1 ଆମ୍ ନେ ସବେନ୍ ନିୟାମ୍କ ଇନ୍କୁ ଉଦୁବାକମେ, 2 ଆମ୍ ଏବ୍ରୀ ଦାସି କିରିଙ୍ଗ୍ ରେଦ, ଇନ୍କୁ ତୁରିୟା ବାରାଷ୍ ଜାକେଦ୍ ସେୱା ରିକାୟା ଓଡ଼ୋଃ ଏୟା ବାରାଷ୍ରେ ଗନଙ୍ଗ୍ କାଏ ଏମ୍କେଦ୍ତେ ରାଡ଼ାଅଆଃ। 3 ଗମ୍କେ ଏସ୍କାର୍ଗି ହିଜୁଃକାନ୍ ରେଦ ଏସ୍କାର୍ଗି ସେନା ଓଡ଼ୋଃ ଇନିଃ ଆଣ୍ଦିୟାକାନ୍ ରେଦ ଆୟାଃ କୁଡ଼ିଲଃ ସେନାଏ। 4 ମେନ୍ଦ ଏନ୍ ଦାସିକେ ଆୟାଃ ଗୁସିୟାଁ ଆଣ୍ଦି ଏମାକାଇ ରେଦ ଓଡ଼ୋଃ ଏନ୍ ଦାସି ରାଃ କୁଡ଼ିତାଃଏତେ କଡ଼ାହନ୍ ଚାଏ କୁଡ଼ିହନ୍ ଜାନାମାକାନ୍ରେ, ଏନ୍ କୁଡ଼ି ଓଡ଼ୋଃ ହନ୍କ ଗମ୍କେଆଃ ଆକ୍ତେୟାର୍ ହୁଇନାଃ ଓଡ଼ୋଃ ଇନିଃ ଏସ୍କାର୍ଗି ଅଡଙ୍ଗ୍ କଆଃ। 5 ମେନ୍ଦ ଏନ୍ ଦାସି "ଆଇଁୟାଃ ଗମ୍କେ କେ ଓଡ଼ୋଃ ଆଇଁୟାଃ କୁଡ଼ିକେ ଓଡ଼ୋଃ ହନ୍କକେ ଦୁଲାଡ଼୍କ ତାନିଙ୍ଗ୍, ଏନାମେନ୍ତେ ଆଇଙ୍ଗ୍ କାଇଙ୍ଗ୍ ରାଡ଼ାଅଆଃ," ନେ କାଜି କେଟେଦ୍ କେଦ୍ତେ କାଜିରେଦ, 6 ଏନ୍ତେ ଆୟାଃ ଗମ୍କେ ଏନ୍ ଦାସିକେ ବିଚାର୍ ରିକା ହଡ଼କତାଃ ଇଦିକିୟାଏ ଓଡ଼ୋଃ ଇନିଃକେ ଦୁହାର୍ ଚାଏ ଦୁହାର୍ ହେପାଦ୍ରାଃ ଚାଉଖାଟ୍ତାଃ ଆଉକେଦ୍ତେ ଏନ୍ ଦାସିରାଃ ଲୁତୁର୍କେ ଗାନ୍ନାଃତେ ଟଙ୍କାଏୟା, ଏନ୍ତେ ଇନିଃ ଗଟା ଜୀଦାନ୍ରେ ଆୟାଃ ଗମ୍କେରାଃ ସୁନୁସାର୍ କାମି ରିକାଏୟା।
7 ଓଡ଼ୋଃ ଜେତାଏ ଆୟାଃ ହନ୍କୁଡ଼ିକେ କାମ୍ଡ଼ି ଲେକା ଆଖ୍ରିଙ୍ଗ୍ତାଇ ରେଦ, ଏନ୍ କୁଡ଼ିହନ୍ କାମ୍ଡ଼ି କୁଡ଼ିକ ଲେକା ରାଡ଼ା କାଏ ଦାଡ଼ିୟଃଆ। 