1 ଆରେ ମିସର୍ ଦେସ୍ତ ତାସ୍ ମାନାତ୍, ଇ କାତା ୱେନ୍ଜି ଜାକୁବ ଜାର୍ ମାଜ଼ିରିଂ ଇଚାନ୍, "ଏପେଙ୍ଗ୍ ଇନେକିଦେଂ ହାରି ହୁଡ଼୍କା ଆନାଦେରା ?" 2 ହେୱାନ୍ ଆରେ ଇଚାନ୍, "ହୁଡ଼ାଟ୍, ଆନ୍ ୱେଚାଙ୍ଗ୍, ମିସର୍ ଦେସ୍ତ ତାସ୍ ମାନାତ୍; ଲାଗିଂ ଏପେଙ୍ଗ୍ ହେବେ ହାଲ୍ଜି ମା କାଜିଂ ତାସ୍ କଡ଼୍ଜି ତାହିୱାଡ; ପାଚେ ଆସେଙ୍ଗ୍ ହାୱାଦାଂ ଜିନାସ୍ ।" 3 ଇଦାଂପାଚେ ଜସେପତି ଦାସ୍ ଜାଣ୍ ଟଣ୍ଡାର୍ ତାସ୍ କଡ଼୍ଦେଂ କାଜିଂ ମିସର୍ ଦେସ୍ତ ହାଚାର୍ । 4 ମତର୍ ଜାକୁବ ଜସେପତି ନିଜେ ଟଣ୍ଡାହି ବିନ୍ୟାମିନ୍ତିଂ ଟଣ୍ଡାହିର୍ ଲାହାଂ ପକ୍ୱାତାନ୍; ଇନେକିଦେଂକି ହେୱାନ୍ ଇଚାନ୍, "ଇନେସ୍କି ଇୱାନିଙ୍ଗ୍ ଗର ଗିଟାନାତ୍ ।" 5 ହେଏଚେକାଡ଼୍ଦ ଇସ୍ରାଏଲ୍ ହାନି ଲକୁ ବିତ୍ରେ ଜାକୁବ୍ତି ମାଜ଼ିର୍ ତାସ୍ କଡ଼୍ନି କାଜିଂ ହାଚାର୍, ଇନେକିଦେଂକି କିଣାନ୍ ଦେସ୍ତ ପା କାତାର୍ ମାଚାତ୍ । 6 ହେ ୱେଡ଼ାଲିଂ ଜସେପ୍ ହେ ଦେସ୍ନି ମୁଣିକା ଆତିଲେ ଦେସ୍ନି ଲକୁ ୱିଜ଼ାରିଙ୍ଗ୍ ତାସ୍ ପ୍ରସି ମାଚାନ୍; ପାଚେ ଜସେପତି ତା ମେଣ୍ଡାଂ କୁନ୍ଦିକିଜ଼ି ଜୱାର୍ କିତାର୍ । 7 ହେଏଚେକାଡ଼୍ଦ ଜସେପ୍ ତା ଟଣ୍ଡାହିରିଂ ହୁଡ଼୍ଜି ଚିନ୍କିତାନ୍, ମତର୍ ହେୱାର୍ ମୁମ୍ଦ ପୁନ୍ୱିତି ଲଗାଂ ଲାକେ ବେବାର୍ କିଜ଼ି ବାଦିକିନି କାତାତ ଇଚାନ୍, "ଏପେଙ୍ଗ୍ ଇମେତାଂ ୱାତାଦେର୍ଣ୍ଣା ?" ହେୱାର୍ ଇଚାର୍, "କିଣାନ୍ ଦେସ୍ତାଂ କାଦିକଣ୍ଡା କଡ଼୍ଦେଂ ୱାତାପ୍ନା ।"
