1 ଇସବୁ ଗଟ୍ନା ପାଚେ ପାରସ୍ୟ ରାଜା ଅର୍ତକ୍ଷସ୍ତର ଆଦିକାର୍ ସମୁତ ସରାୟର ମାଜ଼ି ଏଜ୍ରା ବାବିଲ୍ତାଂ ଜାତ୍ରା କିତାନ୍; ସବୁ ସରାୟ ଅସରିୟର ମାଜ଼ି, ଅସରିୟ ହିଲ୍କିୟନି ମାଜ଼ି, 2 ହିଲ୍କିୟ ସଲ୍ଲୁମର ମାଜ଼ି, ସଲ୍ଲୁମ ସାଦକର ମାଜ଼ି, ସାଦକ ଅହିଟୁବନି ମାଜ଼ି, 3 ଅହିଟୁବ ଅମରିୟନି ମାଜ଼ି, ଅମରିୟ ଅସରିୟନି ମାଜ଼ି, ଅସରିୟ ମରାୟତନି ମାଜ଼ି, 4 ମରାୟତ ସରହିୟନି ମାଜ଼ି, ସରହିୟ ଉସିର ମାଜ଼ି, ଉସି ବୁକ୍କିନି ମାଜ଼ି, 5 ବୁକ୍କି ଅବିସୁୟନି ମାଜ଼ି, ଅବିସୁୟ ପିନହସ୍ନି ମାଜ଼ି, ପିନ୍ହସ୍ ଇଲିୟାସରନି ମାଜ଼ି, ଇଲିୟାସର୍ନି ମୁଡ଼୍ ମାପ୍ରୁହେବାକିନାକାନ୍ ହାରଣତି ମାଜ଼ି ।
6 ଇ ଏଜ୍ରା ବାବିଲ୍ତାଂ ହାଚାନ୍; ହେୱାନ୍ ଇସ୍ରାଏଲ୍ନି ପର୍ମେସ୍ୱର୍ ନିତ୍ରେମାପ୍ରୁତି ହିତି ମସାତି ବିଦିତ ହାର୍ଦି ମାସ୍ଟର ମାଚାନ୍; ଆରେ, ତା କାଜିଂ ତା ପର୍ମେସ୍ୱର୍ ନିତ୍ରେମାପ୍ରୁତି କେଇନି ସାଇଜତାଂ ରାଜା ୱିଜ଼ୁ ପୁନ୍ଞ୍ଜିମାନି ବିସ୍ରେ ତାଙ୍ଗେଙ୍ଗ୍ ହିତାନ୍ । 7 ଆରେ, ଅର୍ତକ୍ଷସ୍ତ ରାଜାନି ସାତ୍ ବାର୍ହୁତ ଇସ୍ରାଏଲ୍ ମାଜ଼ିର୍ତି ଆରି ମାପ୍ରୁହେବାକିନାକାର୍ତି ଆରି ଲେବିୟର୍ତି କେତେକ୍ ଲକୁ, ଆରେ କେର୍ନାକାର୍ ଆରି ଦୁୱେର୍କାନାକାର୍ ଆରି ମନ୍ଦିର୍ ହେବାକାରିୟାର୍ ଜିରୁସାଲମ୍ତ ହାଚାର୍ । 8 ଆରେ, ଏଜ୍ରା ପାଞ୍ଚ୍ ମାସ୍ତ, ଇଚିସ୍, ରାଜାନି ହେ ସାତ୍ ବାର୍ହୁତ ଜିରୁସାଲମ୍ତ ଏକାତାନ୍ । 9 ଇନେକିଦେଂକି, ହେୱାନ୍ ପର୍ତୁମ୍ ମାସ୍ନି ପର୍ତୁମ୍ ଦିନ୍ ବାବିଲ୍ତାଂ ଜାତ୍ରା ଆରମ୍ କିତାନ୍, ଆରେ ତା କାଜିଂ ପର୍ମେସ୍ୱର୍ତି ମଙ୍ଗଲ୍ମୟ କେଇନି ସାଇଜତାଂ ହେୱାନ୍ ପାଞ୍ଚ୍ ମାସ୍ନି ପର୍ତୁମ୍ ଦିନ୍ତ ଜିରୁସାଲମ୍ତ ଏକାତାନ୍ । 10 ଲାଗିଂ ଏଜ୍ରା ନିତ୍ରେମାପ୍ରୁତି ବିଦି ଦାସ୍ତି ଆରି ପାଲି କିଦେଂ, ଆରେ ଇସ୍ରାଏଲ୍ ବିତ୍ରେ ବିଦି ଆରି ସାସନ୍ ହିକ୍ୟା ହିଦେଂ ଜାର୍ ମାନ୍ ହିଜ଼ି ମାଚାନ୍ ।
