18 ଇଦାଂ ଆନାତା ଜିସୁ କ୍ରିସ୍ଟତି ଜଲମ୍ ବିସ୍ରେ । ତା ତେହି ମରିୟମ୍ ଜସେପ୍ ଲାହାଙ୍ଗ୍ ମାଲାକିୟା ଆଜ଼ି ମାଚାତ୍ । ମାତର୍ ହେୱାର୍ ବିବା ୱିଜ଼ୁ ୱିଜ଼୍ନି ଆଗେ ମରିୟମ୍ ପୁଚାତ୍ ଜେ ପୁଇପୁୟା ଜିବୁନ୍ ହୁକେ ମାଞ୍ଜେଙ୍ଗ୍ ଆସ୍ତାଙ୍ଗ୍ନା ଇଞ୍ଜି ପୁଚାତ୍ । 19 ଜସେପ୍ ସବୁ ନାଞ୍ଜିଙ୍ଗ୍ ନ୍ୟାୟ୍ କାମାୟ୍ କିଜ଼ି ମାଚାନ୍ । ଲାଗିଂ ମରିୟମ୍ତିଂ ମାନାୟାର୍ ଲାଜୁତାଂ ରାକ୍ୟା କିଦେଙ୍ଗ୍ ଇଞ୍ଜି ଡ଼ୁଗ୍ଜି ମାଲାକିତାକାଦିଂ ବାଙ୍ଗାୟ୍ କିଦେଙ୍ଗ୍ ଇଞ୍ଜି ଉପାୟ୍ ପାଚି କିତାନ୍ ।
20 "ହେୱାନ୍ ଇଦାଂ ଏତ୍କିନିହିଙ୍ଗ୍ ରୱାନ୍ ମାପ୍ରୁତି ଦୁତ୍ ତାଙ୍ଗେଙ୍ଗ୍ କେଚ୍କଣ୍ତ ଚଞ୍ଜ୍ୟା ଆଜ଼ି ଇଚାନ୍, ଏ ଦାଉଦ୍ ଲାତ୍ରାନି ଜସେପ୍ ! ମରିୟମ୍ତିଂ ଡକ୍ରି ଲାକେ ଇଡ୍ଦେଂ ପାଣ୍ଡ୍ରା ଆମା, ଇନାକିଦେଂକି ପୁଇପୁୟା ଜିବୁନ୍ ହୁକେ ମାଞ୍ଜେଙ୍ଗ୍ ଆସ୍ତାଙ୍ଗ୍ନା । 21 ୧:୨୧ ଲୁକ ୧:୩୧.ତାଙ୍ଗ୍ ର ମାଜ଼ି ଜଲମ୍ ଆନାନ୍ । ଏନ୍ ତା ତର୍ ଜିସୁ ଇଟ୍ନାୟ୍, ଇନାକିଦେଂକି ହେୱାନ୍ ତା ଲଗାଂ ପାପ୍ତାଂ ରାକ୍ୟା କିନାନ୍ ।"