27 ଆଇଙ୍ଗ୍ ସାର୍ତିଗିଙ୍ଗ୍ କାଜିୟାପେତାନା, "ନେତାଃରେ ତିଙ୍ଗୁଆକାନ୍କଏତେ ଚିମିନ୍କ ପାର୍ମେଶ୍ୱାର୍ଆଃ ରାଇଜ୍ ଆଉରିକ ନେଲେଜାକେଦ୍ ଗନଏଃ କାକ ଚାଖାଏୟାଃ ।"
ୟୀଶୁଆଃ ରୁପ୍ବାଦ୍ଲିୟଃ
28 ଆଡଃ ନେ କାଜିରେୟାଃ ଇରାଲିୟା ମାହାଁ ତାୟମ୍ତେ ୟୀଶୁ ପାତ୍ରାସ୍, ଯୋହାନ୍ ଆଡଃ ଯାକୁବ୍ ତେକକେ ଆୟାଃଲଃ ଇଦିକେଦ୍ତେ ବିନ୍ତିନାଙ୍ଗ୍ ବୁରୁତେ ରାକାବ୍ୟାନାଏ । 29 ଇନିଃ ବିନ୍ତିତାନ୍ ଇମ୍ତା ଇନିୟାଃ ମେଦ୍ମୁହାଁଡ଼୍ ବାଦାଲାଅୟାନା ଆଡଃ ଇନିୟାଃ ଲିଜାଃ ପୁରାଃଗି ମାସ୍କାଲ୍ଲେକା ପୁଣ୍ଡିୟାନା । 30 ଆଡଃ ଇମ୍ତାଗି ବାର୍ହଡ଼୍କିନ୍ ତାଇକେନା, ଇନ୍କିନ୍ ହବାଅଃତାନାକିନ୍ ମୁଶା ଆଡଃ ଏଲିୟ, 31 ଇନ୍କିନ୍ ସିର୍ମାରେନ୍ ମାନାରାଙ୍ଗ୍ରେକିନ୍ ଉଦୁବେନ୍ୟାନା, ଆଡଃ ୟୀଶୁଲଃ ଯୀରୁଶାଲେମ୍ରେ ଆୟାଃ ଗନଏଃରେୟାଃ କାଜି ବାଖାଁଣେତାନ୍କିନ୍ ତାଇକେନା ।