ପାବିତାର୍ ଆତ୍ମା ଆଡଃ ମାନୱାରାଃ ସଭାବ୍
16 ଆଇଙ୍ଗ୍ କାଜିତାନ୍ତେୟାଃ ହବାଅଃତାନା, ପାବିତାର୍ ଆତ୍ମା ଆପେୟାଃ ଜୀଦାନ୍କେ ଆୟାର୍ତେ ଚାଲାଅଇଦିକା । ତାବ୍ଦ ଆପେ ହଡ଼୍ମରେୟାଃ ପାପ୍ ସଭାବ୍କେ କାପେ ପୁରାଏୟା । 17 ୫:୧୭ ରୋମି ୭:୧୫-୨୩.ମାନୱାରାଃ ସଭାବ୍ ପାବିତାର୍ ଆତ୍ମାରାଃ ବିରୁଧ୍ ତାନାଃ, ଏନ୍ ଲେକାଗି ପାବିତାର୍ ଆତ୍ମାରେୟାଃ ଇଛା ମାନୱାରାଃ ବିରୁଧ୍ ତାନାଃ । ନେ ବାରାନ୍କିନ୍ ମିହୁଡ଼୍ ଆଡଃମିହୁଡ଼୍ରାଃ ବାଇରି ତାନ୍କିନ୍ । ଏନାତେ ଆପେ ଅକ୍ନାଃ ରିକା ନାଗେନ୍ତେ ସାନାଙ୍ଗ୍ତାନାପେ, ଏନା କାପେ ରିକା ଦାଡ଼ିୟା ।