1 ଇଦାଂପାଚେ ନିତ୍ରେମାପ୍ରୁ ଜାର୍ ବଚନ୍ ଇସାବ୍ରେ ସାରାତି ଜାତୁନ୍ ଅତାନ୍; ଆରେ, ନିତ୍ରେମାପ୍ରୁ ଇନାକା ଇଞ୍ଜିମାଚନ୍, ସାରା କାଜିଂ ହେଦାଂ କିତାନ୍ । 2 ହେବେ ସାରା ଅବ୍ରାହାମ୍ତି ବୁଡ଼୍ହିୱେଡ଼ାଲିଂ ଏସ୍ପିସ୍ତି ଇସ୍ୱର୍ତି ହୁଦାଂ କିତି ସମୁତ ମାଜ଼ି ଗାଟାତାତ୍ । 3 ଅବ୍ରାହାମ୍ ସାରାନି ୱାକ୍ତି ନିଜ୍ ମାଜ଼ି ତର୍ ଇସ୍ହାକ୍ ଇଡ଼୍ତାନ୍ । 4 ଆରେ, ଅବ୍ରାହାମ୍ ଇସ୍ୱର୍ତି ବଲ୍ ଇସାବ୍ରେ ଜାର୍ ମାଜ଼ି ଇସ୍ହାକ୍ତିଂ ଆଟ୍ ଦିନ୍ତ ସୁନତ୍ କିତାର୍ । 5 ଅବ୍ରାହାମ୍ତି ସଏ ବାର୍ହୁ ବୟଁସ୍ତ ତା ମାଜ଼ି ଇସ୍ହାକ୍ ଜଲମ୍ ଆତାନ୍ 6 ଆରେ ସାରା ଇଚାତ୍, "ଇସ୍ୱର୍ ନା ୱେଇଦ ଗ୍ଡେଇ ଆରି ୱାରି ହିତ୍ତାନ୍ନା । ଇଦାଂ ୱେନ୍ଞ୍ଜି ୱିଜ଼ାର୍ ନା ଲାହାଂ ଗ୍ଡାଇନାର୍ ।" 7 ହେୱାନ୍ ଆରେ ଇଚାତ୍, "ସାରା ହିମ୍ଣାୱାକ୍ଡ଼ାକାଂ ମାୟ୍ ଉଟ୍ପାନାତ୍, ଇ କାତା ଅବ୍ରାହାମ୍ତି ଇନେର୍ ଇଞ୍ଜେଙ୍ଗ୍ ଆଡ୍ତାର୍ମା ? ଆତିସ୍ପା ଆନ୍ ନଂ ତା ହାତାନ୍ ୱେଡ଼ାଲିଂ ମାଜ଼ି ଗାଟା ଆତାଙ୍ଗ୍ ।"
8 ଆରେ କାଡ଼୍ଦେ ଗାଜା ଆତିଲେ, ହେୱେକ୍ ତାଂ ମାୟ୍ ପିହିକିତିକ୍; ଆରେ, ଇମ୍ଣି ଦିନ୍ ଇସ୍ହାକ୍ତିଂ ମାୟ୍ ପିହିକିତିକ୍, ହେ ନାଞ୍ଜିଙ୍ଗ୍ ଅବ୍ରାହାମ୍ ଗାଜା ବଜି ଜାଲ୍ଦି କିତାନ୍ ।
9 ହେବେ ମିସରିୟା ହାଗାର ଅବ୍ରାହାମ୍ କାଜିଂ ଇମ୍ଣି ମାଜ଼ି ଜଲମ୍ କିଜ଼ି ମାଚାତ୍, ହେ ମାଜ଼ି ଇସାକ୍ତିଂ ଗ୍ଡେଇନାକା ସାରା ହୁଡ଼୍ତାତ୍ । 