1 ହେ ସମୁତ ଜାକୁବ ଜାର୍ ଆବାତି ବାହାକିନି ବାହା କିଣାନ୍ ଦେସ୍ତ ବାହା କିଜ଼ିମାଚାନ୍ । 2 ଜାକୁବତି କୁଟୁମ୍ ଏଲେଙ୍ଗ୍ । ଜସେପ୍, ସତ୍ର ବାର୍ହୁ ବଁଇସ୍ ୱେଡ଼ାଲିଂ, ତା ଟଣ୍ଡାହିର୍ ଲାହାଂ ପସୁ ମାନ୍ଦାଂ ହାରାୟ୍କିଜ଼ି ମାଚାର୍: ହେୱାର୍ ଜାର୍ ଆବା ହାରୁଡକ୍ରି ବିଲ୍ହା ଆରି ସିଲ୍ପାତି ମାଜ଼ିର୍ ମାଚାର୍; ଆରେ, ଜସେପ୍ ଜାର୍ ଟଣ୍ଡାରିଙ୍ଗ୍ ବାନ୍ୟାବେବାର୍ନି କାବୁର୍ ଲାତ୍ରାହି ଲାଗାୟ୍ ତାସିମାଚାନ୍ ।
3 ହେ ଜସେପ୍ ଇସ୍ରାଏଲ୍ତି ବୁଡ଼୍ହି ୱେଡ଼ାଲିଂ ହିମ୍ଣା ଆନି କାଜିଂ ଜାକୁବ୍ ୱିଜ଼ାର୍ ମାଜ଼ିର୍ତାଂ ତାଂ ବେସି ଜିଉନତାନ୍, ଆରେ ତାଂ କାବ୍ରାଚିଚ୍ରା ରଞ୍ଜାଙ୍ଗ୍ ଆଙ୍ଗି ରଚ୍ଚି କିଜ଼ି ମାଚାନ୍ । 4 ମତର୍ ଲାତ୍ରାହି ୱିଜ଼ାର୍ ମାଜ଼ି ବାଟା ଜସେପତିଂ ବେସି ଜିଉନନାକା ହୁଡ଼୍ଜି ତା ଟଣ୍ଡାହିର୍ ତାଂ ଗିଣ୍ କିତାର୍ ଆରି ତା କାଜିଂ ଜିଉନନାକା କାତା ଇଞ୍ଜେଙ୍ଗ୍ ଆଡ୍ୱାତାର୍ ।
5 ଇଦାଂପାଚେ ଜସେପ୍ ର ନାଣାଲିଂ କ୍ଡେଞ୍ଜ୍କଣ୍ ହୁଡ଼୍ତାନ୍ ଆରେ ହେଦାଂ ଜାର୍ ଟଣ୍ଡାହିରିଂ ଇଚାନ୍; ଇବେ ହେୱାର୍ ତାଙ୍ଗେଙ୍ଗ୍ ଆରେ ଆଦିକ୍ ଗିଣ୍ କିତାର୍ । 6 ଇନେକିଦେଂକି ଜସେପ୍ ହେୱାରିଙ୍ଗ୍ ଇଚାନ୍, "ଆନ୍ ଇମ୍ଣି କ୍ଡେଞ୍ଜ୍କଣ୍ ହୁଡ଼୍ତାଂନା, ଗୱାରି କିଦ୍ନାଙ୍ଗା, ହେଦାଂ ୱେନାଟ୍ ।" 7 ହୁଡ଼ାଟ୍, ଆସେଙ୍ଗ୍ ଜମିତ ପେଣ୍ଡାଙ୍ଗ୍ ଗାଚ୍ଚି ମାଚାସ୍, ହେବେ ହୁଡ଼ାଟ୍, ନା ପେଣ୍ଡା ନିଂଜି ନିଲ୍ତାତ୍; ଆରେ, ହୁଡ଼ାଟ୍, ମି ପେଣ୍ଡା ସବୁ ନା ପେଣ୍ଡାତିଂ ଚାରିବେଣ୍ତାଂ ନିଲ୍ଚି ଜୱାର୍ କିତିକ୍ ।
