1 ଅକନ୍ ଗାରିବ୍ ହଡ଼ ସାର୍ତି ହରାରେ ସେନ୍ତାନାଏ, ଇନିଃ ହସଡ଼ ବେଦା କାଜିତାନ୍ ଡଣ୍ଡ ହଡ଼ ହେତେ ମାରାଙ୍ଗ୍ ତାନିଃ।
2 ଜେତାନ୍ ହଡ଼ ନାଙ୍ଗ୍ ସେଣାଁ ବେଗାର୍ ତାଇନଃ ବୁଗିନ୍ ନାହାଁଲାଃ ଓଡ଼ୋଃ ଅକଏ ଆୟାଃ କାଟା ସେସେନ୍ ତାନ୍ ସାମାଏରେ ଜାଲ୍ଦି ଜାଲ୍ଦି କାଟା ଉୟୁଗାଃଏ, ଇନିଃ ପାପ୍ ରିକାଃଏ।
3 ହଡ଼ରାଃ ଡଣ୍ଡ ଆୟାଃ ହରା ବାଗ୍ଡ଼ାଅଃ ରିକାଃଏ ଓଡ଼ୋଃ ଇନିୟାଃ ମନ୍ ପ୍ରାଭୁଆଃ ବିରୁଧ୍ରେ ଖିସ୍ ତାଇନାଃ।
4 ଖୁର୍ଜିତେ ପୁରାଃ ଗାତିକ ନାମଃଆ, ମେନ୍ଦ ଗାରିବ୍ ହଡ଼ରାଃ ଗାତି ଆୟାଃ ଆପ୍ନାଃ ଗାତିତାଃଏତେ ବିନ୍ଗାଅକେନଃଆ।
5 ବେଦା ଗାୱା ଏମ୍ନିଃ ସାଜାଇ କା ନାମ୍କେଦ୍ତେ କାଏ ତାଇନାଃ ଓଡ଼ୋଃ ଅକଏ ବେଦା କାଜିୟାଏ ଇନିଃ ସାଜାଇ ହେତେ ବାନ୍ଚାଅ କାଏ ନାମେୟା।
6 ପୁରାଃ ହଡ଼କ ମିଆଦ୍ ବୁଗିନ୍ ମନ୍ରେନ୍ ହଡ଼ତାଃଏତେ ଦେଙ୍ଗା ବିନ୍ତି ସାନାଙ୍ଗ୍କଆଃ ଓଡ଼ୋଃ ସବେନ୍କ ଭେଁଟ୍ ଏମ୍ତାନ୍ ହଡ଼ରାଃ ଗାତି ହୁଇନାଃ।
7 ଗାରିବ୍ରାଃ ସବେନ୍ ହାଗାକ ଇନିଃକେ ହିଲାଙ୍ଗ୍ ରିକାଃକ, ଇନିୟାଃ ଗାତିକ ଆୟାଃତାଃ ହେତେ ଚିମିନ୍ ଆଦ୍କା ସାଙ୍ଗିନ୍ କାକ ସେନା ! ଇନିଃ ଜାଗାର୍ ନାଙ୍ଗ୍ ସାନାଙ୍ଗ୍ଆଃଏ ମେନ୍ଦ ଆୟାଃ ଗାତିକକେ କାଏ ନାମ୍କଆ।
8 ଅକନ୍ ହଡ଼ ସେଣାଁ ନାମାଃଏ, ଇନିଃ ଆୟାଃ ଜୀଉକେ ଦୁଲାଡ଼୍ ତାନା ଓଡ଼ୋଃ ସାରିଉରୁମ୍ନିଃ ବୁଗିନାଃ ତେୟାଃ ନାମାଃଏ।
9 ବେଦା ଗାୱା ଏମ୍ତାନ୍ନିଃ ସାଜାଇ କା ନାମ୍କେଦ୍ତେ କାଏ ତାଇନାଃ ଓଡ଼ୋଃ ଅକଏ ବେଦା କାଜି କାଜିତାନ୍ନିଃ ଜାରୁଡ଼୍ଗି ଜୀଅନଃଆ।
