ୟୀଶୁ ଚେଲାକଆଃ କାଟା ଆବୁଙ୍ଗ୍ୟେଁତାନା
1 ପାସ୍କା ପାରାବ୍ରେୟାଃ ସିଦାରେ ୟୀଶୁ ନେ ଅତେଦିଶୁମ୍ଏତେ ଆପୁତାଃତେ ସେନଃରେୟା ନେଡା ସେଟେର୍କାନା ମେନ୍ତେ ସାରିକେଦ୍ଚି ଇନିଃ ଅତେଦିଶୁମ୍ରେନ୍ ଆୟାଃ ହଡ଼କକେ ଦୁଲାଡ଼୍କେଦ୍କଆଏ ଆଡଃ ଇନ୍କୁକେ ଇନିୟାଃ ପୁରାଃ ଦୁଲାଡ଼୍ ଉଦୁବାଦ୍କଆଏ ।
2 ୟୀଶୁ ଆଡଃ ଆୟାଃ ଚେଲାକ ଆୟୁବ୍ ଜମେୟାଁଃରେ ତାଇକେନାକ, ଇମ୍ତା ସାଏତାନ୍ ଶିମୋନ୍ରାଃ ହନ୍ତେକଡ଼ା ଇଷ୍କାରିୟତ୍ ଯିହୁଦାରାଃ ମନ୍ରେ ୟୀଶୁକେ ବାଇରିକଆଃ ତିଃଇରେ ଜିମାଇ ନାଗେନ୍ତେ ମନ୍ବାଇ ଚାବାକାଦ୍ ତାଇକେନାଏ । 3 ଇମ୍ତା ଆପୁ ସବେନ୍ ଆକ୍ତେୟାର୍ ଆଇଁୟାଃ ତିଃଇରେ ଏମାକାଦାଃଏ ଆଡଃ ଆଇଙ୍ଗ୍ ପାର୍ମେଶ୍ୱାର୍ତାଃଏତେ ହିଜୁଃକାନାଇଙ୍ଗ୍ ଆଡଃ ପାର୍ମେଶ୍ୱାର୍ତାଃତେ ସେନ୍ରୁହାଡ଼ାଇଙ୍ଗ୍ ମେନ୍ତେ ୟୀଶୁ ସାରି ତାଇକେନାଏ । 4 ଇନିଃ ଜଜମ୍ ଠାୟାଦ୍ଏତେ ବିରିଦ୍ୟାନାଏ ଆଡଃ ଆୟାଃ ତୁସିଙ୍ଗ୍କାନ୍ ବାହାରି ଲିଜାଃ ଦହକେଦ୍ତେ ଆୟାଃ ମାୟାଙ୍ଗ୍ରେ ମିଆଁଦ୍ ଗାମ୍ଛା ପାଟେୟାନାଏ । 5 ଏନ୍ତେ ବାସାନ୍ରେ ଦାଆଃ ଦୁଲ୍କେଦ୍ତେ ଚେଲାକଆଃ କାଟା ଆବୁଙ୍ଗ୍ ଏଟେଦ୍କେଦାଏ, ଆଡଃ ମାୟାଙ୍ଗ୍ରେ ପାଟେୟାକାନ୍ ଗାମ୍ଛାତେ ଜଦ୍କେଦାଏ । 6 ଏନ୍ତେ ଇନିଃ ଶିମୋନ୍ ପାତ୍ରାସ୍ତାଃତେ ହିଜୁଃୟାନାଏ, ଆଡଃ ଅକଏଚି କାଜିକିୟାଏ, "ହେ ପ୍ରାଭୁ, ଆମ୍ଚି ଆଇଁୟାଃ କାଟା ଆବୁଙ୍ଗ୍ଇଁୟାମ୍ ?"
