଗାଡ଼ିଙ୍ଗ୍ ଆରି ହିତିୟ ଏଲନର୍ ବାସମତ୍ ତର୍ନି ଗାଡ଼୍ଚେଂ ବିବା କିତାନ୍ । 35 ମତର୍ ହେୱାର୍ ଇସ୍ହାକ୍ ଆରି ରିବିକାତି ମାନ୍ତ ଦୁକ୍ କିତାର୍ ।