1 ଇଦାଂପାଚେ ଇସ୍ୱର୍ ନହ ଆରି ତା ମେହିରିଂ ଆର୍ସିବାଦ୍ କିଜ଼ି ଇଚାନ୍, "ଏପେଙ୍ଗ୍ ବାଡାୟାଟ୍ ଆରି ବେସିକୁଟୁମ୍ ଆଜ଼ି ପୁର୍ତିତିଂ ବାର୍ତି କିୟାଟ୍ । 2 ପୁର୍ତିନି ସବୁ ପସୁ ଆରି ହାରୁ ପଟିଙ୍ଗ୍ ଆରି ବୁଇଁତହାରାନିକିଂ ଆରି ପଟତାଂନି ଜାତ୍ ଆରି ହାମ୍ଦୁର୍ନି ମିନ୍କୁ, ୱିଜ଼େକିକ୍ ମିତାକେ ପାଣ୍ଡ୍ରୁ ଆରି ବେସିପାଣ୍ଡ୍ରୁ ଆନିକ୍; ହେ ସବୁ ମି କେଇଦ ହେଲାୟ୍ ଆତିକ୍ନା । 3 ଜାଣ୍କେ ତାଂନି ପାରାଣିଙ୍ଗ୍ ମି କାଦି ଆନିକ୍, ଆପ୍ କଗେତ୍ କୁଚା ଲାକେ ଇ ୱିଜ଼ୁ ମିଂ ହିତ୍ତାପ୍ । 4 ମତର୍ ଏପେଙ୍ଗ୍ ପାରାଣ୍ମାନି ଇଚିସ୍ ନେତେର୍ ଲାହାଂ ଜେଇ ତିନୁଦେର୍ । 5 ଆରେ, ଆନ୍ ମିଦି ଜିବୁନ୍ବାର୍ତି ନେତେର୍ହପ୍ନି ହୁଜାଦେଂ ନିଜେ ଅନାସ୍: ଜାଣ୍କେ ପସୁତାଂ ଆୟେତ୍ କି ମାନାୟ୍ତାଂ ଆୟେତ୍, ହେୱାନ୍ତି ବାଦୁଲ୍ ଅନାସ୍ । 6 ଜେ ଇନେର୍ ମାନାୟ୍ତି ନେତେର୍ ହପ୍ନାନ୍, ମାନାୟ୍ ହୁଦାଂ ହେୱାନ୍ତି ନେତେର୍ ହପ୍ୟାନାତ୍: ଇନେକିଦେଂକି ଇସ୍ୱର୍ ଜାର୍ ରଚ୍ଚିପୁତ୍ଡ଼ାତ ମାନାୟ୍ତିଂ ରଚ୍ଚାନ୍ନା ।
7 ଏପେଙ୍ଗ୍ ବାଡାଆଡୁ ଆରି ବେସିଲାତ୍ରା ଆଡୁ, ଆରେ ପୁର୍ତିତିଂ ବାର୍ତି କିଜ଼ି ବାଡା ଆଡୁ ।"
8 ଇଦାଂପାଚେ ଇସ୍ୱର୍ ନହଂ ଆରି ହେୱାନ୍ତି ହାଂଦି ମାଜ଼ିରିଂ ଇଚାନ୍, 9 "ହୁଡ଼ା, ମି ଲାହାଂ ଆରି ମି ୱାନିଦିନ୍ତି ଲାତ୍ରା ଲାହାଂ ଆରି ମି ହାଙ୍ଗ୍ଦି ସବୁ ରାନ୍ତିଜାତ୍କୁ ଲାହାଙ୍ଗ୍, 10 ଆରି ମି ହାଂଦି ୱିଜ଼ୁ ଜିବୁନ୍ ଜାତ୍କୁ ଲାହାଂ, ଇଚିସ୍, ଜାଜ୍ତାଂ ହତ୍ତି ନାଟିକିଂ ଆରି ରାନ୍ତି ପସୁ ଆରି ପଟିକାଂ ପୁର୍ତିନି ସବୁ ପାରାଣିଂ ଲାହାଂ ଆପ୍ ଜାର୍ ନିୟମ୍ ତିର୍ କିତାପ୍ନା । 