10 ଡଣ୍ଡ ହଡ଼ ଚିଉଲାଅ ସୁକୁରେ କାଏ ତାଇନାଃ, ଦାସିକଆଃ ନାଙ୍ଗ୍ ହାକିମ୍କଆଃ ଚେତାନ୍ରେ ରାଇଜ୍ତେୟାଃ ଠାଉକା ନାହାଁଲାଃ।
11 ହଡ଼ରାଃ ବୁଗିନ୍ ସେଣାଁ ଆଇଃକ୍କେ ଜାଲ୍ଦି କାଏ ରିସ୍ମି ଇଚିୟା ଓଡ଼ୋଃ ଗୁହ୍ନାଁକେ ରିଡ଼ିଙ୍ଗ୍ତେୟାଃ ଆଇଃକ୍କେ ମାନାରାଙ୍ଗ୍ ଏମାଃଏ।
12 ରାଜାରାଃ ରିସ୍ମି ଜାୱାନ୍ ଟେଡ଼ଃରାଃ କାଉରି ଲେକା ତାନାଃ, ମେନ୍ଦ ଇନିୟାଃ ଲିନିବୁଇ ତାସାଦ୍ରେ ତାଇକାନ୍ ସିସିର୍ ଦାଆଃ ଲେକା ତାନାଃ।
13 ଡଣ୍ଡ ହନ୍ ଆୟାଃ ଆପୁ ନାଙ୍ଗ୍ ଦୁକୁ ତାନିଃ, କୁଡ଼ିରାଃ ଏପେରାଙ୍ଗ୍ ରିକାତେୟାଃ ସବେନ୍ ଇମ୍ତା ଅଡ଼ାଃ ହେତେ ଦାଆଃ ଟିପାଗଃ ଲେକା ତାନାଃ।
14 ଅଡ଼ାଃ ଓଡ଼ୋଃ ଖୁର୍ଜି ଏଙ୍ଗା ଆପୁକତାଃଏତେ ନାମାକାନ୍ ଆକ୍ତେୟାର୍ ତାନାଃ, ମେନ୍ଦ ସେଣାଁନ୍ କୁଡ଼ି ପ୍ରାଭୁତାଃଏତେ ଏମେୟା।
15 କୁଢ଼ି ରିକା ହରାତେ ହଡ଼ ପୁରାଃଗି ଦୁଡ଼ୁମ୍କଆଃ ଓଡ଼ୋଃ କୁଢ଼ି ହଡ଼ ସବେନ୍ ଇମ୍ତା ରେଙ୍ଗେଃ ତାଇନାଃ।
16 ଅକଏ ପାର୍ମେଶ୍ୱାର୍ଆଃ ଆନ୍ଚୁକେ ମାନାତିଙ୍ଗ୍ ରିକାଃଏ, ଇନିଃ ଆୟାଃ ଜୀଉକେ ବାନ୍ଚାଅ ତାନା ଓଡ଼ୋଃ ଅକଏ କାଏ ମାନାତିଙ୍ଗ୍ ତାନା, ଇନିଃ ଜାରୁଡ଼୍ଗି ଗଜଃଆ।
17 ଅକଏ ଗାରିବ୍କେ ଦାୟା ରିକାଃଏ, ଇନିଃ ପ୍ରାଭୁକେ ଉଧାର୍ ଏମାଃଏ, ଓଡ଼ୋଃ ପ୍ରାଭୁ ଇନିୟାଃ କାମିରାଃ ନାଗେନ୍ତେ ଜ ଏମାଃଏ।
18 ଚିମ୍ତାଙ୍ଗ୍ ଜାକେଦ୍ ଆସ୍ରା ମେନାଃ ଇମ୍ତାଙ୍ଗ୍ ଜାକେଦ୍ ଆମାଃ ହନ୍କେ ବିଡ଼ାଇମେ ଓଡ଼ୋଃ ଆମାଃ ମନ୍ ଇନିୟାଃ ଜିଅନ୍ ଆଲକାଏ ସାନାଙ୍ଗ୍କା।
19 ଅକନ୍ ହଡ଼ ପୁରାଃ ଖିସ୍ଅଃଆ, ଇନିଃ ଏନାରାଃ ଜ ଜାରୁଡ଼୍ଗି ନାମେୟା, ଚିଆଃଚି ଆମ୍ ଇନିଃକେ ମିସା ବାନ୍ଚାଅ ରିକାଇରେ, ଆମ୍ ଇନିଃକେ ଆଡଃମିସା ବାନ୍ଚାଅ ରିକା ଲାଗାତିୟାଁଃ।
