1 ଆରେ, ଜାକୁବ ମା ଆବାତି ୱିଜ଼ୁ ଦାନ୍ ମ୍ଡାତାନ୍ନା ଆରି ମା ଆବାତି ଦାନ୍ତାଂ ତାଦି ଇ ୱିଜ଼ୁ କାବାନିକା ଆତାତ୍ନ୍ନା, ଲାବନତି ମେହିର୍ତି ଇ କାତା ଜାକୁବ ୱେଚାନ୍ । 2 ଆରେ, ଲାବନ ହେଦାଂ କାଜିଂ ଆଗେ ଲାକେ ଆକାୟ୍, ଇଦାଂ ଜାକୁବ ତା ମୁମ୍ ହୁଡ଼୍ଜି ବୁଜାତାନ୍ । 3 ଇଦାଂପାଚେ ନିତ୍ରେମାପ୍ରୁ ଜାକୁବତିଂ ଇଚାନ୍, ମାଜ଼ି ନି ଆବାର୍ ଦେସ୍ତ ଲକ୍ବାକ୍ ଲାଗାୟ୍ ମାସ୍ଦି "ହାଲା, ଆପ୍ ମିଂ ସାଇଜ ଆଦ୍ନାପ୍ ।" 4 ଲାଗିଂ ଜାକୁବ ବାଟାତ ପସୁମାନ୍ଦା ଲାଗାୟ୍ ରାହେଲ୍ ଆରି ଲେୟାତିଂ କୁକ୍ଚି ଇଚାନ୍, 5 ଆନ୍ ହୁଡ଼୍ନାଙ୍ଗା, ମି ଆବାତି ମୁମ୍ ନା କାଜିଂ ଆଗେ ଲାକେ ଆକାୟ୍; ମତର୍ ନା ଆକର୍ତି ଇସ୍ୱର୍ ନା ସାଇଜ ଆଦ୍ନାନ୍ । 6 ଆନ୍ ନା ସବୁ ସାକ୍ତି ହିଜ଼ି ମି ଆବାତି ଆଡ଼ିଏନ୍ କାମାୟ୍ କିତାଂନା, ଇଦାଂ ଏପେଙ୍ଗ୍ ପୁନାଟ୍ । 7 ଆତିସ୍ପା ମି ଆବା ନାଙ୍ଗେଙ୍ଗ୍ ମିଚ୍ଇଞ୍ଜି ଦାସ୍ହଟ୍ ନାଦି ଦାର୍ମା ବାଦ୍ଲାୟ୍ କିତାନ୍ନା; ମତର୍ ଇସ୍ୱର୍ ତାଙ୍ଗେଙ୍ଗ୍ ନା ବୁଡାୟ୍ କିଦେଂ ହିୱାତାନ୍ନା । 8 ଇନେକିଦେଂକି କାବ୍ରାଚିତ୍ରା ପସୁଙ୍ଗ୍ ନି ଦାର୍ମା ଲାକେ ଆନାତ୍, ହେୱାନ୍ ନିଜେ ଏଚେକାଡ଼୍ଦ ଇ କାତା ଇଞ୍ଚାନ୍, ହେଏଚେକାଡ଼୍ଦ ୱିଜ଼ୁ ପସୁଙ୍ଗ୍ କାବ୍ରାଚିତ୍ରା ହିମ୍ଣାଙ୍ଗ୍ ଦାଡ଼ିକିତିକ୍; ଆରେ, ଗାରିତିକିଂ ପସୁଙ୍ଗ୍ ନି ଦାର୍ମା ଲାକେ ଆନିକ୍, ହେୱାନ୍ ଏଚେକାଡ଼୍ଦ ଇଦାଂ ଇଚାନ୍, ହେଏଚେକାଡ଼୍ଦ ୱିଜ଼ୁ ପସୁଙ୍ଗ୍ ଗାରିନିକିଂ ହିମ୍ଣାଙ୍ଗ୍ ଦାଡ଼ିକିତିକ୍ । 9 ଇଲାକେ ପର୍ମେସ୍ୱର୍ ମିଞ୍ଜ୍ବାତି ପସୁ ଦନ୍ ଅଜ଼ି ନାଂ ହିତ୍ତାନ୍ ।
