1 ଅର୍ତକ୍ଷସ୍ତ ରାଜାତି ଆଦିକାର୍ ସମୁତ ଜାର୍ ଜାର୍ ଆକର୍ଲାତ୍ରାନି ଇମ୍ଣି ମୁଡ଼୍ଦାକାର୍ ମା ଲାହାଂ ବାବିଲ୍ତାଂ ଜାତ୍ରା କିତାର୍, ହେୱାର୍ତି ଲାତ୍ରା ଇଦାଂ, 2 ପିନହସ୍ନି ମାଜ଼ିର୍ ବିତ୍ରେତାଂ ଗେର୍ସମ୍; ଇତାମରନି ମାଜ଼ିର୍ ବିତ୍ରେତାଂ ଦାନିୟେଲ୍; ଦାଉଦ୍ତି ମାଜ଼ିର୍ ବିତ୍ରେତାଂ ହଟୁସ୍ । 3 ସକନିୟନି ମାଜ଼ିର୍ ବିତ୍ରେତାଂ; ପରିୟସନି ମାଜ଼ିର୍ ବିତ୍ରେତାଂ ଜିକରିୟ ଆରି ଆଣ୍ଡ୍ରାହିମ୍ଣାଂତି ଲାତ୍ରା ଇସାବ୍ରେ ହେଦାଂ ଲାହାଂ ଗାଣାକିତି ଏକ୍ ସହ ପଚାସ୍ ଜାଣ୍ । 4 ପହତ୍ ମୟାବନି ମାଜ଼ିର୍ ବିତ୍ରେତାଂ ସରହିୟନି ମାଜ଼ି ଇଲିହ-ଐନୟ ଆରି ହେଦାଂ ଲାହାଂ ଦୁଇ ସହ ଜାଣ୍ ଆଣ୍ଡ୍ରାଙ୍ଗ୍ । 5 ସକନିୟନି ମାଜ଼ିର୍ ବିତ୍ରେତାଂ ଜହସିୟେଲନି ମାଜ଼ି; ହେଦାଂ ଲାହାଂ ତିନ୍ ସହ ଜାଣ୍ ଆଣ୍ଡ୍ରାଙ୍ଗ୍ । 6 ଆରେ, ଆଦିନନି ମାଜ଼ିର୍ ବିତ୍ରେତାଂ ଜନାତନ୍ନି ମାଜ଼ି ଏବଦ୍ ଆରି ହେଦାଂ ଲାହାଂ ପଚାସ୍ ଜାଣ୍ ଆଣ୍ଡ୍ରାଙ୍ଗ୍ । 7 ଆରେ, ଏଲମନି ମାଜ଼ିର୍ ବିତ୍ରେତାଂ ଅତଲିୟନି ମାଜ଼ି ଜିସାୟାହ ଆରି ହେଦାଂ ଲାହାଂ ସତୁରି ଜାଣ୍ ଆଣ୍ଡ୍ରାଙ୍ଗ୍ । 8 ଆରେ, ସପଟିୟନି ମାଜ଼ିର୍ ବିତ୍ରେତାଂ ମିକାୟେଲନି ମାଜ଼ି ସବଦିୟ ଆରି ହେଦାଂ ଲାହାଂ ଅସେ ଜାଣ୍ ଆଣ୍ଡ୍ରାଙ୍ଗ୍ । 9 ଜୟାବନି ମାଜ଼ିର୍ ବିତ୍ରେତାଂ ଜିହିୟେଲନି ମାଜ଼ି ଓବଦିୟ ଆରି ହେଦାଂ ଲାହାଂ ଦୁଇ ସହ ଅଟ୍ର ଜାଣ୍ ଆଣ୍ଡ୍ରାଙ୍ଗ୍ । 10 ଆରେ, ସଲମିତନି ମାଜ଼ିର୍ ବିତ୍ରେତାଂ ଜସିପିୟନି ମାଜ଼ି ଆରି ହେଦାଂ ଲାହାଂ ଏକ୍ ସହ ସାଟେ ଜାଣ୍ ଆଣ୍ଡ୍ରାଙ୍ଗ୍ । 