11 ଆପ୍ ମି ଲାହାଂ ଇ ନିୟମ୍ ତିର୍ କିନାପ୍, ସବୁ ପାରାଣିଂ ଏସ୍ବାର୍ହା ହୁଦାଂ ଆରେ ନାସ୍ ଆଉକ୍; ଆରେ, ପୁର୍ତିତିଂ ନାସ୍ କିନି କାଜିଂ ଏସ୍ବାର୍ହା ଆଉତ୍ ।" 12 ଆରେରଗ, ଇସ୍ୱର୍ ଇଚାନ୍, "ଆପ୍ ମି ଲାହାଂ ଆରି ମି ହାଂଦି ସବୁ ପାରାଣିକାଂ ଲାହାଂ ଆକର୍ ଦିନ୍ତାଙ୍ଗ୍ ୱିଜ଼୍ୱିକାଡ଼୍ ପାତେକ୍ ଇମ୍ଣି ନିୟମ୍ ତିର୍ କିତାପ୍, ହେବେନି ଚିନ୍ ଇଦାଂ; 13 ଆପ୍ ବାଦାଡ଼୍ତ ଜାର୍ ୱିଲ୍ ରଚ୍ଚାପ୍ନା, ହେଦାଂ ପୁର୍ତି ଲାହାଂ ମା ନିୟମ୍ନି ଚିନ୍ ଆନାତ୍ । 14 ଏଚେକାଡ଼୍ଦ ଆପ୍ ପୁର୍ତି ଜପି ବାଦାଡ଼୍ କେଡ଼ାୟ୍ କିନାପ୍, ହେଏଚେକାଡ଼୍ଦ ହେ ୱିଲ୍ ବାଦାଡ଼୍ତ ଚଞ୍ଜ୍ୟାନାତ୍; 15 ହେବେ ମି ଲାହାଂ ଆରି ଜେଇମାନି ୱିଜ଼ୁ ପାରାଣିଂ ଲାହାଂ ମା ଇମ୍ଣି ନିୟମ୍ ମାନାତ୍, ହେଦାଂ ମାଦାଂ ଏତ୍ ଆନାତ୍, ହେବେ ସବୁ ପାରାଣିଂନି ନାସ୍କିନିକାଜିଂ ଏସ୍ବାର୍ହା ଆରେ ଆଉତ୍ । 16 ଆରେ, ବାଦାଡ଼୍ୱିଲ୍ ଆତିସ୍, ଆପ୍ ତା କାଜିଂ ହୁଡ଼୍ନାପ୍, ହେବେ ପୁର୍ତିନି ଜେଇମାନି ୱିଜ଼ୁ ପାରାଣିଂ ଲାହାଂ ଇସ୍ୱର୍ତି ଇମ୍ଣି ୱିଜ଼୍ୱିକାଡ଼୍ତିର୍ ନିୟମ୍ ମାନାତ୍, ହେଦାଂ ଆପ୍ ଏତ୍ କିନାପ୍ ।" 17 ଇସ୍ୱର୍ ନହଂ ଇଚାନ୍, "ପୁର୍ତିନି ଜେଇମାନି ୱିଜ଼ୁ ପାରାଣିଂ ଲାହାଂ ଆପ୍ ଇମ୍ଣି ନିୟମ୍ ତିର୍ କିତାପ୍ନା, ହେବେନି ଇ ଚିନ୍ ଆନାତ୍ ।"
