ଜିସୁ ର ରଗ୍ୟାଂ ଉଜ୍ କିତାନ୍
1 ରଗ ଜିସୁ ଜମ୍ନିବାର୍ ନାଜିଂ ତିନି କାଜିଂ ର ପାରୁସିର୍ ମୁଣିକା ଇଞ୍ଜ ହଟିଲେ, ହେୱାର୍ ତାଙ୍ଗ୍ ଇଟ୍କାଡ଼୍ କିଜ଼ି ମାଚାର୍ । 2 ଆରେ ହୁଡ଼ାଟ୍, ହେୱାନ୍ ମୁମ୍ଦ ରକାନ୍ କାଲ୍କୁ କେଇକୁ ପୁଲାଆତି ରଗ୍ୟା ନଚ୍ନି ମାନାୟ୍ ମାଚାନ୍ । 3 ହେବେ ଜିସୁ ମସାତି ବିଦିନି ଗୁରୁର୍ ଆରି ପାରୁସିରିଂ ଉତର୍ ହିତାନ୍, "ଜମ୍ନିବାର୍ ନାଜିଂ ଉଜ୍ କିନାକା ବିଦି କି ଆକାୟ୍ ?" ମାତର୍ ହେୱାର୍ ଚିମ୍ରା ଆଜ଼ି ମାଚାର୍ ।
4 ଆରେ, ହେୱାନ୍ ତାଙ୍ଗେଙ୍ଗ୍ ଆସ୍ତି ଉଜ୍ କିତାନ୍ ଆରି ପକ୍ତାନ୍ ।