8 ଇବେ ତା ଟଣ୍ଡାହିର୍ ତାଂ ଇଚାର୍, "ଏନ୍ ଇନାକା ହାତେ ମା ରାଜା ଆନାୟ୍ ? ଏନ୍ ଇନାକା ହାତେ ମା ଜପି ରାଜ୍ କିଦ୍ନାୟ୍ ?" ହେବେ ହେୱାର୍ ତା ସବୁ କ୍ଡେଞ୍ଜ୍କଣ୍ ଆରି କାତା କାଜିଂ ତାଂ ଆରେ ଆଦିକ୍ ଗିଣ୍ କିତାର୍ । 9 ଇଦାଂପାଚେ ଜସେପ୍ ଆରେ ରଞ୍ଜାଙ୍ଗ୍ କ୍ଡେଞ୍ଜ୍କଣ୍ ହୁଡ଼୍ଜି ଟଣ୍ଡାରିଙ୍ଗ୍ ୱେଚ୍ଚାନ୍, "ହୁଡ଼ାଟ୍, ଆନ୍ ଆରେ ରଞ୍ଜାଙ୍ଗ୍ କ୍ଡେଞ୍ଜ୍କଣ୍ ହୁଡ଼୍ତାଂନା, ହୁଡ଼ାଟ୍, ୱେଡ଼ା ଆରି ଲେଞ୍ଜ୍ ଆରି ଏଗାର୍ଗଟା ହୁକାଂ ନାଂ ଜୱାର୍ କିତ୍ତିକ୍ ।"
10 ମତର୍ ଜସେପ୍ ଜାର୍ ଲାତ୍ରାହି ଆରି ଟଣ୍ଡାରିଙ୍ଗ୍ ମୁମ୍ଦ ହେଦାଂ ଇଚିଲେ, ତା ଲାତ୍ରାହି ତାଂ କେତ୍ତି ଇଚାନ୍, "ଏନ୍ ଇଦାଂ ଇନେସ୍ବାନି କ୍ଡେଞ୍ଜ୍କଣ୍ ହୁଡ଼୍ତାୟ୍ ? ଆନ୍ ଆରି ନି ଆୟା ଆରି ନି ଟଣ୍ଡାର୍, ଆପେଙ୍ଗ୍ ଇନାକା ଡାଣ୍ଡାହାଡ଼୍ ଆଜ଼ି ନିଙ୍ଗେଙ୍ଗ୍ ଜୱାର୍ କିଦେଂ ୱାନାପ୍ ?" 11 ତାପାଚେ ତା ଟଣ୍ଡାର୍ ତାଙ୍ଗେଙ୍ଗ୍ ଆକାର୍ ଆତାର୍, ମତର୍ ତା ଲାତ୍ରାହି ହେ କାତାତିଂ ମାନ୍ତ ଇଡ଼୍ଜି ଚିନ୍ତା କିତାନ୍ ।
12 ଦିନେକ୍ ତା ଟଣ୍ଡାହିର୍ ଲାତ୍ରାହିତି ପସୁ ମାନ୍ଦାଙ୍ଗ୍ ହାରାୟ୍କିଦେଂ ସିକିମ୍ତ ହାଲ୍ଜି ମାଚାର୍ 13 ଇସ୍ରାଏଲ୍ ଜସେପତିଂ ଇଚାନ୍, "ନି ଟଣ୍ଡାର୍ ଇନାକା ସିକିମ୍ତ ପସୁ ମାନ୍ଦାଙ୍ଗ୍ ହାରାୟ୍ କିଉରା କି ?" ୱାଡ, ଆନ୍ ନିଂ ହେୱାର୍ ଲାଗାୟ୍ ପକ୍ତାନାଂ; ହେବେ ଜସେପ୍ ଇଚାନ୍, "ହୁଡ଼ା, ଆନ୍ ଇବେ ମାନାଙ୍ଗ୍ ।" 14 ହେଏଚେକାଡ଼୍ଦ ଜାକୁବ୍ ତାଂ ଇଚାନ୍, "ଏନ୍ ହାଲ୍ଜି ନି ଟଣ୍ଡାର୍ ଆରି ପସୁ ମାନ୍ଦାଙ୍ଗ୍ ହାର୍ ମାନିକ୍ କି ଆକାୟ୍, ହେଦାଂ ହୁଡ଼୍ଜି ନା ଲାଗାୟ୍ କାବୁର୍ ତାଆ ।" ଇଲାକେ ହେୱାନ୍ ହିବ୍ରଣନି ତାରେନ୍ ମେଦ୍ନିତାଂ ଜସେପ୍ ପକ୍ତିଲେ, ହେୱାନ୍ ସିକିମ୍ତ ହାଚାନ୍ । 15 ହେଏଚେକାଡ଼୍ଦ ରୱାନ୍ ମାନାୟ୍ ଜସେପତିଂ ଜମିତ ଇଣ୍ଟିଙ୍ଗ୍ହାଣ୍ଟିଙ୍ଗ୍ ବୁଲାନାକା ହୁଡ଼୍ଜି ୱେନ୍ବାତାନ୍, "ଏନ୍ ଇନାକା ଡେକ୍ନାୟା ?"