10 ଇନେକିଦେଂକି ପସୁଙ୍ଗ୍ ଗାର୍ବଣା ୱେଡ଼ାଲିଂ ଆନ୍ କ୍ଡେଞ୍ଜ୍କଣ୍ତ ହୁଡ଼୍ତାଂ, ହୁଡ଼ାଟ୍, ମାନ୍ଦାକାଂ ଲାଗାନିକିକ୍ ୱିଜ଼ୁ ଅଡାଙ୍ଗ୍ ଗାରିଙ୍ଗ୍ ଆରି କାବ୍ରାଚିତ୍ରା ଆରି ଟିକାଚିନ୍ । 11 ହେଏଚେକାଡ଼୍ ଇସ୍ୱର୍ତି ଦୁତ୍ କ୍ଡେଞ୍ଜ୍କଣ୍ତ ନାଙ୍ଗେଙ୍ଗ୍ ଜାକୁବ ଇଞ୍ଜି କୁକ୍ତିତିଲେ, ଆନ୍ ଇଚାଙ୍ଗ୍, "ହୁଡ଼ା, ଆନ୍ ଇବେ ।" 12 ତାପାଚେ ହେୱାନ୍ ଇଚାନ୍, "ନଂ ମାସ୍ଦି ହୁଡ଼୍ଦା, ମାନ୍ଦାକାଂ ଲାଗାନିକିକ୍ ୱିଜ଼ୁ ଅଡା ଗାରିନିକିଂ, କାବ୍ରାଚିତ୍ରା ଆରି ଟିକାନିକିଂ; ଇନେକିଦେଂକି ନି କାଜିଂ ଲାବନ ଇନେସ୍ ବେବାର୍ କିନାନ୍, ହେଦାଂ ଆପ୍ ହୁଡ଼୍ତାପ୍ । 13 ଇମେତାକେ ମାଜ଼ି ର ମୁଣ୍ଡା ହୁଗ୍ଇଟ୍ତାୟ୍ନା ଆରି ମା ଲାଗାୟ୍ ତୁସ୍ପିସ୍, ହେ ବୈତେଲ୍ନି ଇସ୍ୱର୍ ଆନ୍; ନଂ ନିଂଜି ଇ ଦେସ୍ ପିସ୍ସି ନି ଲକୁ ଦେସ୍ତ ମାସ୍ଦି ହାଲା ।"
14 ହେବେ ରାହେଲ୍ ଆରି ଲେୟା ଉତର୍ କିତିକ୍, "ମାଞ୍ଜ୍ବାତି ଇଞ୍ଜ ମାଦାଂ କି ଦନ୍ ଆରେ ଅଲପ୍ ବାଗ୍ ଆଦିକାର୍ ମାନାତ୍ ? 15 ଆପେଙ୍ଗ୍ ଇନାକା ତା ଲାଗାୟ୍ ବିଦେସିର୍ ଲାକେ ଗାଣା କିୟାଆଉପ୍ ? ଇନେକିଦେଂକି ହେୱାନ୍ ମାଂ ପ୍ରସି ମା ମଲ୍ ପୁରା ବଗ୍ କିତାନ୍ନା । 16 ଇନେକିଦେଂକି ଇସ୍ୱର୍ ମାଞ୍ଜି ଆବାତାଂ ଇମ୍ଣି ସବୁ ଦନ୍ ଅତାନ୍ନା, ହେ ସବୁ ମାଦାଂ ଆରି ମା ହିମ୍ଣାଙ୍ଗ୍ତି ।" ଲାଗିଂ ପର୍ମେସ୍ୱର୍ ମିଂ ଇନାକା ଇଞ୍ଚାନ୍, "ଏପ୍ ହେଦାଂ କିୟାଟ୍ ।"