18 ନହତି ଇମ୍ଣି ମାଜ଼ିର୍ ଜାଜ୍ତାଂ ହତାର୍, ହେୱାର୍ତି ତର୍ ସେମ ଆରି ହାମ ଆରି ଜେପତ୍, ହାମ କିଣାନ୍ନି ଆବା । 19 ଇ ତିନ୍ ଜାଣ୍ ନହତି ମେହିର୍; ଇୱାର୍ତି କୁଟୁମ୍ ସବୁ ପୁର୍ତିତ ମେଙ୍ଗ୍ତାତ୍ ।
20 ଇଦାଂପାଚେ ନହ ତାସ୍ କାମାୟ୍ତ ଲାଗାଜ଼ି ଅଙ୍ଗୁର୍ବାଡ଼୍ କିତାନ୍ । 21 ହେବେ ହେୱାନ୍ ଅଙ୍ଗୁର୍ ରାସ୍ ଉଣ୍ଜି ହଜ୍ଜି ତୁମ୍ ବିତ୍ରେ ନାଗ୍ଡ଼ାଜ଼ି ମାକ୍ତାନ୍ । 22 ଏଲେଂ ୱେଡ଼ାଲିଂ କିଣାନ୍ନି ଆବା ହାମ୍ ଜାର୍ ଆବାତି ନାଗ୍ଡ଼ାତାକା ହୁଡ଼୍ଜି ବାର୍ତ ଜାର୍ ରି ଟଣ୍ଡାରିଂ କାବୁର୍ ହିତାନ୍ । 23 ହେଏଚେକାଡ଼୍ଦ ସେମ ଆରି ଜେପତ୍ ନିପିତ ହେନ୍ଦ୍ରା ଅଜ଼ି ଜେନ୍ଉଚ୍ଚି ଜାର୍ ଆବାତି ନାଗ୍ଡ଼ାତାକା ପ୍ଡାକ୍ତାନ୍; ହେୱାର୍ ଜେନ୍ବାଗାଂ ହୁଡ଼୍ଜି ହାଚିଲେ ଲାତ୍ରାହିତି ନାଗ୍ଡ଼ାତାକା ହୁଡ଼୍ୱାତାର୍ । 24 ଇଦାଂପାଚେ ନହ ଅଙ୍ଗୁର୍ରାସ୍ନି ହୁଚ୍କାଣ୍କୁତାଂ ଜାଗ୍ରତ୍ ଆଜ଼ି ଜାର୍ କାଜିଂ ହାରୁମେହିତି ବେବାର୍ ବୁଜା ଆତାନ୍ । 25 ଆରେ, ହେୱାନ୍ ଇଚାନ୍,
"କିଣାନ୍ ସାଇପ୍ ଆଏନ୍,
ହେୱାନ୍ ଜାର୍ ଟଣ୍ଡାର୍ତି ଆଡ଼ିଏନ୍ ଆଡ଼ିଏନ୍ତଲ୍ୟା ଆନାନ୍ ।"
26 ଆରେ ହେୱାନ୍ ଇଚାନ୍, ସେମତି ଇସ୍ୱର୍ ନିତ୍ରେମାପ୍ରୁ ଦନ୍ୟ ଆୟେନ୍;
କିଣାନ୍ ସେମତି ଆଡ଼ିଏନ୍ ଆଏନ୍ ।
27 ଇସ୍ୱର୍ ଜେପତ୍ତିଂ ଗାଜାୟ୍ କିଏନ୍;
ଆରେ, "ହେୱାନ୍ ସେମତି ତୁମ୍ତ ବାହା କିଏନ୍;
ଆରେ କିଣାନ୍ ହେୱାନ୍ତି ଆଡ଼ିଏନ୍ ଆୟେନ୍ ।"
28 ଏସ୍ବାର୍ହା ପାଚେ ନହ ଆରେ ତିନିସ ପଚାସ୍ ବାର୍ହୁ ଜିତାନ୍ । 29 ଆରେ, ନହତି ବୟଁସ୍ ନସ ପଚାସ୍ ବାର୍ହୁ ମାଚାନ୍; ପାଚେ ହେୱାନ୍ ହାତାନ୍ ।