5 ଆରେ ହିମ୍ଣାଙ୍ଗ୍ ଲାକେ ମି କାଜିଂ ଲେକିକିତି ଇ ୱାରିକିନି କାତା ବାଣାତାଦେର୍ଣ୍ଣା ?
"ଏ ନା ମାଜ଼ି, ମାପ୍ରୁତି ସାସନ୍ତିଂ ହାରୁ ଇଞ୍ଜି ବାବି କିମାଟ୍,
ହେୱାନ୍ତି ହୁଦାଂ ଲେତ୍ୟା ଆତିସ୍ ୱାହ୍ମାଟ୍,
6 ଇନାକିଦେଂକି ମାପ୍ରୁ ଇନେରିଂ ଜିଉନନାନ୍,
ହେୱାନିଂ ସାସନ୍ କିନାନ୍, ଆରେ ଇମ୍ଣି ମାଜ଼ିଙ୍ଗ୍ ଇଡ଼୍ନାନ୍, ହେୱାନିଂ ଟ୍ରାକ୍ନାନ୍ ।"
7 ସାସନ୍ ଉଦେସ୍ତ ଏପେଙ୍ଗ୍ କସ୍ଟ ବଗ୍ କିନାଦେରା, ଇସ୍ୱର୍ ମି ଲାହାଂ ମାଜ଼ି ଲାକେ ଚିନ୍ତା କିଦ୍ନାନା, ଇନାକିଦେଂକି ଆବା ଇନେରିଂ ସାସନ୍ କିଉନ୍, ଏଲେଙ୍ଗ୍ ମାଜ଼ି ଇନେର୍ ମାନାନ୍ ? 8 ମତର୍ ଇମ୍ଣି ସାସନ୍ନି ମେହାନାକା, ଜଦି ଏପେଙ୍ଗ୍ ହେବେନି ମେହାଣ୍ ଆକାୟ୍, ୱାଟିଙ୍ଗ୍ ଏପେଙ୍ଗ୍ ମାଜ଼ି ଆୱାଦାଂ ଉପ୍କା ମାଜ଼ି କାଦେର୍ । 9 ଆରେ ପା, ମା ସାସନ୍ କାରିୟା ମା ଗାଗାଡ଼୍ନି ଆବାରିଂ ଆସେଙ୍ଗ୍ ଦୁକ୍କିନାକା କିତାସ୍; ୱାଟିଂ ମା ଆବାତି ନଲେ ଏଚେକ୍ ଆଦିକ୍ ଲାକେ ତଲ୍ୟା ଆଜ଼ି ଜିବୁନ୍ ଗାଟା ଆଉସ୍ ? 10 ଇନାକିଦେଂକି ହେୱାରିଂ ଇନେସ୍ ବେସି ହାର୍ କିଜ଼ି ବୁଜାତାର୍, ହେ ଇସାପ୍ରେ ହେୱାର୍ ଅଲପ୍ ଦିନ୍ କାଜିଂ ମାଙ୍ଗେଙ୍ଗ୍ ସାସନ୍ କିତ୍ତାନ୍, ମତର୍ ଆସେଙ୍ଗ୍ ଇନେସ୍ ହେୱାନ୍ତି ପୁଇପୁୟାତ ମେହାଣ୍ ଆନାସ୍, ଇଦାଂ କାଜିଂ ହେୱାନ୍ ମା ବାଲ୍ କାଜିଂ ସାସନ୍ କିଦ୍ନାନ୍ । 11 ସାସନ୍ ନଙ୍ଗ୍ ୱାରିୟା ଆୱାଦାଂ ଦୁକ୍ ବୁଜାଦେଂ ଆନାତ୍; ଆତିସ୍ପା ଇମ୍ଣାକାର୍ ତା ହୁଦାଂ ହିକ୍ୟା ଗାଟା ଆତାର୍ଣ୍ଣା, ତା ପାଚେ ହେୱାରିଂ ସୁସ୍ତାନି ପାଡ଼୍ ଲାକେ ଦାର୍ମି ଉପ୍କାର୍ ହିଦ୍ନାତ୍ ।