9 ହେବେ ହେୱାର୍ ରାଜା ବେଣ୍ ୱେନ୍ଞ୍ଜି ହାଚାର୍; ଆରେ ହୁଡ଼ା, ହେୱାର୍ ୱେଡ଼ାହତ୍ନି ଦେସ୍ତ ଇମ୍ଣି ହୁକା ହୁଡ଼୍ତାର୍, ହେଦାଂ ହେୱାର୍ ଆଗ୍ଦ ଆଗ୍ଦ ହାଲ୍ଜି, ଇମେତାକେ କାଡ଼୍ଦେ ମାଚାନ୍, ପାଚେ ହେ ବାହା ଜପି ଟେବାତାତ୍ । 10 ହେୱାର୍ ହେଦେଲିଂ ହୁଡ଼୍ଜି ବେସି ୱାରିତାଂ ଏଚେକ୍ ଉଲ୍କା ଆଜ଼ି ନିଙ୍ଗ୍ତାର୍ ହେୱାର୍ ହେୱାରିଂ ଆଗେ ଆଗେ ହାଲ୍ଜି ହୁକା ଆରେ କାଡ଼୍ଦେ ମାନି ଇଲ୍ ଜପି ସମାନ୍ ଟେବା ଆତାର୍ ।