17 ପାଚେ ଜାକୁବ ନିଂଜି ତା ହିମ୍ଣାକାଂ ଆରି ଡକ୍ରିକାଂ ଉଟ୍ ଜପି କୁଚିକିତାନ୍; 18 ଆରେ, ତା ଆର୍ଜାତି ପସୁଙ୍ଗ୍ ସବୁ ଦନ୍, ଇଚିସ୍, ପଦନ୍ ଅରାମିୟତ ଇମ୍ଣି ପସୁ ଆରି ଇମ୍ଣି ସମ୍ପତି ଆର୍ଜାଜ଼ି ମାଚାନ୍, ହେଦାଂ ଅଜ଼ି କିଣାନ୍ ଦେସ୍ତ ତା ଲାତ୍ରାହି ଇସ୍ହାକ୍ ଲାଗାୟ୍ ହାଚାନ୍ । 19 ହେ ୱେଡ଼ାଲିଂ ଲାବନ ମେଣ୍ଡାତି ତେମୁଲ୍ ରାଜ଼୍ଦେଂ ହାଲ୍ଜି ମାଚାନ୍; ଆରେ, ରାହେଲ୍ ତା ଲାତ୍ରାହିତି ପେନ୍କୁକାଂ ମ୍ଡାତାତ୍ । 20 ଆରେ ଜାକୁବ ତା ହନ୍ନାକା ଇମ୍ଣାକାପା କାବୁର୍ ହିୱାଦାଂ ଅରାମିୟ ଲାବନତିଂ ମିଚ୍କାତା କିତାନ୍ । 21 ଇ ବାନି ହେୱାନ୍ ତାଦି ସବୁ ଅଜ଼ି ହନ୍ତାନ୍, ଆରେ, ନିଂଜି (ପରାତ୍) ନାଗୁଡ଼୍ ନାସି ଗିଲିୟଦ୍ ମାଡ଼ି ନିପ ହୁଡ଼୍ଜି ତାଂତାନ୍ ।
22 ଇଦାଂପାଚେ ତିନ୍ ଦିନ୍ତାଂ ଲାବନତିଂ ଜାକୁବତି ହନ୍ନାକା କାବୁର୍ ହିୟାତାତ୍ । 23 ପାଚେ ହେୱାନ୍ ଜାର୍ କୁଟୁମ୍ରିଙ୍ଗ୍ ଲାହାଂ ଅଜ଼ି ତା ପାଚେ ପାଚେ ସାତ୍ ଦିନ୍ନି ହାଜ଼ିତିଂ ହନ୍ଚି ହାଲ୍ଜି ଗିଲିୟଦ୍ ମାଡ଼ି ଲାଗାୟ୍ ତାଂ ବେଟାତାନ୍ । 24 ମତର୍ ଇସ୍ୱର୍ ନାଣାଲିଂ କ୍ଡେଞ୍ଜ୍କଣ୍ତ ଅରାମିୟ ଲାବନ ଲାଗାୟ୍ ଏକିସ୍ ତାଙ୍ଗେଙ୍ଗ୍ ଇଚାନ୍, "ଜାଗ୍ରତ୍, ଜାକୁବତିଂ ବଲ୍ମନ୍ଦ୍ ଇନାକାପା ଇନ୍ମା ।" 25 ଇଦାଂପାଚେ ଲାବନ ଜାକ୍ବତି ହାଙ୍ଗ୍ ଆହ୍ନି ୱେଡ଼ାଲିଂ ଜାକୁବତି ତୁମ୍ ମାଡ଼ି ଜପି ରଚ୍ଚାକା ମାଚାତ୍; ପାଚେ ଲାବନ ନେ କୁଟୁମ୍ନିକାର୍ ଲାହାଂ ଗିଲିୟଦ୍ ମାଡ଼ିତ ତୁମ୍ ରଚ୍ଚାନ୍ ।
26 ଆରେ, ଲାବନ ଜାକୁବତିଂ ଇଚାନ୍, "ଏନ୍ ଇନେକିଦେଂ ଏଲେଙ୍ଗ୍ କାମାୟ୍ କିତାୟ୍ ? ନାଂ ମିଚ୍ ଇଞ୍ଚାୟ୍, ଆରେ, ନା ଗାଚ୍କୁକାଂ କାଣ୍ଡାଆସ୍ତି ବନ୍ଦି ଲକୁ ଲାକେ ତାହିୱାତାୟ୍ । 