9 ଲାଗିଂ ଏପେଙ୍ଗ୍ ଜଦି ୱାଇଦାଂ ଜିସୁ ମାପ୍ରୁ ଇଞ୍ଜି ମାନି କିନାଦେର୍, ଆରେ ଇସ୍ୱର୍ ହେୱାନିଂ ହାତାକାର୍ ବିତ୍ରେତାଂ ନିକ୍ତାନ୍ନା ଇଞ୍ଜି ୱାସ୍କିତ ପାର୍ତି କିନାଦେର୍, ବାଟିଙ୍ଗ୍ ମୁକ୍ତି ଆନାକା ପାୟାନାନ୍; 10 ଇନେକିଦେଂକି ଦାର୍ମିକାତା ପାୟାନି କାଜିଂ ମାନାୟ୍ ୱାସ୍କିତ ପାର୍ତି କିନାନ୍ ଆରି ମୁକ୍ଡ଼ାନାକା ପାୟାନି କାଜିଂ ୱେଇଦାଂ ମାନି କିନାନ୍ ।
Publicidade