3 ଜିସୁ ହେୱାରିଂ ଉତର୍ ହିତାନ୍, "ଏପେଙ୍ଗ୍ ପା ମି ରିତି ନିତି କାଜିଂ ଇନେକିଦେଂ ଇସ୍ୱର୍ତି ବଲ୍ ଉଡ଼ା ଆନାଦେରା ? 4 ଇସ୍ୱର୍ତି ବଲ୍ କିତାନ୍ନ୍ନା, ଆବାଂ ଆୟାଙ୍ଗ୍ ୱାରି କିୟାଟ୍ । ଆରେ ଇନେର୍ ତା ଆବା କି ଆୟାଂ ସାଇପ୍ ହିନାନ୍, ହେୱାନ୍ ହାକି ଡାଣ୍ଡ୍ ପାୟା ଆନାନ୍ ।" 5 "ମାତର୍ ଏପେଙ୍ଗ୍ ଇନାଦେରା ହିକ୍ୟା ହିନାଦେରା ଜେ ରୱାନ୍ ମାନାୟ୍ ଇମ୍ଣି ଅରତ୍ ଲାହାଙ୍ଗ୍ ଜାର୍ ଆବାଂ କି ଆୟାଙ୍ଗ୍ ସାଇଜ କିଦେଙ୍ଗ୍ ଆଡ଼୍ତାନ୍ମା ହେଦାଂ ଇସ୍ୱର୍ତିଂ ଦାନ୍ କିତାନ୍ନ୍ନା ଇଞ୍ଜି ୱେଚ୍ଚାର୍, 6 ହେୱାନ୍ ଆରେ ତା ଆବା ଆୟାଂ୧୫:୬ କେତେକ୍ ପତିତ ଜାର୍ ଆବା ନେଲେ ଆୟା ମାନାତ୍ । ହାତେନେ ଜତନ୍ କିଉନ୍ । ଇ ଲାକେ ଏପେଙ୍ଗ୍ ମିଦାଂ ବଲ୍ମନ୍ଦ୍ ରିତିନିତି କାଜିଂ ଇସ୍ୱର୍ତି ବଚନ୍ ବେକାର୍ କିନାଦେରା ।