3 ଆପେ ପାବିତାର୍ ହବାଅଃପେ ଆଡଃ ଆପାଙ୍ଗିର୍ କାମିଏତେ ସାଙ୍ଗିନ୍ରେ ତାଇନ୍ପେ, ନେଆଁଁ ପାର୍ମେଶ୍ୱାର୍ଆଃ ସାନାଙ୍ଗ୍ତାନାଃ । 4 ଆପେ ସବେନ୍କ ଆପେୟାଃ କୁଡ଼ିକଲଃ ପାବିତାର୍ତେ ଆଡଃ ମାଇନ୍ ନାମେଲେକା ଚିଲ୍କା ତାଇନାଃପେ, ଏନା ଆପେକେଗି ସାରି ଲାଗାତିଙ୍ଗ୍ୟାଁଃ, 5 ପାର୍ମେଶ୍ୱାର୍କେ କା ସାରିତାନ୍ ସାଅଁସାର୍ ହଡ଼କଆଃ ଲେକା ହଡ଼୍ମରେୟାଃ ଏତ୍କାନ୍ ସାନାଙ୍ଗ୍ଲେକା ଆଲ୍ପେ ହବାଅଃଆ । 6 ଆଡଃ ଜେତାଏ ହଡ଼ ଖ୍ରୀଷ୍ଟିୟାନ୍ ହାଗାକେ ଆଲକାଏ ବେଦାଇକା ଆଡଃ ଏତ୍କାନ୍ ଆଲକାଏ ରିକାଇକା । ଏନ୍ଲେକାଗି କାମିତାନ୍କକେ ପ୍ରାଭୁ ସାଜାଇ ଏମାକଆଏ ମେନ୍ତେ ଆଲେ ଆପେକେ ସିଦାରେଗି କାଜିକେଦ୍ତେ ପୁରାଃ କେଟେଦ୍ତେ ଚେତାଅକାଦ୍ପେୟାଲେ । 7 ପାର୍ମେଶ୍ୱାର୍ ଆବୁକେ ସତ୍ରାଲେକା ଜୀଦାନ୍ ବିତାଅ ନାଗେନ୍ତେ କାହା ମେନ୍ଦ ପାବିତାର୍ ଜୀଦାନ୍ ବିତାଅ ନାଗେନ୍ତେ କେଡ଼ାକାଦ୍ବୁଆ ।
Publicidade