27 ଏନେଙ୍ଗ୍ ନାଂ ମିଚ୍ କାତା ଇନ୍ଞ୍ଜି ଇନେକିଦେଂ ଡ଼ୁଗ୍ଜି ହନ୍ଚି ୱାତାଦେର୍ ? ଇନେକିଦେଂ ନାଂ କାବୁର୍ ହିଦ୍ୱାତାଦେର୍ ? ହିଜ଼ିମାଞ୍ଚିସ୍, ଆନ୍ ମିଙ୍ଗ୍ ୱାରି ଆରି କେର୍ଦାନାଂ, ଆରେ, ଡାପ୍ ଆରି ମରିବାଜା ଲାହାଂ ହେଲ ହିତ୍ତାଂମା । 28 ଏନ୍ ନା ନାତିନାତ୍ଣିକାଂ ଡନ୍ଞ୍ଜେଙ୍ଗ୍ ପା ନାଂ ପାବ୍ ହିଦ୍ୱାତାୟ୍, ଇଦାଂ ବେସି ବେରୁନି କାମାୟ୍ । 29 ନିଙ୍ଗେଙ୍ଗ୍ ଆକାର୍ କିଦେଂ ନା କେଇ ପାକ୍ୟାତ ପାର୍ମାଣ୍, ମତର୍ ହାଚିନାଣା ମିଞ୍ଜି ଆବା ଇସ୍ୱର୍ ନାଂ ଇଞ୍ଚାନ୍, ଜାଗ୍ରତ୍, ଜାକୁବ୍ତିଂ ବଲ୍ମନ୍ଦ୍ ଇନାକା ଇନ୍ମା । 30 ଆରେ ଆବାତି ଇଲ୍ ଏତ୍କିଜ଼ି ତାନ୍ଦ୍ରାସି ଜଦି ଇନାକିଦେଂ ହାଚାୟ୍, ତେବେ ନା ପେନ୍କୁକାଂ ଇନେକିଦେଂ ମ୍ଡାତାୟ୍ ?"
31 ତାପାଚେ ଜାକୁବ ଲାବନତିଂ ଉତର୍ ହିତାନ୍, "ନା ପାଣ୍ଡ୍ରୁ ଆତାତ୍; ଇନେକିଦେଂକି ଇନେସ୍କି ଏନ୍ ନା ତାକେଣ୍ଡାଂ ନି ଗାଚ୍କୁକାଂ ବଲକ୍ତାର୍ କ୍ଡିସ୍ତି ଅନାୟ୍, ଏଲେଙ୍ଗ୍ ବିଚାର୍ କିତାଂ । 32 ମତର୍ ଏନ୍ ଇନାକାନ୍ତାଙ୍ଗ୍ ନି ପେନ୍କୁକାଂ ପାୟାନାୟ୍, ହେୱାନ୍ ଜିଉନ୍; ନା ତାକେ ନିଦାଂ ଇନାକା ମାନାତ୍, ହେଦାଂ ମା କୁଟୁମ୍ନିକାର୍ ମୁମ୍ଦ ଚିନି କିଜ଼ି ଅୱା," ଇନେକିଦେଂକି ଜାକୁବ ରାହେଲ୍ତି ହେ ମ୍ଡାନି ବିସ୍ରେ ପୁନ୍ୱାଦାଂ ମାଚାନ୍ । 33 ହେବେ ଲାବନ ଜାକୁବତି ତୁମ୍ଇଲ୍ ଆରି ଲେୟାତି ତୁମ୍ଇଲ୍ ଆରି ରି ଆଡ଼ିଏଣିକ୍ ତୁମ୍ଇଞ୍ଜ ହାଲ୍ଜି ଡେକ୍ତାନ୍; ମତର୍ ଗାଟାୱାତାନ୍ । ଲାଗିଂ ହେୱାନ୍ ଲେୟାତି ତୁମ୍ଇଞ୍ଜ ପିସ୍ତି ରାହେଲ୍ତି ତୁମ୍ଇଞ୍ଜ ହଣ୍ଗାତାତ୍ । 