8 ଜେତାଏ ଆୟାଃ ଆପ୍ନାଃ କୁଡ଼ି ରିକା ନାଙ୍ଗ୍ କିରିଙ୍ଗ୍କେଦ୍ତେ ସାଲାକିୟା, ମେନ୍ଦ ଏନ୍ କୁଡ଼ି ଇନିଃକେ ସୁକୁ ଏମ୍ କାଏ ଦାଡ଼ି ରେଦ, ଇନ୍ କୁଡ଼ିକେ ଦାସିଏତେ ରାଡ଼ା ଦାଡ଼ିୟା। ମେନ୍ଦ ଇନିୟାଃ ଚେତାନ୍ରେ ଇନିଃ ହସଡ଼ କାମି ରିକା ହରାତେ ଏଟାଃ ଦିଶୁମ୍ରେନ୍ ହଡ଼କତାଃରେ ଇନିଃକେ ଆଖ୍ରିଙ୍ଗ୍ କାଏ ଦାଡ଼ିୟା। 9 ଚାଏ ଏନ୍ ଗମ୍କେ ଆୟାଃ କଡ଼ାହନ୍ ନାଗେନ୍ତେ ଇନିଃକେ ସାଲାକାଇ ରେଦ, ତାବ୍ଦ ଏନ୍ ଗମ୍କେ ଇନିୟାଃଲଃ ଆପ୍ନାଃ ହନ୍କୁଡ଼ି ଲେକା ଇନିଃକେ ମାଇନ୍ ରିକାଇକା। 10 ଓଡ଼ୋଃ ଏନ୍ ଗମ୍କେ ଏଟାଃ କୁଡ଼ିଲଃ ଆଣ୍ଦିନ୍ରେଦ,ଏନ୍ ଗମ୍କେ ଆୟାଃ କୁଡ଼ି ନାଗେନ୍ତେ ଆୟାଃ ଜମେୟାଃ, ତୁସିଙ୍ଗ୍ତେୟାଃ ଓଡ଼ୋଃ ଆୟାଃ ଲାଗାତିୟାଁ ସବେନାଃ ଇନିଃକେ ଏମଃ ଲାଗାତିୟାଁ। 11 ଓଡ଼ୋଃ ଇନିଃ ନେ ଆପିଆ ଲାଗାତିଙ୍ଗ୍ତେୟାଃ କାଏ ପୁରାଏତାନ୍ ରେଦ, ଏନ୍ କୁଡ଼ି ଜେତା ରୁପା ଚାଏ ଜେତା ଗନଙ୍ଗ୍ କା ଏମ୍କେଦ୍ତେ ରାଡ଼ାଅଃଆ।
12 ଜେତାଏ ମିହୁଡ଼୍ ମିଆଦ୍ ହଡ଼କେ ହୁମାଃ ତାନ୍ଲଃ ଇନିଃ ଗଜଃ ରେଦ, ଇନିଃ ଗଜଃ ରେୟା ସାଜାଇ ନାମେୟା। 13 ମିଆଁଦ୍ ହଡ଼ ଜେତାଏକେ ସାରିକେଦ୍ତେ ଗଏଃ ନାଙ୍ଗ୍ କାଏ ସାନାଙ୍ଗ୍କେଦ୍ତେ, ପାର୍ମେଶ୍ୱାର୍ଆଃ ଇଛାତେ ଇନିୟାଃ ତିଃଇଲଃ ଗନଏଃ ହବାଅଃ ରେଦ, ଇନିଃ ଜେତା ଠାୟାଦ୍ତେଗି ସେନଃ ଦାଡ଼ିୟା, ଏନ୍ ଲେକାନ୍ ଠାୟାଦ୍ତେ ଆଇଙ୍ଗ୍ ଆମାଃ ନାଙ୍ଗ୍ ସାଲାକାଦାଇଙ୍ଗ୍। 14 ମେନ୍ଦ ଜେତାଏ ଖିସ୍ୟାନ୍ଲଃ ବେଦାକିତେ ଗଜିଃ ରେଦ, ଇନିଃ ଜାରୁଡ଼୍ଗି ଗନଏଃ ସାଜାଇ ନାମେୟାଏ। ଇନିଃ ଆପାନ୍ ବାଞ୍ଚାୱେନ୍ ନାଙ୍ଗ୍ ଆଇଁୟାଃ ବେଦି ହେପାଦ୍ତେ ହିଜୁଃରେୟ, ଇନିଃକେ ଇଦିକେଦ୍ତେ ଗଏଃତାଇପେ।
