11 ଆଡଃ ନାହାଁଃ ଆଇଙ୍ଗ୍ ନେ ଅତେଦିଶୁମ୍ରେ କାଇଙ୍ଗ୍ ତାଇନାଃ, ମେନ୍ଦ ଇନ୍କୁ ଅତେଦିଶୁମ୍ରେକ ତାଇନାଃ, ଆଡଃ ଆଇଙ୍ଗ୍ ଆମାଃତାଃତେ ହିଜୁଃତାନାଇଙ୍ଗ୍ । ଏ ପାବିତାର୍ ଆବା ! ଆମ୍ ଆଇଙ୍ଗ୍କେ ଏମାକାଦିଙ୍ଗ୍ ନୁତୁମ୍ରାଃ ପେଡ଼େଃତେ ବାଞ୍ଚାଅକମେ, ଆମ୍ ଏମାକାଦିଙ୍ଗ୍ ନୁତୁମ୍ତେ, ଆମ୍ ଆଡଃ ଆଇଙ୍ଗ୍ ଜେ’ଲେକା ମିଦ୍ତାନ୍ଲାଙ୍ଗ୍, ଏନ୍ଲେକା ଇନ୍କୁ ମିଦଃକାକ । 12 ୧୭:୧୨ ଯୋହାନ୍ ୧୩:୧୮.ଆଇଙ୍ଗ୍ ଇନ୍କୁଲଃ ତାଇକେନ୍ ଇମ୍ତା ଆମ୍ ଏମାକାଦ୍ ଆମାଃ ନୁତୁମ୍ତେ ଆଇଙ୍ଗ୍ ଇନ୍କୁକେ ବାଞ୍ଚାଅକେଦ୍ତେ ବୁଗିଲେକା ଯାତାନ୍କାଦ୍କଆଇଙ୍ଗ୍, ଆଡଃ ଧାରାମ୍ପୁଥିରାଃ ଅନଲ୍ ଜେ’ଲେକା ସାର୍ତିୟଆଃ, ଏନାମେନ୍ତେ ଏନ୍ ଜିୟନଃ ହନ୍କେ ବାଗିକେଦ୍ତେ ଇନ୍କୁଏତେ ଜେତାଏ କାକ ଜିୟନାକାନା ।