ଜିସୁତି ପାଗ୍ମାସ୍ବାନାକା
1 ଜିସୁ ଇ ଚଅ ଦିନ୍ ପାଚେ ପିତର୍ ଆରି ଜାକୁବ୍, ଜହନ୍ ଟଣ୍ଡ୍ରିୟାରିଂ ଅଜ଼ି ର ପାନ୍ତି ମାଡ଼ିଜପି ହାଚାର୍ । ହେବେ ବିନେନିକାର୍ ଇନେର୍ ହିଲ୍ୱାତାର୍ । 2 ଚେଲାହିର୍ ହୁଡ଼ୁ ହୁଡ଼ୁ ଜିସୁତି ର ତ୍ରିପ୍କୁ ପାଗ୍ମାସ୍ବାତାନ୍ । ହେୱାନ୍ ୱେଇ ୱେଡ଼ାଲାକେ ଅଜଡ଼୍ ଆତାତ୍ ଆରେ ହେୱାନ୍ତି ହେନ୍ଦ୍ରା ଅଜଡ଼୍ ଲାକେ ଡ଼ିଞ୍ଚାତ୍ । 3 ମସା ଆରି ଏଲିୟ ଜିସୁ ଲାହାଙ୍ଗ୍ କାତାର୍ବାତା ଆନାକା ଚେଲାର୍ ହୁଡ଼୍ତାର୍ ।
4 ହେବେ ପିତର୍ ଜିସୁଙ୍ଗ୍ ଇଚାନ୍, "ଏ ମାପ୍ରୁ, ଆସେଙ୍ଗ୍ ଜେ ଇ ବାହାତ ମାନାସ୍, ଇଦାଂ ହାର୍ଦାକା; ନି ଇଚା ଆତିସ୍ ଆନ୍ ଇବେ ତିନିଗଟା ପୁଟ୍କୁ ରଚ୍ନାଙ୍ଗ୍ ନି କାଜିଂ ରଞ୍ଜାଙ୍ଗ୍, ମସା କାଜିଂ ରଞ୍ଜାଙ୍ଗ୍ ଆରି ଏଲିୟ କାଜିଂ ରଞ୍ଜାଙ୍ଗ୍ ।"
5 ହେୱାନ୍ ଇ କାତା ଇନୁ ଇନୁ, ହୁଡ଼ାଟ୍, ଇଚୁକ୍ ବାଦାଡ଼୍ ହେୱାରିଂ ଡାବାୟ୍ କିତାତ୍, ଆରି ହୁଡ଼ାଟ୍, ଇ ସବଦ୍ ଆତାତ୍, "ଇ ମା ୱାରିନି ମାଜ଼ି ଇୱାନ୍ ତାକେ ମା ଅପ୍ରବଲ୍ ୱାରି, ଇୱାନ୍ତି ବଚନ୍ ମାନ୍ତ ଇଟାଟ୍ ।"