1 "ଜେତାଏ ଗୋଟ୍ଏତେ ଉରିକ୍ ଚାଏ ମିଣ୍ଡି କୁମ୍ବୁଡ଼ୁ ଇଦିକେଦ୍ତେ ଆଖ୍ରିଙ୍ଗ୍ତାନ୍ ଚାଏ ଗଜିତାନ୍ ରେଦ ମିଆଁଦ୍ ଉରିଃକ୍ ବାଦ୍ଲାରେ ମଣେଁ ଉରିଃକ୍ ଓଡ଼ୋଃ ମିଆଁଦ୍ ମିଣ୍ଡି ବାଦ୍ଲାରେ ଉପୁନିୟା ମିଣ୍ଡି ଏମ୍ ଲାଗାତିୟାଁ। 2 କୁମ୍ବୁଡ଼ୁନିଃ କୁମ୍ବୁଡ଼ୁ ତାନ୍ଲଃ ସାବଃ ତାନାଏ ଓଡ଼ୋଃ ଇନିଃକେ ହୁମାଃ ତାନ୍ଲଃ ଗଜଃ ତାନାଏ ତାବ୍ଦ ଏନା ନାଗେନ୍ତେ ଜେତାଏ କାଏ ଚିଟାଃୱା।
3 "ସିଙ୍ଗି ହାସୁର୍ ତାୟମ୍ତେ ଇନିଃକେ ଗଗଏଃ ରିକାଏ ରେଦ, ଇନିଃ ମାୟୋମ୍ରାଃ ଚିଟାନିଃ ହୁଇନାଃ। ଏନ୍ କୁମ୍ବୁଡ଼ୁନିଃ କୁମ୍ବୁଡ଼ୁ ବିଷାଏକେ ରୁହାଡ଼୍ ଲାଗାତିୟାଁ ଓଡ଼ୋଃ ରୁହାଡ଼୍ ନାଗେନ୍ତେ ଇନିଃତାଃରେ ଜେତ୍ନାଃ ବାନଆଃ ତାବ୍ଦ ଇନିଃ ଆପାନ୍କେ ଆଖ୍ରିଙ୍ଗ୍ ରିକାୟା। 4 କୁମ୍ବୁଡ଼ୁ କାନ୍ ଜାଁତୁ ଉରିକ୍ ଚାଏ ଗାଧା ଚାଏ ମିଣ୍ଡି ଇନିଃତାଃରେ ଜୀନିଦ୍ ନାମଃ ତାନାଏ ତାବ୍ଦ ଇନିଃ କୁମ୍ବୁଡ଼ୁ ଗନଙ୍ଗ୍ରାଃ ବାର୍ ହିସା ରୁହାଡ଼େୟା।
5 "ଜେତାଏ ମିଆଦ୍ ହଡ଼ ଓଡ଼ୋଃ ମିଆଦ୍ ହଡ଼ରାଃ ଲୟଙ୍ଗ୍ରେ ଚାଏ ଦାଖ୍ବାକ୍ଡ଼ିରେ ଆୟାଃ ଜାଁତୁ ଗୁପି ତାନାଏ, ଚାଏ ଇନିଃ ଆୟାଃ ଜାଁତୁକେ ବାଗିତାଇୟା ଓଡ଼ୋଃ ଏନ୍ ଜାଁତୁ ଏଟାଃନିୟାଃ ଲୟଙ୍ଗ୍ରେ ଆତିଙ୍ଗ୍ ରେଦ, ଏନ୍ ଲୟଙ୍ଗ୍ ଗୁସିୟାଁକେ ଏନ୍ ହଡ଼ ଆୟାଃ ଅତେରାଃ ବୁଗିନ୍ ହିତା ଚାଏ ଆୟାଃ ଦାଖ୍ବାକ୍ଡ଼ିରେୟାଃ ବୁଗିନ୍ ଜଅ ଏମଃ ଲାଗାତିୟାଁ।
6 "ଜାନୁମ୍ ଚୁପାଦ୍ରେ ଜେତାଏ ସେଙ୍ଗେଲ୍ ଜୁଲ୍ତାନ୍ ଇମ୍ତା ଏଟାଃନିୟାଃ ଲୟଙ୍ଗ୍ରାଃ ବାବା ଗାଞ୍ଜ୍ରେ ଚାଏ ହାରାଅଃତାନ୍ ଗେଲେ, ଚାଏ ଗଟା ଲୟଙ୍ଗ୍କେ ନକ୍ସାନ୍ ରିକାତାରେଦ, ସେଙ୍ଗେଲ୍ ଜୁଲ୍କାଦ୍ ହଡ଼ ପୁରା ନକ୍ସାନ୍ତେୟାଃରାଃ ଗନଙ୍ଗ୍ ଏମେୟାଏ।
