39 ୧୯:୩୯ ଜହନ୍ ୩:୧,୨.ଇମ୍ଣି ନିକଦିମ୍ ପର୍ତୁମ୍ ନାଣା ସମୁତ ହେ ଲାଗାୟ୍ ୱାଜ଼ି ମାଚାନ୍, ହେୱାନ୍ ପା କମ୍ସେକମ୍ ତିରିସ୍ କେଜି ବାସ୍ନା ଚିକାଣ୍ ମିହାଆତି ଅଙ୍ଗୁର୍ ତାହିୱାତାନ୍ । 40 ହେୱାର୍ ଜିସୁତି ଗାଗାଡ଼୍ ଅଜ଼ି ଜିହୁଦିର୍ତି ମାଡ଼ା ମୁଚ୍ନି ବିଦି ଲାକେ ହେଦାଂ ହାର୍ଦି ବାସ୍ନା ଜିନିସ୍ ହୁକେ କୱାଣ୍ ହେନ୍ଦ୍ରାତ ହୁର୍ପାତାର୍ ।