1 ଇଦାଂପାଚେ ଇସ୍ୱର୍ ନହତିଂ ଆରି ତା ଲାହାଂ ଜାଜ୍ତମାନି ୱିଜ଼ୁ ଜାତ୍କୁକାଂ ଏତୁ କିଜ଼ି ପୁର୍ତିତ ଦୁକା କିୟ୍କିତାନ୍, ଲାଗି ବାର୍ହା ଟେବାତାତ୍; 2 ଗାଜାହାମ୍ଦୁର୍ ଏଜ଼ୁଙ୍ଗ୍ ଆରି ଆକାସ୍ନି ଦୁୱେର୍ ସବୁ ଗେସ୍ତାତ୍, ଆରେ, ଆକାସ୍ତାଂ ବାର୍ହାୱାନାକା ଟେବା ଆତାତ୍ । 3 ତାପାଚେ ପୁର୍ତିତାଂ ଏସ୍ ବଡ଼ାଜ଼ି ସଏ ପଚାସ୍ ଦିନ୍ତ ହାରିହାରାତ ଉଣା ଆତାତ୍ । 4 ଇଦାଂପାଚେ ସାତ୍ ମାସ୍ନି ସତ୍ର ଦିନ୍ତ ଆରାରାଟ୍ ମାଡ଼ି ଜପି ଜାଜ୍ ଟେବାଆତାତ୍ । 5 ଇଲାକେ ଦସ୍ ମାସ୍ ପାତେକ୍ ଏଜ଼ୁଙ୍ଗ୍ କାଲେତାଂ ଉଣା ଆତିକ୍; ହେ ଦସ୍ ମାସ୍ନି ପ୍ରତୁମ୍ ଦିନ୍ତ ମାଡ଼ିଙ୍ଗ୍ନି ଗବା ଚଞ୍ଜାତାତ୍ ।
6 ଇଦାଂପାଚେ ଆରେ ଚାଲିସ୍ ଦିନ୍ ପାଚେ ନହ ନିଜେ ରଚ୍ଚି ଜାଜ୍ନି ଜାଡ଼ାକା ଜେତାନ୍; 7 ଆରେ ର ଗାଡ଼୍ କାୱାତିଂ ଉପ୍ତାନ୍, ହେବେ ପୁର୍ତିନି ଏଜ଼ୁଙ୍ଗ୍ ୱାଚ୍ନି ପାତେକ୍ ହେଦାଂ ଇଟାଂହାଟାଂ ବୁଲାତାତ୍ । 8 ଆରେରଗ, ନହ ବୁମିତ ଏଜ଼ୁଙ୍ଗ୍ ଉଣା ଆତାକା ବୁଜାନି କାଜିଂ ରଞ୍ଜାଙ୍ଗ୍ ପାର୍ୱା ଉପ୍ତାନ୍; 9 ହେଏଚେକାଡ଼୍ଦ ପୁର୍ତି ଏସ୍ବାର୍ତି ମାଚିଲେ ପାର୍ୱା ଜାର୍ ପାନା ଇଡ଼୍ଦେଂ ବାହା ଗାଟାୱାଦାଂ ଜାଜ୍ତ ତା ଲାଗାୟ୍ ମାସ୍ଦି ୱାତାତ୍; ତାପାଚେ ହେୱାନ୍ କେଇଁ ଲାମାୟ୍କିସି ତାଂ ଆସ୍ତି ଜାଜ୍ ବିତ୍ରେ ଜାର୍ ତାକେ ତାଇୱାତାନ୍ । 10 ଆରେ ସାତ୍ ଦିନ୍ ମାଲାତି ପାଚେ ହେୱାନ୍ ହେ ପାର୍ୱାତିଂ ଆରେରଗ ଜାଜ୍ତାଂ ଉପ୍ତାନ୍; 11 ହେବେ ପାର୍ୱା ମ୍ଡିକାହାରେସ୍ ତା ଲାଗାୟ୍ ମାସ୍ଦି ୱାତାତ୍; ଆରେ ହୁଡ଼ାଟ୍, ତା ଅଟିତ ଜିତ୍ ମାର୍ନି କୱାଣ୍ ଆକି ମାଚାତ୍; ଲାଗିଂ ପୁର୍ତିନି ଏସ୍ ଉଣା ଆତାତ୍ନା, ଇଦାଂ ନହ ପୁଚାନ୍ । 12 ଆରେ ସାତ୍ ଦିନ୍ ମାଲାଜ଼ି ହେୱାନ୍ ହେ ପାର୍ୱାତିଂ ଆରେରଗ ଉପ୍ତାନ୍, ମତର୍ ହେଦାଂ ଆରେରଗ ହେୱାନ୍ତି ଲାଗାୟ୍ ମାସ୍ଦି ୱାୱାତାତ୍ଦେ ।
