1 ପ୍ରାଭୁ ମୁଶାକେ କାଜିକିୟା, "ଆମ୍ ଫାରୋତାଃ ସେନଃମେ, ଚିଆଃଚି ଆଇଙ୍ଗ୍ ଜେ'ଲେକାଚି ହଡ଼କଆଃ ଥାଲାରେ ନେ ସବେନ୍ ଚିହ୍ନାକ ଉଦୁବେୟାଇଙ୍ଗ୍। 2 ଆଇଙ୍ଗ୍ ମିସାର୍ରେନ୍ ହଡ଼କଆଃ ଆୟାର୍ରେ ଅକ ଅକ କାମି ରିକାକାଦାଇଙ୍ଗ୍ ଓଡ଼ୋଃ ଇନ୍କୁଆଃ ଥାଲାରେ ଅକ ଅକ ଆକ୍ଦାନ୍ଦାଅ କାମିକ ଉଦୁବ୍କାଦାଇଙ୍ଗ୍, ଏନ୍ ସବେନ୍ କାଜିକ ଆପେ ଆପେୟାଃ ହନ୍କକେ ଓଡ଼ୋଃ ଜାଇହନ୍କକେ ଉଦୁବ୍କପେ। ନେଆଁ ହରାତେ ଆଇଙ୍ଗ୍ ପ୍ରାଭୁ ତାନିଙ୍ଗ୍ ମେନ୍ତେ ସାରିୟାଃପେ।"
3 ଏନ୍ତେ ମୁଶା ଓଡ଼ୋଃ ହାରୁନ୍ ଫାରୋତାଃ ସେନ୍କେଦ୍ତେ କାଜିକିୟାକିନ୍, "ଏବ୍ରୀ ହଡ଼କଆଃ ପ୍ରାଭୁ ପାର୍ମେଶ୍ୱାର୍ ନେଆଁ କାଜିତାନାଏ, ‘ଆମ୍ ଆଇଁୟାଃ ଆୟାର୍ରେ ଲିବୁଇ ହବାଅଃ ନାଙ୍ଗ୍ ଚିମିନ୍ ହୁଲାଙ୍ଗ୍ ଜାକେଦ୍ କାହାଗି ମେନ୍ତେମ୍ କାଜିୟା ? ଆଇଁୟାଃ ସେୱା ରିକା ନାଗେନ୍ତେ ଆଇଁୟାଃ ହଡ଼କକେ ସେନ୍ ଇଚିକମେ। 4 ମେନ୍ଦ ଆଇଁୟାଃ ହଡ଼କକେ କାମ୍ ସେନ୍ ଇଚିକରେଦ, ନେଲେମେ, ଆଇଙ୍ଗ୍ ଗାପା ଆମାଃ ଦିଶୁମ୍ତେ ସନ୍ସରେଦ୍କ ଆଉକଆଇଙ୍ଗ୍। 5 ଇନ୍କୁ ଅତେକେ ନେ'ଲେକା ହାରୁବେୟାକ ଯେ, ଏନାକେ ଜେତାଏ କାକ ନେଲ୍ ଦାଡ଼ିୟା। ଆରିଲ୍ ଗାମାରେ ଜିଅନ୍କେଦ୍ତେ ଅକ୍ନାଃ ସାରେଜାକାନ୍ତେୟାଃ ଆପେଆଃ ଚିମିନ୍ ମେନାଃ, ଏନ୍ ସବେନାଃକେ ଇନ୍କୁ ଜମେୟାଃଁକ ଓଡ଼ୋଃ ଆପେୟାଃ ପିଡ଼ିରେ ହବାକାନ୍ ସବେନ୍ ଦାରୁକକେ ହଗି ଜମେୟାଃଁକ। 