8 ମତର୍ ଜସେପ୍ ତା ଟଣ୍ଡାହିରିଂ ଚିନିକିତିଲେ ପା ହେୱାର୍ ତାଂ ଚିନ୍କିଦେଂ ଆଡ୍ୱାତାର୍ । 9 ପାଚେ ଜସେପ୍ ହେୱାର୍ତି ବିସ୍ରେ ଇମ୍ଣି ସବୁ କ୍ଡେଞ୍ଜ୍ଜି ମାଚାନ୍, ହେଦାଂ ଏତ୍ କିଜ଼ି ହେୱାରିଙ୍ଗ୍ ଇଚାନ୍, "ଏପେଙ୍ଗ୍ ଚର୍ ଲଗୁ; ଦେସ୍ନି ନାଦାର୍ ହୁଡ଼୍ଦେଂ ଏପେଙ୍ଗ୍ ୱାତାଦେର୍ଣ୍ଣା ।"
10 ହେୱାର୍ ଇଚାର୍, "ଆକାୟ୍ ମାପ୍ରୁ, ହେଦାଂ ଆକାୟ୍, ନି ଇ ଆଡ଼ିୟାର୍ କାଦିକଣ୍ଡା କଡ଼୍ଦେଂ ୱାତାର୍ଣ୍ଣା ।" 11 ଆପେଙ୍ଗ୍ ୱିଜ଼ାକାପ୍ ର ମାପ୍ରୁତି ମେହିକାପ୍, ଅପେଙ୍ଗ୍ ହୁଦାର୍ ଲଗୁ, ନି ଇ ଆଡ଼୍ୟାର୍ ଚର୍କୁ ଆକାୟ୍ ।
12 ତେବେ ହେୱାନ୍ ହେୱାରିଙ୍ଗ୍ ଇଚାନ୍, "ଆକାୟ୍, ଆକାୟ୍, ଏପେଙ୍ଗ୍ ଦେସ୍ତ ନାଦାର୍ ହୁଡ଼୍ଦେଂ ୱାତାଦେର୍ଣ୍ଣା ।"
13 ହେୱାର୍ ଇଚାର୍, "ନି ଇ ଆଡ଼୍ୟାର୍ ବାର୍ ବାୟ୍, କିଣାନ୍ ଦେସ୍ନି ରୱାନ୍ ମାଜ଼ିକାପ୍; ଆରେ ହୁଡ଼ା, ମା ହାରୁ ଟଣ୍ଡେନ୍ ଆବା ଲାଗାୟ୍ ମାନାନ୍, ଆରି, ରୱାନ୍ ହିଲୁନ୍ ।"
14 ପାଚେ ଜସେପ୍ ହେୱାରିଙ୍ଗ୍ ଇଚାନ୍, "ଆପ୍ ମିଂ ଚର୍ ଇଞ୍ଜି ଇନାକା ଇଞ୍ଚାପ୍, ଏପେଙ୍ଗ୍ ହେଦାଂ ନେ ପାର୍ମାଣ୍ ।" 15 ଇଦାଂ ହୁଦାଂ ମିଂ ପରିକ୍ୟା କିଆନାତ୍; ଆପ୍ ପାରତି ଆୟଁସ୍ନି ପାର୍ମାଣ୍ କିଜ଼ି ଇଞ୍ଜ୍ନାପା, ନି ହାରୁ ଟଣ୍ଡେନିଂ ଇବେ ୱାୱିତିସ୍, ଏପେଙ୍ଗ୍ ଇବେତାଂ ହାଞ୍ଜେଙ୍ଗ୍ ଆଡୁଦେର୍ । 16 ମି ବିତ୍ରେତାଂ ରୱାନିଂ ପକାଟ୍, ହେୱାନ୍ ନି ଟଣ୍ଡେନିଂ ତାହିୱାୟେନ୍, ଏପେଙ୍ଗ୍ ବନ୍ଦି ମାନାଟ୍; ମି କାତା ସତ୍ କି ଆକାୟ୍, ପରିକ୍ୟା ଆତିସ୍ ପୁନ୍ୟା ଆନାତ୍; ନଲେ ଆନ୍ ପାରତି ଆୟଁସ୍ନି ପାର୍ମାଣ୍ କିଜ଼ି ଇଞ୍ଜ୍ନାଙ୍ଗା, ଏପ୍ ହାତେନେ ଚର୍ ଲଗୁ । 17 ପାଚେ ଜସେପ୍ ହେୱାରିଙ୍ଗ୍ ତିନ୍ ଦିନ୍ ବନ୍ଦି ଇଞ୍ଜ ବନ୍ଦି କିସି ଇଡ଼୍ତାନ୍ ।
