1 ଇଦାଂପାଚେ ଆଦମ୍ ଜାର୍ କଗ୍ଲେ ହବା ଲାହାଙ୍ଗ୍ ହୁନ୍ଚିଲେ, ହେଦେଲ୍ ଏସ୍ପିସ୍ତି କୟି ଇଚିସ୍ ଲାବ୍ ତର୍ନି ରୱାନ୍ କାଡ଼୍ଦେ ଜଲମ୍ କିତାତ୍, "ନିତ୍ରେମାପ୍ରୁତି ଉପ୍କାର୍ତାଂ ନାଦାଂ ରୱାନ୍ ମାଜ଼ି ଲାବ୍ ଆତାନ୍ନା ।" 2 ଇଦାଂପାଚେ ହେଦେଲ୍ ହେବଲ୍ ଇଚିସ୍ ବାରବୁଲା ତର୍ନି ହେୱାନ୍ତି ଜେତାକାନିଂ ଜଲମ୍ କିତାତ୍ । ନଂଗୟ୍ ହେବଲ୍ ମେଣ୍ଡାଙ୍ଗ୍ ଗଡ଼ିୟା ଆରି କୟିନ କାମ୍ଲିୟା ଆତାନ୍ । 3 ସମୁ ଇସାବ୍ରେ କୟିନ ନିତ୍ରେମାପ୍ରୁତି ଉପ୍କାର୍ତ ମେଦ୍ନିତାଂ ନିଙ୍ଗ୍ତି ପାଡ଼୍ ତାସି ହିତାନ୍ । 4 ଆରେ ହେବଲ୍ ପା ଜାର୍ ମାନ୍ଦାତାଂ ପ୍ରତୁମ୍ ଦାଡ଼ିକିତି ଏଚେଗଟା ପସୁ ଆରି ହେୱାଙ୍ଗ୍ତି କ୍ଡୱା ପୁଜା କିତାନ୍ । ନିତ୍ରେମାପ୍ରୁ ହେବଲ୍ତିଂ ଆରି ହେୱାନ୍ତି ଆକାତ୍ତିଂ ମାନ୍ କିତାନ୍ । 5 ମତର୍ କୟିନଙ୍ଗ୍ ଆରି ହେୱାନ୍ତି ଆକାତ୍ତିଂ ହେୱାନ୍ ମାନ୍ କିୱାତାନ୍ । ଲାଗିଂ କୟିନ ବେସି ରିସା ଆଜ଼ି ଦୁକ୍ ଆତାନ୍ । 6 ହେବେ ନିତ୍ରେମାପ୍ରୁ କୟିନଙ୍ଗ୍ ଇଚାନ୍, "ଏନେଙ୍ଗ୍ ଇନେକିଦେଂ ରିସା ଆନାୟା ? ଆରେ ଇନେକିଦେଂ ଦୁକ୍ ଆନାୟା ? 7 ହାର୍ଦିକାମାୟ୍ କିତିସ୍, କି ଏନ୍ ଜପିମୁମ୍ ଆଉୟ୍ ? ହାର୍ଦିକାମାୟ୍ କିୱିତିସ୍, ପାପ୍ ଦୁୱେର୍ତ କାସି ମାନାତ୍; ନି କାଜିଂ ତା ଇଚା ମାନ୍ଗାନାତ୍, ମତର୍ ଏନ୍ ତା ଜପି ରାଜ୍ କିନି ଲଡ଼ା ।"
8 ଇଦାଂପାଚେ କୟିନ ତା ଟଣ୍ଡାହି ହେବଲ୍ ହୁଦାଂ ବେଣ୍ କିତାର୍ । ତାପାଚେ ହେୱାର୍ ଜମିତ ମାନି ୱେଡ଼ାଂ କୟିନ ତା ଟଣ୍ଡାହି ହେବଲ୍ତିଂ ପେସ୍ଦି ଅସ୍ତାନ୍ ।
9 ଇଦାଂପାଚେ ନିତ୍ରେମାପ୍ରୁ କୟିନଙ୍ଗ୍ ୱେନ୍ବାତାନ୍, "ନି ଟଣ୍ଡେନ୍ ହେବଲ୍ ଇମେତାକେ ?"
ହେୱାନ୍ ଇଚାନ୍, "ଆନ୍ ପୁନୁଙ୍ଗ୍, ଆନ୍ ଇନାକା ନା ଟଣ୍ଡେନ୍ନିଂ ରାକ୍ୟାକିନାକାଂ ?"
