1 ହେ ଗଟ୍ଣା ପାଚେ କେଞ୍ଜ୍ନି କାଜିଂ ନିତ୍ରେମାପ୍ରୁତି ବଚନ୍ ଅବ୍ରାମ୍ତି ଲାଗାୟ୍ ଏକାତାତ୍, "ଏ ଅବ୍ରାମ୍, ପାଣ୍ଡ୍ରା ଆମା, ଆପ୍ ମିଂ ବିପତ୍ତ ଆଡାନାକା, ଆରି ଗାଜା ଇନାମ୍ ଲାକେ ।"
2 ହେବେ ଅବ୍ରାମ୍ତି ଉତର୍ କିତାନ୍, ଏ ମାପ୍ରୁ ନିତ୍ରେମାପ୍ରୁ, "ଏନ୍ ନାଂ ଇନାକା ହିଦ୍ନାୟ୍ ? ଆନ୍ ତ ହିମ୍ଣାୱାକ୍ଡ଼ା ଆୱାଦାଂ ହାନାଙ୍ଗା, ଆରେ, ଦମେସକ୍ନିକାନ୍ ଇଲିୟେଜର୍ ନା ଇଲ୍ନି ଦନ୍ନି ଆଦିକାରି ।" 3 ଆରେ, ଅବ୍ରାମ୍ ଇଚାନ୍, "ହୁଡ଼ା, ଏନ୍ ନାଂ ହିମ୍ଣାୱାକ୍ଡ଼ା ହିଦ୍ୱାତାୟ୍, ଲାଗିଂ ନା ଇଞ୍ଜଚନ୍ଞ୍ଚି ରୱାନ୍ ଆଡ଼ିଏନ୍ ଇମ୍ଣି ନା ଉତର୍ ଆଦିକାରି ଆନାନ୍ ।"
4 ହେଏଚେକାଡ଼୍ଦ ତା କାଜିଂ ନିତ୍ରେମାପ୍ରୁତି ଇ ବଚନ୍ ଏକାତାତ୍, "ହୁଡ଼ା, ହେ ମୁଣିକା ନି ଉତର୍ ଆଦିକାରି ଆଉନ୍; ମତର୍ ଇନେନ୍ ନି ନେତେର୍ତାଂ ଗାଟା ଆନାୟ୍, ହେୱାନ୍ ନେ ନି ଉତର୍ ଆଦିକାରି ଆନାନ୍ ।" 5 ଇଦାଂପାଚେ ନିତ୍ରେମାପ୍ରୁ ହେୱାନିଙ୍ଗ୍ ବାର୍ତ ତାସି ଇଚାନ୍, "ଏନ୍ ଆକାସ୍ତିଂ ହୁଡ଼୍ଜି ହୁକାକାଂ ଗାଣାକିଦେଂ ଆଡ୍ନାୟ୍, ତେବେ ଗାଣା କିଜ଼ି ଇଞ୍ଜା ।" ହେୱାନ୍ ଆରେ ଇଚାନ୍, "ଇ ଲାକେ ନି ବଁସ୍ ଆନାର୍ ।"
6 ହେଏଚେକାଡ଼୍ଦ ଅବ୍ରାମ୍ ନିତ୍ରେମାପ୍ରୁ ତାକେ ପାର୍ତି କିତିଲେ, ନିତ୍ରେମାପ୍ରୁ ତା ପାକ୍ୟାତ ପାର୍ତିକିନାକାନ୍ ଇଞ୍ଜି ଗାଣାକିତାନ୍ ।
7 ଇଦାଂପାଚେ ନିତ୍ରେମାପ୍ରୁ ହେୱାନିଂ ଇଚାନ୍, "ଇନେର୍ ନି ଆଦିକାର୍ କାଜିଂ ଇ ଦେସ୍ ହିନି କାଜିଂ କଲଦିୟର୍ତି ଉର୍ତାଂ ତାହିୱାତ୍ତାନ୍, ହେ ନିତ୍ରେମାପ୍ରୁ ଆପ୍ ।"
8 ହେବେ ଅବ୍ରାମ୍ ଇଚାନ୍, "ଏ ମାପ୍ରୁ, ନିତ୍ରେମାପ୍ରୁ, ଆନ୍ ଜେ ଇ ଦେସ୍ନି ଆଦିକାର୍ ଆନାଂ, ହେଦାଂ ଆନ୍ ଇନେସ୍ ପୁନାଙ୍ଗ୍ ?"