6 ଇନ୍କୁ ଆମାଃ ଅଡ଼ାଃ, ଆମାଃ ଦାସିକଆଃ ଅଡ଼ାଃ ଓଡ଼ୋଃ ମିସାର୍ରେନ୍ ହଡ଼କଆଃ ଅଡ଼ାଃରେ ପେରେଜଃଆକ। ନେ ଦିଶୁମ୍ରେ ଆମାଃ ପୁର୍ଖାହାଡ଼ାମ୍କଆଃ ଓଡ଼ୋଃ ଇନ୍କୁଆଃ ପୁର୍ଖାହାଡ଼ାମ୍କଆଃ ଜାନାମ୍ହେତେ ନାହାଃଁ ଜାକେଦ୍ ଚିଉଲାହ ନେ'ଲେକା କା ନେଲାକାନା।’" ଏନ୍ତେ ମୁଶା ଫାରୋତାଃଏତେ ରୁହାଡ଼୍ୟାନ୍ଲଃ ଅଡଙ୍ଗ୍ୟାନାଏ।
7 ଏନ୍ତେ ଫାରୋଆଃ ଦାସିକ ଫାରୋକେ କାଜିକିୟାକ, "ନେ ହଡ଼ ନାଗେନ୍ତେ ଆବୁ ଚିମିନ୍ ଦିନ୍ ଫାଁସ୍ରିରେ ମେନାବୁ ଲେକା ଦୁକୁରେ ତାଇନାଃବୁ। ଇସ୍ରାଏଲ୍ ହଡ଼କଆଃ ପ୍ରାଭୁ ପାର୍ମେଶ୍ୱାର୍କେ ସେୱା ରିକା ନାଗେନ୍ତେ ଏନ୍ ହଡ଼କକେ ସେନ୍ ରିକାକମେ। ମିସାର୍ ଦିଶୁମ୍ ଜିଅନଃ ତାନା, ଏନା ଚିନାଃ ଆମ୍ ନାହାଁଃ ଜାକେଦ୍ କାମ୍ ଆଟ୍କାର୍ଉରୁମେ ତାନା ?"
8 ଏନାତେ ମୁଶା ଓଡ଼ୋଃ ହାରୁନ୍କେ ଆଡଃମିସା ଫାରୋତାଃ ଆଉରୁହାଡ଼୍କେଦ୍ତେ, ଇନିଃ ଇନ୍କିନ୍କେ କାଜିକେଦ୍କିନା, "ଜୁ, ଆପେ ଆପେୟାଃ ପ୍ରାଭୁ ପାର୍ମେଶ୍ୱାର୍କେ ସେୱା ନାଗେନ୍ତେ ସେନଃପେ, ମେନ୍ଦ ଅକଏ ଅକଏ ସେନାଃପେ ?"
9 ଏନ୍ତେ ମୁଶା କାଜିରୁହାଡ଼୍କିୟାଏ, "ଆଲେ ଆଲେୟାଃ ଆପ୍ନାଃ ହନ୍ ଓଡ଼ୋଃ ହାଡ଼ାମ୍କଲଃ ସେନଃଆଲେ। ଆଲେ ଆଲେୟାଃ ହନ୍ଗାଁଣା, ମିଣ୍ଡି, ମେରମ୍ ଓଡ଼ୋଃ ଉରିଃକ୍କଆଃ ଗୋଟ୍କେ ଇଦିକେଦ୍ତେ ସେନାଃଲେ। ଚିଆଃଚି ପ୍ରାଭୁଆଃ ଉଦ୍ଦେଶ୍ରେ ଆଲେୟାଃ ପାରାବ୍ ମାନାତିଙ୍ଗ୍ ରିକାରାଃ ମେନାଃ।"
