1 ଇଦାଂପାଚେ ଇସ୍ରାଏଲ୍ ତାଦାଂ ସବୁ ଅଜ଼ି ହାଜ଼ି ଆସ୍ତାନ୍, ଆରେ, ବେର୍ସେବାତ ଜୁଜ଼ି ହେବେ ଜାର୍ ଲାତ୍ରାହି ଇସ୍ହାକ୍ତିଂ ଇସ୍ୱର୍ ଉଦେସ୍ତ ପୁଜା କିତାନ୍ । 2 ପାଚେ ପର୍ମେସ୍ୱର୍ ଇସ୍ରାଏଲ୍ତିଂ ମ୍ଡିକାଲିଂ ଚଜ୍ୟାଜ଼ି ଇଚାନ୍, "ଏ ଜାକୁବ, ଏ ଜାକୁବ ।" ପାଚେ ହେୱାନ୍ ଉତର୍ ହିତାନ୍, "ହୁଡ଼ା, ଆନ୍ ମାନାଙ୍ଗ୍ ।"
3 ହେଏଚେକାଡ଼୍ଦ ହେୱାନ୍ ଇଚାନ୍, "ଆପ୍ ଇସ୍ୱର୍, ମି ଲାତ୍ରାଦିତି ଇସ୍ୱର୍; ଏନ୍ ମିସର୍ତ ହାନି କାଜିଂ ପାଣ୍ଡ୍ରା ଆମା; ଇନେକିଦେଂକି ଆନ୍ ହେବେ ମିଂ ର ଗାଜା କୁଟୁମ୍ କିଦ୍ନାପ୍ । 4 ଆପ୍ ମି ଲାହାଂ ମିସର୍ ଦେସ୍ତ ହାନାସ୍; ଆରେ, ଆପ୍ ପା ହେବେତାଂ ନିଂ ନିଚେ ବାୱାଡ଼ାୟ୍ କିଜ଼ି ତାହିୱାଦ୍ନାପ୍, ଆରେ ଜସେପ୍ ନିଜ୍ କେଇଦ ନିଂ କାଣ୍କୁ ମୁକ୍ତାନାନ୍ ।"
5 ଇଦାଂପାଚେ ଜାକ୍ବ ବେର୍ସେବାତାଂ ହାଚାର୍; ଆରେ, ତାଂ ଅନି କାଜିଂ ପାର ଇମ୍ଣି ଗାଡ଼ି ପକ୍ଚିମାଚାନ୍, ହେବେ ଇସ୍ରାଏଲ୍ତି ମାଜ଼ିର୍ ତା ଲାତ୍ରାହି ଜାକୁବଂ ଆରି ହିମ୍ଣାକାଂ ଆରି ଡକ୍ରିକାଂ ଅସି ହାଚାର୍ । 6 ଇଦାଂପାଚେ ହେୱାର୍, ଇଚିସ୍, ଜାକୁବ ଆରି ତା ୱିଜ଼ାର୍ ବଁସ୍, ତାୱାଙ୍ଗ୍ ପସୁଙ୍ଗ୍ ଆରି କିଣାନ୍ ଦେସ୍ତ ଅର୍ଜାତାକା ୱିଜ଼ୁ ସମ୍ପତି ଅଜ଼ି ମିସର୍ ଦେସ୍ତ ଏକାତାର୍ । 7 ଇ ଲାକେ ଜାକୁବ ତା ମାଜ଼ି ନାତିର୍, ଗାଡ଼୍ହି ଆରି ନାତିଣିକ୍ ୱିଜ଼ାରିଂ ଅଜ଼ି ମିସର୍ ଦେସ୍ତ ହାଚାର୍ ।
8 ମିସର୍ ଦେସ୍ତ ୱାତି ଇସ୍ରାଏଲ୍ ବଁସ୍, ଇଚିସ୍, ଜାକୁବ ଆରି ହେୱାନ୍ତି ହିମ୍ଣାଂତି ତର୍ । ଜାକୁବତି ପାଣ୍ୱା ମାଜ଼ି ରୁବେନ୍ । 9 ରୁବେନ୍ତି ମାଜ଼ି ହନକ, ପଲ୍ଲୁ, ହିସ୍ରଣ୍ ଆରି କର୍ମି । 10 ସିମିୟତି ମାଜ଼ି ଜିମୁୟେଲ୍, ଜାମିନ୍, ଓହଦ୍, ଜାକିନ୍ ଆରି ସହର ଆରି ତା କିଣାନିୟ କଗ୍ଲେତାଂ ଗାଟାତି ମାଜ଼ି ସୌଲ । 11 ଲେବିତି ମାଜ଼ିର୍ ଗେର୍ସନ୍, କହାତ୍ ଆରି ମରାରି । 