17 ମାନାୟ୍ ବିତ୍ରେ ରୱାନ୍ ହେୱାନିଂ ଉତର୍ ହିତାନ୍, "ଏ ଗୁରୁ ଆନ୍ ନା ମାଜ଼ିଙ୍ଗ୍ ନି ତାକେ ତାସି ମାଚାଙ୍ଗ୍; ତାଙ୍ଗେଙ୍ଗ୍ ର ଗୁଲା ପୁଦା ଆସ୍ତାତ୍ନା, 18 ଇମ୍ଣି ବାହାତପା ହେଦାଂ ତାଙ୍ଗେଙ୍ଗ୍ ଆହ୍ନାତ୍, ତାଙ୍ଗେଙ୍ଗ୍ ତାରେନ୍ ଗ୍ରୁତ୍ତାନ୍ନା, ହେୱାନ୍ ୱେଇଦାଂ ପୁମେଲ୍ ହନାତ୍ ଆରେ ଟାଡାଙ୍ଗ୍ କାଟ୍ନାନା ଆରି ହେୱାନ୍ ୱାଜ୍ଜି ହାନାନ୍; ତାଙ୍ଗେଙ୍ଗ୍ ପିହି କିିନି କାଜିଂ ଆନ୍ ମି ଚେଲାରିଂ ଇଞ୍ଜି ମାଚାଙ୍ଗ୍, ମାତର୍ ହେୱାର୍ ଆଡ୍ୱାତାର୍ ।"
19 ଜିସୁ ହେୱାରିଂ ଉତର୍ ହିତାନ୍, "ଆଡ଼େ ପାର୍ତିକିୱି ଲାତ୍ରା ଏଚେକ୍ ଦିନ୍ ମି ହୁକେ ମାନାଙ୍ଗ୍ ? ଏଚେକ୍ଦିନ୍ ମି ଚିନ୍ତା ଆଡ୍ନାଂ ? କାଡ଼୍ଦେଂ ନାତାକେ ତାଇୱାଡୁ !" 20 ହେବେଣ୍ଡାଂ ହେୱାର୍ ତାଙ୍ଗେଙ୍ଗ୍ ହେୱାନ୍ ତାକେ ତାହି ୱାତାର୍ । ଆରି ହେୱାନିଂ ହୁଡ଼୍ତି ଦାପ୍ରେ ହେ ପୁଦା ତାଙ୍ଗେଙ୍ଗ୍ ବେସି ମଡ଼ି କିତାତ୍ ଆରି ହେ ମେଦ୍ନିତ ଗୁର୍ଜି ପୁମେଲ୍ ଉର୍ଚି ଡଣଗୁର୍ଦେଂ ଲାଗାତାନ୍ ।
21 ହେ କାଡ଼୍ଦ ହେୱାନ୍ ତା ଲାତ୍ରାହିଙ୍ଗ୍ ୱେନ୍ବାତାନ୍, "ଏଚେଦିନ୍ ଆତାତ୍ ଇୱାନିଂ ଏଲେଙ୍ଗ୍ ଆନାତା ?" ହେୱାନ୍ ଇଚାନ୍, "ହିରୁୱେଡ଼ାଙ୍ଗ୍ ତାଙ୍ଗ୍,"
22 "ହେୱାନ୍ ତାଙ୍ଗେଙ୍ଗ୍ ଅସ୍ତେଙ୍ଗ୍ ଇଞ୍ଜି ବାର୍ ବାର୍ ନାଣିତ ଆରି ଏଜ଼ୁକାଂ ତୁହିହିତାତ୍ନା; ମାତର୍ ଏନ୍ ଜଦି ଇନାକା କିଦେଙ୍ଗ୍ ଆଡ୍ନାୟ୍, ତା ଆତିସ୍ ମା କାଜିଂ କାର୍ମା ଆଜ଼ି ଉପ୍କାର୍ କିଦା ।"
23 ହେବେ ଜିସୁ ତାଙ୍ଗେଙ୍ଗ୍ ଇଚାନ୍, "ଇନାକା ଇଚାୟ୍ ? ଜଦି କିଦେଙ୍ଗ୍ ଆଡ୍ନାୟ୍ ! ପାର୍ତି କିନାକାନ୍ ତାକେ ୱିଜ଼ୁ ଆନାତ୍ ।"
24 "ହେ ସାଙ୍ଗେ କାଡ଼୍ଦେ ଲାତ୍ରାହି ଗାଜା କାଟ୍ତାଂ ଇଚାନ୍, ଆନ୍ ପାର୍ତି କିନାଙ୍ଗା, ନା ପାର୍ତି କିୱାକା ବାଡାୟ୍ କିଦା ।"
25 ପାଚେ ଲକୁ ରବେ ହନ୍ଚି ୱାନାକା ହୁଡ଼୍ଜି ଜିସୁ ହେ ବାନ୍ୟା ପୁଦା ଜିବୁନ୍ତିଂ ଦାମ୍କାୟ୍ କିଜ଼ି ଇଚାନ୍, "ଏ ଗୁଲା ଆରି ବୟିରା ଜିବୁନ୍ ଆନ୍ ନିଙ୍ଗେଙ୍ଗ୍ ବଲ୍ ହିଦ୍ନାଙ୍ଗା, ଇବେଣ୍ଡାଂ ହସି ହାଲା, ଆରେ ରଗ ଇନାୱାଡ଼ାଂପା ଇୱାନ୍ ତାକେ ହଣୁୟ୍ ।"
26 ହେବେ ହେଦାଂ କିରିଡ଼ି ପାଡ଼ି କିଜ଼ି ତାଙ୍ଗେଙ୍ଗ୍ ମଡ଼ିକିଜ଼ି ହସି ହାଚାତ୍, ଆରେ କାଡ଼୍ଦେ ହାତିଲାକେ ଆତାନ୍, ଏଲେଙ୍ଗ୍ ଆତି କାଜିଂ ଆଦେକ୍ ହେନି ଇଚାର୍, "ହେୱାନ୍ ହାତାନ୍ ।" 27 ମାତର୍ ଜିସୁ ତା କେଇ ଆସ୍ତି ତାଙ୍ଗେଙ୍ଗ୍ ନିକ୍ତାନ୍, ଆରେ ହେୱାନ୍ ନିଙ୍ଗ୍ତାନ୍ ।