18 ଆରେ, ତିନ୍ ଦିନ୍ତ ଜସେପ୍ ହେୱାରିଙ୍ଗ୍ ଇଚାନ୍, "ଇସ୍ୱର୍ତିଂ ମା ପାଣ୍ଡ୍ରୁ ମାନାତ୍; ଲାଗିଂ ଇ କାମାୟ୍ କିୟାଟ୍, ହେବେ ଜିନାଦେର୍ । 19 ଏପେଙ୍ଗ୍ ଜଦି ହୁଦାର୍ ଲଗୁ, ତେବେ ମି ବିତ୍ରେତାଂ ର ଟଣ୍ଡେନିଂ ଇ ବନ୍ଦି ଇଞ୍ଜ ବନ୍ଦି ଇଡ଼୍ଜି କାତାର୍ କାଜିଂ ଇଞ୍ଜ ତାସ୍ ଅୱାଟ୍ । 20 ମତର୍ ଏପେଙ୍ଗ୍ ମି ହାରୁ ଟଣ୍ଡେନିଙ୍ଗ୍ ମା ଲାଗାଂ ତାହିୱାଡ, ପାଚେ ମି କାତା ପାର୍ମାଣ୍ ଆତିସ୍, ଏପେଙ୍ଗ୍ ହାଉଦେର୍ । ପାଚେ ହେୱାର୍ ହେ ଲାକେ କିତାର୍ ।"
21 ଇଦାଂପାଚେ ହେୱାର୍ ହାରି ଇନ୍ବାଆତାର୍, ଆପେଙ୍ଗ୍ ମା ଟଣ୍ଡେନ୍ ବିସ୍ରେ ନିଚେ ଦସି ଆତାପ୍ନା; ହେୱାନ୍ ମାଂ ଗୱାରି କିନି ୱେଡ଼ାଂ ଆପ୍ ତା ପାରାଣ୍ନି ବିପ୍ତି ହୁଡ଼୍ତିଲେ ପା ହେଦାଂ ୱେନ୍ୱାତାପ୍, ହେଦାଂକାଜିଂ ମାଂ ଇ ଗର ଗିଟାତାତ୍ନା ।
22 ହେଏଚେକାଡ଼୍ଦ ରୁବେନ୍ ହେୱାରିଙ୍ଗ୍ ଇଚାନ୍, "ଏପେଙ୍ଗ୍ ହେ କାଡ଼୍ଦେ ବିସ୍ରେ ପାପ୍ କିମାଟ୍, ଇ କାତା କି ଆନ୍ ମିଂ ଇଞ୍ଜ୍ୱାତାଂନା ? ଆତିସ୍ପା ଏପେଙ୍ଗ୍ ୱେନ୍ୱାତାଦେର୍; ଇଦାଂକାଜିଂ ହୁଡ଼ାଟ୍, ନଂ ତା ନେତେର୍ନି ବାଦୁଲ୍ ଅୟା ଆନାତା ।" 23 ମତର୍ ଜସେପ୍ ଜେ ହେୱାର୍ତି କାତାବାର୍ତା ବୁଜାତାନ୍, ଇଦାଂ ହେୱାର୍ ପୁଞ୍ଜେଙ୍ଗ୍ ଆଡ୍ୱାତାର୍; ଇନେକିଦେଂକି ହେୱାନ୍ ରିବାସାପୁନାକାର୍ ହୁଦାଂ ହେୱାର୍ ଲାହାଂ କାତା ଇଞ୍ଜିମାଚାନ୍; 24 ଇଦାଂପାଚେ ଜସେପ୍ ହେୱାର୍ ଲାଗାଂତାଂ ହାଲ୍ଜି ଆଡ଼୍ବାତାନ୍; ଆରେରଗ ୱାଜ଼ି ହେୱାର୍ ଲାହାଂ କାତାବାର୍ତା କିଜ଼ି ହେୱାର୍ ବିତ୍ରେତାଂ ସିମିୟନ୍ତିଂ ଆସ୍ତି ହେୱାର୍ ମୁମ୍ଦ ଗାଚ୍ଚାନ୍ ।