10 ଫାରୋ ଇନ୍କୁକେ କାଜିକେଦ୍କଆ, "ପ୍ରାଭୁ ଆପେୟାଃଲଃ ତାଇନ୍କାଏ, ଆଲେଦ ଆପେକେ ଓଡ଼ୋଃ ଆପେୟାଃ ହନ୍ଗାଁଣାକକେ ସେନ୍ ଇଚିକଆଲେ, ମେନ୍ଦ ଚିର୍ଗାଲ୍କେଦ୍ତେ ତାଇନ୍ପେ, ଆପେୟାଃ ଆୟାର୍ରେ ଦୁକୁ ମେନାଃ। 11 କାହାଗି ଏନ୍ଲେକା କା ହବାଅଃଆ, ଆପେ କଡ଼ାକ ଏସ୍କାର୍ ପ୍ରାଭୁଆଃ ସେୱା ରିକା ନାଗେନ୍ତେ ସେନଃପେ, ଚିଆଃଚି ନେଆଁଗି ଆପେ ସାନାଙ୍ଗ୍ତାନାପେ।" ଏନ୍ତେ ମୁଶା ଓଡ଼ୋଃ ହାରୁନ୍ ଫାରୋତାଃଏତେ ଅଡଙ୍ଗ୍ୟାନାକିନ୍।
12 ପ୍ରାଭୁ ମୁଶାକେ କାଜିକିୟା, "ମିସାର୍ ଦିଶୁମ୍ରେ ସନ୍ସରେଦ୍ ହବାଅଃ ନାଗେନ୍ତେ ଆମାଃ ତିଃଇ ଜିଲିଙ୍ଗ୍ ରିକାଏମେ। ଇନ୍କୁ ଆରିଲ୍ ଗାମାରାଃ ଜିଅନ୍ଏତେ ସାରେଜାକାନ୍ ଅତେରାଃ ସବେନାଃକେ ଜମେୟାଃକ।" 13 ଏନ୍ତେ ମୁଶା ଆୟାଃ ସଟାକେ ମିସାର୍ ଦିଶୁମ୍ ଚେତାନ୍ରେ ଜିଲିଙ୍ଗ୍କେଦା ଓଡ଼ୋଃ ପ୍ରାଭୁ ନିଦାସିଙ୍ଗି ସିଙ୍ଗିତୁରଃ ସାଃରେୟାଃ ହୟ ହୟଇଚିକେଦାଏ ଓଡ଼ୋଃ ସେତାଃ ହବାୟାନ୍ଚି, ଏନ୍ ହୟତେ ସନ୍ସରେଦ୍କ ହିଜୁଃୟାନାକ। 14 ଏନ୍ତେ ସନ୍ସରେଦ୍କ ମିସାର୍ ଦିଶୁମ୍ରେ ପେରେଃୟାନାକ। ମିସାର୍ ଦିଶୁମ୍ରାଃ ସବେନ୍ ପାର୍ଗାନ୍ରେ ହଗି ପେରେଃୟାନାକ। ଇନ୍କୁ ପୁରାଃ ବରୱାନ୍ଗି ତାଇକେନାକ, ଏନ୍ ଲେକାନ୍ ସନ୍ସରେଦ୍ ସିଦାକରେ ଚିଉଲାହଗି କାକ ହବାକାନ୍ ତାଇକେନା ଚି ଓଡ଼ୋଃ ଚିଉଲାଅ କାକ ହବାଅଃଆ। 15 ଇନ୍କୁ ଗଟା ଅତେରେ ପେରେଃୟାନ୍ ହରାତେ ସବେନ୍ସାଃ ହେନ୍ଦେଗି ନେଲଃୟାନା। ଆରିଲ୍ ଗାମାରାଃ ନକ୍ସାନ୍ଏତେ ସାରେଜାକାନ୍ ଦାରୁରେୟାଃ ଜ, ସାକାମ୍ ସବେନାଃ ଜମ୍କେଦାକ। ଓଡ଼ୋଃ ମିସାର୍ ଦିଶୁମ୍ରେୟାଃ ପିଡ଼ିରାଃ ଆଡ଼ାଃ ସାକାମ୍, ଦାରୁରେୟାଃ ସାକାମ୍ କା ତାଇନ୍ୟାନା।
