51 ହେୱେଡ଼ାଲିଂ ମନ୍ଦିର୍ତ ଜଲାଆନି ହେନ୍ଦ୍ରା ଜପିତାଂ ତାରେନ୍ ପାତେକ୍ ରି ପାଡ଼ା ଆଜ଼ି କେନ୍ଚାତ୍ । ମେଦ୍ନି ଦାଲ୍କାତାତ୍, ଚେଚ୍ରାଂ ପାକାଆତିକ୍ । 52 ଆରି ଦୁଗେର୍ ଜେୟା ଆଜ଼ି କେତେକ୍ ସାଦୁର୍ତି ଗାଗାଡ଼୍ ଆରେରଗ ନିଙ୍ଗ୍ତାତ୍ । 53 ଇୱାର୍ ଦୁଗେର୍ତାଂ ନିଙ୍ଗ୍ଜି ୱାତାର୍ ଆରି ଜିସୁତି ଆରେ ନିଂନାକା ପାଚେ ହେୱାର୍ ପୁଇପୁୟା ଗାଡ଼୍ ଜିରୁସାଲମ୍ତ ହାନାକାର୍ ଆଦେକ୍ ହୁଡ଼୍ତାର୍ ।
54 ଜିସୁଙ୍ଗ୍ କାସି ମାନି ମୁଡ଼୍ମେଲ୍ୟା ଆରି ମେଲ୍ୟାର୍ ମେଦ୍ନି ଦାଲ୍କାନାକା ଆରି ବିନ୍ବିନ୍ନି ଗିଟାନାକା ହୁଡ଼୍ଜି ପାଣ୍ଡ୍ରାତାର୍ । ହେୱାର୍ ଇଚାର୍, "ଇୱେନ୍ ହାତ୍ପାନେ ଇସ୍ୱର୍ ମାଜ଼ି ମାଚାନ୍ ।"