25 ପାଚେ ଜସେପ୍ ହେୱାର୍ତି ବାହାତ ତାସ୍ ବାର୍ତି କିଜ଼ି ଜାଣ୍କେ ଜାଣ୍ତି ମଟ୍ତ ଟାକାଂ ମାସ୍ତି ହିଦେଂ ଆରି ହେୱାରିଙ୍ଗ୍ ହାଜ଼ିନି ଜିନିସ୍ ହିଦେଂ ବଲ୍ ହିତାନ୍; ହେବେ ହେ ଲାକେ କିଆତାତ୍, 26 ହେବେ ହେୱାର୍ ଜାର୍ ଜାର୍ ଗଦ ଜପି ତାସ୍ ଲାଦିକିଜ଼ି ହେବେତାଂ ହାଚାର୍ । 27 ମତର୍ ଇମେତାକେ ଜମ୍ତି ବାହାତ ରୱାନ୍ ଗଦତିଂ କାଦି ହିନି କାଜିଂ ମଟ୍ ରିକ୍ତିଲେ, ତା ଟାକାଂ ହୁଡ଼୍ତାନ୍; ଇନେକିଦେଂକି ମଟ୍ ମୁମ୍ଦ ଟାକାଂ ମାଚିକ୍ । 28 ହେବେ ହେୱାନ୍ ଟଣ୍ଡାରିଙ୍ଗ୍ ଇଚାନ୍, "ନା ଟାକାଂ ମାସ୍ଦି ୱାତିକ୍ନା; ଇଦାଂ ହୁଡ଼ାଟ୍, ହେଦାଂ ନା ମଟ୍ତ ମାନାତ୍ । ଲାଗିଂ ହେୱାର୍ତି ପାରାଣ୍ ଉମ୍ଜି ହାଚାତ୍, ଆରେ ହେୱାର୍ ପାଣ୍ଡ୍ରାଜ଼ି ହାରି ହୁଡ଼୍କାଜ଼ି ଇଚାର୍, ଇସ୍ୱର୍ ମା କାଜିଂ ଇଦାଂ ଇନା କାମାୟ୍ କିତାନ୍ନା ?"
29 ଇଦାଂପାଚେ ହେୱାର୍ କିଣାନ୍ ଦେସ୍ତ ତା ଲାତ୍ରାହିତି ଲାଗାୟ୍ ଏକିସ୍ ହେୱାର୍ତି କାଜିଂ ଇନା ଇନାକା ଗିଟାଜ଼ି ମାଚାତ୍, ହେଦାଂ ସବୁ ଜାକୁବ ୱେଚ୍ଚାର୍ । 30 ଇମ୍ଣି ମାନାୟ୍ ହେ ଦେସ୍ନି ମୁଣିକା, ହେୱାନ୍ ମାଂ ଦେସ୍ନି ଚର୍ ଇଞ୍ଜି ବାଦିକିନି କାତା ଇଚାନ୍ । 31 ହେବେ ଆପେଙ୍ଗ୍ ତାଂ ଇଚାପ୍, "ଆପେଙ୍ଗ୍ ହୁଦାର୍ ଲଗୁ, ଚର୍ ଆକାୟ୍, 32 ଆପେଙ୍ଗ୍ ବାର୍ ବାୟ୍, ୱିଜ଼଼ାପ୍ ର ଆବାନି ମାଜ଼ିକାପ୍; ମା ବିତ୍ରେ ରୱାନ୍ ହିଲୁନ୍, ଆରେ, କିଣାନ୍ ଦେସ୍ତ ଆବା ଲାଗାଂ ଆରେ ରୱାନ୍ ହାରୁ ଟଣ୍ଡେନ୍ ମାନାନ୍ ।" 33 ହେଏଚେକାଡ଼୍ଦ ଦେସ୍ନି ମୁଣିକା ହେ ମାନାୟ୍ ମାଂ ଇଞ୍ଚାନ୍, "ଇଦାଂ କିତିସ୍ ଆପ୍ ମିଂ ପାର୍ତିନି ଲଗୁ ଇଞ୍ଜି ବୁଜାନାପ୍; ଏପେଙ୍ଗ୍ ମି ର ଟଣ୍ଡେନିଂ ମା ଲାଗାୟ୍ ଇଡ଼୍ଜି ମି ଇଲ୍ନି କାତାର୍ କାଜିଂ ତାସ୍ ଆସ୍ତି ହାଲାଟ୍ । 