3 ୩:୩ ଯିହୁଦା ୧:୧୮.ସବେନାଃଏତେ ସିଦା ଆପେକେ ସାରି ଲାଗାତିଙ୍ଗ୍ୟାଁଃ, ନେ ଟୁଣ୍ଡୁ ଦିପିଲିକରେ ଚିମିନ୍ ହଡ଼କ ସାର୍ତିକେ ଲାନ୍ଦାକେଦ୍ତେ ଆକଆଃ ଏତ୍କାନ୍ ସାନାଙ୍ଗ୍ତେ ଏସ୍କାର୍କ ସେସେନା, 4 ଆଡଃ ଇନ୍କୁ ଆପେକେ ଲାନ୍ଦାକେଦ୍ତେ କାଜିୟାକ, "ୟୀଶୁଆଃ ହିନିଜୁଃରାଃ ବାନାର୍ସା କାଜି କତାଃରେୟା ? ଆବୁଆଃ ପୁର୍ଖା ହାଡ଼ାମ୍କ ଗଏଃ ଚାବାୟାନ୍ଗିୟାକ, ମେନ୍ଦ ଏନେଟେଦ୍ରେ ଅତେଦିଶୁମ୍ ଚିଲ୍କା ବାଇକାନ୍ ତାଇକେନା ଏନ୍ଲେକାଗି ନାହାଁଃ ଜାକେଦ୍ ମେନାଃ ।" 5 ଇନ୍କୁ ସାରିସାରିତେଗି ରିଡ଼ିଙ୍ଗ୍ତାଃକ ଯେ, ସିଦା ଦିପିଲିରେ ପାର୍ମେଶ୍ୱାର୍ଆଃ ହୁକୁମ୍ତେ ଅତେ ଆଡଃ ସିର୍ମା ବାଇୟାନା । ନେ ଅତେଦିଶୁମ୍ ଦାଆଃଏତେ ଆଡଃ ଦାଆଃତେ ବାଇୟାକାନା । 6 ଆଡଃ ଏନ୍ ମାରି ଅତେଦିଶୁମ୍ ଇନିୟାଃ ହରାତେ ମୁସିଙ୍ଗ୍ ଦାଆଃ ଟୁଡାକେଦ୍ତେ ଜିୟନ୍ୟାନା । 7 ମେନ୍ଦ ନାହାଁଃ ଅକନ୍ ଅତେଦିଶୁମ୍ ଆଡଃ ସିର୍ମା ମେନାଃ, ଏନା ପାର୍ମେଶ୍ୱାର୍ଆଃ ଏନ୍ ସାମାନ୍ ହୁକୁମ୍ତେଗି ସେଙ୍ଗେଲ୍ରେ ଜିୟନଃ ନାଗେନ୍ତେ ଦହାକାନା । ଅକ ହୁଲାଙ୍ଗ୍ରେ କା ଧାର୍ମାନ୍ ହଡ଼କ ବିଚାରଃଆକ, ଏନ୍ ହୁଲାଙ୍ଗ୍ ଜାକେଦ୍ ଏନାକେ ଦହାକାନା ।