10 ଇଦାଂକାଜିଂ ହେଦେଲ୍ ଅବ୍ରାହାମ୍ତିଂ ଇଚାତ୍, "ଏନ୍ ଇ ଆଡ଼ିଏଣିତିଂ ଆରି ଇଦେଲ୍ତି ମାଜ଼ିଙ୍ଗ୍ ଦେହା କିଆ; ଇନେକିଦେଂକି ଇ ଆଡ଼ିଏଣି ମାଜ଼ି ନା ମାଜ଼ି ଇସ୍ହାକ୍ ଲାହାଂ ଆଦିକାର୍ ଆଦେଂ ଆଡୁନ୍ ।" 11 ଇ କାତା ୱେନ୍ଞ୍ଜି ଅବ୍ରାହାମ୍ ଜାର୍ ମାଜ଼ି କାଜିଂ ବେସି ଦୁକ୍ ଆତାନ୍ ଇନାକିଦେଂକି ଇସ୍ମାଏଲ୍ ପା ତା ମେହି ମାଚାନ୍ । 12 ହେଏଚେକାଡ଼୍ଦ ଇସ୍ୱର୍ ଅବ୍ରାହାମ୍ତିଂ ଇଚାନ୍, "ଏନ୍ ଇ କାଡ଼୍ଦେ ଆରି ଆଡ଼ିଏଣି କାଜିଂ ଦୁକ୍ ଆମା; ସାରା ନିଂ ଇନାକା ଇଞ୍ଜ୍ନାତା, ହେଦେଲ୍ତି ହେ କାତାତ ମାନ୍ଦିୟାନ୍ କିଆ; ଇନେକିଦେଂକି ଇସ୍ହାକ୍ତାଂ ନି ବଁସ୍ ଡାକ୍ପୁଟା ଆନାତ୍ । 13 ଆରେ ଇ ଆଡ଼ିଏଣିନି ମାଜ଼ି ନି ବଁସ୍, ଲାଗିଂ ତା ତାଂ ର କୁଟୁମ୍ ଉବ୍ଜାୟ୍ କିନାସ୍ ।"
14 ଇଦାଂପାଚେ ଅବ୍ରାହାମ୍ ନାଡ଼ିହିଂ ନିଂଜି ରୁଟି ଆରି ଏସ୍ବାର୍ତି ତଲ୍ମଣା ଅଜ଼ି ହାଗାରନି ନିପିତ ହିଜ଼ି କାଡ଼୍ଦେଂ ହେଲାୟ୍ କିଜ଼ି ହେୱାନିଂ ହେଲ ହିତାର୍; ହେବେଣ୍ଡାଂ ହେୱାନ୍ ହାଜ଼ିଆସ୍ସି ବେର୍ସେବା ତର୍ନି ବାଟାତ ହାଜ଼ି ଆରାତାନ୍ । 15 ଆରେ, ତଲ୍ମଣାନି ଏସ୍ ୱିସ୍ତିଲେ, ହାଗାର ର ବୁଟାନି ଦଲ୍ଦ କାଡ଼୍ଦେଂ ପିସ୍ତାତ୍ । 16 ଆରେ, ହେଦେଲ୍ ହେଦାଂ ଅଲପ୍ ଦେହାତାଂ ଆଗେ ହାଲ୍ଜି କୁଚ୍ଚାତ୍; ଇନେକିଦେଂକି ହେଦେଲ୍ ଇଚାତ୍, "କାଡ଼୍ଦେତି ହାକି ଆନ୍ ହୁଡ଼ୁଙ୍ଗ୍ ।" ଆରେ, ହେଦେଲ୍ ତା ଆଗେ ହାଲ୍ଜି କୁଚ୍ଚି ଗାଜା କାଟ୍ତାଂ ଆଡ଼୍ବାତାନ୍ ।
