1 ଇଦାଂପାଚେ ବନ୍ଦିନି ମାଜ଼ିର୍ ନିତ୍ରେମାପ୍ରୁ ଇସ୍ରାଏଲ୍ନି ପର୍ମେସ୍ୱର୍ତି ଉଦେସ୍ତ ର ପାର୍ତାନା ଇଲ୍ ରଚ୍ଚାର୍ଣ୍ଣା ଇଞ୍ଜି ଜିହୁଦାନି ଆରି ବିନ୍ୟାମିନ୍ନି ବିରୁଦିର୍ ୱେଚାର୍ । 2 ହେପାଦ୍ନା ହେୱାର୍ ଜିରୁବାବିଲ୍ ଆରି ଆକର୍ଲାତ୍ରା ମୁଡ଼୍ଦାକାର୍ ଲାଗାଂ ୱାଜ଼ି ହେୱାରିଂ ଇଚାର୍, "ଆପେଙ୍ଗ୍ ମି ଲାହାଂ ରଚ୍ନାପ୍; ଇନେକିଦେଂକି ଇନେସ୍ ଏପେଙ୍ଗ୍, ହେ ଲାକେ ଆପେଙ୍ଗ୍ ମି ପର୍ମେସ୍ୱର୍ତି ଦାହ୍ନାପା; ଆରେ, ଅସୁରିୟ ରାଜା ଏସରହଦନ୍, ଜେ ମାଙ୍ଗେଙ୍ଗ୍ ଇବେ ତାଇୱାତାନ୍ନା, ତା ସମୁତାଂ ଆପେଙ୍ଗ୍ ତା ଉଦେସ୍ତ ପୁଜା କିନାପା ।" 3 ମତର୍ ଜିରୁବାବିଲ୍ ଆରି ଜେସୁୟ ଆରି ଇସ୍ରାଏଲ୍ନି ବିନ୍ ଆକର୍ଲାତ୍ରା ମୁଡ଼୍ଦାକାର୍ ହେୱାରିଂ ଇଚାର୍, "ମା ପର୍ମେସ୍ୱର୍ ଉଦେସ୍ତ ଇଲ୍ ରଚ୍ନାକା ବିସ୍ରେ ମା ଲାହାଂ ମିଦାଂ ଇମ୍ଣି ମେହାଣ୍ ଆକାୟ୍; ମତର୍ ମା କାଜିଂ ପାରସ୍ୟ ରାଜା କରସ୍ ରାଜାତି ବଲ୍ ପାର୍ମାଣେ ଆପେଙ୍ଗ୍ ନିଜେ ରୁଣ୍ଡାଜ଼ି ଇସ୍ରାଏଲ୍ନି ପର୍ମେସ୍ୱର୍ ନିତ୍ରେମାପ୍ରୁତି ଉଦେସ୍ତ ରଚ୍ନାସ୍ ।" 4 ହେବେ ଦେସ୍ନି ମାନାୟାର୍ ଜିହୁଦାନି ମାନାୟାର୍ କେଇ ନାଦାର୍ କିଦେଂ ଆରି ରଚ୍ନି କାମାୟ୍ତ ହେୱାରିଂ ଦୁକ୍ ହିଦେଂ ଲାଗାତାର୍, 5 ଆରେ, ହେୱାର୍ତି ୱିଜ଼ୁ ସପଲାଇ କିନି କାଜିଂ ପାରସ୍ୟ ରାଜା କରସ୍ନି ଜିବୁନ୍ଜିପ୍କା ଆରି ପାରସ୍ୟ ରାଜା ଦାରିୟାବସତି ଆଦିକାର୍ ପାତେକ୍ ହେୱାର୍ ବିରୁଦ୍ତ ଗାଣ୍ଜୁକିନାକାରିଂ ଡାବୁଙ୍ଗ୍ ହିଜ଼ି ଇଡ଼୍ତାର୍ । 6 ଆରେ, ଅକ୍ୟସ୍ୱେସର ସମୁତ ତା ଆଦିକାର୍ନି ଆରମ୍ତ ହେୱାର୍ ଜିହୁଦା ଆରି ଜିରୁସାଲମ୍ ନିକାରିଂ ବିରୁଦ୍ତ ର ପାପ୍ ଆକି ଲେକିକିତାର୍ ।
7 ଆରେରଗ, ଅର୍ତକ୍ଷସ୍ତର ଆଦିକାର୍ ସମୁତ ବିସ୍ଲମ୍, ହାଙ୍ଗ୍ଦାକାନ୍, ଟାବେଲ୍ ଆରି ତା ବିନ୍ ହାଙ୍ଗ୍ଦାକାର୍ ପାରସ୍ୟ ରାଜା ଅର୍ତକ୍ଷ ଲାଗାଂ ଆକି ଲେକିକିତାର୍; ହେ ଆକି ଅରାମିୟ ଅକର୍ତ ଲେକିକିତି ଆରି ଅରାମିୟ ବାସାତ ରଚନା ଆଜ଼ି ମାଚାତ୍ ।