11 ଆରେ, ବେବୟନି ମାଜ଼ିର୍ ବିତ୍ରେତାଂ ବେବୟନି ମାଜ଼ି ଜିକରିୟ ଆରି ତା ଲାହାଂ ଅଟାଇସ୍ ଜାଣ୍ ଆଣ୍ଡ୍ରାଙ୍ଗ୍ । 12 ଅସ୍ଗଦନି ମାଜ଼ିର୍ ବିତ୍ରେତାଂ ହକାଟନନି ମାଜ଼ି ଜହାନନ୍ ଆରି ହେଦାଂ ଲାହାଂ ଏକ୍ ସହ ଦସ୍ ଜାଣ୍ ଆଣ୍ଡ୍ରାଙ୍ଗ୍ । 13 ଆରେ, ଅଦନିକାମନି ମାଜ଼ିର୍ ବିତ୍ରେତାଂ ହାରୁକାର୍ ଆରି ହେୱାର୍ତି ତର୍ ଇଦାଂ, ଇଲିପେଲଟ୍, ଜିୟୁୟେଲ୍ ଆରି ସମୟିୟ; ହେୱାର୍ତି ଲାହାଂ ସାଟେ ଜାଣ୍ ଆଣ୍ଡ୍ରାଙ୍ଗ୍ । 14 ଆରେ, ବିଗ୍ବୟନି ମାଜ଼ିର୍ ବିତ୍ରେତାଂ ଉତୟ ଆରି ସବୁଦ୍ ଆରି ହେୱାର୍ତି ଲାହାଂ ସତୁରି ଆଣ୍ଡ୍ରାଙ୍ଗ୍ ।
15 ଆରେ, ଆନ୍ ଇୱାରିଂ ଅହବାଗାମିନି ନାଗୁଡ଼୍ ଲାଗାଂ ରୁଣ୍ଡାୟ୍ କିତାଙ୍ଗ୍; ଆରେ, ହେବେ ଆପେଙ୍ଗ୍ ଚାଉଣି କିଜ଼ି ତିନ୍ ଦିନ୍ ମାଚାପ୍; ଇବେ ଆନ୍ ମାନାୟାରିଂ ଆରି ମାପ୍ରୁହେବାକିନାକାରିଂ ଇଟ୍କାଡ଼୍ କିଜ଼ି ଲେବିନି ମାଜ଼ିର୍ ବିତ୍ରେତାଂ ଇନେରିଂ ଗାଟା ଆୱାତାଂ । 16 ଲାଗିଂ ଆନ୍ ଇଲିୟେସର, ଅରିୟେଲ୍, ସମୟିୟ, ଇଲ୍ନାତନ୍, ଜାରିବ, ଇଲ୍ନାତନ୍, ନାତନ୍, ଜିକରିୟ ଆରି ମସୁଲ୍ଲମ୍, ଇ ମୁଡ଼୍ଦି ମାନାୟାରିଂ; ପା ଜୟାରିବ୍ ଆରି ଇଲ୍ନାତନ୍ ଗୁରୁରିଂ କୁକ୍ତେଙ୍ଗ୍ ମାନାୟ୍ ପକ୍ତାଙ୍ଗ୍ । 17 ଇଦାଂପାଚେ ଆନ୍ ଆଡ଼ିୟାରିଂ କାସିପିଆ ତର୍ନି ବାହାନି ମୁଡ଼୍ଦାକାନ୍ ଇଦ ଲାଗାଂ ପକ୍ତାଙ୍ଗ୍; ଆରେ, ମା ପର୍ମେସ୍ୱର୍ତି ଇଲ୍ କାଜିଂ ମା ଲାଗାଂ ପାଲକରିଂ ତାଡ ଇଞ୍ଜି କାସିପିଆ ବାହାନି ଇଦତ ଆରି ତା ଟଣ୍ଡାର୍ ନତିନିୟରିଂ ଇନି କାଜିଂ ଆନ୍ ହେୱାରିଂ ଆଦେସ୍ କିତାଙ୍ଗ୍ । 