1 ଆରେ, ସାତ୍ ମାସ୍ ଏକାୱାତାତ୍, ଆରେ ଇସ୍ରାଏଲ୍ ମାଜ଼ିର୍ ହେସବୁ ଗାଡ଼୍ଦ ମାଚାର୍, ହେପାଦ୍ନା ମାନାୟାର୍ ର ମାନାୟ୍ ତୁଲାୟ୍ ର ମାନ୍ ଆଜ଼ି ଜିରୁସାଲମ୍ତ ରୁଣ୍ଡା ଆତାର୍ । 2 ହେବେ ଜସାଦକନି ମାଜ଼ି ଜେସୁୟ ଆରି ତା ମାପ୍ରୁହେବାକିନାକାନ୍ ଟଣ୍ଡାର୍ ଆରି ସଲ୍ଟିୟେଲନି ମାଜ଼ିର୍ ଜିରୁବାବିଲ୍ ଆରି ତା ଟଣ୍ଡାର୍ ନିଙ୍ଗ୍ଜି ପର୍ମେସ୍ୱର୍ତି ମାନାୟ୍ ମସାତି ବିଦିନି ଲେକିକିନି ଇସାବ୍ରେ କାଟ୍ପୁଜା କିନି କାଜିଂ ଇସ୍ରାଏଲ୍ନି ପର୍ମେସ୍ୱର୍ତି ଗାର୍ଣିବେଦି ରଚ୍ଚାର୍ । 3 ଆରେ, ହେୱାର୍ ବାରବିନି ଦେସ୍ନି ମାନାୟାର୍ତି କାଜିଂ ପାଣ୍ଡ୍ରା ଆତିଲେ ଗାର୍ଣିବେଦିତ ହେବେନି କୁନାଦି ଜପି ରଚ୍ଚାର୍; ଆରେ, ତା ଜପି ନିତ୍ରେମାପ୍ରୁତି ଉଦେସ୍ତ କାଟ୍ପୁଜା, ଇଚିସ୍, ନାଣାଙ୍ଗେ ଆରି ମ୍ଡିକା ହାରେସ୍ କାଟ୍ପୁଜା କିତାର୍ । 4 ଇଦାଂପାଚେ ହେୱାର୍ ଲେକିକିତି ଇସାବ୍ରେ ଡାଡ୍ଚାମ୍ଣ୍ଡା ପାର୍ବୁ ପାଲି କିତାର୍ ଆରି ଦିନ୍କେନି କିନାକା ଲଡ଼ା ଇସାବ୍ରେ ବିଦି ନାଙ୍ଗ୍ ଲମର୍ ଇସାବ୍ରେ ସବୁଦିନ୍ କାଟ୍ପୁଜା ଆକାତ୍ ହିତାର୍; 5 ଇଦାଂପାଚେ ହେୱାର୍ ଦିନ୍କେ କାଟ୍ପୁଜା, ଆରେ ଉୱାଁସ୍ନି ଆରି ନିତ୍ରେମାପ୍ରୁତି ପୁଇପୁୟା କିତି ସବୁ ସମାନ୍ ପାର୍ବୁନି ଆରି ନିତ୍ରେମାପ୍ରୁତି ଉଦେସ୍ତ ନିଜ୍ଇଚା ଆକାତ୍ ହିଜ଼ି ୱିଜ଼ାର୍ ମାନାୟ୍ନି ଇନାମ୍ ଆକାତ୍ କିଦେଂ ଲାଗାତାର୍ । 6 ସାତ୍ ମାସ୍ନି ପର୍ତୁମ୍ ଦିନ୍ତାଂ ହେୱାର୍ ନିତ୍ରେମାପ୍ରୁତି ଉଦେସ୍ତ କାଟ୍ପୁଜା ଆକାତ୍ କିନି କାଜିଂ ଆରମ୍ କିତାର୍; ମତର୍ ହେ ସମୁତ ନିତ୍ରେମାପ୍ରୁତି ପାର୍ତାନା ଇଲ୍ କୁନାଦି ରଚ୍ୟା ଆୱାଦାଂ ମାଚାତ୍ ।
7 ଆରେ, ହେୱାର୍ ପାରସ୍ୟନି ରାଜା କରସ୍ନି ଆଦିକାର୍ ଇସାବ୍ରେ ରଚ୍ନାକାନ୍ ଆରି ବାଡ଼ାୟ୍ ଡାବୁଙ୍ଗ୍ ହିତାର୍; ଆରେ ଲିବାନନ୍ତାଂ ଜାପାତ ହାମ୍ଦୁର୍ ଟିପ୍ତ ପାତେକ୍ ଏରସ୍ ମାର୍କୁ ତାନି କାଜିଂ ସିଦନିୟ ଆରି ସରିୟ ମାନାୟାରିଂ କାଦି ଆରି ଏଜ଼ୁଙ୍ଗ୍ ଜିନିସ୍ ଆରି ଚିକାଣ୍ ହିତାର୍ । 