20 କାଜିକ ଆୟୁମେମ୍ ଓଡ଼ୋଃ ଇନିତୁକ ତେଲାଏମେ, ଏନାତେ ଆମ୍ ଆୟାର୍ତେ ସେଣାଁନ୍ ହବାଅଃଆମେ।
21 ହଡ଼ ଆୟାଃ ମନ୍ରେ ପୁରାଃଗି ଉଡ଼ୁଃ ତାଇନାଃ, ମେନ୍ଦ ପ୍ରାଭୁଆଃ ଉହାଟ୍ କେଟେୟାନ୍ଗି ତାଇନାଃ।
22 ମିଆଦ୍ ହଡ଼ରାଃ ଇଛା ସାନାଙ୍ଗ୍ ଆୟାଃ ଦାୟାରାଃ ତାନା ଓଡ଼ୋଃ ମିଆଦ୍ ଗାରିବ୍ ହଡ଼ ବେଦା ହଡ଼ ହେତେ ବୁଗିନ୍ ତାନିଃ।
23 ପ୍ରାଭୁଆଃ ବିଷାଏରେୟାଃ ବର ମାନାତିଙ୍ଗ୍ରେ ଜୀଦାନ୍ ନାମଃଆ ଓଡ଼ୋଃ ଅକଏତାଃରେ ନେଆଁ ମେନାଃ, ଇନିଃ ସୁକୁରେ ତାଇନାଃ, ଇନିୟାଃରେ ଜେତାନ୍ ଏତ୍କାନାଃ କା ହିଜୁଃଆ।
24 ମିଆଦ୍ କୁଢ଼ି ହଡ଼ ଆୟାଃ ତିଃଇ ଆପ୍ନାଃ ଥାରିୟାରେ ଦହଏୟା, ଓଡ଼ୋଃ ଏନାକେ ଆଡଃମିସା ଆୟାଃ ଆପ୍ନାଃ ମଚାତେ ଇଦି ନାଙ୍ଗ୍ ହଗି କା ସାନାଙ୍ଗ୍ଇୟା।
25 ଲାନ୍ଦାଇ ହଡ଼କେ ବିଡ଼ାରେ, କା ସେଣାଁନ୍ ହଡ଼ ଚେନେତାଅ ନାମେୟାଏ ଓଡ଼ୋଃ ସାରିଉରୁମ୍ତାନ୍ ହଡ଼କେ ଏଗେର୍ରେ, ଇନିଃ ସେଣାଁଁକେ ସାରିଉରୁମ୍ ଦାଡ଼ିୟା।
26 ଅକନ୍ ହନ୍ ଆୟାଃ ଆପୁକେ ମାରାଙ୍ଗ୍ ମଚାଇତାନା ଓଡ଼ୋଃ ଏଙ୍ଗାତେକେ ଅଡ଼ାଃ ହେତେ ହାର୍ଅଡଙ୍ଗ୍ ତାନା, ଇନିଃ ସବେନ୍ତାଃରେ ଗିହୁଃ ଓଡ଼ୋଃ ନିନ୍ଦା ନାମେୟା।
27 ହେ ଆଇଁୟାଃ ହନ୍, ଅକ୍ନାଃ ସେଣାଁ ହେତେ ଆମ୍କେ ଗେନାମେ ତାନା, ଏନ୍ ଇନିତୁକେ ଆଲମ୍ ଆୟୁମାଃ।
28 ମିଆଦ୍ ଏତ୍କାନ୍ ଗାୱା ନ୍ୟାୟକେ କାଏ ସୁକୁଃଆ ଓଡ଼ୋଃ ଏତ୍କାନ୍ ହଡ଼ରାଃ ମଚା ଏତ୍କାନ୍ ପାସ୍ରାଅ ରକାଃଏ।
29 ଲାନ୍ଦାତାନ୍ ହଡ଼କନାଙ୍ଗ୍ ବିଚାର୍ ଓଡ଼ୋଃ ଡଣ୍ଡକ ନାଙ୍ଗ୍ ଦୟାରେ ହାଁଣ୍ସା ଦହାକାନା।