16 ହେୱାନ୍ ଇଚାନ୍, "ନା ଟଣ୍ଡାରିଙ୍ଗ୍ ଡେକ୍ନାଙ୍ଗା, ହେୱାର୍ ଇମେତାକେ ପସୁମାନ୍ଦାଙ୍ଗ୍ ହାରାୟ୍କିନାରା, ଦୟାକିଜ଼ି ନାଂ ୱେଚ୍ଚା ।" 17 ହେ ମାନାୟ୍ ଇଚାନ୍, "ହେୱାର୍ ଇବେତାଂ ହାଚାର୍ଣ୍ଣା; ଇନେକିଦେଂକି ଆନ୍ ୱେନ୍ଞ୍ଜି ମାଚାଙ୍ଗ୍, ହେୱାର୍ ଦତନତ ହାନାର୍ ଇଞ୍ଜି ଇଞ୍ଜିମାଚାର୍ ।" ଲାଗିଂ ଜସେପ୍ ଜାର୍ ଟଣ୍ଡାହିର୍ ପାଚେ ପାଚେ ହାଲ୍ଜି ଦତନତ ହେୱାରିଙ୍ଗ୍ ହୁଡ଼୍ତାନ୍ ।
18 ହେୱାର୍ ତାଂ ଦେହାତାଂ ହୁଡ଼୍ତାର୍, ଆରେ, ହେୱାନ୍ ହେୱାର୍ ଲାଗାୟ୍ ଏକିନି ଆଗେ ହେୱାର୍ ତାଂ ଅସ୍ତେଙ୍ଗ୍ କାଜିଂ ହାତୁର୍ କିତାର୍ । 19 ଆରେ, ହେୱାର୍ ରୱାନ୍ ଆରେରୱାନିଂ ଇଚାନ୍, "ଇୱାନ୍ ହୁଡ଼ାଟ୍, କ୍ଡେଞ୍ଜ୍କଣ୍ ହୁଡ଼୍ନାକାନ୍ ମାନିନିକାନ୍ ୱାନାନା । 20 ୱାଡ, ଆସେଙ୍ଗ୍ ତାଙ୍ଗେଙ୍ଗ୍ ଅସ୍ତି ଇମ୍ଣି ର କ୍ଡଇଦ ତୁହିନାସ୍; ଆରେ, ଇମ୍ଣାକାପା ଜନ୍ତୁ ତାଙ୍ଗେଙ୍ଗ୍ ଚିଚାତ୍ ଇଞ୍ଜି ଇନାସ୍; ଆଏତ୍ ହୁଡ଼୍ନାସ୍, ତାଦି କ୍ଡେଞ୍ଜ୍କଣ୍ ଇନାକା ଆନାତ୍ ।"
21 ଇ କାତା ୱେନ୍ଞ୍ଜି ରୁବେନ୍ ହେୱାର୍ କେଇଦାଂ ତାଂ ରାକ୍ୟା କିଜ଼ି ଇଚାନ୍, "ଆକାୟ୍, ଆସେଙ୍ଗ୍ ତାଂ ପାରାଣ୍ତ ଅହୁସ୍ ।" 22 ଆରେ ରୁବେନ୍ ହେୱାର୍ କେଇଦାଂ ତାଂ ରାକ୍ୟା କିଜ଼ି ଲାତ୍ରାହି ଲାଗାୟ୍ ମାସ୍ଦି ପକ୍ତେଙ୍ଗ୍ ମାନ୍ତ ହେୱାରିଙ୍ଗ୍ ଇଚାନ୍, "ଏପେଙ୍ଗ୍ ଅହ୍ମାଟ୍, ବାଟାନି ଇ କ୍ଡଇ ବିତ୍ରେ ତାଂ ତୁହିୟାଟ୍, ମତର୍ ତା କାଜିଂ କେଇ ନିକ୍ମାଟ୍ ।" 