7 ୟୀଶୁ ଇନିଃକେ କାଜିରୁହାଡ଼୍କିୟାଏ, "ଆଇଙ୍ଗ୍ ରିକାତାନ୍ତେୟାଃ ନାହାଁଃ କାମ୍ ସାରିୟାଃ, ମେନ୍ଦ ଏନା ତାୟମ୍ତେମ୍ ଆଟ୍କାରେୟା ।"
8 ପାତ୍ରାସ୍ ଇନିଃକେ କାଜିକିୟାଏ, "ଆମ୍ ଚିଉଲାଅ ଆଇଁୟାଃ କାଟା ଆଲମ୍ ଆବୁଙ୍ଗ୍ଇଁୟା" ୟୀଶୁ ଇନିଃକେ କାଜିରୁହାଡ଼୍କିୟାଏ, "ଆଇଙ୍ଗ୍ କାଇଙ୍ଗ୍ ଆବୁଙ୍ଗ୍ମେରେଦ ଆମ୍ ଆଇଁୟାଃ ଚେଲା କାମ୍ ହବାଦାଡ଼ିୟଃଆ ।"
9 ଏନ୍ତେ ଶିମୋନ୍ ପାତ୍ରାସ୍ କାଜିକିୟାଏ, "ହେ ପ୍ରାଭୁ, ଆଇଁୟାଃ କାଟା ଏସ୍କାର୍ କାହା, ମେନ୍ଦ ଆଇଁୟାଃ ତିଃଇ ଆଡଃ ବହଃକେହଗି ଆବୁଙ୍ଗ୍ଇଙ୍ଗ୍ମେ ।"
10 ୟୀଶୁ ଇନିଃକେ କାଜିକିୟାଏ, "ଉମେନ୍କାନ୍ନିଃକେ କାଟା ଏସ୍କାର୍ ଆବୁଙ୍ଗ୍ ଲାଗାତିୟାଃଁ; ଇନିୟାଃ ଗଟା ହଡ଼୍ମଦ ଫାର୍ଚିୟାକାନା ଆଡଃ ମିହୁଡ଼୍କେ ବାଗିକେଦ୍ତେ ଆପେ ସବେନ୍କ ଫାର୍ଚିୟାକାନାପେ ।" 11 ଚିୟାଃଚି ଇନିଃ ଆୟାଃ ସାବ୍ରିକାଇନିଃକେ ସାରିକାଇ ତାଇନାଏ ଏନାମେନ୍ତେ ଇନିଃ କାଜିକେଦାଃଏ, "ମିହୁଡ଼୍କେ ବାଗିକେଦ୍ତେ ଆପେ ସବେନ୍କ ଫାର୍ଚିୟାକାନାପେ ।"
12 ୧୩:୧୨ ଲୁକ ୨୨:୨୭. ୟୀଶୁ ଇନ୍କୁଆଃ କାଟା ଆବୁଙ୍ଗ୍କେଦ୍ଚି ଆୟାଃ ଲିଜାଃ ତୁସିଙ୍ଗ୍ୟାନାଏ ଆଡଃ ଆୟାଃ ଜଜମ୍ ଠାୟାଦ୍ରେ ଦୁବ୍ରୁହାଡ଼୍ୟାନାଏ, ଏନ୍ତେ ଇନ୍କୁକେ କୁଲିକେଦ୍କଆଏ, "ଆଇଙ୍ଗ୍ ଆପେ ନାଗେନ୍ତେ ରିକାକାଦ୍ତେୟାଃ ଆଟ୍କାରେତାନାପେଚି ?" 13 "ଆପେ ଆଇଙ୍ଗ୍କେ ହେ ଗୁରୁ ଆଡଃ ହେ ପ୍ରାଭୁ, ମେନ୍ତେପେ କାଜିୟାଇଙ୍ଗ୍ତାନା ଏନା ବୁଗିନ୍ଗିପେ କାଜିତାନା ଚିୟାଃଚି ଆଇଙ୍ଗ୍ ଇନିଃଗି ତାନିଙ୍ଗ୍ । 14 ଆଇଙ୍ଗ୍ ଆପେୟାଃ ପ୍ରାଭୁ ଆଡଃ ଗୁରୁ ତାନିଙ୍ଗ୍ ହଲେହଁ ଆପେୟାଃ କାଟା ଆବୁଙ୍ଗ୍କେଦାଃଇଙ୍ଗ୍, ଏନ୍ଲେକା ଆପେୟଗି ମିଆଁଦ୍ନିଃ ଏଟାଃନିୟାଃ କାଟା ଆବୁଙ୍ଗ୍ ଲାଗାତିଙ୍ଗ୍ୟାଁଃ । 15 ଆଇଙ୍ଗ୍ ଆପେୟାଃ ନାଗେନ୍ତେ କାମିକାଦ୍ଲେକା ଆପେୟ ରିକାଏପେ, ଏନାମେନ୍ତେ ଆଇଙ୍ଗ୍ ଆପେକେ ମିଆଁଦ୍ ନାମୁନା ଉଦୁବାକାଦ୍ପେୟାଇଙ୍ଗ୍ । 16 ୧୩:୧୬ ମାଥିଉ ୧୦:୨୪; ଲୁକ ୬:୪୦; ଯୋହାନ୍ ୧୫:୨୦.ଆଇଙ୍ଗ୍ ଆପେକେ ସାର୍ତିଗି କାଜିୟାପେ ତାନାଇଙ୍ଗ୍, ଦାସି ଆୟାଃ ଗମ୍କେଏତେ କାଏ ମାରାଙ୍ଗ୍ଆଁଃ, ଆଡଃ କାଜିଏମ୍ନିଃ ଆୟାଃ କୁଲ୍ନିଃତାଃଏତେ କାଏ ମାରାଙ୍ଗ୍ଆଃ । 17 ନାହାଃଁଦ ଆପେ ନେ ସାର୍ତିକେ ସାରିୟାଃକାଦାଃପେ, ଏନାକେ ରିକାଏରେଦ ଆପେ ସୁକୁତାନ୍ଗିୟାଃପେ ।