1 ଓଡ଼ୋଃ ପ୍ରାଭୁ ମୁଶାକେ କାଜିକିୟା, 2 "ନେଲେମେ ଆଇଙ୍ଗ୍ ଉରିରାଃ ହନ୍ତେକଡ଼ା ବାସ୍ଲେଲ୍କେ ସାଲାକିୟାଇଙ୍ଗ୍, ଇନିଃ ଯିହୁଦା କିଲିରେନ୍ ହୁର୍ରାଃ ଜାଇହନ୍ ତାନିଃ, 3 ଓଡ଼ୋଃ ଇନିଃକେ ପାର୍ମେଶ୍ୱାର୍ଆଃ ଆତ୍ମାତେ ପେରେଃକିତେ ସେଣାଁ ଓଡ଼ୋଃ ସାରିଉରୁମ୍ ପେଡ଼େଃ ଓଡ଼ୋଃ କିଲିମିଲି କାମିରେୟାଃ ପେଡ଼େଃ ଏମାଇୟା। 4 ଓଡ଼ୋଃ ଇନିଃ ସୋନା, ରୁପା ଓଡ଼ୋଃ ପିତ୍ତାଲ୍ରେୟାଃ କାମି ସେଣାଁତେ କାମିୟା, 5 ଇନିଃ ଗନଙ୍ଗ୍ଆଁନ୍ ଦିରି ଓଡ଼ୋଃ ସବେନ୍ ଦାରୁରେ ଖୋଦାରାଃ କାମି କାମିୟା। 6 ଓଡ଼ୋଃ ନେଲିମେ ଦାନ୍ କିଲିରେନ୍ ଆହିଷାମାକ୍ଆଃ ହନ୍ ଅହଲିୟାବ୍କେ ଇନିୟାଃ ଦେଙ୍ଗାନିଃ ସାଲାକିୟା ଓଡ଼ୋଃ ସବେନ୍ ସେଣାଁନ୍କଆଃ ମନ୍ରେ ସେଣାଁ ପେରେଃକେଦା ଓଡ଼ୋଃ ଆଇଙ୍ଗ୍ ଉଦୁବ୍କାଦ୍ ସବେନ୍ କାମି ରିକାଏୟା। 7 ହେଗି ନେପେଲ୍ କୁମ୍ବା ଓଡ଼ୋଃ ରାଜିନାମା ବାକାସ୍ ଓଡ଼ୋଃ ଏନା ଚେତାନ୍ରେ ଦହାକାନା ଛାମା ହାରୁବ୍ ଓଡ଼ୋଃ କୁମ୍ବାରେୟାଃ ସବେନ୍ ବାସାନ୍, 8 ଓଡ଼ୋଃ ମେଜ୍ ଓଡ଼ୋଃ ଏନାରେୟାଃ ସବେନ୍ ବାସାନ୍ ଓଡ଼ୋଃ ଫାର୍ଚି ସୋନାରାଃ ଦିର୍କା ଓଡ଼ୋଃ ଏନାରେୟାଃ ସବେନ୍ ବାସାନ୍ ଓଡ଼ୋଃ ଧୁପ୍ ବେଦି, 9 ଉରୁବ୍ଦାଣେଁ ବେଦି ଓଡ଼ୋଃ ଏନାରେୟାଃ ସବେନ୍ ବାସାନ୍ ଓଡ଼ୋଃ ତିଃଇ ଆବୁଙ୍ଗ୍ତେୟାଃ ଓଡ଼ୋଃ ଏନାରେୟାଃ ତିଙ୍ଗୁନ୍ତେୟାଃ 10 ଓଡ଼ୋଃ ବୁଗିଲେକା ବାଇୟାକାନ୍ ଲିଜାଃ, ଯାଜାକ୍ କାମି ନାଗେନ୍ତେ ହାରୁନ୍ ଯାଜାକ୍ରାଃ ପାବିତାର୍ ଲିଜାଃ ଓଡ଼ୋଃ ଆୟାଃ ହନ୍କଆଃ ଲିଜାଃ, 11 ଓଡ଼ୋଃ ଆଭିଷେକ୍ ସୁନୁମ୍ ଓଡ଼ୋଃ ପାବିତାର୍ ଠାୟାଦ୍ ନାଗେନ୍ତେ ବୁଗିନ୍ ସହାନ୍ ଧୁପ୍, ନେ ସବେନ୍ ଆଇଙ୍ଗ୍ ଏମ୍ତେୟାଃ ଆଇଁୟାଃ ଆନ୍ଚୁ ବାଇୟେକା।"