34 ମତର୍ ରାହେଲ୍ ହେ ପେନ୍କୁକାଂ ଅଜ଼ି ଉଟ୍ନି ଲାଦା ମଣା ବିତ୍ରେ ଇଡ଼୍ଜି ତା ଜପି କୁଚ୍ଚି ମାଚାତ୍ । ହେବେ ଲାବନ ତା ତୁମ୍ଇଲ୍ନି ସବୁ ବାହାତ ଡେକ୍ତିସ୍ ପା ହେଦାଂ ଗାଟାୱାତାନ୍ । 35 ହେଏଚେକାଡ଼୍ଦ ରାହେଲ ଲାତ୍ରାହିଂ ଇଚାତ୍, "ଆନ୍ ନି ମୁମ୍ଦ ନିଂଦେଂ ଆଡ୍ୱାତାଂନା ଇଞ୍ଜି ନା ମାପ୍ରୁ ରିସା ଆମେନ୍, ଇନେକିଦେଂକି ଆନ୍ ରାଡ଼ା ଆତାଂନା ।" ଇଲାକେ ହେୱାନ୍ ଡେକ୍ତିସ୍ ପା ପେନ୍କୁକାଂ ଗାଟାୱାତାନ୍ ।
36 ତାପାଚେ ଜାକୁବ ରିସାଜ଼ି ଲାବନତିଂ କେତ୍ତାନ୍; ଆରେ, ଜାକୁବ ଲାବନତିଂ ଉତର୍ କିଜ଼ି ଇଚାନ୍, "ନାଦାଂ ଇନାକା ଦସ୍ ଆରି ଇନାକା ପାପ୍ ଆତାତ୍ ଜେ, ଏନ୍ ରିସାଜ଼ି ନା ପାଚେ ପାଚେ ହନ୍ଚି ୱାତାୟ୍ ? 37 ଏନ୍ ତ ନା ସବୁ ଜିନିସ୍ ଡେକ୍ତାୟ୍, ଆରେ ଏନ୍ ଇଞ୍ଜିନି ଇନାକାପା ଜିନିସ୍ ଗାଟାତାଦେର୍ କି ? ହେଦାଂ ନାଦାଂ ଆରି ମି ଇ କୁଟୁମ୍ନି ମୁମ୍ଦ ଇଡ଼୍ଜିତୁହିଆ, ଇୱାର୍ ମା ରିୟାର୍ତି ବିଚାର୍ କିଏନ୍ । 38 ଇ କଡ଼େ ବାର୍ହୁ ଆତାତ୍ ନି ଲାହାଂ ମାଚାଙ୍ଗ୍ । ନି ମେଣ୍ଡିଙ୍ଗ୍ ଆରି ତେୟାଅଡାଂ ଅର୍ଚାୟ୍ ଆୱିତିକ୍ନା, କି ଆନ୍ ନି ମାନ୍ଦାନି ମେଣ୍ଡାକାଂ ତିନ୍ୱାତାଂନା । 39 ଆତିସ୍ ମୁରୁକ୍ ଜନ୍ତୁ ଇମ୍ଣାକାଦ୍ଲିଂ କର୍ତା କିତାତ୍, ହେଦାଂ ପା ନି ଲାଗାୟ୍ ତାୱାତାଂ; ହେ କେତି ନିଜେ ହୁନ୍ଞ୍ଚାଙ୍ଗ୍; ୱେଡ଼ାଲିଂ ଚରି ହାଲେତ୍ କି ନାଣା ଚରି ହାଲେତ୍, ହେଦାଂ ଏନେଙ୍ଗ୍ ନା କେଇଦାଂ ଅତାୟ୍ । 40 ୱେଡ଼ାଲିଂ କାରା, ନାଣା କାକାର୍, ନା କସ୍ଟ ପାୟାତାଂ; ନା କାଣ୍ଗାତାଂ ହୁଚ୍କାଣ୍କୁ ହାଚିକ୍; ଏଲେଙ୍ଗ୍ ଆନ୍ ମାଚାଙ୍ଗ୍; 41 ଆନ୍ କଡ଼େ ବାର୍ହୁ ପାତେକ୍ ନି ଇଞ୍ଜ ମାଚାଙ୍ଗ୍; ନି ରି ଗାଚ୍କୁ କାଜିଂ ଚଉଦ ବାର୍ହୁ ଆରି ପସୁ କାଜିଂ ଚଅ ବାର୍ହୁ ଆଡ଼ିଏନ୍ କାମାୟ୍ କିତାଂ; ଇ ବିତ୍ରେ ଏନ୍ ଦସ୍ ହଟ୍ ନା ଦାର୍ମା ବାଦ୍ଲାୟ୍ କିତାୟ୍ନା । 