11 ଅର୍ତକ୍ଷସ୍ତ ରାଜା ମାସ୍ଟର ଏଜ୍ରା ମାପ୍ରୁହେବାକିନାକାନିଙ୍ଗ୍, ଇଚିସ୍, ନିତ୍ରେମାପ୍ରୁତି ବଲ୍ ବଚନ୍ନି ଆରି ଇସ୍ରାଏଲ୍ କାଜିଂ ତା ବିଦିନି ମାସ୍ଟର୍ତିଂ ଇମ୍ଣି ଆକି ହିଜ଼ି ମାଚାନ୍, ହେବେନି ୱିଜ଼ୁ ଲେକା ଇଦାଂ, ଇଚିସ୍, 12 "ରାଜାଜପିରାଜା ଅର୍ତକ୍ଷସ୍ତ ସାର୍ଗେନି ପର୍ମେସ୍ୱର୍ତି ବିଦିନିମାସ୍ଟର, ସିଗ୍, ମାପ୍ରୁହେବାକିନି ଏଜ୍ରା କାଜିଂ, 13 ଆନ୍ ବଲ୍ କିନାଙ୍ଗା ଜେ, ନା ରାଜିନି ଇସ୍ରାଏଲ୍ ବିତ୍ରେତାଂ ଏଚେକ୍ ଲକୁ, ଆରେ ହେୱାର୍ତି ମାପ୍ରୁହେବାକିନାକାର୍ ଆରି ଲେବିୟର୍ ଜିରୁସାଲମ୍ତ ନିଜ୍ ଇଚାତ ହାଞ୍ଜେଙ୍ଗ୍ ମାନ୍ କିନାର୍, ହେୱାର୍ ନି ଲାହାଂ ହାଲେର୍ । 14 ଇନେକିଦେଂକି ନି କେଇନି ନି ପର୍ମେସ୍ୱର୍ତି ବିଦି ଇସାବ୍ରେ ଜିହୁଦା ଆରି ଜିରୁସାଲମ୍ନି ହାର୍ କାତା ପୁନ୍ଜି ଡେକ୍ତେଙ୍ଗ୍, 15 ଆରେ, ଜିରୁସାଲମ୍ତ ଇନେର୍ତି ଇଲ୍ ମାନାତ୍, ଇସ୍ରାଏଲ୍ନି ହେ ପର୍ମେସ୍ୱର୍ତି ଉଦେସ୍ତ ରାଜା ଆରି ତା ମତ୍ରିର୍ ନିଜେ ହିତାକା ହନା ଆରି ରୁପା, 16 ଆରେ, ବାବିଲ୍ନି ସବୁ ପ୍ରଦେସ୍ତ ଏପେଙ୍ଗ୍ ୱିଜ଼ାଦେର୍ ରୁପା ଆରି ହନା ପାୟାନାଦେର୍, ଆରେ ମାନାୟାର୍ ଆରି ମାପ୍ରୁହେବାକିନାକାର୍ ହେୱାର୍ତି ପର୍ମେସ୍ୱର୍ତି ଜିରୁସାଲମ୍ନି ଇଲ୍ କାଜିଂ ନିଜ୍ ଇଚାତାଂ ଇନାକା ହିଦ୍ନାର୍, ହେସବୁ ନିଜ୍ହିତ୍ତି ଇନାମ୍ ଅନି କାଜିଂ ଏନେଙ୍ଗ୍ ରାଜା ଆରି ତା ସାତ୍ ମତ୍ରି ହୁକେ ପକ୍ୟାତାୟ୍ନା; 17 ଇଦାଂ କାଜିଂ ଏନେଙ୍ଗ୍ ଇ ଡାବୁଙ୍ଗ୍ ହୁକେ ଜାତୁନ୍ରେ ସଣ୍ଡ୍, ମେଣ୍ଡା, ମେଣ୍ଡାହିମ୍ଣା ଆରି ତା ସାଙ୍ଗେ ବାଚିକିତି ଆରି ଉଣାକା ଆକାତ୍ ବିକ୍ରି କିଜ଼ି ମି ପର୍ମେସ୍ୱର୍ତି ଜିରୁସାଲମ୍ନି ଇଲ୍ନି ଗାର୍ଣିବେଦି ଜପି ଆକାତ୍ କିନାଦେର୍ । 