16 ଏନ୍ତେ ଫାରୋ ଜାଲ୍ଦିଗି ମୁଶା ଓଡ଼ୋଃ ହାରୁନ୍କେ କେଡ଼ାକେଦ୍ତେ କାଜିକେଦ୍କିନାଏ, "ଆଇଙ୍ଗ୍ ଆପେୟାଃ ପ୍ରାଭୁ ପାର୍ମେଶ୍ୱାର୍ଆଃ ଓଡ଼ୋଃ ଆପେୟାଃ ବିରୁଧ୍ରେ ପାପ୍କାଦାଇଙ୍ଗ୍। 17 ଏନାମେନ୍ତେ ଦାୟାକେଦ୍ତେ ନେ ମିସାଗି ଆଇଁୟାଃ ପାପ୍କ ଛାମାକେଦ୍ତେ, ଆଇଙ୍ଗ୍ତାଃଏତେ ନେ ସନ୍ସରେଦ୍କ ନିର୍କାକ ମେନ୍ତେ ଆପେୟାଃ ପ୍ରାଭୁ ପାର୍ମେଶ୍ୱାର୍ତାଃରେ ବିନ୍ତିପେ।" 18 ଏନ୍ତେ ମୁଶା ଫାରୋତାଃଏତେ ଅଡଙ୍ଗ୍ୟାନ୍ଲଃ ପ୍ରାଭୁତାଃରେ ବିନ୍ତିକେଦା। 19 ପ୍ରାଭୁ ସିଙ୍ଗିହାସୁର୍ ସାଃଏତେ ମାରାଙ୍ଗ୍ ହୟକେ ଆଉକେଦା ଓଡ଼ୋଃ ଏନ୍ ହୟତେ ମିସାର୍ ଦିଶୁମ୍ରେନ୍ ସବେନ୍ ସନ୍ସରେଦ୍କ ଆରାଃ ଦରେୟାରେ ହୁଦ୍ମାୟାନାକ। ଓଡ଼ୋଃ ମିଆଁଦ୍ହ ସନ୍ସରେଦ୍ କାକ ତାଇନ୍ୟାନା। 20 ମେନ୍ଦ ପ୍ରାଭୁ ଆଡଃଗି ଫାରୋଆଃ ମନ୍ସୁରୁଦ୍କେ କେଟେଦ୍କେଦା ଓଡ଼ୋଃ ଇସ୍ରାଏଲ୍ ହଡ଼କକେ କାଏ ସେନ୍ ଇଚିକେଦ୍କଆ।
21 ଏନ୍ତେ ପ୍ରାଭୁ ମୁଶାକେ କାଜିକିୟା, "ଆମ୍ ଆମାଃ ତିଃଇ ସିର୍ମାସାଃତେ ଉଠାଏମେ, ଏନ୍ତେ ମିସାର୍ ଦିଶୁମ୍ ନୁବାଃକଆଃ। ନୁବାଃ ହରାତେ ମିସାର୍ରେନ୍ ହଡ଼କ ନେତେହାନ୍ତେନାଃକ।" 22 ଏନ୍ତେ ମୁଶା ସିର୍ମାସାଃ ତିଃଇ ଉଠାଅକେଦା ଓଡ଼ୋଃ ମିସାର୍ ଦିଶୁମ୍ ଆପି ହୁଲାଙ୍ଗ୍ ଜାକେଦ୍ ନୁବାଃୟାନା। 23 ଏନା ହରାତେ ଜେତାଏ ମିହୁଡ଼୍ ଆଡଃମିହୁଡ଼୍କେ ନେଲ୍ କାକ ଦାଡ଼ିୟାନା। ଓଡ଼ୋଃ ଜେତାଏ ଆକଆଃ ଅଡ଼ାଃଏତେ ଅଡଙ୍ଗ୍ କାକ ଦାଡ଼ିୟାନା, ମେନ୍ଦ ଇସ୍ରାଏଲ୍ ହଡ଼କ ତାଇନଃତାଃ ମାର୍ସାଲ୍ ତାଇକେନା।
