1 ଇଦାଂପାଚେ ମ୍ଡିକାହାରେସ୍ ହେ ରିୟାର୍ ସାର୍ଗେ ଦୁତ୍ ସଦମତ ଏକିତିକ୍; ହେଏଚେକାଡ଼୍ଦ ଲତ ସଦମ ଗାଡ଼୍ନି ଦୁୱେର୍ତ କୁଚ୍ଚି ମାଚାନ୍ ହେୱାକାଂ ହୁଡ଼୍ଜି ହେୱେକ୍ ଲାହାଂ ବେଟା ଆଦେଂ ନିଂତାନ୍, ଆରେ, ନାକ୍ମୁଣ୍ଡି ଜୱାର୍ କିଜ଼ି ଇଚାନ୍ 2 "ଏ ନା ମାପ୍ରୁର୍, ଆନ୍ ଗୱାରି କିଦ୍ନାଙ୍ଗା, ନେଞ୍ଜେଙ୍ଗ୍ ନାଣା ମି ଇ ଆଡ଼ିଏନ୍ନି ଇଞ୍ଜ ୱାଜ଼ି ବାହା କିୟାଟ୍ ଆରି ପାନା ନୁସାଟ୍; ପାଚେ ନାଡ଼ିହିଂ ନିଂଜି ହାନାଦେର୍ ।" ହେବେ ହେୱେକ୍ ଇଚିକ୍, "ଆକାୟ୍, ଆପେଙ୍ଗ୍ ହାକ୍ଡ଼ିତ ହାରା ନାଣା ହୁଞ୍ଜ୍ନାପ୍ ।"
3 ମାତର୍ ଲତ ବେସି ଗୱାରି କିତିଲେ ହେୱେକ୍ ତା ଲାହାଂ ହାଲ୍ଜି ହେୱାନ୍ ଇଞ୍ଜ ହଣ୍ଗିତିକ୍; ହେବେ ହେୱେକ୍ କାଜିଂ ହଇୱି ରୁଟି ତିନି କାଦି ଜାଲ୍ଦି କିତିଲେ, ହେୱେକ୍ ଚିଚିକ୍ ।
4 ମତର୍ ହେୱେକ୍ ହୁଞ୍ଜ୍ନି ଆଗେ ହେ ଗାଡ଼୍ନି ଲକୁ, ଇଚିସ୍, ସଦମନି ବେଣ୍ଡ୍ୟା ବୁଡ଼ାର୍ ସବୁ ଲକୁ ଚାରିବେଣ୍ତାଂ ୱାଜ଼ି ହେୱାନ୍ତି ଇଞ୍ଜ ଚାରିବେଣ୍ତାଂ ବେଡ଼ିକିତାର୍ । 5 ଆରେ, ଲତଙ୍ଗ୍ କୁକ୍ଚି ଇଚାର୍, "ନେଞ୍ଜେଙ୍ଗ୍ ନାଣା ଇମ୍ଣି ମାନାୟାର୍ ମି ଇଞ୍ଜ ୱାତିକ୍, ହେୱେକ୍ ଇମେକ୍ ? ହେୱେକାଂ ହପ୍ଚି ମା ଲାଗାୟ୍ ତାହିୱାଡ!" ଆପେଙ୍ଗ୍ ହେୱେକ୍ ତାକେ ମେହାନାପ୍ ।