7 "ଜେତାଏ ଆୟାଃ ହପର୍ଜାପାଃରେନ୍ ହେପାଦ୍ରେ ରୁପାଟାକା ଚାଏ ଜେତ୍ନାଃ ମାଣ୍ଡାଅ ନାଗେନ୍ତେ ଏମାଇ ତାନାଏ ଓଡ଼ୋଃ ଏନ୍ ହଡ଼ରାଃ ଅଡ଼ାଃ ଏତେ ଜେତାଏନିଃ ଏନାକେ କୁମ୍ବୁଡ଼ୁ ଇଦିତାନାଏ ଓଡ଼ୋଃ ଏନ୍ କୁମ୍ବୁଡ଼ୁନିଃ ସାବଃରେଦ, ଇନିଃ ଏନାରାଃ ବାର୍ଗୁନା ରୁହାଡ଼୍ ଲାଗାତିୟାଁଃ। 8 ମେନ୍ଦ ଏନ୍ କୁମ୍ବୁଡ଼ୁ କାଏ ସାବଃରେଦ, ଏନ୍ ଅଡ଼ାଃରେନ୍ ଗମ୍କେ ଏନାରେ ତିଃଇ ଜୁଟିଦ୍ କାଦା ଚି କା, ଏନା ସାରି ନାଗେନ୍ତେ ଏନ୍ ଅଡ଼ାଃରେନ୍ ଗମ୍କେ ପାର୍ମେଶ୍ୱାର୍ଆଃ ଆୟାର୍ରେ ତିଙ୍ଗୁଃଆ।
9 "ଓଡ଼ୋଃ ସବେନ୍ ଲେକାନ୍ କା ଧାର୍ମାନ୍ ବିଷାଏରେ, ଉରିକ୍, ଗାଧା, ମିଣ୍ଡି, ଲିଜାଃ ଚାଏ ଏଟାଃ ଆଦାକାନ୍ ଜେତା ଜିନିଷ୍ ନାମ୍କାନା ଓଡ଼ୋଃ ଜେତାଏ ମିହୁଡ଼୍ ହିଜୁଃକେଦ୍ତେ, ‘ନେଆଁ ଆଇଁୟାଃ ତାନାଃ’ ମେନ୍ତେ କାଜି ରେଦ, ବାରାନ୍ସାଃରେନ୍ ବିଚାର୍ ନାଗେନ୍ତେ ପାର୍ମେଶ୍ୱାର୍ତାଃ ହିଜୁଃଆକିନ୍ ଓଡ଼ୋଃ ଅକଏ ଗୁହ୍ନାଁ ରିକାକାଦାଏ, ଇନିଃ ସାବଃ ରେଦ, ବାର୍ ଗୁନା ଏଟାଃସାଃରେନିଃକେ ଏମାଇୟା।
10 "ଜେତାଏ ଆୟାଃ ଉରିକ୍ ଚାଏ ଗାଧା ଚାଏ ମିଣ୍ଡି ଚାଏ ଜେତାନ୍ ଉରିକ୍ ଏଟାଃନିଃକେ ମାଣ୍ଡାଅ ନାଗେନ୍ତେ ଜିମା ତାନାଏ ଓଡ଼ୋଃ ଜେତାଏନିୟାଃ କା ସାରିତେ ଏନ୍ ଉରିକ୍ ଗଜଃ ତାନାଏ ଚାଏ ଜେତାନ୍ ହାନି ହବାଅଃ ତାନା, ଚାଏ କୁମ୍ବୁଡ଼ୁ ତାନାଏ 11 ତାବ୍ଦ ଇନିଃ ଆୟାଃ ହୋପର୍ଜାପାଃନିୟାଃ ଜିନିଷ୍ରେ ତିଃଇ ଏମାକାଦାଏ ଚି କା ବାରାନ୍କିନ୍ ପ୍ରାଭୁଆଃ ଆୟାର୍ତେ ହିଜୁଃକେଦ୍ତେ କିରିୟା ରିକାଏୟା, ଜାଁତୁରାଃ ଗମ୍କେ ଏନ୍ କିରିୟା ରିକାଏୟା ମେନ୍ଦ ଇନିଃ କାଏ ରୁହାଡ଼େୟା। 12 ମେନ୍ଦ ଇନିଃତାଃ ଏତେ ସାର୍ତିଗି କୁମ୍ବୁଡ଼ୁ କାରେଦ ଜାଁତୁରାଃ ଗମ୍କେକେ ଏନାରାଃ ଗନଙ୍ଗ୍ ଏମ୍ ଲାଗାତିୟାଁଃ। 13 ଜେତାନ୍ ଟନାଙ୍ଗ୍ ଜାଁତୁ ହରାତେ ନକ୍ସାନ୍ ହବାକାନା ଓଡ଼ୋଃ ଏନା ଉଦୁବ୍ ଦାଡ଼ିତାନାଏ ତାବ୍ଦ ଇନିଃ ଗନଙ୍ଗ୍ କାଏ ଏମେୟା।
