1 ଏତ୍କାନ୍ ହଡ଼କକେ ହିସିଙ୍ଗା ଆଲମ୍ ରିକାଃ ଓଡ଼ୋଃ ଇନ୍କୁଲଃ ଗାତି ନାଙ୍ଗ୍ ଆଲମ୍ ସାନାଙ୍ଗ୍ଆଃ। 2 ଚିଆଃଚି ଇନ୍କୁଆଃ ମନ୍ସୁରୁଦ୍ ଏତ୍କାନ୍ ଉଡ଼ୁଃ ରିକାଃଏ ଓଡ଼ୋଃ ଇନ୍କୁଆଃ ମଚା ହେତେ ଏତ୍କାନ୍ କାଜି ଅଡଙ୍ଗ୍ଆଁ।
3 ସେଣାଁତେ ଅଡ଼ାଃ ବାଇୟଃଆ ଓଡ଼ୋଃ ବୁଦ୍ଧିତେ ଏନା ତିଙ୍ଗୁ କେଟେୟଃଆ। 4 ସେଣାଁତେ ଆୟାଃ ସବେନ୍ ବାଖ୍ରାକ ପୁରାଃ ଗନଙ୍ଗ୍ଆଁନ୍ ହବାଅଃଆ ଓଡ଼ୋଃ ସୁଗାଡ଼ାନ୍ ଜିନିଷ୍ତେ ପେରେଜଃଆ।
5 ସେଣାଁନ୍ ହଡ଼ ପେଡ଼େୟାନ୍ ହବାଅଃଆଏ ଓଡ଼ୋଃ ପାଣ୍ଡିତ୍ ହଡ଼ ପେଡ଼େଃ ପସାଏୟାଏ। 6 ଚିଆଃଚି ଆମ୍କେ ସେଣାଁନ୍ କାଜିତେ ଲାଡ଼ାଇ ରିକାରାଃ ମେନାଃ ଓଡ଼ୋଃ ବୁଗିନ୍ ହରା ଉଦୁବ୍ତାନ୍କଆଃ ହରାତେ ଜିନିତାଅ ହବାଅଃଆ।
7 ଡଣ୍ଡ ନାଗେନ୍ତେ ସେଣାଁ ପୁରାଃ ସାଲାଙ୍ଗି ତାନାଃ, ଏନା ନାଗାର୍ ଦୁଆର୍ରେ ଆପ୍ନାଃ ମଚା ଆଡ଼ାଃ କାଏ ଦାଡ଼ିୟା।
8 ଅକନ୍ ହଡ଼ ଏତ୍କାନ୍ ରିକା ନାଙ୍ଗ୍ ଉଡ଼ୁଃ ରିକାଃଏ, ହଡ଼କ ଇନିଃକେ ଏତ୍କାନ୍ ଉଡ଼ୁଃ ହଡ଼ ମେନ୍ତେ କାଜିୟାଃକ। 9 ଡଣ୍ଡରାଃ ବିଚାର୍ ପାପ୍ ତାନାଃ ଓଡ଼ୋଃ ନିନ୍ଦାତାନ୍କ ହଡ଼କଆଃ ଆୟାର୍ରେ ହିଲାଙ୍ଗ୍ଅଃଆକ।
10 ଆମ୍ ସାଙ୍କାଟ୍ ସାମାଏରେ ହୁଡିଙ୍ଗ୍ ଜୀଉ ହବାଅଃ ତାନାମ୍ ରେଦ, ଆମାଃ ପେଡ଼େଃ ହୁଡିଙ୍ଗ୍ଗିୟା।
11 ଗଗଏଃ ନାଗେନ୍ତେ ଇଦିତାନ୍ ହଡ଼କକେ ବାଞ୍ଚାଅକମେ ଓଡ଼ୋଃ ମାଃଗଏଃ ନାଗେନ୍ତେ ସେକାଡ଼େନ୍ ହଡ଼କକେ ବାଞ୍ଚାଅକ ନାଙ୍ଗ୍ ଆଲମ୍ ହକାନାଃ। 12 ଆମ୍ କାଜିରେଦ, ନେଲେମେ, ଆଲେ ନେଆଁ କାଲେ ସାରିୟା, ତାବ୍ଦ ମନ୍ସୁରୁଦ୍କେ ସାରିଉରୁମ୍ନିଃ ନେଆଁ ଚିନାଃ କାଏ ସାରିୟା ? ଓଡ଼ୋଃ ଆମାଃ ଜୀଉ ବାଞ୍ଚାଅନିଃ ଚିଆଃ ଏନା କାଏ ସାରିୟା ? ଓଡ଼ୋଃ ଇନିଃ ଚିଆଃ ସବେନ୍କକେ ଆପ୍ନାଃ ଆପ୍ନାଃ କାମି ଲେକା ଜ କାଏ ଏମାକଆ ?