6 ହେବେ ଲତ ବାର୍ତ ୱାଜ଼ି ଦୁୱେର୍ ଗେସ୍ତି ଇଚାନ୍, 7 "ଏ ଟଣ୍ଡାର୍, ଆନ୍ ଗୱାରି କିଦ୍ନାଙ୍ଗା, ଏଲେଙ୍ଗ୍ ବାନ୍ୟାବେବାର୍ କିମାଟ୍ । 8 ହୁଡ଼ାଟ୍, ବିବା ଆୱିତି ନା ରିଣ୍ଡେକ୍ କଇକ୍ ମାନିକ୍, ହେୱେକାଂ ମି ଲାଗାୟ୍ ତାହିୱାନାଂ, ମି କାଣ୍କୁତ ଇନାକା ହାର୍, ହେଦାଂ ହେୱେକାଂ କିୟାଟ୍, ମତର୍ ହେ ମାନାୟ୍ତିଂ ଇନାକାପା କିମାଟ୍, ଇନେକିଦେଂକି ଇଦାଂକାଜିଂ ହେୱେକ୍ ନା ଇଞ୍ଜ ଜମ୍ତିକ୍ନା ।"
9 ହେଏଚେକାଡ଼୍ଦ ହେୱାର୍ ଇଚାର୍, "ଗୁଚା ଆ ।" ଆରେ ଇଚାର୍, "ଇ ମାନାୟ୍ ମା ବିତ୍ରେ ବାହା କିଜ଼ି ୱାଜ଼ି ମା ବିଚାର୍କାର୍ୟା ଆଦେଂ ମାନ୍ କିନାନା; ନଂ ହେୱେକ୍ ତାଂ ଆଦିକ୍ ବାନ୍ୟାବେବାର୍ କିନାପ୍ ।" ହେୱେକ୍ ହେ ମାନାୟ୍, ଇଚିସ୍ ଲତ ପେଲି କିଜ଼ି କାପାଟ୍ ଡ୍ରିକ୍ତେଂ ହାଚାର୍ ।
10 ମତର୍ ହେ ରିଣ୍ଡେକ୍ ଆସ୍ସି ଲତଙ୍ଗ୍ ଇଲ୍ ବିତ୍ରେ ଜାର୍ ନିପ ଜେଲ୍ଜି ଦୁୱେର୍ ଗେସ୍ତିକ୍ । 11 ଆରେ, ଦୁୱେର୍ ଲାଗେମାନି ହାରୁ ଆରି ଗାଜା ୱିଜ଼ାକାରିଂ କାଣା କିୟ୍କିତିକ୍; ହେବେ ହେୱାର୍ ଦୁୱେର୍ ଡେକୁ ଡେକୁ ୱାସ୍ତି ହାଚାର୍ ।
12 ଇଦାଂପାଚେ ହେ ରିଣ୍ଡେକ୍ ଲତଙ୍ଗ୍ ଇଚିକ୍, "ଇ ବାହାତ ନିତାଂ ଆରେ ଇନେ ଇନେର୍ ମାନାର୍ ? ହିମ୍ଣାୱାକ୍ଡ଼ାକ୍ ଆରେ ଜୱାଁୟ୍ ଏଚେକ୍ ଲକ୍ ଇ ଗାଡ଼୍ଦ ମାନାର୍, ହେ ୱିଜ଼ାରିଂ ଇ ବାହାତାଂ ଅସିହାଲା; 13 ଇନେକିଦେଂକି ଆପ୍ ଇ ବାହାତିଂ ବୁଡାୟ୍ କିନାପ୍ । ନିତ୍ରେମାପ୍ରୁତି ମୁମ୍ଦ ଇ ଗାଡ଼୍ ବିରୁଦ୍ତ ବେସି କାନ୍ଦାଣ୍ ନିଂତାତ୍ନା, ଲାଗିଂ ନିତ୍ରେମାପ୍ରୁ ଇ ଗାଡ଼୍ ବୁଡାୟ୍ କିଦେଂ ମାଂ ପକ୍ତାତାନ୍ନା ।"