17 ହେଏଚେକାଡ଼୍ଦ ଇସ୍ୱର୍ କାଡ଼୍ଦେତି କାଟ୍ ୱେଚାନ୍; ଆରେ, ଇସ୍ୱର୍ତି ଦୁତ୍ ଆକାସ୍ତାଂ କୁକ୍ଚି ହାଗାରତିଂ ଇଚାନ୍, "ଆଗ ହାଗାର, ନିଦାଂ ଇନାକା ଆତାତ୍ ? ପାଣ୍ଡ୍ରା ଆମା; ଇନେକିଦେଂକି, ଇମ୍ଣି ବାହାତ କାଡ଼୍ଦେ ମାନାନ୍, ହେ ବାହାତ ଇସ୍ୱର୍ ତାଦି କାଟ୍ ୱେଚାନ୍ନା । 18 ଏନ୍ ନିଲ୍ଚି କାଡ଼୍ଦେଂ ନିକ୍ଚି କେଇଦ ଆହା; ଆପ୍ ତାତାଂ ର ଗାଜା କୁଟୁମ୍ ଉବ୍ଜାୟ୍ କିନାପ୍ ।" 19 ହେଏଚେକାଡ଼୍ଦ ଇସ୍ୱର୍ ତା କାଣ୍କୁ ଜେତିଲେ, ହେଦେଲ୍ ହାର୍ଦି ଏଜ଼ୁଂ କୁଇ ହୁଡ଼୍ଜି ହେବେ ହାଲ୍ଜି ତଲ୍ମଣାତ ଏଜ଼ୁଂ ନେଚ୍ଚି କାଡ଼୍ଦେଂ ଉଟ୍ପାତାତ୍ । 20 ଇଦାଂପାଚେ ଇସ୍ୱର୍ କାଡ଼୍ଦେତି ସାୟ୍ଜ ଆତିଲେ, ହେୱାନ୍ ଗାଜା ଆତାନ୍, ଇନାକିଦେଂକି ବାଟାତ ମାନ୍ଞ୍ଜି ଆମ୍ଏଚ୍ନି ବାଣ୍ୱା ଆତାନ୍ । 21 ହେୱାନ୍ ପାରଣ୍ ତର୍ନି ବାଟାତ ବାହା କିତାନ୍; ତାପାଚେ ହେୱାନ୍ତି ତେହି ର ମିସର୍ ଦେସ୍ନି ଗାଡ଼୍ଚେ ଲାହାଂ ତାଙ୍ଗ୍ ବିବା କିତାତ୍ ।
22 ଇ ୱେଡ଼ାଲିଂ ଅବିମେଲକ୍ ଆରି ପିକଲ ତର୍ନି ହେୱାନ୍ତି ମୁଡ଼୍ମେଲ୍ୟା ଅବ୍ରାହାମ୍ତିଂ ଇଚାନ୍, "ଇସ୍ୱର୍ ନିଦାଂ ସବୁ କାମାୟ୍ତ ସାୟ୍ଜ କିଦ୍ନାନ୍ । 23 ଇଦାଂକାଜିଂ ଏନ୍ ମା କାଜିଂ ଆରି ମା ନାତିନାତୁଣି କାଜିଂ ବିସାସ୍ତବିସ୍ କିଉୟ୍; ଆରେ, ଆପ୍ ମି କାଜିଂ ଇନେସ୍ ଉପ୍କାର୍ କିତାପ୍ନା, ହେ ଇସାପ୍ରେ ଏନ୍ ମା କାଜିଂ ଆରି ନି ମାନି ବାହା ଇ ଦେସ୍ କାଜିଂ ଉପ୍କାର୍ କିନାଦେର୍, ମା ଆଗେ ଇସ୍ୱର୍ତି ପାର୍ମାଣ୍ କିଜ଼ି ଇକାତା ଇନା ।"