15 "ଅକଏ ଆୟାଃ ଏଙ୍ଗା ଆପୁକିନ୍କେ ବିଡ଼ାଅ ତାନାଏ ତାବ୍ଦ ଏନ୍ ହଡ଼କେ ଗଏଃ ଲାଗାତିଙ୍ଗ୍ୟାଁଃ।
16 "ଜେତାଏ, ମିଆଦ୍ ହଡ଼କେ କୁମ୍ବୁଡ଼ୁ କେଦ୍ତେ ଆଖ୍ରିଙ୍ଗ୍ ତାନାଏ ଓଡ଼ୋଃ ଇନିଃ ଆୟାଃ ଆକ୍ତେୟାର୍ରେ ତାଇନ୍ତାନ୍ ରେଦ ଏନ୍ ହଡ଼କେ ହଗି ଗଏଃ ଲାଗାତିଙ୍ଗ୍ୟାଁଃ।
17 "ଜେତାଏ ଆୟାଃ ଏଙ୍ଗା ଆପୁକିନ୍କେ ସାର୍ପାଅରେ ଇନିଃକେହ ଗଏଃ ଲାଗାତିଙ୍ଗ୍ୟାଁଃ।
18 "ବାର୍ ହଡ଼କିନାଃ ଥାଲାରେ ଲାଡ଼ାଇ ହବାଅତାନା ଓଡ଼ୋଃ ମିହୁଡ଼୍ ଏଟାଃ ମିହୁଡ଼୍କେ ତିଃଇତେ ଚାଏ ଦିରିତେ ଘାତାଅ ତାନାଏ ମେନ୍ଦ କାଏ ଗଏଃକେଦ୍ତେ ପାର୍କମ୍ରେ ବାଟିକାନ୍ ଲେକାଏ ହବାକାନ୍ଗିଆଃ। 19 ମେନ୍ଦ ଏନ୍ ହଡ଼ ପାର୍କମ୍ହେତେ ବିରିଦ୍ ଓଡ଼ୋଃ ସଟା ସାବ୍କେଦ୍ତେ ବାହାରିରେ ସେନ୍ବାଡ଼ାତାନ୍ ରେଦ, ଏନ୍ ହୁମାଃକେନ୍ ହଡ଼କେ ଗୁହ୍ନାଁ କା ରିକା ମେନ୍ତେ କାଜିଅଃଆ। ଇନିଃ ଏନ୍ ହଡ଼କେ କାଏ ବୁଗି ଜାକେଦ୍ ଆସୁଲ୍ ଓଡ଼ୋଃ ରାନୁ ରିକାଇୟା।
20 "ଅକ ଗୁସିୟାଁ ଆୟାଃ ଦାସି ଚାଏ କାମ୍ଡ଼ିକେ ହୁମାଗିୟା ଓଡ଼ୋଃ ଏନ୍ ଦାସି ଚାଏ କାମ୍ଡ଼ି କୁଡ଼ି ଗଜଃରେଦ ଏନ୍ ଗମ୍କେକେ ଗଏଃ ଲାଗାତିଙ୍ଗ୍ୟାଁଃ। 21 ମେନ୍ଦ ଏନ୍ ଦାସି ଚାଏ କାମ୍ଡ଼ି ମୁସିଙ୍ଗ୍ ଚାଏ ବାର୍ସିଙ୍ଗ୍ ଜୀହୁଦଃ ତାନାଏ ତାବ୍ଦ ଏନ୍ ଗମ୍କେ କାଏ ସାଜାଇ ନାମେୟା ଚିୟାଃଚି ଇନିଃ ଆୟାଃ ରୁପାରେୟାଃ ଗନଙ୍ଗ୍ ଲେକାନିଃ ତାନିଃ।