42 ନା ଆକର୍ତି ଇସ୍ୱର୍, ଅବ୍ରାହାମ୍ତି ଇସ୍ୱର୍ ଆରି ଇସ୍ହାକ୍ତି ପାଣ୍ଡ୍ରାନିବାହା ଜଦି ନା ସାଇଜ ଆୱିତିସ୍, ଲାଗିଂ ଆତିସ୍ପା ନଂ ଏନ୍ ନାଙ୍ଗେଙ୍ଗ୍ ୱାରି କେଇଦାଂ ହେଲ ହିତ୍ତାଦେର୍ମା । ଇସ୍ୱର୍ ନା ଦୁକ୍ ଆରି କେଇନି କସ୍ଟ ହୁଡ଼୍ଦାତାନ୍ନା; ଲାଗିଂ ହାଚି ନାଣା ନିଂ ଦାମ୍କାୟ୍ କିତ୍ତାର୍ ।"
43 ହେବେଣ୍ଡାଂ ଲାବନ ଜାକୁବଙ୍ଗ୍ ଇଚାନ୍, "ଇ ଗାଚ୍କୁ ନା ଗାଚ୍କୁ ଆରି ଇ ହିମ୍ଣାଙ୍ଗ୍ ନା ହିମ୍ଣାଙ୍ଗ୍ ଆରି ଇ ପସୁଙ୍ଗ୍ ନା ପସୁଙ୍ଗ୍, ଆରେ, ଇନା ଇନାକା ହୁଡ଼୍ନାଦେରା, ହେ ସବୁ ନାଦାଂ; ଇଦାଂକାଜିଂ ନା ଇ ଗାଚ୍କୁକାଂ ଆରି ଇୱେକ୍ ଗାଟାନି ହିମ୍ଣାକାଂ ଆନ୍ ଇନାକା କିନାଙ୍ଗ୍ ? 44 ୱାଡ, ଆସେଙ୍ଗ୍ ରିୟାସ୍ ନିୟମ୍ ତିର୍ କିନାସ୍, ହେଦାଂ ମା ସାକି ଆୟେତ୍ ।"
45 ହେଏଚେକାଡ଼୍ଦ ଜାକୁବ ର କାଲ୍ ଅଜ଼ି ମୁଣ୍ଡା ଲାକେ ରୁସ୍ତାନ୍ । 46 ଆରେ, ଜାକୁବ ତା କୁଟୁମ୍ନିକାରିଂ ଇଚାନ୍, "ଏପେଙ୍ଗ୍ କାଲ୍କୁ ରୁଣ୍ଡାୟ୍ କିୟାଟ୍; ତାପାଚେ ହେୱାର୍ କାଲ୍କୁ ତାସି ର ଗାଦି କିତିଲେ, ୱିଜାର୍ ହେ ବାହାତ ହେ ଗାଦି ଜପି ଚିଚାର୍ । 47 ଇଦାଂପାଚେ ଲାବନ ତା ତର୍ ଜିଗର-ସାହଦୁତା ଇଡ଼୍ତାନ୍, ମତର୍ ଜାକୁବ ତା ତର୍ ଗଲୟଦ୍ (ସାକି ଗାଦି) ଇଡ଼୍ତାନ୍ ।" 