13 ହେ ଆଇଁୟାଃ ହନ୍, ଆମ୍ ହୁରୁମ୍ସୁକୁ ଜମେମେ, ଚିଆଃଚି ଏନା ବୁଗିନ୍ ତାନାଃ ଓଡ଼ୋଃ ହୁରୁମ୍ସୁକୁ ତାଇନ୍ତାନ୍ ଘରାକେ ଜମେମେ ଏନା ଆମାଃ ମଚାକେ ହେଡ଼େମ୍ ବାଇୟାଃ। 14 ଏନାମେନ୍ତେ ସାରିମେ ଜେ ସେଣାଁ ଆମାଃ ଆତ୍ମା ନାଗେନ୍ତେ ଏନ୍ଲେକାଗିୟା, ଏନା ଆମ୍ ନାମେରେ, ଆମାଃ ଆୟାର୍ ଜୀଦାନ୍ ଆସ୍ରା ତାନାଃ ଓଡ଼ୋଃ ଆମାଃ ଆସ୍ରା କା ଟଟାଃନା।
15 ହେ ଏତ୍କାନ୍ ହଡ଼ ଧାର୍ମାନ୍ ହଡ଼ରାଃ ଅଡ଼ାଃ ବିରୁଧ୍ରେ ଘାତାଅକେଦ୍ତେ ଆଲମ୍ ତାଇନା ଓଡ଼ୋଃ ତାଇନଃ ଠାୟାଦ୍କେ ଆଲମ୍ ଜୀଅନେୟା। 16 ଚିଆଃଚି ଧାର୍ମାନ୍ ହଡ଼ ଏୟା ଧାଅଁ ଉୟୁଗଃ ରେୟଗି ଆଡଃମିସା ତିଙ୍ଗୁନା, ମେନ୍ଦ ଏତ୍କାନ୍ ହଡ଼ ସାଙ୍କାଟ୍ରେ ଉୟୁଃ କେଦ୍ତେ ତାଇନାଃ।
17 ଆମାଃ ବାଇରି ଉୟୁଗଃତାନ୍ରେ ଆଲମ୍ ରାସ୍କାନା ଓଡ଼ୋଃ ଇନିଃ ତହଦଃରେ ଆମାଃ ମନ୍କେ ଆଲମ୍ ରାସ୍କା ରିକାଇ। 18 ଅକଏ ସାରି ପ୍ରାଭୁ ପାର୍ମେଶ୍ୱାର୍ ଏନା ନେଲ୍ କେଦ୍ତେ କାଏ ସୁକୁଆଃ ଓଡ଼ୋଃ ଇନିଃତାଃ ହେତେ ଆୟାଃ ରିସ୍ମି ରୁହାଡ଼୍କଆଃ।
19 ଏତ୍କାନ୍ କାମି ରିକାତାନ୍ ହଡ଼କ ନାଗେନ୍ତେ ଆଲମ୍ ରିସ୍ମିୟଃଆ ଚାଏ ଏତ୍କାନ୍ ହଡ଼କକେ ଆଲମ୍ ହିସିଙ୍ଗାକ। 20 ଏତ୍କାନ୍ ହଡ଼ ନାଙ୍ଗ୍ ହିଜୁଃ ଦିପିଲିରାଃ ଆସ୍ରା ବାନଃଆ ଓଡ଼ୋଃ ଏତ୍କାନ୍ ହଡ଼କଆଃ ଦିଆ ଇଣିଁଜଃଆ।
21 ହେ ଆଇଁୟାଃ ହନ୍ ପ୍ରାଭୁକେ ଓଡ଼ୋଃ ରାଜାକେ ବରଇମେ ଓଡ଼ୋଃ ଅକନ୍କ ବିରୁଧ୍ ରିକା ସାନାଙ୍ଗ୍ ତାନ୍ ହଡ଼କଲଃ ଆଲମ୍ ମେସାନାଃ। 22 ଚିଆଃଚି ଇନ୍କୁଆଃ ସାଙ୍କାଟ୍ ଆଚ୍କାଗି ହିଜୁଃଆ ଓଡ଼ୋଃ ଏନ୍ ବାରାନ୍କିନାଃ ସାଙ୍କାଟ୍ ଅକଏ ସାରିୟା ?