14 ହେବେ ଲତ ବାର୍ତ ହାଲ୍ଜି ଜାର୍ ଗାଡ଼୍ହିକ୍ ଲାହାଂ ବିବା କିଦେଂ ଇଚାକିନି ଜୱାୟ୍ରିଂ ଇଚାନ୍, "ନିଙ୍ଗାଟ୍, ଇବେତାଂ ହତାଟ୍, ନିତ୍ରେମାପ୍ରୁ ଇ ଗାଡ଼୍ ବୁଡାୟ୍ କିନାନ୍, ମତର୍ ଜୱାୟ୍ହିର୍ ତାଂ ଗ୍ଡାଇଦେଂ ଲାଗାତାର୍ ।"
15 ଆରେରଦିନା ଅଜଡ଼୍ ଆତିଲେ, ଦୁତ୍ର୍ ଲତଙ୍ଗ୍ ତ୍ରିକାଟ୍ କିଜ଼ି ଇଚିକ୍, "ନିଙ୍ଗା, ନି ଡକ୍ରି ଆରି ଇ ରିଣ୍ଡେକ୍ ଗାଚ୍କୁ ଇବେ ମାନିକ୍, ହେୱେକାଂ ଅସିହାଲା; ନଇଲେ ଗାଡ଼୍ନି ଡାଣ୍ଡ୍ତ ବୁଡାନିକ୍ ।" 16 ଆତିସ୍ପା ହେୱାନ୍ ମାଲା ଆତାନ୍; ହେବେ ତା କାଜିଂ ନିତ୍ରେମାପ୍ରୁ ଦୟା ସାକାତାଂ ହେୱାର୍ ତାଦି ଆରି ତା ଡକ୍ରୁହିତି ଆରି ରିଣ୍ଡେକ୍ ଗାଡ଼୍ହିକ୍ତି କେଇ ଆସ୍ତି ହେୱେକାଂ ଗାଡ଼୍ନି ବାର୍ତ ଅସିହାଚାର୍ । 17 ଏଲେଙ୍ଗ୍ ହେୱେକାଂ ହପ୍ଚି ତାତି ପାଚେ ଦୁତ୍କୁ ବିତ୍ରେ ରଞ୍ଜେଲ୍ ଲତଙ୍ଗ୍ ଇଚାତ୍, "ଜିବୁନ୍ ରାକ୍ୟା କାଜିଂ ହାଲାଟ୍; ଜେନ୍ପାଡ଼୍କା ମାସ୍ଦି ହୁଡ଼୍ମାଟ୍ ଆରି ଇ ୱିଜ଼ୁ ବାଟା ବିତ୍ରେ ମାନ୍ମାଟ୍; ମାଡ଼ିତ ହନ୍ଚି ହାଲାଟ୍; ନଇଲେ ବୁଡାନାଦେର୍ ।"
18 ହେବେ ଲତ ଇଚାନ୍, "ଏ ନା ମାପ୍ରୁ, ଏଲେଙ୍ଗ୍ ଆମେତ୍; 19 ନଙ୍ଗ୍ ଇ ଆଡ଼ିଏନ୍ କାଜିଂ ଉପ୍କାର୍ ଆରି ବେସି ଦୟା କିଜ଼ି ଜିବୁନ୍ ରାକ୍ୟା କିତାର୍; ଆନ୍ ଇନେସ୍କି ମାଡ଼ିତ ହାଞ୍ଜେଙ୍ଗ୍ ଏକିୱିତିସ୍ ଆଗେନେ ହାନାଙ୍ଗ୍ । 20 ହୁଡ଼ାଟ୍, ହନ୍ଚି ହାଞ୍ଜେଙ୍ଗ୍ ହେ ଗାଡ଼୍ ଲାଗାୟ୍, ହେଦାଂ ହାରୁ; ହେ ବାହାତ ହନ୍ଚି ହାଞ୍ଜେଙ୍ଗ୍ ବଲ୍ ହିଦା, ଇନେସ୍କି ବିପଦ୍ ଏକାୱାତିସ୍ ମାଡ଼ିତ ଏକିନି ଆଗେ ହାନାଙ୍ଗ୍ । ହେଦାଂନେ ହାରୁ ଆକାୟ୍ ?"
