1 ମତର୍ ଏନ୍ ହାତ୍ପା ହିକ୍ୟାନି ବାଲ୍ତି କାତା ଇନାଟ୍ । 2 ବଁୟିସ୍ନି ଆଣ୍ଡ୍ରାହିମ୍ଣାରିଙ୍ଗ୍ ହାର୍ଦି କାତା ଇନାକାନ୍, କାଲେତାଙ୍ଗ୍, ମାନିକିନାକା ଆରେ ପାର୍ତି, ଜିଉନନାକା ଆରି ସାସ୍ତାଂ ବାଡ଼୍କାସ୍ ଆଦେଂ, 3 ଆରେ ଆଦିକ୍ ବଁୟିସ୍ନି କଗ୍ଲେକାଂ ହେ ଲାକେ ଲକାର୍ ଲକାର୍ନିନ୍ଦା ଆରି ଅଙ୍ଗୁର୍ ରାସ୍ ଉଣିତାକେ ମାନ୍ଜେଲ୍ୟାୱାଦାଂ ହାର୍ଦି ବେବାର୍ଣି, ଆଦେଂ ଆରି ହାର୍ଦି ହିକ୍ୟା ହିଦେଂ ଗୱାରି କିୟାଟ୍ । 4 ତା ଆତିସ୍ ହେୱାର୍ ଜିପଲିକାଙ୍ଗ୍ ଜାର୍ ଆଣ୍ଡ୍ରେନିଂ ଜିଉନନି କାଜିଂ ହିକ୍ୟା ହିଦେଂ ଆଡ୍ନାର୍ । 5 ଆରେ ହେୱେକ୍ ପୁଇପୁୟା, ହାର୍ଦି ଇଲ୍ ମୁଣିକାଣି, ହୁଦାର୍, ଆରି ଜାର୍ ଜାର୍ ଆଣ୍ଡ୍ରେନିଂ ହେବାକାରିୟାଣି ଆଏକ୍, ଇନେସ୍କି ଇସ୍ୱର୍ତି ବଚନ୍ ଇନେସ୍ ନିନ୍ଦା କିୟା ଆମେତ୍ ।
6 ହେ ଲାକେ ବେଣ୍ଡିୟାରିଙ୍ଗ୍ ସବୁ ବିସ୍ରେ ହାର୍ଦିବୁଦି ଆନି କାଜିଂ ୱାରିକିୟ୍ କିୟାଟ୍; 7 ଏନ୍ ନିଜେ ଜାର୍ ବେବାର୍ତ ସତ୍କାମାୟ୍ତ ହାର୍ କିଜ଼ି ଚଚାଟ୍, ହାତ୍ପା କୁଟ୍କିନାକା ଆରି ଲାମା ବାବ୍ନା ଆରି ହାର୍ଦାକାଦ୍ଲିଙ୍ଗ୍ ନାଟ୍ୱିତି କାତା ହପାଟ୍, 8 ଇନେସ୍ ପାକ୍ୟା ହିଲ୍ୱାକାର୍ ମା ବିସ୍ରେ ଇନା ବାନ୍ୟା କାତା ଇଞ୍ଜେଙ୍ଗ୍ ଆଡ୍ୱାଦାଂ ଲାଜା ଆନାର୍ ।
9 ଆଡ଼ିୟାରିଂ ହିକ୍ୟା ହିୟାଟ୍ ଜେ, ହେୱାର୍ ଜାର୍ ଜାର୍ ହାଉକାର୍ରିଂ ତଲ୍ୟା ଆଜ଼ି ମାନେର୍, ସବୁ ବିସ୍ରେ ହେୱାରିଂ ସାରି ଲଗୁ ଆଏର୍, 10 କାତାଉଲଟା କିମେର୍, ଇନାକାପା ଚର୍ କିୱାଦାଂ ଆରି ସବୁ ପାର୍ତିତାଙ୍ଗ୍ ହପେର୍, ଇନେସ୍ ହେୱେର୍ ୱିଜ଼ୁ ବିସ୍ରେ ମା ମୁକ୍ତିକିନାକାନ୍ ଇସ୍ୱର୍ତି ହିକ୍ୟାତ ହାର୍ଦି ହନା ହାସ୍କୁ ଲାକେ ଆଏର୍ ।
11 ଇନାକିଦେଂକି ସବୁ ମାନାୟ୍ତି ମୁକ୍ତିନି କାଜିଂ ଇସ୍ୱର୍ତିଂ ଦୟା ହପ୍ୟା ଆତାତ୍ନ୍ନା, 12 ଆରେ, ଆସେଙ୍ଗ୍ ଇନେସ୍ ଅଦାର୍ମି ଆରି ସଁସାର୍ନି ଲାଲ୍ସା ପିସ୍ତି, ଇ ନଂନି ଜୁଗ୍ତ ହାର୍ ବୁଦି, ଦାର୍ମି ଆରି ନିୟାୟ୍ ବକ୍ତି ବାବ୍ରେ ଜିବୁନ୍ ଜିପ୍କା କିନାସ୍, 13 ଆରେ ହେ ୱାରିନି ବାର୍ସି ଆରେ ମା ଗାଜା ଇସ୍ୱର୍ ଆରି ମୁକ୍ତିକିନାକାନ୍ କ୍ରିସ୍ଟ ଜିସୁତି ଜାଜ୍ମାଲ୍ନି ହପ୍ନି କାସିମାନାସ୍, ଇଦାଂ କାଜିଂ ମାଙ୍ଗେଙ୍ଗ୍ ହିକ୍ୟା ହିଦ୍ନାତା । 14 ହେ ଜିସୁ କ୍ରିସ୍ଟ ମାଙ୍ଗେଙ୍ଗ୍ ସବୁ ପାପ୍ତାଂ ମୁକ୍ଡ଼ାୟ୍ କିଦ୍ଦେଂ ଆରି ଜାର୍ କାଜିଂ ସତ୍କାମାୟ୍ତ ୱାରି ନିଜେନି ଲକୁ ଲାକେ ସକଟ୍ କିଦେଙ୍ଗ୍ ମା କାଜିଂ ଜାର୍ତିଂ ହିତ୍ତାନ୍ ।
15 ଇ ସବୁ କାତା ଇଞ୍ଜି ବାର୍ତି ଆଦିକାର୍ ହୁଦାଂ ୱାରିକିୟ୍ କିୟାଟ୍ ଆରି ଲେତାଟ୍ । ଇନେର୍ ମିଙ୍ଗେଙ୍ଗ୍ ଗ୍ଡାଇଦେମେର୍ ।