9 ନିତ୍ରେମାପ୍ରୁ ଇଚାନ୍, "ଏନ୍ ତିନ୍ ବାର୍ହୁନି ର କଡି ଆରି ତିନ୍ ବାର୍ହୁନି ର ଅଡା ଆରି ତିନି ବାର୍ହୁନି ର ମେଣ୍ଡା ଆରି ର ପାର୍ୱା ଆରି ରଞ୍ଜାଙ୍ଗ୍ ପାଣ୍ଡ୍କା ହିମ୍ଣା ମା ଲାଗାୟ୍ ତାହିୱା ।" 10 ହେବେ ଅବ୍ରାମ୍ ହେ ସବୁ ତା ଲାଗାୟ୍ ତାସି ରି ଗାଣ୍ଡ୍ରା କିଜ଼ି ଗାଣ୍ଡ୍ରା ଜପି ବିନ୍ ଗାଣ୍ଡ୍ରା ଇଡ଼୍ତାନ୍; ମତର୍ ପଟିକାଂ ରି ଗାଣ୍ଡ୍ରା କିୱାତାନ୍ । 11 ଇଦାଂପାଚେ ରାମାଣ୍ ପଟିକାକାଂ ହେ ହାତି ମାଡ଼୍କୁ ଜପି ଆର୍ତିଲେ, ଅବ୍ରାମ୍ ହେୱାକାଂ ପେସ୍ତାନ୍ ।
12 ଆରେ, ୱେଡ଼ାହାନି ୱେଡ଼ାଲିଂ ଅବ୍ରାମ୍ ବେସି ହୁଚ୍କାଣ୍କୁତାଂ ମାଜ୍ଗାତ ପାଣ୍ଡ୍ରା ଆତାନ୍ । 13 ହେଏଚେକାଡ଼୍ଦ ନିତ୍ରେମାପ୍ରୁ ଅବ୍ରାମ୍ତିଂ ଇଚାନ୍, "ନି ହିମ୍ଣାୱାକ୍ଡ଼ା ଚାର୍ସ ବାର୍ହୁ ବିନ୍ଦେସ୍ତ ବାହାକିଜ଼ି ଆଡ଼୍ୟାର୍ କାମାୟ୍ କିଜ଼ି ଦୁକ୍ ବଗି କିନାର୍; ଇଦାଂ ହାତ୍ପା ପୁନାୟ୍; 14 ମତର୍ ହେୱାର୍ ଇମ୍ଣି ଦେସ୍ନି ମାନାୟାର୍ତି ଆଡ଼ିଏନ୍ କାମାୟ୍ କିନାର୍, ଆପ୍ ହେୱାର୍ତି ବିଚାର୍ କିନାପ୍; ତାପାଚେ ହେୱାର୍ ବେସି ଦାନ୍ ଅଜ଼ି ହେ ଦେସ୍ତାଂ ହତ୍ନାର୍ । 15 ମତର୍ ଏନ୍ ୱାରିତାଂ ଜାର୍ ଆଗେନିଲାତ୍ରାର୍ତି ଲାଗାଂ ହାନାୟ୍ ଆରି ହାର୍ଦି ବୁଡ଼୍ହି ୱେଡ଼ାଲିଂ ଦୁଗେର୍ ପାୟାନାୟ୍ । 16 ଆରେ, ନି କୁଟୁମ୍ନି ଚାର୍ ଆକର୍ ଇ ଦେସ୍ତ ମାସ୍ଦି ୱାନାର୍; ଇନେକିଦେଂକି ଇମରିୟ ଲକୁର୍ତି ପାପ୍ ଇ ପାତେକ୍ ପୁରା ଆଉତେ ।"
17 ଆରେ ଏଚେକାଡ଼୍ଦ ୱେଡ଼ା ହାଚାତ୍ ଆରି ମାଜ୍ଗା ଆତାତ୍, ହୁଡ଼ା, ର କଦାନି ହଲି ଆରି କାଚାସି ଗୁଦ୍ଗିନି ହେ ପସୁ ରି ବାଗ୍ ବିତ୍ରେ ହିଜ଼ି ହାଚାନ୍ । 18 ଆରେ, ହେନାଞ୍ଜିଂ ନିତ୍ରେମାପ୍ରୁ ଅବ୍ରାମ୍ ଲାହାଂ ନିୟମ୍ ତିର୍ କିଜ଼ି ଇଚାନ୍, "ଆପ୍ ଇ ମିସର୍ ନାଗୁଡ଼୍ତାଂ ପରାତ୍ ତର୍ନି ଗାଜାନାଗୁଡ଼୍ ପାତେକ୍ ଇ ଦେସ୍ ମି କୁଟୁମ୍ତିଂ ହିତାପ୍ । 19 ଇମ୍ଣି ଦେସ୍ତ ନଙ୍ଗ୍, କେନିୟ, କନଜିୟ, କଦ୍ମନିୟ, 20 ହିତିୟ, ପରିଜିୟ, ରପାୟିୟ, 21 ଇମରିୟ, କିଣାନିୟ, ଗିର୍ଗାସିୟ ଆରି ଜିବୁସିୟର୍ତି ଦେସ୍ ପା ନିଂ ହିତାପ୍ ।"