48 ହେଏଚେକାଡ଼୍ଦ ଲାବନ ଇଚାନ୍, "ଇ ଗାଦି ନେଞ୍ଜେଙ୍ଗ୍ ମିଙ୍ଗେଙ୍ଗ୍ ମାଂ ସାକି ଆଜ଼ି ମାନ୍ଗାତାତ୍; ଇଦାଂକାଜିଂ ତା ତର୍ ଗଲୟଦ୍ ଆରି ମିସ୍ପା କାନାକାର୍-ବାହା ଇଡ଼୍ତାନ୍," 49 ଇନେକିଦେଂକି ମିସ୍ପା ଇଚାନ୍, "ଆପେଙ୍ଗ୍ ହାରି ଚଞ୍ଜ୍ୟା ଆତିସ୍, ନିତ୍ରେମାପ୍ରୁ ନାଂ ଆରି ନି ଜାଗ୍ୱାଡ଼ାର୍ ମାନ୍ଗାନାର୍ । 50 ଏନ୍ ଜଦି ନା ଗାଚ୍କୁକାଂ ଦୁକ୍ ହିନାଦେର୍, କି ନା ଗାଚ୍କୁ ମାନୁ ମାନୁ ବିନ୍ କଗ୍ଲେକାଂ ବିବା କିନାଦେର୍, ତେବେ ହେ ୱେଡ଼ାଲିଂ ଇମ୍ଣାକାନ୍ପା ମାନାୟ୍ ମା ଲାଗାୟ୍ ମାନ୍ଗୁତ୍, ମତର୍ ହୁଡ଼ାଟ୍, ଇସ୍ୱର୍ ମା ଆରି ମି ବିତ୍ରେ ସାକି ଆନାତ୍ ।" 51 ଆରେ ଲାବନ ଜାକୁବଙ୍ଗ୍ ଇଚାନ୍, ଇ ଗାଦି ହୁଡ଼ାଟ୍, ଆରେ, ମା ରିୟାର୍ତି ମାଦ୍ଣାକା ନା ରଚ୍ଚାକା ଇ ମୁଣ୍ଡା ହୁଡ଼ାଟ୍ । 52 ଆନ୍ ବାନ୍ୟା କିନି କାଜିଂ ଇ ଗାଦି ନାସି ନିପଣ୍ଡାଙ୍ଗ୍ ହାଲୁଙ୍ଗ୍, ଆରି ଏନ୍ ଇ ଗାଦି ଆରି ଇ ମୁଣ୍ଡା ନାସି ନାପଣ୍ଡାଙ୍ଗ୍ ୱାଉଦେର୍; ଇବେନି ସାକି ଇ ଗାଦି ଆରି ଇବେନି ସାକି ଇ ମୁଣ୍ଡା । 53 ଇ ବିସ୍ରେ ଅବ୍ରାହାମ୍ତି ପର୍ମେସ୍ୱର୍, ନାହର୍ତି ପରମେସ୍ୱର୍ ଆରି ହେୱାର୍ତି ଆକର୍ତି ପରମେସ୍ୱର୍ ମା ଆରି ମି ବିତ୍ରେ ବିଚାର୍ କିନାନ୍; ହେଏଚେକାଡ଼୍ଦ ଜାକୁବ ତା ଲାତ୍ରାହି ଇସ୍ହାକ୍ ପାଣ୍ଡ୍ରାନି ବାହାତ ପାର୍ମାଣ୍ କିତାନ୍ । 54 ଇଦାଂପାଚେ ଜାକୁବ ହେ ମାଡ଼ିତ ପୁଜା କିଜ଼ି ଚିଞ୍ଜେଙ୍ଗ୍ କାଜିଂ ତା କୁଟୁମ୍ତିଂ କୁକ୍ତାନ୍, ତାପାଚେ ହେୱାର୍ ତିନ୍ଞ୍ଜି ମାଡ଼ିତ ହାର୍ତାନାଣା ହୁଞ୍ଚାର୍ । 55 ଇଦାଂପାଚେ ଲାବନ ନାଡ଼ିହିଂ ନିଙ୍ଗ୍ଜି ତା ଗାଚ୍କୁକାଂ ଆରି ହିମ୍ଣାକାଂ ଡନ୍ଜି ଆର୍ସିବାଦ୍ କିତାନ୍; ଇଲାକେ ଲାବନ ଜାର୍ବାହାତ ମାସ୍ଦି ହାଚାନ୍ ।