ଜିସୁ ତଗା ମାର୍ତିଂ ରାଣ୍ ହିତାନ୍
18 ହେ ଆର୍କାତ୍ ନାଜିଂ ଜିସୁ ଜିରୁସାଲମ୍ତାଂ ୱାନିହିଂ ନାସ୍କି ଆତାନ୍ । 19 ହାଜ଼ି କଚଣ୍ ର ତଗା ମାର୍ ମାଚାତ୍ । ଜିସୁ ତା ଲାଗାଂ ହାଲ୍ଜି ହେବେ ଆକିଂ ପିସ୍ତି ଆରି ଇନାକା ହୁଡ଼୍ୱାତାନ୍ । ଲାଗିଂ ଜିସୁ ମାର୍ତିଂ ଇଚାନ୍, "ଏନ୍ ଆରେ ମୁଡ଼୍କେ ପାଡ଼୍ ଆହ୍ମା ।" ହେ ଦାପ୍ରେ ତଗା ମାର୍ ୱାଜ୍ଜି ହାଚାତ୍ ।
20 ଚେଲାହିର୍ ଇଦାଂ ହୁଡ଼୍ଜି କାବା ଆଜ଼ି ୱେନ୍ବାତାର୍, "ତଗା ମାର୍ ଏଚେଚାଣ୍ଡ୍ ୱାଚ୍ଚାତ୍ ଇନେସ୍ ?"
21 ୨୧:୨୧ ମାତିଉ ୧୭:୨୦; ୧ କରନ୍ତିୟ ୧୩:୨. ଜିସୁ ଉତର୍ ହିତାନ୍, "ଆନ୍ ମିଙ୍ଗେଙ୍ଗ୍ ହାତ୍ପା ଇଞ୍ଜ୍ନାଙ୍ଗା, ଜଦି ମି ପାର୍ତି ମାନାତ୍, ଆରେ ଏପେଙ୍ଗ୍ ପାର୍ତି କିଉଦେର୍, ଲାଗିଂ ଇ ତଗା ମାର୍ କାଜିଂ ଇନେସ୍ କିୟାଆତାତ୍ନା, କେବଲ୍ ଇନେର୍ ହେ ଲାକେ କିନାଦେର୍, ହେଦାଂ ଆକାୟ୍, ମତର୍ ଜଦି ଇ ମାଡ଼ିତିଂ ପା ଏନ୍ ନିଙ୍ଗ୍ଜି ହାମ୍ଦୁର୍ତ ହାଲ୍ଜି ଆରା ଇଞ୍ଜି ଇନାଦେର୍, ତା ଆତିସ୍ ହେଦାଂ ଗିଟା ଆନାତ୍ । 22 ଆରେ, ପାର୍ତି କିଜ଼ି ପାର୍ତାନାତାଂ ଇନାକା ପା ଏନ୍ନାଦେର୍ ହେ ସବୁ ପାୟାନାଦେର୍ ।"