18 ଆରେ, ବାକି ରୁପା ଆରି ହନାତ ନିଙ୍ଗେଙ୍ଗ୍ ଆରି ନି ଟଣ୍ଡାରିଂ ଇନାକା କିଦେଂ ହାର୍ ଚଞ୍ଜ୍ଜାନାତ୍, ହେଦାଂ ଏପେଙ୍ଗ୍ ଜାର୍ତିଂ ପର୍ମେସ୍ୱର୍ତି ଇଚା ଇସାବ୍ରେ କିନାଦେର୍ । 19 ଆରେ, ମି ପର୍ମେସ୍ୱର୍ତି ଇଲ୍ନି ହେବାନି ଜେ ସବୁ ଆକି ମିଙ୍ଗେଙ୍ଗ୍ ହିୟାତାତ୍ନ୍ନା, ହେଦାଂ ସବୁ ଏପେଙ୍ଗ୍ ଜିରୁସାଲମ୍ନି ପର୍ମେସ୍ୱର୍ତି ମୁମ୍ଦ ହେଲାୟ୍ କିୟାଟ୍ । 20 ଆରେ, ଏପେଙ୍ଗ୍ ପର୍ମେସ୍ୱର୍ତି ଇଲ୍ କାଜିଂ ଲଡ଼ାନି ଆରେ ଇନାକା ଅଲପ୍ ମିଙ୍ଗେଙ୍ଗ୍ ହିଦେଂ ଲାଗ୍ଦାନାତ୍, ହେଦାଂ ରାଜାତି ଟୁଣ୍ଡିତାଂ ହିୟାଟ୍ । 21 ଆରେ ସାର୍ଗେନି ପର୍ମେସ୍ୱର୍ତି ବିଦିନି ଅର୍ତକ୍ଷସ୍ତ ଏଜ୍ରା ମାପ୍ରୁହେବାକିନାକାନ୍ ମିଙ୍ଗ୍ତାଂ ଇନା ଇନାକା ରାଜା ଇଚା କିନାନ୍, 22 ହେଦାଂ ସବୁ ଏକ୍ ସହ କେଜି ପାତେକ୍ ରୁପା ଆରି ଏକ୍ ସହ ଗାଡ଼୍ହା ପାତେକ୍ ଗଁ ଆରି ଏକ୍ ସହ ଗାଡ଼୍ହା ପାତେକ୍ ଅଙ୍ଗୁର୍ ରାସ୍ ଆରି ଏକ୍ ସହ ଗାଡ଼୍ହା ପାତେକ୍ ଚିକାଣ୍ ଆରି ମେହାୟ୍କିୱିତି ହର ଜାତୁନ୍ତାଂ ହିନି କାଜିଂ ଆପ୍ ଅର୍ତ୍ତକ୍ଷସ୍ତ ରାଜା ନାଗୁଡ଼୍ ଆଣ୍ଟିପାଡ଼୍କା ୱିଜ଼ାର୍ ସାସନ୍ କାରିୟାରିଂ ବଲ୍ କିତାପ୍ନ୍ନା । 23 ସାର୍ଗେନି ପର୍ମେସ୍ୱର୍ତି ହୁକେ ଇନା ଇନାକା ବଲ୍ କିୟାତାତ୍ନ୍ନା, ହେଦାଂ ସବୁ ସାର୍ଗେନି ପର୍ମେସ୍ୱର୍ତି ଇଲ୍ କାଜିଂ ସମାନ୍ ଲାକେ କିୟାନାତ୍; ଇନେକିଦେଂକି ରାଜା ଆରି ତା ମାଜ଼ିର୍ତି ରାଜି ବିରୁଦ୍ତ ଇନେକିଦେଂ ରିସା ଆର୍ନାତ୍ ? 