23 ଇଦାଂପାଚେ ଜସେପ୍ ଟଣ୍ଡାର୍ ଲାଗାୟ୍ ୱାତିଲେ, ହେୱାର୍ ତା ଆଙ୍ଗି, ହେ ବାରବିନି ବାନାନି ଆଙ୍ଗି, ତା ଗାଗାଡ଼୍ତାଂ ଉନ୍ଦି ଅତାର୍; 24 ତାଂ ଆସ୍ତି କ୍ଡଇ ବିତ୍ରେ ତୁହିତାର୍, ହେ କ୍ଡଇ ୱାରାକା, ହେବେ ଏସ୍ ହିଲିତିକ୍ । 25 ପାଚେ ହେୱାର୍ ଚିଞ୍ଜେଙ୍ଗ୍ କୁଚ୍ଚାର୍; ହେୱାର୍ କକ୍ଚି ହୁଡ଼୍ତାର୍, ଇନେର୍ ଗିଲିୟଦ୍ତାଂ ର କୁଦା ଇସ୍ମାଏଲ୍ ହାଜ଼୍ଦାକାର୍ ଉଟ୍ ଜପି ହାର୍ଦିଗାନ୍ଦା ଜିନିସ୍ ଆରି ଦୁପ୍ନି ଆରି ଗାନ୍ଦାରାସ୍ ଅଜ଼ି ମିସର୍ ଦେସ୍ତ ହାନାରା । 26 ହେଏଚେକାଡ଼୍ଦ ଜିହୁଦା ଟଣ୍ଡାରିଙ୍ଗ୍ ଇଚାନ୍, "ମା ଟଣ୍ଡେନିଙ୍ଗ୍ ଅସ୍ତି ତାଦି ନେତେର୍ ଡ଼ୁକ୍ତିସ୍, ମା ଲାବ୍ ଇନାକା ? 27 ୱାଡ, ଆସେଙ୍ଗ୍ ତାଂ ଇ ଇସ୍ମାଏଲ୍ଲିୟ ମାନାୟ୍ତିଂ ପ୍ରନାସ୍, ମା କେଇ ତା ଜପି ନିଙ୍ଗ୍ମେତ୍; ଇନେକିଦେଂକି ହେୱାନ୍ ମା ଟଣ୍ଡେନ୍ ଆରି ମା ଜେଇ ଲାକେ ।" ହେବେ ତା ଟଣ୍ଡାହିର୍ ରାଜି ଆତାର୍ । 28 ହେଏଚେକାଡ଼୍ଦ ହେ ମିଦିୟନିୟ ବେପ୍ରିୟାର୍ ଲାଗାଂ ୱାତିଲେ, ତା ଟଣ୍ଡାହିର୍ ଜସେପତିଂ କ୍ଡଇ ବିତ୍ରେତାଂ ଜପି ଜାଲ୍ଜି ତାହିୱାତାର୍; ଆରେ, ଇସ୍ମାଏଲ୍ଲିୟର୍ତାଂ କଡ଼େ ରୁପା ଟାକାଂ ଅଜ଼ି ଜସେପତିଂ ପ୍ରତାର୍; ହେବେ ହେୱାର୍ ଜସେପତିଂ ମିସର୍ ଦେସ୍ତ ଅସିହାଚାର୍ ।