8 ରହୁମ ମତ୍ରି ଆରି ସିମ୍ସୟ ଲେକିକିନାକାନ୍ ଅର୍ତକ୍ଷସ୍ତ ରାଜା ଲାଗାଂ ଜିରୁସାଲମ୍ ବିରୁଦ୍ତ ଇ ବାନି ଆକି ଲେକିକିତାର୍; 9 ରହୁମ ମତ୍ରି ଆରି ସିମ୍ସୟ ଲେକିକିନାକାନ୍ ଆରି ହେୱାର୍ତି ବିନ୍ ହାଙ୍ଗ୍ଦାକାର୍ ୱିଜ଼ାର୍, ଇଚିସ୍, ଦିନିୟ ଆରି ଅପର୍ସ୍ତକିୟ, ଟର୍ପଲିୟ, ଅପର୍ସିୟ, ଅର୍କବିୟ, ବାବିଲିୟ, ସୁସନିୟ, ଦେହ୍ୱିୟ, ଏଲମିୟ ମାନାୟାର୍, 10 ଆରେ, ଗାଜାପାଣ୍ ପାଣ୍ ଅସ୍ନପ୍ପର ହୁକେ ଆତି, ଆରେ ସମରିୟା ଗାଡ଼୍ଦ ଆରି ପରାତ୍ ନାଗୁଡ଼୍ ହେ ପାରିନି ଦେସ୍ନି ବିନ୍ବିନ୍ ବାହାତ ରଚ୍ଚି, ବାରବିନି କୁଟୁମ୍ନିକାର୍ ଲେକିକିତାର୍ ।
11 ହେୱାର୍ ଅର୍ତକ୍ଷସ୍ତ ରାଜା ଲାଗାଂ ଇମ୍ଣି ଆକି ପକ୍ଚି ମାଚାର୍, ହେବେନି ସବୁ ଲେକା ଇଦାଂ; "ପରାତ୍ ନାଗୁଡ଼୍ ହେପାରିସ୍ତ ମାନାୟ୍, ଜାର୍ ଆଡ଼ିୟାର୍ତାଂ, 12 ମୁଡ଼୍ ରାଜାତି ଲାଗାଂ ପୁନାସ୍ ଇଦାଂ ଜେ, ‘ନିଙ୍ଗ୍ ଲାଗାଂତାଂ ଆତି ଜିହୁଦିୟ ମାନାୟାର୍ ଜିରୁସାଲମ୍ତ ମା ଲାଗାଂତାଂ ୱାତାର୍ଣ୍ଣା; ହେୱାର୍ ହେ ବିରୁଦ୍ନି ବାନ୍ୟା ଗାଡ଼୍ ରଚ୍ନାରା ଆରି ଇଲ୍ ୱିସ୍ତି କୁନାଦି ମାରାମତ୍ କିନାରା ।’ 13 ଗାଜାରାଜାତି ଲାଗାଂ ପୁନାଟ୍ ଇଦାଂ ଜେ, ‘ଏଚେକାଡ଼୍ଦ ଇ ଗାଡ଼୍ ରଚ୍ଚି ଆରି ଇଲ୍ କାମାୟ୍ ୱିଜ଼୍ନାତ୍, ଲାଗିଂ ହେ ମାନାୟାର୍ ସିସ୍ତୁ, ରାଜ୍ ନଲେ ଟିକସ୍ ହିଉର୍, ଆରେ ହାରିହାରା ହେଦାଂ ରାଜାର୍ କେତିନିକା ଆନାତ୍ । 14 ଆପେଙ୍ଗ୍ ରାଜା ଇଲ୍ନି ହର ତିନାସ୍ ଆରି ଗାଜାରାଜାତି ଅପ୍ମାନ୍ ହୁଡ଼୍ନାକା ମାଦାଂ ଅଦିକାର୍ ଆକାୟ୍, ଇଦାଂ କାଜିଂ ମାନାୟ୍ ପକ୍ଚି ଗାଜାରାଜାତି ଇଦାଂ ୱେଚ୍ଚାପ୍ । 15 ନିଦାଂ ଆକର୍ଲାତ୍ରାନି ପୁରାଣ୍ ପତି ଦାହାଟ୍; ଲାଗିଂ ହେ ପୁରାଣ୍ ପତିତ ଏନେଙ୍ଗ୍ ହୁଡ଼୍ନାୟ୍ ଆରି ପୁନାଦେର୍ ଜେ, ଇ ଗାଡ଼୍ ବିରୁଦ୍ନି ଗାଡ଼୍, ଆରେ ରାଜାର୍ ଆରି ପଦେସ୍ ସବୁ କାଜିଂ ଅନ୍ୟାୟ୍ କିୟାଟ୍, ଆରେ ହେୱାର୍ ପୁର୍ବେ କାଡ଼୍ନି ତା ବିତ୍ରେ ଗଣ୍ଡ୍ଗଲ୍ ଗିଟାୟ୍କିତାର୍ଣ୍ଣା । ପାଚେ କାଜିଂ ଇ ଗାଡ଼୍ ନସ୍ଟ ଆତାତ୍ନା ।’ 