15 ଆରେ, ହେୱାନ୍ ହେୱାରିଂ ଇଚାନ୍, "ଜାଗ୍ରତ୍, ୱିଜ଼ୁ ବାନି କଟିତାଂ ଜାର୍ ଜାର୍ତିଂ ଦେହା ଇଟାଟ୍, ଇନାକିଦେଂକି ରୱାନ୍ ମାନାୟ୍ତିଂ ଜିବୁନ୍ ତା ଦାନ୍ ଆଦିକ୍ ଜପି ମାନ୍କିଉନ୍ ।"
16 ଆରେ, ଜିସୁ ହେୱେରିଂ ଇ ଉତର୍ମୁଡ଼୍ ଇଚାନ୍, "ରକାନ୍ ମାଜାନ୍ ମାନାୟ୍ତି ଜମିତାକେ ଆଦିକ୍ ପାଚି ଆତାତ୍ । 17 ହେବେ ହେୱାନ୍ ମାନ୍ତ ମାନ୍ତ ଏତ୍ କିଜ଼ି ଇଚାନ୍, ଇନାକା କିନାଙ୍ଗ୍ ? ଇନାକିଦେଂକି ନା ପାଚି ମଦାୟ୍ କିଜ଼ି ଇଟ୍ଦେଂ ଇଞ୍ଜି ବାହା ହିଲୁତ୍ । 18 ଆରି, ହେୱାନ୍ ଇଚାନ୍, ଇଦାଂ କିନାଙ୍ଗ୍; ନା ଟୁଣ୍ଡିଙ୍ଗ୍ ଡ୍ରିକ୍ଚି ଗାଜାଙ୍ଗ୍ ଗାଜାଙ୍ଗ୍ କିଜ଼ି ରଚ୍ନାଙ୍ଗ୍ ଆରି ହେ ୱିଜ଼ୁ ତାକେ ନା ତାସ୍ ଆରି ଜିନ୍ସୁପାତି ୱିଜ଼ୁ ମଦାୟ୍ କିଜ଼ି ଇଟ୍ନାଙ୍ଗ୍, 19 ଆରି, ଆନ୍ ନା ୱାସ୍କିତିଂ ଇନାଙ୍ଗ୍ ଏ, ଜିବୁନ୍, ଆଦିକ୍ ବାର୍ହୁ କାଜିଂ ନିନ୍ଦାଂ ଆଦିକ୍ ଜିନ୍ସୁ ରୁଣ୍ଡା ଆତାତ୍ନ୍ନା, ଜମା, ତିନ୍ଞ୍ଜି ଉଣ୍ଜି, ୱାରି କିୟା; 20 ମତର୍ ଇସ୍ୱର୍ ହେୱାନିଂ ଇଚାନ୍, ଆଡ଼େ ନିର୍ବୁଦ୍ୟା, ନେଞ୍ଜେଙ୍ଗ୍ ନାଣା ନି ୱାସ୍କି ନିବେ ତାଙ୍ଗ୍ ଅୟାନାତ୍; ହେବେତାଂ ଏନେଙ୍ଗ୍ ଇନା ଇନାକା ଜାର୍ କାଜିଂ ଜତନ୍ କିତାୟ୍ନା, ହେଦାଂ ୱିଜ଼ୁ ଇନେର୍ତି ଆନାତ୍ ?"
21 ଇନେନ୍ ଜାର୍ କାଜିଂ ଦାନ୍ ରୁଣ୍ଡାୟ୍ କିନାନ୍, "ମାତର୍ ଇସ୍ୱର୍ ଆଗେ ହାଉକାର୍ ଆକାୟ୍, ହେଦାଂ କାଜିଂ ଇ ଲାକେ ଗିଟା ଆନାତ୍ ।"