21 ହେବେ ହେୱାନ୍ ଇଚାନ୍, "ହାର୍, ଆପେଙ୍ଗ୍ ଇ ବିସ୍ରେ ମି କାଜିଂ ଉପ୍କାର୍ କିଜ଼ି, ହେ ଇମ୍ଣି ଗାଡ଼୍ କାତା ଏପେଙ୍ଗ୍ ଇଞ୍ଚାଦେର୍, ହେଦାଂ ବୁଡାନାକା କିଉସ୍ । 22 ଏପେଙ୍ଗ୍ ବେଗି ହେ ବାହାତ ହାଲାଟ୍, ଇନେକିଦେଂକି ଏପେଙ୍ଗ୍ ଗାଡ୍ଦ ଏକିୱିତି, ଆପ୍ ଇନାକାପା କିଦେଂ ଆଡୁପ୍ ।" ଲାଗିଂ ହେ ବାହାନି ତର୍ ସୟର୍ ଆତାତ୍ ।
23 ଇଦାଂପାଚେ ଦେସ୍ତ ୱେଡ଼ା ହତ୍ତିଲେ, ଲତ ସୟର୍ ଗାଡ଼୍ଦ ହଟାନ୍ । 24 ଲାଗିଂ ନିତ୍ରେମାପ୍ରୁ ଆକାସ୍ତାଂ ନିତ୍ରେମାପ୍ରୁତି ତାକେ ସଦମ୍ ଆରି ହମରା ଜପି ଗନ୍ଦକ୍ ଆରି ନାଣି ରାତି କିଜ଼ି, 25 ହେ ୱିଜ଼ୁ ଗାଡ଼୍ଦିଂ ଆରି ବାଟାଂ ଆରି ତା ତାରେନ୍ ମାନି ମାନାୟାର୍ ଆରି ହେ ବୁମିତ ନେସ୍ତି ସବୁ ଦିନିସ୍ ବୁଡାୟ୍ କିତାତ୍ । 26 ମାତର୍ ହେ ସମୁତ ଲତତି ଡକ୍ରି ଜେନ୍ପାଡ଼୍କା ମାସ୍ଦି ହୁଡ଼୍ତିଲେ ହେଦେଲ୍ ହର୍ ମୁଣ୍ଡା ଆତାତ୍ ।
27 ଆରେ ଅବ୍ରାହାମ୍ ଉଟ୍ଲାହାକାଡ଼େ ନିଙ୍ଗ୍ଜି ଆଗେ ଇମ୍ଣି ବାହାତ ନିତ୍ରେମାପ୍ରୁତି ମୁମ୍ଦ ନିଲ୍ଚି ମାଚାନ୍, ହେ ବାହାତ ନିଲ୍ତାନ୍ 28 ସଦମ ଆରି ହମରା ଆରି ବାଟାନି ବାହା ୱିଜ଼ୁ ନିପ ହୁଡ଼୍ତିଲେ, ହେ ଦେସ୍ତାଂ ବାଟିନି କଦା ଲାକେ କଦା ନିଂନାକା ହୁଡ଼୍ତାନ୍ । 29 ଇ ଲାକେ ହେ ବାଟାନି ବାହାନିକାର୍ ୱିଜ଼ୁ ଗାଡ଼୍ନି ବୁଡାନି ସମୁତ ଇସ୍ୱର୍ ଅବ୍ରାହାମ୍ତି ଏତ୍ କିତାନ୍, ଆରେ ଲତ ଇମ୍ଣି ଇମ୍ଣି ଗାଡ଼୍ଦ ବାହା କିଜ଼ି ମାଚାନ୍, ହେ ହେ ଗାଡ଼୍ନି ବୁଡାନି ସମୁତ ବୁଡାନି ବିତ୍ରେତାଂ ଲତଙ୍ଗ୍ ହପ୍ତାତାନ୍ ।