29 ଇଦାଂପାଚେ ରୁବେନ୍ କ୍ଡଇ ଲାଗାୟ୍ ମାସ୍ଦିହାଲ୍ଜି ଜସେପ୍ କ୍ଡଇ ବିତ୍ରେ ହିଲୁନ୍, ଇଦାଂ ହୁଡ଼୍ଜି ତା ହେନ୍ଦ୍ରା କେଚ୍ଚାନ୍ । 30 ଆରେ, ଟଣ୍ଡାର୍ ଲାଗାୟ୍ ମାସ୍ଦି ୱାଜ଼ି ଇଚାନ୍, "କାଡ଼୍ଦେ ହିଲୁନ୍; ଆରେ ଆନ୍ ଇମେତାକେ ହାନାଙ୍ଗ୍ ?" 31 ଇଦାଂପାଚେ ହେୱାର୍ ଜସେପତି ଆଙ୍ଗି ଅଜ଼ି ର ଅଡା ଅସ୍ତି ତା ନେତେର୍ତ ହେଦାଂ କ୍ଡୁକ୍ତାର୍ । 32 ଆରେ, ହେୱାର୍ ତା ଲାତ୍ରାହି ଲାଗାୟ୍ ହେ କାବ୍ରାଚିତ୍ରା ଆଙ୍ଗି ପକ୍ଚି ହିଜ଼ି ଇଚାର୍, "ଆସେଙ୍ଗ୍ ଏଚେକ୍ ମତର୍ ପାୟାତାପ୍, ଇଦାଂ ନି ମାଜ଼ିତି ଆଙ୍ଗି କି ଆକାୟ୍, ଚିନ୍କିଆ ।"
33 ହେବେ ହେୱାନ୍ ହେଦାଂ ଚିନିକିଜ଼ି ଇଚାନ୍, "ଇ ଆଙ୍ଗି ତ ନା ମାଜ଼ିତି; ଇମ୍ଣାକାପା ମୁରୁକ୍ ଜାତ୍କୁ ତାଂ ଚିଚିକ୍ନା, ଜସେପ୍ ନିଚୟ୍ ଗାଣ୍ଡ୍ରା ଗାଣ୍ଡ୍ରା ଆଜ଼ି ହାତାନ୍ନା ।" 34 ପାଚେ ଜାକୁବ୍ ତା ଆଙ୍ଗି କେଚ୍ଚି ବାସ୍ତା ଉସ୍ପିସ୍ ମାଜ଼ି କାଜିଂ ବେସି ଦିନ୍ ପାତେକ୍ ଆଡ଼୍ବାତାନ୍ 35 ଇଦାଂପାଚେ ହେୱାନ୍ତି ୱିଜ଼ାର୍ ମାଜ଼ି ଆରି ଗାଚ୍କୁ ନିଂଜି ତା ଦୁକ୍ସାରାୟ୍ କିଦେଂ ଜାତୁନ୍ କିତାର୍; ମତର୍ ହେୱାନ୍ ମାନି କିୱାତାନ୍, ଆରେ, ହେୱାନ୍ ଇଚାନ୍, ଆନ୍ ଆଡ଼୍ବିସ୍ ଆଡ଼୍ବିସ୍ ମାଜ଼ି ଲାଗାୟ୍ ଦୁଗେର୍ତ ହାନାଙ୍ଗ୍ । ଇ ବାନି ତା ଲାତ୍ରାହି ତା କାଜିଂ ଆଡ଼୍ବାତାନ୍ । 36 ଇଦାଂବିତ୍ରେ ହେ ମିଦିୟନିୟରିଂ ମିସର୍ ଦେସ୍ତ ପଟିପର୍ ତର୍ନି ପାରତି କାମ୍ଲିଆ, ଇଚିସ୍, ରାକ୍ୟାକିନାକାନ୍ ମୁଡ଼୍ମେଲ୍ୟାଙ୍ଗ୍ ଜସେପତିଂ ପ୍ରତାର୍ ।