22 "ମେନ୍ଦ ହଡ଼କ ଲାଡ଼ାଇ ତାନ୍ଲଃ ଜେତାଏ ହଡ଼୍ମରେ ତାଇନଃ କୁଡ଼ିକେ ଘୁସା ତାନ୍ଲଃ ଇନିୟାଃ ହଡ଼୍ମରେନ୍ ହନ୍ ନକ୍ସାନ୍ ହବାଅଃ ତାନାଏ ଓଡ଼ୋଃ ଏନ୍ କୁଡ଼ିରାଃ ଜେତାନ୍ ବିପାଦ୍ କା ହବାଅଃ ତାନା, ତାବ୍ଦ ପାଞ୍ଚ୍କଆଃ ସାଲାକାନ୍ ଗନଙ୍ଗ୍ ଲେକା ଗମ୍କେକେ ଏମଃ ଲାଗାତିୟାଁଃ। 23 ମେନ୍ଦ ଏନ୍ କୁଡ଼ିରାଃ ନକ୍ସାନ୍ ହବାଅତାନା ତାବ୍ଦ ଜୀଉ ବାଦ୍ଲାରେ ଜୀଉ, 24 ମେଦ୍ ବାଦ୍ଲାରେ ମେଦ୍, ଡାଟା ବାଦ୍ଲାରେ ଡାଟା, ତିଃଇ ବାଦ୍ଲାରେ ତିଃଇ, କାଟା ବାଦ୍ଲାରେ କାଟା, 25 ଅଣ୍ଡର୍ ଦାଘା ବାଦ୍ଲାରେ ଅଣ୍ଡର୍ ଦାଘା, ଘାଅ ବାଦ୍ଲାରେ ଘାଅ, ମାର୍ ବାଦ୍ଲାରେ ମାର୍ ସାଜାଇ ହବଅଃଆ।
26 "ଓଡ଼ୋଃ ଅକ ଗୁସିୟାଁ ଆୟାଃ ଦାସିରାଃ ମେଦ୍କେ ନକ୍ସାନ୍ ରିକାୟା ତାବ୍ଦ ମେଦ୍ ରେୟା ବିଷାଏ ନାଗେନ୍ତେ ଏନ୍ ଦାସିକେ ରାଡ଼ା ଲାଗାତିୟାଁ। 27 ଓଡ଼ୋଃ ଘୁସା ତାନ୍ଲଃ ଆୟାଃ ଦାସିରାଃ ଚାଏ କାମ୍ଡ଼ି କୁଡ଼ିରାଃ ଡାଟା ରୁବ୍ତାରେଦ, ଏନ୍ ଦାସିକେ ରାଡ଼ା ଲାଗାତିୟାଁ।
28 "ଓଡ଼ୋଃ ଉରିକ୍ ଜେତାଏ କଡ଼ା ଚାଏ କୁଡ଼ିକେ ଟକେଜ୍କେଦ୍ତେ ଗନଏଃ ହବାକେନଃ ରେଦ, ଏନ୍ ଜାଁତୁକେ ଦିରିତେ ଚିଦ୍ଗି ଗଜଃଆ, ଇନିୟାଃ ମାସ୍ ଜଜମ୍ କା ଆଲକା ଜମଃକା। ମେନ୍ଦ ଏନ୍ ଜାଁତୁରାଃ ଗମ୍କେରାଃ ଗୁହ୍ନାଁ କା ସାବଃଆ। 29 ମେନ୍ଦ ଏନ୍ ଉରିକ୍ରାଃ ହରାତେ ସିଦାରେ ହଡ଼କକେ ଟକେଜ୍କ ତାଇନାଃ, ନେ ବିଷାଏକେ ଏନ୍ ଉରିକ୍ ରେନ୍ ଗମ୍କେ ସାରିକେଦ୍ତେ ଇନିଃକେ କା ତନଲ୍ ହରାତେ, ଜେତାନ୍ ହଡ଼କେ ଚାଏ କୁଡ଼ିକେ ଟକେଜ୍ କେଦ୍ତେ ଗଜିତାନା, ତାବ୍ଦ ଏନ୍ ଉରିକ୍କେ ଦିରିତେ ଗଏଃ କେଦ୍ତେ ଇନିୟାଃ ଗମ୍କେକେ ହଗି ଗଏଃ ଲାଗାତିଙ୍ଗ୍ୟାଁଃ। 