8 ପର୍ମେସ୍ୱର୍ତି ଜିରୁସାଲମ୍ତ ଇଞ୍ଜ ହେୱାର୍ତି ୱାନାକା ଦୁଇ ବାର୍ହୁନି ରି ମାସ୍ତ ସଲ୍ଟିୟେଲନି ମାଜ଼ି ଜିରୁବାବିଲ୍ ଆରି ଜସାଦକନି ମାଜ଼ି ଜେସୁୟ ଆରି ହେୱାର୍ତି ବାକି ମାପ୍ରୁହେବାକିନାକାର୍ ଆରି ଲେବିୟ ଟଣ୍ଡାର୍ ଆରି ବନ୍ଦିଦସାତାଂ ଜିରୁସାଲମ୍ତ ୱାତି ମାନାୟ୍ ୱିଜ଼ାର୍ ଆରମ୍ କିଜ଼ି ନିତ୍ରେମାପ୍ରୁତି ଇଲ୍ କାମାୟ୍ନି କାଜିଂ କୁଡ଼େ ବାର୍ହୁ ତାଂ ଆଦିକ୍ ବାର୍ହୁନି ଲେବିୟରିଂ ବାଚି କିତାର୍ ।
9 ହେପାଦ୍ନା ଜେସୁୟ ତା ମାଜ଼ି ଆରି ଟଣ୍ଡାର୍, କଦ୍ମିୟେଲ ଆରି ତା ମାଜ଼ିର୍, ଜିହୁଦାନି ମାଜ଼ିର୍, ପର୍ମେସ୍ୱର୍ତି ଇଞ୍ଜ କାମାୟ୍କିନାକାରିଂ ହାତୁର୍ ବଜ୍ ପାୟା ଆନି କାଜିଂ ରବେ ନିଲ୍ତାର୍; ହେନାଦଦନି ମାଜ଼ିର୍, ହେୱାର୍ ମାଜ଼ିର୍ ଆରି ଟଣ୍ଡାର୍ ହେ ଲାକେ କିତାର୍ ଇୱାର୍ ଲେବିୟ ମାନାୟ୍ । 10 ଆରେ, ରଚ୍ନାକାର୍ ନିତ୍ରେମାପ୍ରୁତି ମନ୍ଦିର୍ନି କୁନାଦି କୁଚିକିନି ୱାଡ଼ାଲିଂ ହେୱାର୍ ଇସ୍ରାଏଲ୍ନି ରାଜା ଦାଉଦ୍ତି ବାଚିକିତି ଇସାବ୍ରେ ନିତ୍ରେମାପ୍ରୁତି ୱାରି କିନି କାଜିଂ ନିଜ୍ ନିଜ୍ ହେନ୍ଦ୍ରା ଉସ୍ପିତି ମାପ୍ରୁହେବାକିନାକାରିଂ ମରି ଲାହାଂ ଆରି ଆସପନି ମାଜ଼ି ଲେବିୟର୍ତି ଚାପଡ଼ିଂ ଲାହାଂ ରଚ୍ଚାର୍ । 11 ଆରେ, ହେୱାର୍ ନିତ୍ରେମାପ୍ରୁଙ୍ଗ୍ ୱାରି ଆରି ଦନ୍ୟବାଦ୍ ହିଜ଼ି ର ରାକ୍ୟାକାରିୟା କାଜିଂ କେର୍ଜି ଇଚାର୍, "ହେୱାନ୍ ମଙ୍ଗଲ୍ମୟ, ଇନେକିଦେଂକି ଇସ୍ରାଏଲ୍ କାଜିଂ ତା ଦୟା ୱିଜ଼୍ୱିକାଡ଼୍ ପାତେକ୍ ।" ଆରେ, ନିତ୍ରେମାପ୍ରୁତି ଇଲ୍ନି କୁନାଦି କୁଚିକିନି କାଜିଂ ହେୱାର୍ ନିତ୍ରେମାପ୍ରୁତି ୱାରି କିନାକା ୱାଡ଼ାଲିଂ ସବୁ ମାନାୟ୍ ଗାଜାକାଟ୍ତ କେର୍ଦେଂ ଲାଗାତାର୍ । 12 ମତର୍ ଇମ୍ଣି ମାପ୍ରୁହେବାକିନାକାର୍ ଆରି ଲେବିୟ ଆରି ଆକର୍ଲାତ୍ରାନି ମୁଡ଼୍ ପାରାଚିନ୍ ମାନାୟାର୍ ପର୍ତୁମ୍ ଇଲ୍ ହୁଡ଼୍ଜି ମାଚାର୍, ହେୱାର୍ତି କାଣ୍କୁକାଂ ଇ ଇଲ୍ନି କୁନାଦି କୁଚିକିନି ୱାଡ଼ାଲିଂ ହେୱାର୍ ବିତ୍ରେତାଂ ହେନି ଗାଜାକାଟ୍ତାଂ ଆଡ଼୍ବାତାର୍ ଆରି ହେନି ୱାରି କାଜିଂ କେର୍ଦେଂ ଲାଗାତାର୍; 13 ହେବେ ମାନାୟାର୍ ୱାରିନି କାଟ୍ନି ଆରି ମାନାୟାର୍ତି ଆଡ଼୍ବିନି ସବଦ୍ନି ଆଣ୍ଙ୍ଗା ଆୱାତାର୍; ଲାଗିଂ ମାନାୟାର୍ ଗାଜା କାଟ୍ତାଂ ବେସି କାଟ୍ କିତାର୍, ଆରେ ହେବେନି ସବଦ୍ ବେସି ଦେହାତାଂ ୱେନ୍ୟା ଆତାତ୍ ।