14 "ଜେତାଏ ମିହୁଡ଼୍ ଆୟାଃ ହୋପର୍ଜାପାଃନିୟାଃ ଜାଁତୁକେ ଆସି ଇଦିୟା ଓଡ଼ୋଃ ଇନିୟାଃ ଗମ୍କେ ଇନିଃଲଃ କା ତାଇନ୍କେଦ୍ତେ ଏନ୍ ଜାଁତୁ ରାଃ ଜେତାନ୍ ନକ୍ସାନ୍ ଚାଏ ଗଜଃ ରେଦ ଇନିଃ ଜାଁତୁରାଃ ଗମ୍କେକେ ଗନଙ୍ଗ୍ ଏମିୟା। 15 ମେନ୍ଦ ଜାଁତୁରାଃ ଗମ୍କେ ଏନ୍ତାଃରେ ଇନିଃଲଃ ତାଇନଃ ଓଡ଼ୋଃ ଇମ୍ତାଙ୍ଗ୍ ଜାଁତୁରାଃ ନକ୍ସାନ୍ ହବାଅଃ ରେଦ ଇନିଃକେ ଗନଙ୍ଗ୍ କାଏ ଏମେୟା ଓଡ଼ୋଃ କାମି ନାଗେନ୍ତେ ଆଉକାଇରେଦ ଇନିଃ ଏନାରାଃ ଗନଙ୍ଗ୍ କାଏ ଏମେୟା।
16 "ଜେତାଏ କଡ଼ା ମିଆଦ୍ ଡିଣ୍ଡା କୁଡ଼ିକେ ବେଦା କେଦ୍ତେ ଇନିଃଲଃ ଏତ୍କାନ୍ କାମି ରିକା ତାନାଏ ରେଦ ଏନ୍ କଡ଼ା ଏନ୍ କୁଡ଼ିରାଃ ଗନଙ୍ଗ୍ ଏମ୍ କେଦ୍ତେ ଇନିଃକେ ଆଣ୍ଦିଅଃକାଏ। 17 ମେନ୍ଦ କୁଡ଼ିରାଃ ଆପୁ ଏନ୍ କଡ଼ାଲଃ ଆଣ୍ଦି ଏମ୍ନାଗେନ୍ତେ କାଏ ସାନାଙ୍ଗା ତାବ୍ଦ ଏତ୍କାନ୍ କାମିକାଦ୍ କଡ଼ା କୁଡ଼ିକେ ରୁପା ଏମଃ ଲାଗାତିୟାଁ।
18 "ଆମ୍ ଅଣାକାମି ରିକାତାନ୍ କୁଡ଼ିକେ ଜିହୀଦ୍ ଆଲମ୍ ବାଗିୟା।
19 "ଜେତା ହଡ଼ ଜାଁତୁଲଃ ହଡ଼୍ମରାଃ ଏତ୍କାନ୍ କାମି ରିକାୟା ଇନିଃକେ ଗଏଃ ଲାଗାତିଙ୍ଗ୍ୟାଁଃ।
20 "ଜେତାଏ ପ୍ରାଭୁକେ ବାଗିକେଦ୍ତେ ଏଟାଃ ମାହାପୁରୁତାଃରେ ଦାଣେଁ ରାକାବେ ତାନାଏ, ତାବ୍ଦ ଇନିଃ ଗଜଃଆ।
21 "ଆମ୍ ଏଟାଃ ଦିଶୁମ୍ରେନ୍ ହଡ଼କକେ ଆଲମ୍ ସିଗିଦ୍ କଆ ଚିଆଃଚି ଆମ୍ ହଗି ମିସାର୍ ଦିଶୁମ୍ରେ ଏଟାଃ ଦିଶୁମ୍ରେନ୍ ହଡ଼ ଲେକା ତାଇନାଃ। 22 ଆମ୍ ଜେତାନ୍ ରାଣ୍ଡିକେ ଚାଏ ଟୁଆର୍ ହନ୍କେ ଆଲମ୍ ଦୁକୁ ଏମାକଆ। 23 ଆମ୍ ଇନ୍କୁକେ ଜେତାନ୍ ଦୁକୁ ଏମାକତାନା ଓଡ଼ୋଃ ଇନ୍କୁ ଆଇଙ୍ଗ୍କେ ରାଆ ତାନ୍ଲଃ କେଡ଼ା ରେଦ ଆଇଙ୍ଗ୍ ଇନ୍କୁଆଃ କାଉରି ଆୟୁମେୟାଇଙ୍ଗ୍। 24 ଓଡ଼ୋଃ ଆଇଁୟାଃ ଖିସ୍ ହବାଅଃରେ, ତାରାଉଡ଼ିଲଃ ଗଏଃ ମେଁଆଇଙ୍ଗ୍। ଓଡ଼ୋଃ ଆମାଃ କୁଡ଼ିକ ରାଣ୍ଡି ହବାଅଃଆ ଓଡ଼ୋଃ ହନ୍କ ଟୁଆର୍ ହବାଅଃଆ।