18 ପାଚେ ମା କାଜିଂ ମା ପର୍ମେସ୍ୱର୍ ମଙ୍ଗଲ୍ କେଇନି ସାଇଜତାଂ ହେୱାର୍ ଇସ୍ରାଏଲ୍ନି ମାଜ଼ି, ଲେବିନି ମାଜ଼ି ମହଲିନି ମାଜ଼ିର୍ ବିତ୍ରେତାଂ ରକାନ୍ ବୁଦି କାରିୟା ପଡ଼ିକିନି ମାନାୟ୍ତିଂ; ଆରେ, ସେରେବିୟ ଆରି ତା ମାଜ଼ି ଆରି ଟଣ୍ଡାର୍ ମେହାଜ଼ି ଅଟ୍ର ଜାଣ୍ତିଂ; 19 ଆରେ, ହସବିୟ ଆରି ହେଦାଂ ଲାହାଂ ମରାରି-ମାଜ଼ିର୍ ବିତ୍ରେତାଂ ଜିସାୟାହ, ତା ଟଣ୍ଡାର୍ ଆରି ହେୱାର୍ତି ମାଜ଼ିର୍ ମେହାଜ଼ି କୁଡ଼େ ଜାଣ୍ତିଂ; 20 ଆରେ, ଦାଉଦ୍ ଆରି ଆଦିକାରିର୍ ଇମ୍ଣି ହେବା କିନାକାରିଂ ଲେବିୟର୍ତି ହେବା କାମାୟ୍ କାଜିଂ ହିଜ଼ି ମାଚାର୍, ହେୱାର୍ ବିତ୍ରେତାଂ ଦୁଇ ସହ କୁଡ଼େ ଜାଣ୍ ନତିନିୟ ଲକୁ ତାତାର୍; ଇୱାର୍ ୱିଜ଼ାର୍ ତର୍ ଲେକାତାତ୍ ।
21 ଇଦାଂପାଚେ ମା କାଜିଂ ଆରି ମା କାଡ଼୍ଦେ ଗାଡ଼୍ଚେ ଆରି ସବୁ ଦାନ୍ କାଜିଂ ର ସିଦାସାଦା ହାଜ଼ି ପାର୍ତାନା କିନି ବିସ୍ରେ ମା ପର୍ମେସ୍ୱର୍ତି ବେଟ୍ତ ଜାର୍ତିଂ ହୁଦାର୍ କିନି କାଜିଂ ଆପ୍ ଅହବା ନାଗୁଡ଼୍ ଲାଗାଂ ଉପାସ୍ନି ସୁଣାୟ୍ କିତାପ୍ । 22 ଇନେକିଦେଂକି ହାଜ଼ି ବିତ୍ରେ ସାତ୍ରୁ ବିରୁଦ୍ତ ମାଦାଂ ଉପ୍କାର୍ ଦୟାତ ରାଜାଙ୍ଗ୍ ର ଦଲ୍ ମେଲ୍ୟାର୍ ଆରି ଗଡ଼ାଂ ଏନ୍ତେଂ ମା ଲାଜୁ ଆତାନ୍; "ଇନେକିଦେଂକି ଇମ୍ଣାକାର୍ ମା ପର୍ମେସ୍ୱର୍ତିଂ ଦାହ୍ନାର୍, ହେ ୱିଜ଼ାର୍ ମଙ୍ଗଲ୍ କାଜିଂ ହେୱାର୍ କାଜିଂ ତା କେଇ ସାଇଜ ମାନାତ୍; ମତର୍ ଇମ୍ଣାକାର୍ ତାଙ୍ଗେଙ୍ଗ୍ ପିହ୍ନାର୍, ହେୱିଜ଼ାର୍ କୁଟୁମ୍ତ ତାଦି ସାକ୍ତି ଆରି ରିସା ମାନାତ୍ ।" ଇ କାତା ଆପେଙ୍ଗ୍ ରାଜାଙ୍ଗ୍ ଇଞ୍ଜିମାଚାପ୍ । 23 ଇଦାଂ କାଜିଂ ଆପେଙ୍ଗ୍ ଉପାସ୍ କିତାପ୍ ଆରି ହେଦାଂ କାଜିଂ ମା ପର୍ମେସ୍ୱର୍ତି ଲାଗାଂ ଗୱାରି କିତାପ୍; ହେବେ ହେୱାନ୍ ମା କାଜିଂ ୱାରିୟା ଆତାନ୍ ।
