8 ଏନାମେନ୍ତେ ଆବୁଆଃ ପ୍ରାଭୁଆଃ ବିଷାଏରେ ଗାୱା ଏମ୍ ନାଗେନ୍ତେ ଚାଏ ଆଇଙ୍ଗ୍ ଇନିୟାଃ ନାଗେନ୍ତେ ଜେହେଲ୍କାନାଇଙ୍ଗ୍ ମେନ୍ତେ ଆଲମ୍ ଗିହୁଗଃଆ, ମେନ୍ଦ ପାର୍ମେଶ୍ୱାର୍ଆଃ ପେଡ଼େଃତେ ସୁକୁକାଜି ନାଗେନ୍ତେ ଆଇଁୟାଃଲଃ ଦୁକୁ ସାହାତିଙ୍ଗ୍ୟେଁମେ । 9 ଇନିଃ ଆବୁକେ ବାଞ୍ଚାଅକେଦ୍ବୁଆ ଆଡଃ ପାବିତାର୍ କେନେଡ଼ାତେ କେଡ଼ାକେଦ୍ବୁଆ, ଆବୁଆଃ ବୁଗିନ୍ କାମିକ ନାଗେନ୍ତେଦ କା ମେନ୍ଦ ଆୟାଃ ଉଦ୍ଦେଶ୍ତେ ଆଡଃ ସାୟାଦ୍ତେ ରିକାକାଦା, ଏନ୍ ସାୟାଦ୍ ନେଡାରେୟାଃ ମୁନୁ ସିଦାରେ ଖ୍ରୀଷ୍ଟ୍ ୟୀଶୁରେ ଆବୁକେ ଏମାଦ୍ବୁଆ । 10 ମେନ୍ଦ ନାହାଁଃ ଆବୁଆଃ ଜୀଉ ବାଞ୍ଚାଅନିଃ ୟୀଶୁ ଖ୍ରୀଷ୍ଟ୍ଆଃ ହିନିଜୁଃ ହରାତେ ଉନୁଦୁବ୍ୟାନା, ଇନିଃ ଗନଏଃରାଃ ପେଡ଼େଃକେ ଟୁଣ୍ଡୁକେଦା ଆଡଃ ସୁକୁକାଜି ହରାତେ ଜାନାଅ ଜୀଦାନ୍ରାଃ ହରା ଉଦୁବ୍ୟାନା ।