34 ଆରେ, ମି ହାରୁ ଟଣ୍ଡେନିଂ ମା ଲାଗାୟ୍ ତାହିୱାଡୁ, ତେବେ ଏପେଙ୍ଗ୍ ଜେ ହୁଦାର୍ ଲଗୁ, ଚର୍ ଆକାୟ୍, ଇଦାଂ ବୁଜାନାସ୍; ପାଚେ ମି ଟଣ୍ଡେନିଂ ମି କେଇଦ ହେଲାୟ୍ କିଜ଼ି ହିନାପ୍, ଆରେ ଏପେଙ୍ଗ୍ ଇ ଦେସ୍ତ ବେପାର୍ କିଦେଂ ଆଡ୍ନାଦେର୍ ।"
35 ଇଦାଂପାଚେ ହେୱାର୍ ମଟ୍କୁ ରିକ୍ତିଲେ, ୱିଜ଼ାକାର୍ ଜାର୍ ଜାର୍ ମଟ୍କୁ ବିତ୍ରେ ଟାକାଂ ପୁଡ଼ା ଗାଟାତାର୍ । ତେବେ ହେ ସବୁ ଟାକାଂନି ମଣା ହୁଡ଼୍ଜି, ହେୱାର୍ ଆରି ତା ଲାତ୍ରାହି ପାଣ୍ଡ୍ରାତାନ୍ । 36 ହେବେ ହେୱାର୍ ଲାତ୍ରାହି ଜାକୁବ ଇଚାନ୍, "ଏପେଙ୍ଗ୍ ନାଂ ମାଜ଼ିହିଲ୍ୱାକାନ୍ କିଦ୍ନାଦେରା; ଜସେପ୍ ଆକାୟ୍, ସିମିୟନ ଆକାୟ୍, ଆରେ, ବିନ୍ୟାମିନ୍ତିଂ ପା ଅସିହାଞ୍ଜେଙ୍ଗ୍ ପାଚ୍ନା କିନାଦେରା, ଇସବୁ ହିନା ନା ଆରାୟ୍କିନାକା ଆନାତା ।"
37 ପାଚେ ରୁବେନ୍ ଲାତ୍ରାହିଂ ଇଚାନ୍, "ଆନ୍ ଜଦି ନି ଲାଗାୟ୍ ତାଂ ବିନ୍ୟାମିନ୍ତିଂ ତାୱିତିସ୍, ତେବେ ଏନ୍ ନା ରି ମାଜ଼ିରିଙ୍ଗ୍ ଅହ୍ନାୟ୍; ନା କେଇଦ ତାଂ ହେଲାୟ୍ କିଦା; ଆନ୍ ତାଙ୍ଗେଙ୍ଗ୍ ଆରେରଗ ନି ଲାଗାଂ ତାହିୱାଜ଼ି ହିଦ୍ନାଙ୍ଗ୍ ।"
38 ତେବେ ହେୱାନ୍ ଇଚାନ୍, "ନା ମାଜ଼ି ମି ଲାହାଂ ହାଲୁନ୍, ତା ଟଣ୍ଡେନ୍ ହାତାନ୍ନା, ହେୱାନ୍ ନେ କେବଲ୍ ମାନାନ୍; ଏପେଙ୍ଗ୍ ଇମ୍ଣି ହାଜ଼ିତ ହାନାଦେରା, ହେବେ ଇୱାନିଙ୍ଗ୍ ଜଦି ଇମ୍ଣାକାପା ବିପଦ୍ ଗିଟାତିସ୍, ତେବେ ଏପେଙ୍ଗ୍ ନାଂ ଦୁକ୍ତ ଇ ହେନ୍ତି ତେମୁଲ୍ତାଂ ଦୁଗେର୍ତ ପକ୍ତାନାଦେର୍ ।"