13 ନହତି ବୟଁସ୍ନି ଚସ ଏକ୍ ବାର୍ହୁ ପର୍ତୁମ୍ ମାସ୍ନି ପର୍ତୁମ୍ ଦିନ୍ତ ପୁର୍ତି ଜପିତାଂ ଏଜ଼ୁଙ୍ଗ୍ ୱାଚ୍ଚିଙ୍ଗ୍: ହେଏଚେକାଡ଼୍ଦ ନହ ଜାଜ୍ନି ଚାଉଣି ନିକ୍ଚି ହୁଡ଼୍ତିଲେ, ବୁଇଁତିଂ ୱାଚ୍ଚାକା ହୁଡ଼୍ତାନ୍ । 14 ଇଲାକେ ଦୁଇ ମାସ୍ନି କଡ଼େସାତ୍ ଦିନ୍ତ ପୁର୍ତି ୱାଚ୍ଚାତ୍ ।
15 ଇଦାଂପାଚେ ଇସ୍ୱର୍ ନହତିଂ ଇଚାନ୍, 16 "ଏପ୍ ଜାର୍ ଡକ୍ରି ଆରି ମାଜ଼ିରିଂ ଆରି ମାଜ଼ିକଡ଼ିୟାକାଂ ରଚେ ଅଜ଼ି ଜାଜ୍ତାଂ ହସି ହାଲା । 17 ଆରେ, ତା ଲାହାଂ ମାନି ପସୁ, ପଟିଂ, ଆରି ବୁଇଁତହାରାନିକିଂ, ପଟତାଂନିକିଂ ଏଚେକ୍ ସବୁ ଜିନିଜାତ୍ ବାର୍ତ ଅଜ଼ି ହାଲା; ହେୱାଙ୍ଗ୍ ପୁର୍ତିତିଂ ବାର୍ତି କିଏକ୍, ଆରେ, ପୁର୍ତିତ ବାଡାଆଏକ୍ ଆରି ବେସିଲାତ୍ରା ଆଏକ୍ ।" 18 ହେବେ ନହ ଜାର୍ ଡକ୍ରି, ମାଜ଼ିର୍ ଆରି ମାଜ଼ିକଡ଼ିୟାକାଂ ହାଙ୍ଗ୍ଦ ଅଜ଼ି ବାର୍ତ ୱାତାର୍; 19 ଆରେ, ଜାର୍ ଜାର୍ ଜାତି ଇସାପ୍ରେ ଜାଣ୍କେ ପସୁ, ଜାଣ୍କେ ପଟତାଂନି ଜାତ୍ ଆରି ଜାଣ୍କେ ପଟିଙ୍ଗ୍ ୱିଜ଼ୁ ବୁଇଁତହାରାନିକିଂ ପାରାଣିଙ୍ଗ୍ ଜାଜ୍ତାଂ ହସି ୱାତିକ୍ ।
20 ଇଦାଂପାଚେ ନହ ନିତ୍ରେମାପ୍ରୁତି ଉଦେସ୍ତାଂ ଗାର୍ଣି ରଚ୍ଚାନ୍, ଆରେ, ସବୁବାନି ସକଟ୍ ପସୁ ଆରି ସକଟ୍ ପଟିଙ୍ଗ୍ ବିତ୍ରେ ଏଚେଗଟା ଅଜ଼ି ବେଦି ଜପି କାଟ୍ପୁଜା କିତାନ୍ । 21 ହେବେ ନିତ୍ରେମାପ୍ରୁ ହେବେନି ହାର୍ଦିଗାନ୍ଦା ମୁନ୍ଞ୍ଜି ମାନେ ମାନେ ଇଚାନ୍, "ଆସ୍ ମାନାୟ୍ କାଜିଂ ଆରେ ପୁର୍ତିତିଂ ସାଇପ୍ ହିଉସ୍; ଆତିସ୍ପା ହିମ୍ଣାୱେଡ଼ାତାଂ ମାନାୟ୍ତି ମାନ୍ନି ହାନ୍ଦାୟ୍କିନାକା ବାନ୍ୟା, ଆତିସ୍ପା ଆପ୍ ଇନେସ୍ କିତାପ୍ନା, ହେ ଲାକେ ଆରେ ରଗ ଇନାୱେଡ଼ାଙ୍ଗ୍ ପା ଇସବୁ ପାରାଣିକାଂ ନସ୍ଟ କିଉସ୍ । 22 ଆରେ, ଏଚେକ୍ ପାତେକ୍ ପୁର୍ତି ମାନ୍ଗାନାତ୍, ହେପାତେକ୍ ୱିତାତ୍ରେଜ଼ାନି ସମୁ, ପିନି ଆରି କାରା, ଆରେ, କାରା ଆରି ପିନି କାଡ଼୍, ଆରେ ୱେଡ଼ା ଆରି ନାଣା, ଇ ସବୁ ବନ୍ଦ୍ ଆଉତ୍ ।"