ୟୀଶୁ ଦୁଦୁଗାର୍ହୟକେ ହାପା ଉତାର୍କେଦାଃ
22 ମୁସିଙ୍ଗ୍ ୟୀଶୁ ଆଡଃ ଆୟାଃ ଚେଲାକ ଲାଉକାରେକ ଦେଏଃୟାନା ଆଡଃ "ଦଲାବୁ ଦରେୟା ହାନ୍ ପାରମ୍ତେବୁଆ" ମେତାଦ୍କଆଏ । ଆଡଃ ଇନ୍କୁ ଲାଉକା ରାଡ଼ାକେଦାଃକ 23 ଇନ୍କୁ ସେନଃତାନ୍ ଇମ୍ତା ୟୀଶୁଦ ଦୁଡ଼ୁମ୍ୟାନାଏ । ଇମ୍ତାଙ୍ଗ୍ ଦରେୟାରେ ଦୁଦୁଗାର୍ହୟ ବିରିଦ୍ୟାନା, ଏନ୍ତେ ଲାଉକାରେ ଦାଆଃ ପେରେଜଃତାନ୍ ତାଇକେନା, ଆଡଃ ଇନ୍କୁଦ ଡୁବିଜଃଲେକାକ ତାଇକେନା । 24 ଚେଲାକ ଇନିଃତାଃତେ ହିଜୁଃୟାନ୍ତେକ ବିରିଦ୍କିୟା, "ହେ ଗୁରୁ, ହେ ଗୁରୁ, ଆଲେ ଡୁବିଃଗ୍ ଗଜଃତାନାଲେ" ମେନ୍ତେକ କାଜିକିୟାଃ । ଏନ୍ତେ ଇନିଃ ବିରିଦ୍ୟାନ୍ତେ ହୟ ଆଡଃ ଆଲ୍ପୁଙ୍ଗ୍କେ୮:୨୪ ଆଲ୍ପୁଙ୍ଗ୍ ମାରାଙ୍ଗ୍ମଚାକେଦାଃ, ଇମ୍ତାଙ୍ଗ୍ଗି ସବେନାଃ ହାପାଉତାର୍ୟାନା ଆଡଃ ସିଃସଏଃୟାନା । 25 ଏନ୍ତେ ୟୀଶୁ ଚେଲାକକେ ମେତାଦ୍କଆଏ, "ଅକ୍ତାଃରେୟା ଆପେୟାଃ ବିଶ୍ୱାସ୍ ?" ମେନ୍ଦ ଇନ୍କୁ ବରତାନ୍ଲଃ ମେପେନ୍ୟାନାକ, "ନିଃ ଅକଏ ତାନିଃ, ହୟ ଆଡଃ ଦରେୟାରେୟାଃ ଦାଆଃକହ ନିୟାଃ କାଜି ମାନାତିଙ୍ଗ୍ ତାନାକ ।"
ୟୀଶୁ ମିଆଁଦ୍ ବଙ୍ଗା ଏସେରାକାନ୍ନିଃକେ ବୁଗିଃତାନା
26 ୟୀଶୁ ଆଡଃ ଚେଲାତାୟାଃକ ଗେରାସିମିକଆଃ ପାର୍ଗାନ୍ତେ ସେଟେର୍ୟାନାକ, ଏନା ଗାଲିଲ୍ ଦରେୟାରାଃ ହାନ୍ ପାରମ୍ରେୟା ।