30 ଇଦାଂପାଚେ ଲତ ସୟର୍ତ ବାହା କିଦେଂ ପାଣ୍ଡ୍ରା ଆଜ଼ି ହେବେତାଂ ହସି ଜାର୍ ରିଣ୍ଡେକ୍ ଗାଡ଼୍ଚେକାଂ ଆସ୍ତି ମାଡ଼ିତ ବାହା କିତାନ୍; ହେବେ ହେୱାନ୍ ଆରି ତା ରିଣ୍ଡେକ୍ ଗାଡ଼୍ଚେକ୍ ଗିରି ପାରାତ ବାହା କିତିକ୍ । 31 ଇଦାଂପାଚେ ତା ପାଣ୍ୱା ଗାଡ଼୍ଚେ କୁର୍ଞ୍ଜିଙ୍ଗ୍ ଇଚାତ୍, "ମା ଆବା ବୁଡ଼୍ହି, ଆରେ, ସଁସାର୍ନି ବେବାର୍ ଇସାବ୍ରେ ମା ହୁଦାଂ ବିବା ଆନି କାଜିଂ ଦେସ୍ତ ଇମ୍ଣାକାନ୍ପା ଆଣ୍ଡ୍ରାହିମ୍ଣେନ୍ ହିଲୁନ୍ । 32 ୱା, ଆସେଙ୍ଗ୍ ଆବାଙ୍ଗ୍ ଅଙ୍ଗୁର୍ ରାସ୍ ଉଟ୍ପିସ୍ ଆବାତି ବଁସ୍ ରାକ୍ୟା କାଜିଂ ତା ଲାହାଂ ହୁଞ୍ଜ୍ନାସ୍ ।" 33 ହେବେ ହେ ନାଣା ହେୱେକ୍ ତାଞ୍ଜି ଆବାଙ୍ଗ୍ ଅଙ୍ଗୁର୍ ରାସ୍ ଉଟ୍ପିସ୍, ପାଣ୍ୱା ଗାଡ଼୍ହି ନିଙ୍ଗ୍ଜି ହାଲ୍ଜି ଲାତ୍ରାହି ଲାହାଂ ହୁଞ୍ଜ୍ଞ୍ଚାତ୍; ମତର୍ ହେୱାନ୍ତି ହୁଞ୍ଜ୍ନାକା ଆରି ନିଙ୍ଗ୍ଜି ହାନାକା ଲତ ପୁଞ୍ଜେଙ୍ଗ୍ ଆଡ୍ୱାତାନ୍ ।
34 ଆର୍କାତ୍ ନାଞ୍ଜିଙ୍ଗ୍ ହେ ପାଣ୍ୱା ଗାଡ଼୍ଚେ କୁର୍ଞ୍ଜିଙ୍ଗ୍ ଇଚାତ୍, ହୁଡ଼ା, ଆନ୍ ନିହିଙ୍ଗ୍ ନାଣା ଆବା ଲାହାଂ ହୁନ୍ଞ୍ଚାଙ୍ଗ୍, ୱା, "ନେଞ୍ଜେଙ୍ଗ୍ ନାଣା ପା ଆବାଙ୍ଗ୍ ଅଙ୍ଗୁର୍ ରାସ୍ ଉଟ୍ପାନାସ୍; ହେବେ ଏନ୍ ହାଲ୍ଜି ଆବାତି ବଂସ୍ ରାକ୍ୟା କିନିକାଜିଂ ତା ଲାହାଂ ହୁଞ୍ଜା ।" 35 ହେବେ ହେୱେକ୍ ହେ ନାଣା ପା ଆବାଂ ଅଙ୍ଗୁର୍ ରାସ୍ ଉଟ୍ପିସ୍, କୁର୍ଞ୍ଜି ଗାଡ଼୍ଚେ ନିଂଜି ତା ଲାହାଂ ହୁଞ୍ଜ୍ଞ୍ଚାତ୍; ମତର୍ ହେୱାନ୍ ହୁଞ୍ଜ୍ନାକା ଆରି ନିଂଜି ହାନାକା ପୁଞ୍ଜେଙ୍ଗ୍ ଆଡ୍ୱାତାନ୍ । 36 ଇ ଲାକେ ଲତତି ରି ଗାଡ଼୍ଚେକ୍ ଜାର୍ ଆବା ହୁକେ ଏସ୍ପିସ୍ତିକ୍ । 37 ଇଦାଂପାଚେ ପାଣ୍ୱା ଗାଡ଼୍ଚେ ମାଜ଼ି ଗାଟାଜ଼ି ତା ତର୍ ମୟାବ ହିତାତ୍; ହେୱାନ୍ ନଂନି କାଡ଼୍ଦି ମୟାବିୟର୍ ଲକୁରିଂ ଆକବୁଡା । 38 ଆରେ, କୁର୍ଞ୍ଜି ଗାଡ଼୍ଚେ ମାଜ଼ି ଗାଟାଜ଼ି ତା ତର୍ ବିନ୍ ଅମି ହିତାତ୍; ହେୱାନ୍ ନଂନି କାଡ଼୍ଦି ଅମନିୟ ମାନାୟାର୍ତି ଆକବୁଡା ।