24 ପାଚେ ଆନ୍ ମାପ୍ରୁହେବାକିନାକାର୍ ବିତ୍ରେତାଂ ବାର୍ ଜାଣ୍ ମୁଡ଼୍ଦାକାରିଂ, ଇଚିସ୍ ସେରେବିୟ, ହସବିୟ ଆରି ହେୱାର୍ ଲାହାଂ ହେୱାର୍ତି ଦସ୍ ଜାଣ୍ ଟଣ୍ଡାରିଂ ବିନେ କିତାଙ୍ଗ୍; 25 ଆରେ, ରାଜା ଆରି ତା ମତ୍ରିର୍ ଆରି ତା ଆଦିକାରିର୍ ଆରି ମାନି ଇସ୍ରାଏଲ୍ ଲକୁ ୱିଜ଼ାର୍ ମା ପର୍ମେସ୍ୱର୍ତି ଇଲ୍ କାଜିଂ ଇମ୍ଣି ରୁପା ଆରି ହନା ଆରି ବାହା ସବୁ ଇନାମ୍ ଲାକେ ହିଜ଼ି ମାଚାର୍, ହେଦାଂ ହେୱାରିଂ ଅଜନ୍ କିଜ଼ି ହିତାଙ୍ଗ୍; 26 ଆନ୍ ହେୱାର୍ତି କେଇଦ ଚଅ ସହ ପଚାସ୍ ତୁଲା ରୁପା ଆରି ସହେ ତୁଲା ରୁପା ବାହା; ସହେ ତୁଲା ହନା; 27 ଏକ୍ ହାଜାର୍ ଡ୍ରାକ୍ମା ଗ୍ରିକ୍ଦେସ୍ନି ଡାବୁଙ୍ଗ୍ ମଲ୍ନି କୁଡ଼େ ହନା ବାହା. ଆରେ ହନା ଲାକେ ବେସିମଲ୍, ହାର୍ଦି ଅଜଡ଼୍ ପିତାଡ଼୍ନି ରିଣ୍ଡି ବାହା ଅଜନ୍ କିଜ଼ି ହିତାଙ୍ଗ୍ । 28 ଆରେ, ଆନ୍ ହେୱାରିଂ ଇଚାଙ୍ଗ୍, "ଏପେଙ୍ଗ୍ ନିତ୍ରେମାପ୍ରୁତି ଉଦେସ୍ତ ପୁଇପୁୟା ନିକାୟ୍ ଆରି ବାହା ସବୁ ପା ପୁଇପୁୟା ନିକା; ଆରେ, ଇ ରୁପା ଆରି ହନା ମି ଆକର୍ଦାଦିର୍ତି ପର୍ମେସ୍ୱର୍ ନିତ୍ରେମାପ୍ରୁତି ଉଦେସ୍ତ ନିଜେ ହିତି ଇନାମ୍ ନିକା । 29 ନିତ୍ରେମାପ୍ରୁତି ଜିରୁସାଲମ୍ନି ଇଲ୍ନି ବାକ୍ରାତ ମୁଡ଼୍ ମାପ୍ରୁହେବାକିନାକାର୍ ଆରି ଲେବିୟର୍ତି ଆରି ଇସ୍ରାଏଲ୍ ଆକର୍ ଲାତ୍ରାନିକାର୍ ମେହାଆତିତ ଇଦାଂସବୁ ଅଜନ୍ କିୱି ପାତେକ୍ ଏପେଙ୍ଗ୍ ଜାଗ୍ରତ୍ ଆଡ ଆରି ଇଦାଂସବୁ ରାକ୍ୟା କିୟାଟ୍ ।" 30 ହେବେ ମାପ୍ରୁହେବାକିନାକାର୍ ଆରି ଲେବିୟର୍ ମା ପର୍ମେସ୍ୱର୍ ଜିରୁସାଲମ୍ନି ଇଞ୍ଜ ତାନି କାଜିଂ ହେ ଅଜନ୍କିତି ରୁପା ଆରି ହନା ଆରି ବାହାସବୁ ଇଡ଼୍ତାର୍ ।
