ୟୀଶୁଗି ମାରାଙ୍ଗ୍ ଯାଜାକ୍
14 ଏନାତେ, ସିର୍ମାସାଲିମ୍ ହରାତେ ସେନ୍ ସେଟେରାକାନ୍ ପାର୍ମେଶ୍ୱାର୍ଆଃ ହନ୍ ୟୀଶୁଗି ଆବୁଆଃ ମାରାଙ୍ଗ୍ ଯାଜାକ୍ ତାନିଃ, ଏନାତେ ଏଲା ହିଜୁଃପେ, ଆବୁ ଆବୁଆଃ ବିଶ୍ୱାସ୍ରେ ପୁରାଃ କେଟେୟାନ୍ଗି ତାଇନ୍ ଲାଗାତିଙ୍ଗ୍ୟାଁଃ । 15 ଚିୟାଃଚି ଇନିଃ ଆବୁଆଃ ନାରାଦୁରା ଇମ୍ତା କାଏ ଆଟ୍କାର୍ଉରୁମ୍ ଦାଡ଼ିୟା ଏନ୍ଲେକାନ୍ ମାରାଙ୍ଗ୍ ଯାଜାକ୍ ନାହାଁଲିଃ । ମେନ୍ଦ ଚିମିନ୍ ରାକାମ୍ରେୟାଃ ବିନିଡ଼ାଅରେ ଉୟୁଃକାନ୍ ତାଇକେନ୍ରେୟ, ଇନିଃ କାଏ ପାପ୍କେଦା ।