ଜିସୁ ବାନ୍ଦ୍ ଲାଗାୟ୍ ରଗ୍ୟାଙ୍ଗ୍ ଉଜ୍ କିତାନ୍
1 ଇଦାଂ ପାଚେ ଜିହୁଦିର୍ତି ର ପାର୍ବୁ ଏକାୱାତାତ୍, ଆରେ ଜିସୁ ଜିରୁସାଲମ୍ତ ହାଚାନ୍ । 2 ଜିରୁସାଲମ୍ନି ମେଣ୍ଡା ଦୁୱେର୍ କଚଣ୍ ର ବାନ୍ଦ୍ ମାନାତ୍; ଏବ୍ରି ବାସାତାଂ ତାଙ୍ଗେଙ୍ଗ୍ ବେତ୍ସାଇଦା ଇଞ୍ଜି ଇନାର୍, ହେ ବାନ୍ତ ପାଞ୍ଚ୍ଗଟା ମଣ୍ଡମ୍ ମାନାତ୍ । 3 ହେ ମାଣ୍ଡମ୍ତ ହେନି ହେନି ସୁକ୍ ହିଲ୍ୱାକାର୍, କାଣା, ଚଟା, ଆରି ହିରକଲ୍ରଗି ମାଚାର୍ । ହେୱାର୍ ନାଗୁଡ଼୍ ଉଲ୍କା ଆନାକା କାଜିଂ ମାଚାର୍; 4 ଇନାକିଦେଂକି ଇନା ଇନା ୱେଡ଼ାଙ୍ଗ୍ ମାପ୍ରୁତି ରୱାନ୍ ଦୁତ୍ ବାନ୍ତ ଜୁଜ଼ି ନାଗୁଡ଼୍ ଉଲ୍କାୟ୍ କିଜ଼ି ମାଚାନ୍, ଆରେ ନାଗୁଡ଼୍ ଉଲ୍କା ଆତି ସମୁତ ଇନେର୍କି ପର୍ତୁମ୍ ହେବେ ହଣ୍ଜି ମାଚାନ୍, ହେୱାନ୍ ଇନେସ୍ ବାର୍ତି ରଗ୍ ବେମାର୍ ମାଚାନ୍ ପା ଉଜ୍ ଆଜ଼ି ମାଚାର୍ । 5 ହେବେ ତିରିସ୍ଆଟ୍ ବାର୍ହୁ ପାତେକ୍ ରଗ୍ୟା ରକାନ୍ ମାନାୟ୍ ମାଚାନ୍ । 6 ଜିସୁ ତାଙ୍ଗେଙ୍ଗ୍ ମାଗ୍ଜିମାନାକା ହୁଡ଼୍ଜି ବେସିଦିନ୍ନ୍ତି ରଗ୍ୟା ଇଞ୍ଜି ପୁଞ୍ଜି ତାଙ୍ଗେଙ୍ଗ୍ ୱେନ୍ବାତାନ୍, "ଏନ୍ ଇନାକା ଉଜ୍ ଆଦେଂ ଇଚା କିନାୟା ?"
7 ରଗ୍ୟା ମାନାୟ୍ ଜିସୁଙ୍ଗ୍ ଉତର୍ ହିତାନ୍, "ଏ ମାପ୍ରୁ, ଏଜ଼ୁଂ ଉଲ୍କା ଆନି ସମୁତ ନାଙ୍ଗେଙ୍ଗ୍ ବାନ୍ଦ୍ ବିତ୍ରେ ଅଜ଼ି ହାଞ୍ଜେଙ୍ଗ୍ ଇଞ୍ଜି ନାଙ୍ଗ୍ ଇନେର୍ ହିଲୁର୍; ଆରେ, ଆନ୍ ହାଲୁ ହାଲୁ ବିନେ ନିକାନ୍ ନା ଆଗେ ହଣ୍ଗାନାନା ।"
8 ଜିସୁ ତାଙ୍ଗେଙ୍ଗ୍ ଇଚାନ୍, "ନିଙ୍ଗା, ନି କାଟେଲ୍ ଆସ୍ତି ତାଙ୍ଗା ।" 9 ହେ ଦାପ୍ରେ ହେ ମାନାୟ୍ ଉଜ୍ ଆତାନ୍ ଆରି ଜାର୍ କାଟେଲ୍ ଆସ୍ତି ତାଙ୍ଗ୍ଦେଂ ଲାଗାତାନ୍ ।
ହେ ଦିନା ଜମ୍ନିବାର୍ ମାଚାତ୍ ।