24 ଏନ୍ତେ ଫାରୋ ମୁଶାକେ କେଡ଼ାକେଦ୍ତେ କାଜିକିୟା, "ଆପେ ପ୍ରାଭୁକେ ସେୱା ନାଗେନ୍ତେ ସେନଃପେ ଓଡ଼ୋଃ ଆପେୟାଃ କୁଡ଼ି ଓଡ଼ୋଃ ହନ୍କକେ ଇଦିକପେ ମେନ୍ଦ ଆପେୟାଃ ମିଣ୍ଡି, ମେରମ୍ ଓଡ଼ୋଃ ଉରିଃକ୍କଆଃ ଗୋଟ୍ ନେତାଃରେ ତାଇନଃକା।"
25 ମୁଶା କାଜିରୁହାଡ଼୍କିୟା, "ଆଲେ ଆଲେୟାଃ ପ୍ରାଭୁ ପାର୍ମେଶ୍ୱାର୍ଆଃ ନାଙ୍ଗ୍ ଅକ ଦାଣେଁ ଓଡ଼ୋଃ ଉରୁବ୍ଦାଣେଁ ରାକାବେଆଲେ, ଏନା ହଗି ଆଲେୟାଃ ତିଃଇରେ ଆମ୍କେ ଏମ୍ ଲାଗାତିୟାଁ। 26 ଆଲେୟାଃ ଆସୁଲ୍ ଜାଁତୁକ ଆଲେଲଃ ସେନାଃକ, ମିଆଁଦ୍ ହଗି କାକ ବାଗିଅଃଆ। ଚିଆଃଚି ଆଲେୟାଃ ପ୍ରାଭୁ ପାର୍ମେଶ୍ୱାର୍ଆଃ ସେୱା ରିକା ନାଗେନ୍ତେ ଏନ୍ ଆସୁଲ୍ ଜାଁତୁକଆଃ ଭିତାର୍ଏତେଗି ଦାଣେଁ ଏମଃଆ। ଏନ୍ ଠାୟାଦ୍ତେ କା ସେଟେର୍ ଜାକେଦ୍ ପ୍ରାଭୁଆଃ ସେୱା ରିକା ନାଗେନ୍ତେ ଅକ ଆସୁଲ୍ ଜାଁତୁକକେ ସାଲା ଲାଗାତିୟାଁଃ ଏନା ଆଲେ କାଲେ ସାରି ଦାଡ଼ିୟା।"
27 ମେନ୍ଦ ପ୍ରାଭୁ ଫାରୋଆଃ ମନ୍ସୁରୁଦ୍କେ କେଟେଦ୍କେଦା, ଓଡ଼ୋଃ ଇନିଃ ଇନ୍କୁକେ କାଏ ସେନ୍ ଇଚିକେଦ୍କଆ। 28 ଫାରୋ ମୁଶାକେ କାଜିକିୟା, "ଆମ୍ ଆଇଙ୍ଗ୍ତାଃଏତେ ସାଙ୍ଗିନଃମେ। ଚିର୍ଗାଲ୍କାନ୍ ତାଇନ୍ମେ, ଆଇଁୟାଃ ମେଦ୍ ମୁହାଁଡ଼୍ ଆଲମ୍ ନେଲେଆ, ଚିଉଲା ନେଲିୟାଁମ୍ ଏନ୍ ହୁଲାଙ୍ଗ୍ ଆମାଃ ଗନଏଃ ହବାଅଃଆ।"
29 ମୁଶା କାଜିକିୟାଏ, "ଆମ୍ ଠାଉକାଗି କାଜିତାନାମ୍। ଆଇଙ୍ଗ୍ ଆମ୍କେ ଓଡ଼ୋଃ ଚିଉଲାଅ କାଇଙ୍ଗ୍ ନେଲ୍ମା।"