12 ଓଡ଼ୋଃ ପ୍ରାଭୁ ମୁଶାକେ କାଜିକିୟା, 13 ଆମ୍ ଇସ୍ରାଏଲ୍କକେ ନେଆଁ କାଜିକମେ, "ରୁଡ଼ୁନ୍ ହୁଲାଙ୍ଗ୍କେ ମାନାତିଙ୍ଗ୍ ନାଙ୍ଗ୍ ଆଲପେ ରିଡ଼ିଙ୍ଗ୍ୟେଁଆ, ଚିୟାଃଚି ଆପେୟାଃ କିଲିରେ ଜାନାଅଗି ନେଆଁ ମିଆଁଦ୍ ଚିହ୍ନାଁ ତାଇନାଃ ଓଡ଼ୋଃ ଆପେ ସାରିପେ ଯେ ପ୍ରାଭୁ ଆଲେୟାଃ ପାବିତାର୍ନିଃ ତାନିଃ। 14 ଏନାମେନ୍ତେ ଆପେ ରୁଡ଼ୁନ୍ ହୁଲାଙ୍ଗ୍କେ ମାନାତିଙ୍ଗ୍ପେ ଚିଆଃଚି ନେଆଁ ଆପେ ନାଙ୍ଗ୍ ପାବିତାର୍ ତାନାଃ ଓଡ଼ୋଃ ଅକଏ ନେଆଁ କାଏ ମାନାତିଙ୍ଗ୍ୟାଁଃ ଇନିଃ ଗଜଃଆଏ। ଜେତାଏ ଏନାକେ ସତ୍ରା ରିକାଏୟାଏ, ଇନିଃ ଜାରୁଡ଼୍ଗି ଗନଏଃ ସାଜାଇ ନାମେୟାଏ। ଓଡ଼ୋଃ ଜେତାଏ ଏନ୍ ହୁଲାଙ୍ଗ୍ କାମିୟାଏ ଇନିଃ ଆୟାଃ ହଡ଼କଏତେ ଆତମଃଆ। 15 ତୁରିୟା ହୁଲାଙ୍ଗ୍ ଜାକେଦ୍ କାମି ରିକା ଲାଗାତିୟାଁଃ ମେନ୍ଦ ଏୟା ହୁଲାଙ୍ଗ୍ ରୁଡ଼ୁନ୍ ହୁଲାଙ୍ଗ୍ ଓଡ଼ୋଃ ପ୍ରାଭୁଆଃ ନାଗେନ୍ତେ ପାବିତାର୍ ତାନାଃ। ଏନ୍ ରୁଡ଼ୁନ୍ ହୁଲାଙ୍ଗ୍ରେ ଜେତାଏ କାମି ରିକାଏୟାଏ, ଇନିୟାଃ ଗନଏଃ ହବାଅଃଆ। 16 ଏନାମେନ୍ତେ ଇସ୍ରାଏଲ୍କ ରୁଡ଼ୁନ୍ ହୁଲାଙ୍ଗ୍କେ ମାନାତିଙ୍ଗ୍କା ଓଡ଼ୋଃ ରାଜିନାମା ସାରିକେଦ୍ତେ ରୁଡ଼ୁନ୍ ହୁଲାଙ୍ଗ୍କେ ଜାନାଅଗି ଆପେୟାଃ କିଲିରେ ମାନାତିଙ୍ଗ୍ପେ। 17 ନେଆଁ ଆଇଁୟାଃ ଓଡ଼ୋଃ ଇସ୍ରାଏଲ୍ ହଡ଼କଆଃ ଥାଲାରେ ଜାନାଅ ମିଆଁଦ୍ ଚିହ୍ନା ତାଇନାଃ, ଚିୟାଃଚି ତୁରିୟା ହୁଲାଙ୍ଗ୍ରେ ପ୍ରାଭୁ ସିର୍ମା ଓଡ଼ୋଃ ଅତେ ବାଇକେଦା ଓଡ଼ୋଃ ଏୟା ହୁଲାଙ୍ଗ୍ରେ ରୁଡ଼ୁକେଦ୍ତେ ଆୟାଃ ଜୀଉକେ ରାଡ଼େଃକେଦା।"
18 ଚିମ୍ତାଙ୍ଗ୍ ପାର୍ମେଶ୍ୱାର୍ ମୁଶାଲଃ ସିନାଇ ବୁରୁରେ ନେ ସବେନ୍ ଜାଗାର୍ ଚାବାକେଦା, ଇମ୍ତା ଆୟାଃ ସାର୍ସାର୍ଲଃ ଅଲାକାନ୍ ବାରାନ୍ ଦିରି ପାଟାରାଃ ଆନ୍ଚୁକେ ଏମ୍କିୟା।