16 ଆପେଙ୍ଗ୍ ମୁଡ଼୍ ରାଜାତିଂ ଜାଣାୟ୍କିନାପା ଜେ, ଇ ଗାଡ଼୍ ରଚ୍ଚି ଆରି ଇ ଇଲ୍ କାମାୟ୍ ୱିସ୍ତିସ୍, ତା ପାଚେ ନାଗୁଡ଼୍ ହେପାଡ଼୍କା ନିଦାଂ ଇନାକାପା ବାଗ୍ ମାନୁତ୍ ।" 17 ଇବେ ରାଜା ମତ୍ରି ରହୁମ ଆରି କାମାୟ୍ହାଉକାର୍ ସିମ୍ସୟ ଆରି ହେୱାର୍ତି ସମରିୟା ନିକାର୍ ବିନ୍ ହାଙ୍ଗ୍ଦାକାର୍, ଆରେ ନାଗୁଡ଼୍ ହେପାଡ଼୍କା ଦେସିୟ ବାରବିନି ମାନାୟ୍ତି ଲାଗାଂ ଉତର୍ ପକ୍ତାନ୍, ଇଚିସ୍, "ମିଦାଂ ମଙ୍ଗଲ୍ ଆଏତ୍ । 18 ଏପେଙ୍ଗ୍ ମା ଲାଗାଂ ଇମ୍ଣି ଆକି ପକ୍ତାତାତାଦେର୍ନା, ହେଦାଂ ମା ମେହାଣ୍ତ ହାର୍ ଲାକେ ପଡ଼ି କିୟାତାତ୍ନ୍ନା । 19 ଆରେ, ମା ବଲ୍ଦ ଦାସ୍ତି ଆତାତ୍ମା, ହୁଡ଼୍ୟା ଆନାତା ଜେ, ଆଗେକାଡ଼୍ଦ ଇ ଗାଡ଼୍ ରାଜାର୍ ବିରୁଦ୍ତ କିନାଙ୍ଗା ଆରି ତା ବିତ୍ରେ ରାଜା ବିରଦ୍ ଆରି ଗଣ୍ଡ୍ଗଲ୍ କିୟାତାତ୍ନା । 20 ପା ଜିରୁସାଲମ୍ତ ସାକ୍ତିନି ରାଜାର୍ ମାଚାର୍, ହେୱାର୍ ନାଗୁଡ଼୍ ହେପାଡ଼୍କା ୱିଜ଼ାର୍ ଦେସ୍ତ ରାଜ୍ କିତିସ୍; ଆରେ, ହେୱାରିଂ ସିସ୍ତୁ, ରାଜ୍କିନାକା ଆରି ଟିକସ୍ ହିୟାତାତ୍ । 21 ଲାଗିଂ ମାଙ୍ଗ୍ତାଂ ବଲ୍ ପର୍ଚାର୍ ଆୱି ପାତେକ୍ ହେ ଗାଡ଼୍ ଇନେସ୍ ରଚ୍ୟା ଆଉତ୍, ଇଦାଂ କାଜିଂ ନଙ୍ଗ୍ ଏପେଙ୍ଗ୍ ହେ ମାନାୟାରିଂ କାମାୟ୍ତିଂ ବନ୍ଦ୍ କିଦେଂ ବଲ୍ କିୟାଟ୍ । 22 ଆରେ, ଜାଗ୍ରତ୍, ଇ ବିସ୍ରେ ଏପେଙ୍ଗ୍ ଏଲା ଆମାଟ୍; ରାଜାର୍ତି କେତି କାଜିଂ ଇନେକିଦେଂ ନସ୍ଟ ବୁଦି ପାୟାନାଦେର୍ ?"
23 ହେବେ ରହୁମ ଆରି କାମାୟ୍ହାଉକାର୍ ସିମ୍ସୟ ଆରି ହେୱାର୍ତି ହାଙ୍ଗ୍ଦାକାର୍ ମାନାୟାର୍ ଲାଗାଂ ଅର୍ତକ୍ଷସ୍ତ ରାଜାନି ଆକିନି ୱିଜ଼ୁ ଲେକା ପଡ଼ିକିତିଲେ, ହେୱାର୍ ଦାପ୍ରେ ଜିରୁସାଲମ୍ତ ଜିହୁଦିର୍ ଲାଗାଂ ହାଲ୍ଜି ବପୁ ଆରି କେମ୍ତା ହୁକେ ହେୱାରିଂ କାମାୟ୍ତିଂ ବନ୍ଦ୍ କିତାର୍ । 24 ପାଚେ ଜିରୁସାଲମ୍ତ ପର୍ମେସ୍ୱର୍ତି ଇଲ୍ନି କାମାୟ୍ ବନ୍ଦ୍ ଆତାତ୍ । ଆରେ, ପାରସ୍ୟ ରାଜା ଦାରିୟାବସଙ୍କର ଆଦିକାର୍ନି ଦୁଇ ବାର୍ହୁ ପାତେକ୍ ହେଦାଂ ବନ୍ଦ୍ ଆଜ଼ି ମାଚାତ୍ ।