24 ହେବେଣ୍ଡାଂ ଅବ୍ରାହାମ୍ ଇଚାନ୍, "ଆନ୍ ପାର୍ମାଣ୍ କିତାଂ ।" 25 ଆରେ ଅବିମେଲକତି ଆଡ଼ିୟାର୍ ଅବ୍ରାହାମ୍ତି ରଞ୍ଜାଙ୍ଗ୍ ହାର୍ଦିଏଜ଼ୁଙ୍ଗ୍ କୁଇ ବାଡ଼୍କାସ୍ତାଂ ଆଦିକାର୍ କିଜ଼ି ମାଚାର୍, ଲାଗିଂ ଅବ୍ରାହାମ୍ ଅବିମେଲକ୍ତିଂ କେତ୍ତାନ୍ । 26 ହେବେଣ୍ଡାଂ ଅବିମେଲକ୍ ଇଚାନ୍, "ଇ କାମାୟ୍ ଇନେର୍ କିତାର୍, ହେଦାଂ ଆପ୍ ପୁନ୍ୱାତାପ୍ନା; ଆରେ, ଏନ୍ ପା ମାଂ ୱେଚ୍ଚା ୱାତାୟ୍ନା; ଆପ୍ କେବଲ୍ ନେଞ୍ଜେଙ୍ଗ୍ ଇ କାତା ୱେଚାପ୍ ।" 27 ଇଦାଂପାଚେ ଅବ୍ରାହାମ୍ ମେଣ୍ଡା ଆରି କଡିଂ ଅଜ଼ି ଅବିମେଲକ୍ତିଂ ହିତାନ୍, ଆରେ, ରିୟାର୍ ରଞ୍ଜାଙ୍ଗ୍ ନିୟମ୍ ତିର୍ କିତାର୍ । 28 ଆରେ ଅବ୍ରାମ୍ ମାନ୍ଦାତାଂ ସାତ୍ ଗଟା ହାର୍ଦି ବକାମେଣ୍ଡାଂ ବିନେ କିଜ଼ି ଇଡ଼୍ତାନ୍ । 29 ହେବେଣ୍ଡାଂ ଅବିମେଲକ୍ ଅବ୍ରାହାମ୍ତି ୱେନ୍ବାତାନ୍, "ଏନ୍ କି ଇଚାତ ଇ ସାତ୍ ଗଟା ବକାମେଣ୍ଡାଂ ବିନେ କିଜ଼ି ଇଡ଼୍ତାୟ୍ ?"
30 ଅବ୍ରାହାମ୍ ଇଚାନ୍, "ଆନ୍ ଜେ ଇ କୁଇ କାର୍ତାଂନା, ହେବେନି ସାକି କାଜିଂ ନା ତାଂ ଇ ସାତ୍ ଗଟା ବକାମେଣ୍ଡାଂ ଅଦେଂ ଆନାତ୍ ।" 31 ଲାଗିଂ ହେ ବାହାନି ତର୍ ବେର୍ସେବା ପାର୍ମାଣ୍ କୁଇ ଆତାତ୍, ଇନେକିଦେଂକି ହେବେ ହେୱାର୍ ରିଆର୍ ପାର୍ମାଣ୍ କିତାର୍ ।
32 ଇଲାକେ ହେୱାର୍ ବେର୍ସେବା ଲାଗାୟ୍ ନିୟମ୍ ତିର୍ କିତିଲେ, ଅବିମେଲକ୍ ଆରି ପିକଲ ତର୍ନି ତା ମୁଡ଼୍ମେଲ୍ୟା ନିଙ୍ଗ୍ଜି ପଲେସ୍ଟିୟାର୍ତି ଦେସ୍ତ ମାସ୍ଦି ହାଚାର୍ । 33 ଇଦାଂପାଚେ ଅବ୍ରାହାମ୍ ହେ ବେର୍ସେବା ଲାଗାୟ୍ ର ଜାମୁ ମାର୍ ରୁସ୍ଦି ହେ ବାହାତ ଆଗେତାଂ ୱିଜ଼୍ୱି ପାତେକ୍ ଇସ୍ୱର୍ ନିତ୍ରେମାପ୍ରୁତି ତର୍ଦ ପାର୍ତନା କିତାନ୍ । 34 ଆରେ, ଅବ୍ରାହାମ୍ ପଲେସ୍ଟିୟାର୍ତି ଦେସ୍ତ ବେସି ଦିନା ବାହା କିତାର୍ ।