10 ହେୱାନ୍ ଇଚାନ୍, "ଏନ୍ ଇନାକା କିତାୟ୍ନା ? ନି ଟଣ୍ଡେନ୍ନି ନେତେର୍ ବୁଇଁତାଂ ମାଙ୍ଗେଙ୍ଗ୍ କୁକ୍ତାନାତା । 11 ଇଦାଂକାଜିଂ ଇମ୍ଣି ବୁମି ନି କେଇଦାଂ ନି ଟଣ୍ଡେନ୍ତି ନେତେର୍ ଇଟ୍ନିକାଜିଂ ଜାର୍ ୱେଇ ଜେୟା ଆତାତ୍ନା, ହେ ବୁଇଁତ ନଙ୍ଗ୍ ଏନ୍ ସାଇପ୍ ଆତାୟ୍; 12 ବୁଇଁତ କାମାୟ୍ କିତିସ୍ ପା ହେଦାଂ ଜାର୍ ସାକ୍ତି ହିଜ଼ି ଆରେ ନି ହେବା କିଉୟ୍; ଏନ୍ ପୁର୍ତିତ ହନ୍ପାନାକାନ୍ ଆରି ବୁଲାନାକାନ୍ ଆନାୟ୍ ।"
13 କୟିନ ନିତ୍ରେମାପ୍ରୁଙ୍ଗ୍ ଇଚାନ୍, "ନା ଡାଣ୍ଡ୍ ବେସି ଆତାତ୍ନା ହୁନ୍ଞ୍ଜେଙ୍ଗ୍ ଆଡୁଙ୍ଗ୍ । 14 ହୁଡ଼ା, ଏନ୍ ନେଞ୍ଜେଙ୍ଗ୍ ନାଂ ଇ ବାହାତାଂ ପେସ୍ଦାତାୟ୍, ହେବେଣ୍ଡାଂ ନି ମୁମ୍ଦାଂ ଆନ୍ ଚଜ୍ୟା ଆଉଙ୍ଗ୍; ଇଲାକେ ପୁର୍ତିତ ହନ୍ପାନାକାର୍ ଆରି ବୁଲାନାକାନ୍ ଆତିସ୍ ଏଲେଙ୍ଗ୍ ଆନାତ୍ ଜେ, ଇମ୍ଣାକାନ୍ ନାଂ ଗାଟାଆତ୍ତିସ୍ ଅସ୍ତାନାନ୍ ।"
15 ଆରେ ନିତ୍ରେମାପ୍ରୁ ହେୱାନିଙ୍ଗ୍ ଇଚାନ୍, "ଇଦାଂକାଜିଂ ଇନେର୍ କୟିନଙ୍ଗ୍ ଅସ୍ତିସ୍, ହେୱାନ୍ତି ସାତ୍ଗୁଣ୍ ଡାଣ୍ଡ୍ ଆନାତ୍ ।" ଆରେ, ଇନେର୍ ହେୱାନିଙ୍ଗ୍ ହୁଡ଼୍ଜି ଇନେସ୍ ଅହ୍ମେର୍ ଇଞ୍ଜି, ଇଦାଂ କାଜିଂ ନିତ୍ରେମାପ୍ରୁ କୟିନ କାଜିଂ ର ଚିନ୍ ରଚ୍ଚାନ୍ । 16 ଇଦାଂପାଚେ କୟିନ ନିତ୍ରେମାପ୍ରୁତି ମୁମ୍ଦାଂ ହାଲ୍ଜି ଏଦନ୍ନି ୱେଡ଼ାହନିନିପ ନଦ ତର୍ନି ବାହାତ ବାହା କିତାନ୍ ।
17 ଆରେ କୟିନ ଜାର୍ ଡକ୍ରିଂ ହୁନ୍ଚିଲେ, ହେଦେଲ୍ ଏସ୍ପିସ୍ତି ହନକଙ୍ଗ୍ ଗାଟା ଆତାତ୍; ଆରେ, ହେୱାନ୍ ର ଗାଡ଼୍ ରଚ୍ଚି ଜାର୍ ମାଜ଼ି ତର୍ଇସାପ୍ରେ ହେବେନି ତର୍ ହନକ ହିତାନ୍ । 18 ହେ ହନକ ମାଜ଼ି ଇରଦ ଆରି ଇରଦତି ମାଜ଼ି ମହୁୟାୟେଲ ଆରି ମହୁୟାୟେଲତି ମାଜ଼ି ମତୁସାୟେଲ ଆରି ମତୁସାୟେଲତି ମାଜ଼ି ଲେମକ । 