12 ଜିହୁଦାତି ମାଜ଼ିର୍ ଏର୍, ଓନନ୍, ସେଲା, ପେରସ୍ ଆରି ସେରହ; ମତର୍ ଏର୍ ଆରି ଓନନ୍ କିଣାନ୍ ଦେସ୍ତ ହାଜ଼ି ମାଚାର୍ । ପେରସ୍ତି ମାଜ଼ି ହିସ୍ରନ୍ ଆରି ହାମୁଲ । 13 ଇସାକରତି ମାଜ଼ିର୍ ତଲୟ, ପୁୟ, ଜବ ଆରି ସିମ୍ରନ୍ । 14 ସବୁଲୁନ୍ତି ମାଜ଼ିର୍ ସେରଦ, ଏଲନ୍ ଆରି ଜହଲେଲ । 15 ଇୱାର୍ ଆରି ଗାଡ଼୍ହି ଦିଣା ପଦନ୍ ଅରାମିୟତ ଜାକୁବତାଂ ଗାଟାତି ଲେୟାତି ହିମ୍ଣାଂ । ଇୱାର୍ ମାଜ଼ିର୍ ଗାଚ୍କୁ ତେତିସ୍ ଜାଣ୍ ମାଚାର୍ ।
16 ଗାଦ୍ନି ହିମ୍ଣାଂ ସିପନ୍, ହଗି, ସୁନି, ଇସବନ୍, ଏରି, ଅରଦି ଆରି ଅରେଲି । 17 ଆସେର୍ତି ହିମ୍ଣାଂ ଜିମ୍ନା, ଜିସ୍ବା, ଜିସ୍ବି, ବରିୟ ଆରି ହେୱାର୍ତି ତଣ୍ଦେଲ୍ ସେରହ । ଆରେ, ବରିୟତି ମେହିର୍ ହେବର ଆରି ମଲ୍କିୟେଲ । 18 ଲାବନ ଜାର୍ ଗାଡ଼୍ହି ଲେୟାତିଂ ସିଲ୍ପା ତର୍ନି ଇମ୍ଣି ଆଡ଼ିଏନ୍ଣି ହିଜ଼ି ମାଚାତ୍, ହେଦେଲ୍ ଜାକୁବତି ଇ ହିମ୍ଣାକାଂ ଗାଟାଜ଼ି ମାଚାତ୍ । ଇୱାର୍ ସଉଲ ଜାଣ୍ ।
19 ଆରେ, ଜାକୁବତି ଡକ୍ରି ରାହେଲ୍ତି ରିୟାର୍ ମାଜ଼ିର୍ ତର୍ ଜସେପ୍ ଆରି ବିନ୍ୟାମିନ୍ । 20 ଜସେପ୍ତି ମାଜ଼ିର୍ ମନଃସି ଆରି ଇପ୍ରୟିମ୍ ମିସର୍ ଦେସ୍ତ ଜଲମ୍ ଆଜ଼ିମାଚାର୍; ଓନ୍ ଗାଡ଼୍ଦିନି ପଟିପେର୍ ମାପ୍ରୁହେବାକିନାକାନ୍ତି ଆସନତ୍ ତର୍ନି ଗାଡ଼୍ଚେ ହେୱାରିଙ୍ଗ୍ ଗାଟାଜ଼ି ମାଚାତ୍ । 21 ଆରେ, ବିନ୍ୟାମିନ୍ତି ମେହିର୍ ବେଲା, ବେକର୍, ଅସ୍ବେଲ. ଗେରା, ନାମନ, ଇଦାଂ, ରସ, ମୁପ୍ପିମ, ହୁପ୍ପିମ ଆରି ଅର୍ଦ । 22 ଇ ଚଉଦ ଜାଣ୍ ଜାକୁବତାଂ ଗାଟାତି ରାହେଲ୍ତି ହିମ୍ଣାଙ୍ଗ୍ ।
23 ଆରେ ଦାନ୍ତି ମାଜ଼ି ହୁସିମ । 24 ନପ୍ତାଲିତି ମାଜ଼ିର୍ ଜହସିୟେଲ, ଗୁନି, ୟେସର ଆରି ସିଲେମ । 25 ଲାବନ ତା ଗାଡ଼୍ହି ରାହେଲ୍ତିଂ ବିଲ୍ହା ତର୍ନି ଇମ୍ଣି ଆଡ଼ିୟାଣି ହିଜ଼ି ମାଚାନ୍, ହେଦେଲ୍ ଜାକୁବତି ଇ ହିମ୍ଣାକାଂ ଗାଟାଜ଼ି ମାଚାତ୍; ଇୱାର୍ ୱିଜ଼ାର୍ ସାତ୍ ଜାଣ୍ ।
