ପରିକ୍ୟା ଆରି ଲବାୟ୍ କିନାକା
12 ଇମ୍ଣି ଲଗୁ ପରିକ୍ୟାତ ହୁଞ୍ଜ୍ଜେଙ୍ଗ୍ ଆଡ୍ନାନ୍, ହେୱାନ୍ ଦନ୍ୟ, ଇନେକିଦେଂକି ମାପ୍ରୁ ଜିଉନନି ଜାର୍ ଲକାରିଂ ଇମ୍ଣି ଜିବୁନ୍ ବାର୍ତି ମୁକୁଟ୍ ହିଦେଂ ପାର୍ମାଣ୍ କିତାନ୍ନା, ପରିକ୍ୟାସିଦ୍ ଆତି ପାଚେ ହେ ଲକୁ ହେ ମୁକୁଟ୍ ଗାଟା ଆନାନ୍ । 13 ଇନେର୍ ପରିକ୍ୟାତ ଆତିସ୍, ନାଦାଂ ଇ ପରିକ୍ୟା ଇସ୍ୱର୍ତି ନିପ ଆନାତା ଇଞ୍ଜି ଇନ୍ମେନ୍, ଇନେକିଦେଂକି ଇସ୍ୱର୍ ବାନ୍ୟାତ ପରିକ୍ୟା ଆଦେଂ ଆଡୁନ୍, "ଆରେ ହେୱାନ୍ ନିଜେ ଇନେରିଂ ପରିକ୍ୟା କିଉନ୍ ।" 14 ମାତର୍ ୱିଜ଼ାର୍ ମାନାୟ୍ ଜାର୍ କାମାୟ୍ ହୁକେ ଚଚ୍ନାକା ଆରି ଚାକ୍ରାୟ୍ ଆଜ଼ି ପରିକ୍ୟାକିୟା ଆନାନ୍; 15 ମାତର୍ ବାନ୍ୟା କାମାୟତ ଗରବ୍ତ ପାପ୍ କୁଚ୍ନାତ୍, ଆରେ ପାପ୍ ବେସି ଗାଜାଜ଼ି ହାକିତିଂ ଜଲମ୍ ହିନାତ୍ ।