31 ଇଦାଂପାଚେ ଆପେଙ୍ଗ୍ ଜିରୁସାଲମ୍ତ ହାନି କିନି କାଜିଂ ପର୍ତୁମ୍ ମାସ୍ନି ବାର ଦିନ୍ ଅହବା ନାଗୁଡ଼୍ ଲାଗାଂ ହାଚାପ୍; ମା ପର୍ମେସ୍ୱର୍ କେଇ ମା ସାଇଜ ଆତାତ୍, ଆରେ ହାଜ଼ି ବିତ୍ରେ ହେ ସତ୍ରୁ ଆରି କୁଚ୍ଚିମାନି ମାନାୟ୍ କେଇଦାଂ ମାଙ୍ଗେଙ୍ଗ୍ ଉଦାର୍ କିତ୍ତାର୍ । 32 ହେବେ ଆପେଙ୍ଗ୍ ଜିରୁସାଲମ୍ତ ଏକିସ୍ ହେବେ ତିନ୍ ଦିନ୍ ଜମ୍ତାପ୍ । 33 ପାଚେ ଚାର୍ ଦିନ୍ତ ହେ ରୁପା ଆରି ହନା ଆରି ବାହାସବୁ ମା ପର୍ମେସ୍ୱର୍ ଇଞ୍ଜ ଅଜନ୍ କିଜ଼ି ହାଲ୍ଜି ଉରିୟ ମାପ୍ରୁହେବାକିନାକାନ୍ତି ମାଜ଼ି ମରେମତ୍ କେଇଦ ହିତାର୍; ହେଦାଂ ସାଙ୍ଗେ ପିନ୍ହସ୍ନି ମାଜ଼ି ଇଲିୟାସର୍ ମାଚାନ୍; ଆରେ ହେୱାର୍ ଲାହାଂ ଜେସୁୟନି ମାଜ଼ି ଜସାବଦ୍ ଆରି ବିନ୍ନୁୟିନି ମାଜ଼ି ନୟଦିୟ, ଇ ଲେବିୟର୍ ମାଚାର୍; 34 ପୁର୍ତିନି ଜିନିସ୍ ଗାଣାକିଜ଼ି ଆରି ହିସାବ ଆଜ଼ି ହିୟାତାତ୍ ଆରି ହେ ସମୁତ ହେ ସବୁନି ଅଜନ୍ ଲେକା ଆତାତ୍ । 35 ବାଚିକିୟାତିତାଂ ୱାତି ବନ୍ଦିଆତାକାର୍ ମାଜ଼ିର୍ ପୁର୍ତିନି ଇସ୍ରାଏଲ୍ କାଜିଂ ଇସ୍ରାଏଲ୍ନି ପର୍ମେସ୍ୱର୍ତି ଉଦେସ୍ତ କାଟ୍ପୁଜା ଲାକେ ବାର ସଣ୍ଡ୍, ନବେ ଦୁଇ ମେଣ୍ଡାଂ, ସତୁରି ସାତ୍ ମେଣ୍ଡାହିମ୍ଣାଂ, ପାପ୍କିତି ପୁଜା କାଜିଂ ବାର୍ ଅଡାଂ ଆକାତ୍ କିତାର୍; ଇ ସବୁ ନିତ୍ରେମାପ୍ରୁତି ଉଦେସ୍ତ କାଟ୍ପୁଜା ମାଚାତ୍ । 36 ଇଦାଂପାଚେ ହେୱାର୍ ନାଗୁଡ଼୍ ଆଣ୍ଟିପାଡ଼୍କା ରାଜା ବାଚିକିତାକାନିଂ ଆରି ଦେସ୍ ଆଦିକାରିରିଂ ରାଜା ଆକି ହେଲାୟ୍ କିତାର୍; ହେବେ ହେୱାର୍ ମାନାୟାର୍ତି ଆରି ପର୍ମେସ୍ୱର୍ତି ଇଲ୍ କାମାୟ୍ନି ସାଇଜ କିତାର୍ ।