10 ପାଉଲ୍ ଇ କେଚ୍କଣ୍ ଗାଟାତି ପାଚେ ଆପେଂ ଦାପ୍ରେ ମାକିଦନିଆତ ହାଞ୍ଜେଙ୍ଗ୍ ଜାଲ୍ଦି କିତାପ୍, ଇନାକିଦେଂକି ହେୱାର୍ ଲାଗାୟ୍ ନେକ୍ରିକାବୁର୍ ପର୍ଚାର୍ କିଦେଙ୍ଗ୍ ଇସ୍ୱର୍ ମାଂ କୁକ୍ତାନ୍ନା ଇଞ୍ଜି ଆପେଂ ବୁଜାତାପ୍ ।
ପିଲିପ୍ପିତ ଲୁଦିଆତି ମାନ୍ବାଦ୍ଲାୟ୍
11 ଲାଗିଂ ତ୍ରୟାତାଂ ଜାଜ୍ତ ଆପେଂ ହାଣ୍କୁ ହାସ୍ଦ ସାମତ୍ରାକିତ ହାଚାପ୍ ଆରି ଆର୍କାତ୍ ନାଜିଂ ନିୟାପଲିତ ଏକାତାପ୍ । 12 ହେବେତାଂ ପିଲିପିତ ହାଚାପ୍, ଇଦାଂ ମାକିଦନିଆନି ହେ ରାଜି ର ମୁଡ଼୍ ଗାଡ଼୍, ଆରେ ର ରମିୟ କଲ୍ନି, ହେ ଗାଡ଼୍ଦ ଆପେଂ କେତେକ୍ ଦିନ୍ ମାଚାପ୍ । 13 ଜମ୍ନିବାର୍ତ ଆପେଂ ଗାଡ଼୍ ଦୁୱାର୍ତାଂ ହସି ନାଗୁଡ଼୍ ଗୁଟିତ ହାଚାପ୍, ହେବେ ପାର୍ତାନାନି ବାହା ମାନାତ୍ ଇଞ୍ଜି ଆପେଂ ବାବି କିଜ଼ି ମାଚାପ୍, ଆରେ ଆପେଂ କୁଚ୍ଚି ରୁଣ୍ଡାଜ଼ି ମାନି ଆୟାତାଡ଼ିକାଂ କାତା ଇଞ୍ଜେଙ୍ଗ୍ ଲାଗାତାପ୍ । 14 ଆରେ, ତୁୟାତିରା ଗାଡ଼୍ଦ ୱାଙ୍ଗାବାର୍ତି ହେନ୍ଦ୍ରା ପ୍ରନି ଲୁଦିଆ ତର୍ନି ରଞ୍ଜେଲ୍ ତାଡ଼ି ମାଚାତ୍, ହେଦେଲ୍ ଜେ ଇସ୍ୱର୍ତିଂ ପାର୍ତାନା କିନାକାଦେଲ୍ ମାଚାତ୍, ହେଦେଲ୍ ମା କାତା ୱେନ୍ଞ୍ଜି ମାଚାତ୍ । ହେଦେଲ୍ ଇନେସ୍ ପାଉଲ୍ତି ଇଚି ବିସ୍ରେ କାଜିଂ ମାନ୍ତ ଦିଆନ୍ କିତାତ୍, ଇଦାଂ କାଜିଂ ମାପ୍ରୁ ହେଦେଲିଂ ମାନ୍ ଜେସି ହିତାନ୍ । 15 ଆରେ, ହେଦେଲ୍ ଆରି ତାଦେଲ୍ତି ପାର୍ତାନା ବାପ୍ତିସିମ୍ ଆତି ପାଚେ ହେଦେଲ୍ ମାଂ ଗୱାରି କିଜ଼ି ଇନ୍ଞ୍ଚାତ୍, ଏପେଙ୍ଗ୍ ଜଦି ନାଙ୍ଗ୍ "ମାପ୍ରୁତି ଲାଗେ ପାର୍ତି ଇଞ୍ଜି ବିଚାର୍ କିଜ଼ି ମାଞ୍ଚିସ୍, ୱାଟିଙ୍ଗ୍ ନା ଇଞ୍ଜ ୱାଜ଼ି ବାହା କିୟାଟ୍" ଆରେ, ହେଦେଲ୍ ମାଂ ଅସି ହାଞ୍ଚାତ୍ ।
ପିଲିପ୍ପିନି ଜଇଲ୍ତ ପାଉଲ୍ ଆରି ସିଲା
16 ଦିନେକ୍ ଆପେଂ ପାର୍ତାନା ବାହାତ ହାଲ୍ଜି ମାନି ୱାଡ଼ାଙ୍ଗ୍ ର ବାନ୍ୟା ଜିବୁନ୍ କଡ଼୍ତି ଆଡ଼ିଏଣି ଗାଡ଼୍ଚେଂ ବେଟା ଆତାପ୍ । ତା ବିତ୍ରେ ମାନି ପୁଦାନି ସାକ୍ତି ହୁକେ ହେଦେଲ୍ ଆଗେନି କାତା ଇଞ୍ଜି ମାଚାତ୍ । ହେଦେଲ୍ ମାନାୟାର୍ତି କାରୁମ୍ ଗାଣାକିଜ଼ି, ହାଉକାରିଂ କାଜିଂ ବେସି ଟାକାଂ ଆଦାୟ୍ କିଜ଼ି ମାଚାତ୍ । 17 ହେଦେଲ୍ ପାଉଲ୍ ଆରି ମା ପାଚେ ପାଚେ ୱାଜ଼ି କିକିରାଡିଂ କିଜ଼ି ଇଞ୍ଜେଙ୍ଗ୍ ଲାଗାତାତ୍, "ଇ ମୁଣିକାର୍ ର ଇସ୍ୱର୍ତି ଆଡ଼ିୟାର୍, ହେୱାର୍ ମିଙ୍ଗ୍ ମୁକ୍ତିନି ହାଜ଼ି ଜାଣାୟ୍କିଦ୍ନାରା ।"