25 "ଆମ୍ ରେଙ୍ଗେଃତାନ୍ ଆଇଁୟାଃ ହଡ଼କକେ ରିଣି ଏମାକତାନ୍ ରେଦ ସାହୁକାର୍ ଲେକା ଆଲମ୍ ହବାଅଃଆ ଓଡ଼ୋଃ ଇନ୍କୁତାଃତେ ମୁଲ୍କାନ୍ତାର୍ ଲେକାତେ ରୁପା ଆଲମ୍ ଇଦିୟା। 26 ଆମ୍ ଆମାଃ ହପୋର୍ଜାପାଃନିୟା ଲିଜ୍ଜାଃ ରିଣି ଲେକା ଆଉ କାରେଦ ଇନିଃକେ ସିଙ୍ଗି ହାସୁର୍ ସିଦାରେ ରୁହାଡ଼ାଇମେ। 27 ଚିଆଃଚି ଏନ୍ ଲିଜାଃ ଆୟାଃ ନାଙ୍ଗ୍ ମିଆଁଦ୍ଗି ହଡ଼୍ମରେୟାଃ ଉୟୁତେୟାଃ ତାନାଃ, ଏନା ବେଗାର୍ ଇନିଃ ଚିଲ୍କାତେ ଦୁଡ଼ୁମ୍ ଦାଡ଼ିୟା ? ଆମ୍ ଇନିଃକେ କାମ୍ ରୁହାଡ଼ାଇଆ ଓଡ଼ୋଃ ଇନିଃ ଆଇଙ୍ଗ୍କେ କେଡ଼ାଇଙ୍ଗ୍ ରେଦ, ଆଇଙ୍ଗ୍ ଆୟୁମେୟାଇଙ୍ଗ୍, ଚିଆଃଚି ଆଇଙ୍ଗ୍ ଦାୟା ଏମଃନିଃ ତାନିଙ୍ଗ୍।
28 "ଆମ୍ ଆମାଃ ପାର୍ମେଶ୍ୱାର୍କେ ମାଇନିମେ ଓଡ଼ୋଃ ଆମାଃ ହଡ଼କଆଃ ଆଗୁଆଇରାଃ ବିଷାଏରେ ସାର୍ପାଅ କାଜି ଆଲମ୍ କାଜିୟା।
29 "ଆମାଃ ଲୟଙ୍ଗ୍ରାଃ ସିଦା ଜ ଓଡ଼ୋଃ ଜ'ରାଃ ରାସି ଦାଣେଁ ରାକାବ୍ ନାଗେନ୍ତେ ଆଲମ୍ ହେଡ଼ାଏୟା,
"ଆମାଃ ମୁତ୍କୁଲ୍ ହନ୍କକେ ଆଇଙ୍ଗ୍କେ ଏମାଇଙ୍ଗ୍ମେ। 30 ଏନ୍ ଲେକାଗି ଆମ୍ ଆମାଃ ଗୋଟ୍ରେନ୍ ଉରିକ୍ ଓଡ଼ୋଃ ମେରମ୍କଆଃ ମୁତ୍କୁଲ୍ ହନ୍କକେ ଏମାଇଙ୍ଗ୍ମେ, ଏୟା ହୁଲାଙ୍ଗ୍ ଜାକେଦ୍ ଆୟାଃ ଏଙ୍ଗାତାଃରେ ତାଇନାଃ ଓଡ଼ୋଃ ଇରାଲିୟା ହୁଲାଙ୍ଗ୍ ଇନିଃକେ ଆଇଙ୍ଗ୍ତାଃ ଦାଣେଁ ରାକାବିମେଁ।
31 "ଆପେ ସବେନ୍କ ଆଇଁୟାଃ ନାଗେନ୍ତେ ପାବିତାର୍ କେଦ୍ତେ ତାଇନ୍ପେ, ଏନାମେନ୍ତେ ଆମ୍ ବାହାରିରେ ଜେତାନ୍ ଟନାଙ୍ଗ୍ ଜାଁତୁ ହରାତେ ଗୟାକାନ୍ ନିୟାଃ ରାଃ ମାସ୍ ଆଲମ୍ ଜଜମାଃ, ଆମ୍ ଇନିୟାଃ ମାସ୍ କା ଜମ୍ କେଦ୍ତେ ସେତାକକେ ଏମାକମେ।