24 ଆରେ, ମାପ୍ରୁହେବାକିନାକାର୍ତି ଆରି ଲେବିୟର୍ତି, କେର୍ନାକାର୍ତି, ଦୁୱେର୍କାନାକାର୍ତି. ହେବାକାରିୟାର୍ତି ଆରି ପର୍ମେସ୍ୱର୍ତି ଇ ଇଲ୍ନି ହେବାକିନାକାର୍ତି ଇନେର୍ ଜପି ସିସ୍ତୁ, ରାଜିନି ନଲେ ଟିକସ୍ କୁଚିକିଦେଂ ବିଦି ବିରୁଦ୍ ଆନାତ୍ ଇଞ୍ଜି ଆପେଙ୍ଗ୍ ମିଙ୍ଗେଙ୍ଗ୍ ୱେଚ୍ଚାନାପା । 25 ଆରେ, ଏ ଏଜ୍ରା ପର୍ମେସ୍ୱର୍ତି ବିସ୍ରେନି ଇମ୍ଣି ଗିଆନ୍ ମି କେଇଦ ମାନାତ୍, ତା ଇସାବ୍ରେ ନାଗୁଡ଼୍ ଆଣ୍ଟିପାଡ଼୍କା ୱିଜ଼ାର୍ ମାନାୟାର୍ତି ବିଚାର୍ତ ଇମ୍ଣାକାର୍ ମି ପର୍ମେସ୍ୱର୍ତି ବିଦି ପୁନାର୍, ଏଲେଙ୍ଗ୍ ସାସନ୍କାର୍ୟା ଆରି ବିଚାର୍କାର୍ୟାରିଂ ଏପେଙ୍ଗ୍ ବାଚି କିୟାଟ୍; ଆରେ, ଇନେନ୍ ହେଦାଂ ପୁନୁନ୍, ହେୱାନିଙ୍ଗ୍ ଏପେଙ୍ଗ୍ ହିକ୍ୟା ହିୟାଟ୍ । 26 ଆରେ, ଇନେର୍କି ମି ପର୍ମେସ୍ୱର୍ତି ବିଦି ଆରି ରାଜା ବିଦି ପାଲି କିଦେଂ ରାଜି ଆଉନ୍, ହେ ଦସ୍ ହାକିଡାଣ୍ଡ୍ନି କି ବାଚିକିତାକା କି ଡାବୁଙ୍ଗ୍ଡାଣ୍ଡ୍ କି କଇଦିଡାଣ୍ଡ୍ନି ଜଗ୍ ଆଏତ୍ ପାଚେ, ଜାତୁନ୍ତାଂ ତା ସାସନ୍ କିୟାନାତ୍ ।"
27 ଇମ୍ଣି ନିତ୍ରେମାପ୍ରୁ ମା ଆକର୍ଦାଦିର୍ ପର୍ମେସ୍ୱର୍ ନିତ୍ରେମାପ୍ରୁ ଜିରୁସାଲମ୍ନି ଇଲ୍ତିଂ ହଲ୍ନାକା କିଦେଂ ରାଜାନି ୱାସ୍କିତିଂ ଇ ଲାକେ ପାଲି କିନାରା, 28 ଆରେ, ରାଜାନି ଆରି ତା ମତ୍ରିର୍ ଆରି ରାଜାତି ସାକ୍ତି ଆଦିକାରିର୍ ୱିଜ଼ାର୍ତି ମେହାଣ୍ତ ନା କାଜିଂ ଦୟା କିତାନ୍ନା, ହେୱାନ୍ ଦନ୍ୟ ଆଏନ୍ । ଇ ଲାକେ ନା କାଜିଂ ନିତ୍ରେମାପ୍ରୁ ନା ପର୍ମେସ୍ୱର୍ତି କେଇନି ସାଇଜତାଂ ଆନ୍ ବପୁ ଆତାଙ୍ଗ୍ ଆରି ନା ଲାହାଂ ଜାତ୍ରା କିଦେଂ ଇସ୍ରାଏଲ୍ ବିତ୍ରେତାଂ ମୁଡ଼୍ଦାକାରିଂ ରୁଣ୍ଡାୟ୍ କିତାଙ୍ଗ୍ ।