23 ନେ କାଜି ସେଣାଁନ୍କଆଃ ତାନାଃ। ବିଚାର୍ ଇମ୍ତା ଜେତାୟାଃ ମେଦ୍ ମୁହାଁଡ଼୍ ନେନେଲ୍ କା ବୁଗିନାଃ। 24 ଅକଏ ଏତ୍କାନ୍କକେ ଧାର୍ମାନ୍ ହଡ଼ ମେନ୍ତେ କାଜିକଆ, ହଡ଼କ ଇନିଃକେ ସାର୍ପାଅଇୟାକ, କିଲିରେନ୍ ହଡ଼କ ଇନିଃକେ ହିସିଙ୍ଗାଇୟାକ। 25 ମେନ୍ଦ ଅକଏ ଇନିଃକେ ଏଗେରିୟା, ଇନିଃ ରାସ୍କା ହବାୱା ଓଡ଼ୋଃ ଇନିୟାଃ ଚେତାନ୍ରେ ବୁଗିନ୍ ଆଶିଷ୍ ହବାୱା।
26 ଅକଏ ସାର୍ତି କାଜି କାଜିୟା, ସବେନ୍ ହଡ଼କ ଇନିୟାଃ ଲାଚଡ଼ାରେ ଚଅଃଇୟା।
27 ଆପ୍ନାଃ କାମି ବାହାରିରେ ସେକାଡ଼୍ ରିକାଏମେ, ଲୟଙ୍ଗ୍ରେ ଆପ୍ନାଃ ନାଙ୍ଗ୍ ବାଇୟେମେ, ଏନ୍ତେ ଆପ୍ନାଃ ଅଡ଼ାଃ ବାଇୟେମେ।
28 ସାମାଗି ଆମାଃ ହୋପର୍ଜାପାଃନିଆଃ ବିରୁଧ୍ରେ ଗାୱା ଆଲମ୍ ହୁଇନାଃ ଓଡ଼ୋଃ ଆମାଃ ଲାଚଡ଼ାତେ ଆଲମ୍ ବେଦାଇୟା। 29 ଇନିଃ ଜେ'ଲେକା ଆଇଁୟାଃଲଃ ରିକାକାଦାଏ, ଏନ୍ଲେକା ଆଇଙ୍ଗ୍ ଇନିଃଲଃ ରିକାୟାଇଙ୍ଗ୍ ଓଡ଼ୋଃ ଆଇଙ୍ଗ୍ ଆୟାଃ କାମି ଲେକା ଜ ଏମାଇୟାଇଙ୍ଗ୍ ମେନ୍ତେ ଆଲମ୍ କାଜିୟା।
30 ଆଇଙ୍ଗ୍ କୁଢ଼ିରାଃ ଲୟଙ୍ଗ୍ ଓଡ଼ୋଃ ଡଣ୍ଡ ହଡ଼ରାଃ ଦାଖ୍ବାକ୍ଡ଼ି ଗେନାତେ ସେନ୍କେନା। 31 ଏନାରାଃ ସବେନ୍ସାଃ ଜାନୁମ୍ ହବାକାନା, ଇନିୟାଃ ଚେତାନ୍ରେ ଜାପିଦ୍ ଦାରୁ ହାରୁବ୍କାନ୍ ତାଇକେନା ଓଡ଼ୋଃ ଇନିୟାଃ ଦିରିରେୟାଃ ଭିତ୍ ହାଦୁଡ଼ାକାନ୍ ତାଇକେନା। 32 ଏନ୍ତେ ଆଇଙ୍ଗ୍ ନେଲ୍କେଦା ଓଡ଼ୋଃ ନେଆ ନାଙ୍ଗ୍ ବୁଗିଲେକା ବିଚାର୍ କେଦା, ଆଇଙ୍ଗ୍ ନେଆ ନେଲ୍କେଦା ଓଡ଼ୋଃ ଏନାତେ ଇନିତୁ ନାମ୍କେଦା। 33 ହୁଡିଙ୍ଗ୍ ଲେକା ଦୁଡ଼ୁମ୍, ହୁଡିଙ୍ଗ୍ ଦୁଡ଼ୁମ୍, ରୁଡ଼ୁନ୍ ନାଙ୍ଗ୍ ତିଃଇକେ ବହଃ ଲାତାର୍ରେ ହୁଡିଙ୍ଗ୍ ଲେକା ଦହ, 34 ଗାରିବ୍ ଦାସା ଆମାଃତାଃରେ ମିଆଦ୍ ହନର୍ହଡ଼ ଲେକା ଓଡ଼ୋଃ ସାଙ୍କାଟ୍ ଆମାଃତାଃରେ ମିଆଦ୍ ହାଁତେୟାର୍ ସାବ୍କାଦ୍ ହଡ଼ ଲେକା ହିଜୁଃଆ।