30 ମେନ୍ଦ ଇନିୟାଃ ଜୀଉ ନାଗେନ୍ତେ ପାପ୍ ଛାମା ରେୟାଃ ଗନଙ୍ଗ୍ ଠାହାରାଅ ତାନାଃ, ତାବ୍ଦ ଏନ୍ ଗମ୍କେୟାଃ ଜୀଉ ରାଡ଼ାଅଃ ନାଗେନ୍ତେ ସବେନ୍ ଗନଙ୍ଗ୍ ଏମଃ ଲାଗାତିୟାଁ। 31 ଜେତାଏ କଡ଼ାହନ୍ ଚାଏ କୁଡ଼ିହନ୍ ଉରିକ୍ ହରାତେ ଗଜଃ ତାନାଏ ତାବ୍ଦ ନେ ନିୟାମ୍ ଲେକାତେ ଉରିକ୍ ଗମ୍କେ ସାଜାଇ ନାମେକା। 32 ଉରିକ୍ ହରାତେ ଜେତାୟାଃ ଦାସି ଚାଏ କାମ୍ଡ଼ିରାଃ ଗନଏଃ ହବାଅଃତାନା ତାବ୍ଦ ଉରିକ୍ ଗମ୍କେ ଦାସିରାଃ ଗମ୍କେକେ ମିଦ୍ହିସି ଗେଲ୍ ରୁପାରାଃ ଟାକା ଏମେକା ଓଡ଼ୋଃ ଏନ୍ ଉରିକ୍ ଦିରିତେ ଚିଦ୍ଗି କେଦ୍ତେ ଗଜଃ ଲାଗାତିୟାଁ।
33 "ଜେତାଏନିଃ ମିଆଦ୍ କୁଆଁ ଉର୍କେଦ୍ତେ ଏନାକେ କାଏ ହାରୁବେ ତାନା ଓଡ଼ୋଃ ଏନାରେ ଉରିକ୍ ଚାଏ ଗାଧା ଉୟୁଗଃତାନାଏ, 34 ଓଡ଼ୋଃ କୁଆଁ ଉର୍ନିଃ ଏନା ନାଗେନ୍ତେ ଗନଙ୍ଗ୍ ଏମେ। ଇନିଃ ଏନ୍ ଉରିକ୍ ଚାଏ ଗାଧାରାଃ ଗମ୍କେକେ ରୁପା ଏମ୍ ଲାଗାତିୟାଁଃ। ମେନ୍ଦ ଏନ୍ ଗଜାକାନ୍ ଜାଁତୁ ଆୟାଃ ଆକ୍ତେୟାର୍ ହୁଇନାଃ। 35 ଜେତାୟାଃ ଉରିକ୍ ଏଟାଃନିୟାଃ ଉରିକ୍କେ ନକ୍ସାନ୍ ତାନାଏ ତାବ୍ଦ ବାରାନ୍ ଉରିକ୍ ଗମ୍କେକିନ୍ ଜିହୀଦ୍ ଉରିକ୍କେ ଆଖ୍ରିଙ୍ଗ୍ କେଦ୍ତେ ଏନ୍ ରୁପାରାଃ ଗନଙ୍ଗ୍କେ ହାଟିଙ୍ଗ୍ ଲାଗାତିୟାଁ ଓଡ଼ୋଃ ଗଏଃ ଉରିକ୍ ହଗି ହାଟିଙ୍ଗ୍ ଲାଗାତିୟାଁ। 36 ମେନ୍ଦ ଏନ୍ ଉରିକ୍ ସିଦା ଏତେଗି ଟକେଜ୍ ତାନା ଓଡ଼ୋଃ ଗମ୍କେ ସାରିକେଦ୍ତେ ଇନିଃକେ କାଏ ତଲି ତାନା ତାବ୍ଦ ଉରିକ୍ ବାଦ୍ଲାରେ ଉରିକ୍ ଏମେୟା ଓଡ଼ୋଃ ଗଏଃ ଉରିକ୍ ଇନିୟାଃ ହବାଅଃଆଏ।