19 ଇ ଲେମକ ରିଣ୍ତି ଡକ୍ରି ବିବା କିତାନ୍, ରଞ୍ଜେଲ୍ ତର୍ ଆଦା ଆରି ଆରେ ରଞ୍ଜେଲ୍ ତର୍ ସିଲ୍ଲା ମାଚାତ୍ । 20 ଆଦାନି ପଟତ ଜାବଲ ଜଲମ୍ କିତାତ୍, ହେୱାନ୍ ତୁମ୍ଦ ବାହାକିନାନ୍ ପସୁପହାକିନାକାର୍ତି ଆକ ମାଚାନ୍ । 21 ହେୱାନ୍ତି ଟଣ୍ତେନ୍ ତର୍ ଜୁବଲ, ହେୱାନ୍ ଡୁଣ୍ଡୁଙ୍ଗା ଆରି ହୁରୁଡ଼ି ତୁବ୍ନାକାରିଂ ଆକ ମାଚାନ୍ । 22 ସିଲ୍ଲାନି ପଟତ ତୁବଲ-କୟିନ ଜଲମ୍ ଆତାନ୍, ହେୱାନ୍ ପିତାଡ଼୍ ଆରି ଲୱାନି ବେସି ବାନି ଆତିୟାର୍ ରଚ୍ନାକାନ୍ ମାଚାନ୍; ତୁବଲ-କୟିନତି ନୟମା ତର୍ନି ରଞ୍ଜେଲ୍ ତଣ୍ଦେଲ୍ ମାଚାତ୍ ।
23 ଇଦାଂପାଚେ ଲେମକ ଜାର୍ ଡକ୍ରିକାଂ ଇଚାନ୍,
ଆଗ ଆଦା ଆରି ସିଲ୍ଲା, ନା କାତା ୱେନାଟ୍;
ଆଗ ଲେମକତି ଡକ୍ରିକ୍, "ଏପେଙ୍ଗ୍ ନା କାତାତ କିତୁଲ୍ ହିୟାଟ୍; ଆନ୍ ବାଦା ହୁଜାନିତ ରୱାନ୍ ମାନାୟ୍ତିଂ ଆରି ଟ୍ରାକ୍ନି ହୁଜାନିତ ରୱାନ୍ ବେଣ୍ଡିୟାଙ୍ଗ୍ ଅସ୍ତାଙ୍ଗ୍ନା;
24 ଜଦି କୟିନତି ଅସ୍ତିନି ପାତିପାଡ଼୍ ସାତ୍ଗୁଣ୍ ଆତିସ୍,
ତେବେ ଲେମକତି ପାତିପାଡ଼୍ ସତୁରିସାତ୍ ଗୁଣ୍ ନିଚେ ଆନାତ୍ ।"
25 ଇଦାଂପାଚେ ଆଦମ୍ ଆରେରଗ ଜାର୍ ଡକ୍ରିଂ ହୁନ୍ଚିଲେ, "ହେଦେଲ୍ ର ମାଜ଼ି ଗାଟାଜ଼ି ତା ତର୍ ସେତ (ଇଚିସ୍ ବାଦୁଲ୍) ହିତାନ୍; ଇନେକିଦେଂକି ହେୱାନ୍ ଇଚାନ୍, ଇସ୍ୱର୍ ହେବଲ୍ନି ବାଦୁଲ୍ ଲାକେ ଆରେ ରକାନ୍ ମାଜ଼ି ନାଂ ହିତ୍ତାନ୍ନା, ଇନେକିଦେଂକି କୟିନ ହେୱାନିଂ ଅସ୍ତି ମାଚାନ୍ ।" 26 ହେବେ ସେତତି ପା ର ମାଜ଼ି ଜଲମ୍ ଆତାନ୍: ଆରେ ହେୱାନ୍ ତା ତର୍ ଇନସ ହିତାନ୍ । ଇ ୱେଡ଼ାଲିଂ ମାନାୟାର୍ ନିତ୍ରେମାପ୍ରୁତି ତର୍ଦ ପାର୍ତାନା କିଦେଂ ଲାଗାତାର୍ ।