40 ଯୋହାନ୍ଆଃ କାଜି ଆୟୁମ୍କେଦ୍ତେ ୟୀଶୁକେ ଅତଙ୍ଗ୍କାଇ ଏନ୍ ବାରିଆ ଚେଲାକିନ୍ଏତେ ମିଆଁଦ୍ନିଃ ଶିମୋନ୍ ପାତ୍ରାସ୍ଆଃ ହାଗାତେ ଆନ୍ଦ୍ରିୟାସ୍ ତାଇକେନାଏ । 41 ଆନ୍ଦ୍ରିୟାସ୍ ଆୟାଃ ହାଗାତେ ଶିମୋନ୍କେ ନାମ୍କେଦ୍ତେ କାଜିକିୟା, "ଆଲିଙ୍ଗ୍ ମାସି୧:୪୧ ଏବ୍ରୀରେ ମାସି ଆଡଃ ଗ୍ରୀକ୍ରେ ଖ୍ରୀଷ୍ଟ୍କେ ନାମାକାଇଜାଲିଙ୍ଗ୍ ।"