26 ଜାକୁବତି ନେତେର୍ତାଂ ଉବ୍ଜାତି ଇମ୍ଣି ପାରାଣିଙ୍ଗ୍ ତା ଲାହାଂ ମିସର୍ତ ଏକାତାର୍, ଜାକୁବତି ମାଜ଼ିକଡ଼ିୟାକାଂ ପିସ୍ସି ହେୱାର୍ ସବୁମେହାଜ଼ି ସାଟେଚଅ ଜାଣ୍ ମାଚାର୍ । 27 ମିସର୍ତ ଜସେପତି ଇମ୍ଣି ମାଜ଼ିର୍ ଜଲମ୍ ଆଜ଼ିମାଚାର୍, ହେୱାର୍ ରି ପାରାଣିଙ୍ଗ୍ । ମିସର୍ତ ୱାତି ଜାକୁବତି କୁଟୁମ୍ ୱିଜ଼଼ାର୍ମେହାଜ଼଼ି ସତୁରି ଜାଣ୍ ମାଚାର୍ ।
28 ଇଦାଂପାଚେ ଜସେପ୍ ଗସନ୍ ରାଜିତ ହାନି ହାଜ଼ିତ ଇନେସ୍ ଚଚ୍ଚାନାର୍, ଇଦାଂକାଜିଂ ଜାକୁବ ଜାର୍ ଆଗେ ଜିହୁଦା ତା ଲାଗାୟ୍ ପକ୍ତାନ୍; ଇଦାଂପାଚେ ହେୱାର୍ ଗସନ୍ ରାଜିତ ଜୁତାର୍ । 29 ତାପାଚେ ଜସେପ୍ ତା ଲାତ୍ରାହି ଇସ୍ରାଏଲ୍ ଲାହାଂ ମେହାଦେଂ କାଜିଂ ହାଗାଡ଼୍ ରଚ୍ଚି ଗସନ୍ ରାଜିତ ହାଚାର୍; ଆରେ, ତାଂ ହୁଡ଼୍ୟାଜ଼ି ତା ହାକ୍ ଆସ୍ସି ବେସି ସମୁ ପାତେକ୍ ଆଡ଼୍ବାତାର୍ । 30 ହେଏଚେକାଡ଼୍ଦ ଇସ୍ରାଏଲ୍ ଜସେପ୍ତିଂ ଇଚାନ୍, "ନଙ୍ଗୟ୍ ନା ହାକି ଆୟେତ୍, ଆନ୍ ନି ମୁମ୍ ହୁଡ଼୍ତାଂ, ଏନ୍ ତ ନେଞ୍ଜେଙ୍ଗ୍ ପାତେକ୍ ଜିତାୟ୍ନା ।"
31 ଇଦାଂପାଚେ ଜସେପ୍ ତା ଟଣ୍ଡାହିରିଂ ଆରି ଲାତ୍ରାହି କୁଟୁମ୍ତିଂ ଇଚାନ୍, "ଆନ୍ ହାଲ୍ଜି ପାରଙ୍ଗ୍ କାବୁର୍ ହିଜ଼ି ଇନାଙ୍ଗ୍, କିଣାନ୍ ଦେସ୍ତାଂ ନା ଟଣ୍ଡାର୍ ଆରି ଆବାକୁଟୁମ୍ ନା ଲାଗାୟ୍ ୱାତାର୍ଣ୍ଣା ।" 32 ହେୱାର୍ ପସୁପହାକିନାକାର୍ ଆରି ପସୁ ବେପାରି, ଲାଗିଂ ହେୱାର୍ ତାଦାଂ କଡିଂମେଣ୍ଡାଙ୍ଗ୍ ମାନ୍ଦା ସବୁ ତାହିୱାତାର୍ଣ୍ଣା । 33 ପାଚେ ପାର ମିଂ କୁକିକିଜ଼ି ମିଦାଂ ଇମ୍ଣି ବେପାରି ? ଇ କାତା ଏଚେକାଡ଼୍ଦ ୱେନ୍ବାତାନ୍, 34 ହେଏଚେକାଡ଼୍ଦ ଏପେଙ୍ଗ୍ ଇନାଦେର୍, "ନି ଇ ଆଡ଼ିୟାର୍ ହିମ୍ଣାୱେଡ଼ାତାଂ ଇପାତେକ୍ ଆକର୍ଦାଦିର୍ତାଂ ପସୁ ବେପାରି; ପାଚେ ଏପେଙ୍ଗ୍ ଗସନ୍ ରାଜିତ ବାହା କିନାଦେର୍; ଇନେକିଦେଂକି ପସୁପହାକିନାକାର୍ ମିସର୍ନିକାର୍ତି ଲାଗାୟ୍ ଗିଣ୍ନିକାର୍ ମାଚାର୍ ।"